ଅମ୍ଫନ ନେଇପାରେ ମହାବାତ୍ୟାର ରୂପ !

ଭୁବନେଶ୍ବର:୧୮/୫(ଏସ୍ଏସଏନ୍) ଅତି ଭୟଙ୍କର ବାତ୍ୟାରେ ପରିଣତ ହେଲା ବାତ୍ୟା ଅମ୍ଫନ। ସୁପର ସାଇକ୍ଲୋନରେ ପରିଣତ ହୋଇ ୧୨ ଘଣ୍ଟା ମଧ୍ୟରେ ମହାବାତ୍ୟାରେ ପରିଣତ ହୋଇପାରେ । ଗତ ୬ ଘଣ୍ଟା ଧରି ୧୩ କିମି ବେଗରେ ଗତି କରୁଛି ବାତ୍ୟା, ପାରାଦୀପଠାରୁ ୭୯୦ କିମି ଦୂରରେ କେନ୍ଦ୍ରୀଭୂତ ଅମ୍ଫନ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା । ବାତ୍ୟା କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟା ପ୍ରତି ୨୪୦ କିଲୋମିଟର ରହିବ। କିନ୍ତୁ ମଝିରେ ମଝିରେ ପବନର ବେଗ ୨୬୫ କିଲୋମିଟର ଛୁଇଁପାରେ। ଉତ୍ତର ଉପକୂଳ ଓଡ଼ିଶାକୁ ଏହା ପ୍ରଭାବିତ କରିବା ନେଇ ସତର୍କ ସୂଚନା ଜାରି କରାଯାଇଛି।

Comments (0)
Add Comment