ଅମ୍ପାନ ପରେ ଆସୁଛି ଗତି

ଭୁବନେଶ୍ୱର,୬/୬(ଏସ୍‌ଏସ୍‌ନିୟୁଜ)ଅମ୍ପାନ ପରେ ବଙ୍ଗୋପସାଗରରେ ସୃଷ୍ଟିହୋଇଛି ଆଉ ଏକ ସାମୁଦ୍ରିକ ଝଡ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ପ୍ରଥମ ଷେ୍‌ଟଜରେ ଏହା ଲଘୁଚାପ ଚତୁର୍ଥ ଷ୍ଟେଜରେ ପହଁଚେ ତାହାଲେ ବାତ୍ୟାର ରୁପନେଇପାରେ ବୋଲି ଜଣାପଡିଛି । ଜୁନ୮ତାରିଖ ସୁଦ୍ଧା ସୃଷ୍ଟିହେବାକୁ ଯାଉଥିବା ଏହି ଲଘୁଚାପ ବାତ୍ୟାର ରୁପନେଲେ ନାଁ ରହିବ ଗତି । ଏହାଦ୍ୱାରା ୧୦ରେ ଓଡିଶା ଛୁଇବ ମୈାସୁମି ଉପକୁଳ,ଦକ୍ଷିଣଓଡିଶାରେ ଅତିପ୍ରବଳ ବର୍ଷାର ସମ୍ଭାବନା । ଆସନ୍ତା ଦିନରେ ମୈାସୁମୀକୁ ସକ୍ରିୟ କରିବାରେ ଏହା ସହାୟକ ହେବ ।ଏହାଦ୍ୱାର ଭାରତ ରେ ପ୍ରବଳ ବର୍ଷା ସୃଷ୍ଟି ହେବ ବୋଲି ଆଇଏମଡି ନିର୍ଦ୍ଦେଶକ ଡ.ମୃତ୍ୟୁଞୟ ମହାପାତ୍ର କହିବା ସହ ଏହାର ପ୍ରଭାବରେ ଚଳିତବର୍ଷ ମୈାସୁମୀ ବେଶ ଅନୁକୁଳ ରହିବା କଥା ଜଣାଇଛନ୍ତି ।ଏହି ଲଘୁଚାପ ବାତ୍ୟାକୁ ପରିବର୍ତନ ହେବକିନାହିଁ ତାହା ଦିନେଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

Comments (0)
Add Comment