ଅନ୍ଧ ବୋଲି ଭୁଲିଗଲେ !

ଜଟଣି:୨୨/୪(ଏସଏସଏନ୍) ଆଖି ନାହିଁ ହେଲେ ଅପସୋସ୍ ନଥିଲା ।ଭିକ୍ଷାବୃର୍ତ୍ତି କରି ପୂରି ଯାଉଥିଲା ପେଟ । ନିଜ ବର୍ଷକର ପିଲା କୁ ଧରି ନିର୍ଭିଘ୍ନରେ ଜୀବନ କାଟୁଥିଲେ ଦିବ୍ୟାଙ୍ଗ ଦମ୍ପତି । ହେଲେ ମାର୍ଚ୍ଚ ୨୨ ତାରିଖରେ ଲଗଡାଉନ୍ ଘୋଷଣା ପରେ ଲଗ୍ ହୋଇଗଲା ପରିବାର । ଭିକ୍ଷାବୃତ୍ତି କରିପାରୁନଥିବାରୁ ୨୮ ଦିନ ହେଲା  ଜୀଇଁବା ପାଇଁ ସଂଗ୍ରାମ କରୁଛନ୍ତି ଏହି ଦମ୍ପତି । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌର ପରିଷଦର ମାତ୍ର ଅଧକିଲୋ ମିଟର ଦୂରରେ ରହୁଥିବା ଦିବ୍ୟାଙ୍ଗ ଦମ୍ପତି କରିଣୀ ନାୟକ ।

ଲକ୍ ଡାଉନ୍ ଅବଧିରେ ଯିଏ ଯେଉଁଠି ଅଛନ୍ତି ସେମାନେ ସେହି ସ୍ଥାନରେ ରହିବେ ବୋଲି ସରକାର ଘୋଷଣା କରିଥିଲେ ଏବଂ ନିର୍ଦ୍ଦେଶ ଦେଇଥିଲେ ସମସ୍ତଙ୍କ ଘର ଦୁଆରେ ସରକାରୀ ଅଧିକାରୀଙ୍କ ବା ପ୍ରଶାସନ ପକ୍ଷରୁ ବ୍ୟାପକ ସହାୟତା ସହଯୋଗ ଯୋଗାଇ ସୁସ୍ଥରେ କରୋନାକୁ ପରାସ୍ତ କରିବା। ଦୀପତଳ ଅନ୍ଧାର ପରି ଜଟଣୀ ପୌର ପରିଷଦର ମାତ୍ର ଅଧକିଲୋ ମିଟର ଦୂରରେ ଅନ୍ଧଦମ୍ପତି ପାଖରେ ନା ପ୍ରଶାସନ ନା ସାମାଜିକ ଅନୁଷ୍ଠାନ ନା ରାଜନୈତିକ ନେତା ବା ଦଳ କେହି ପହଁଚି ନଥିଲେ । ଭିକ୍ଷାବୃତ୍ତିରେ ଚଳୁଥିବା ପରିବାର ୨୮ଦିନ କିପରି ଦୁର୍ବିସହ ଦିନ କାଟୁଛନ୍ତି ସେହି ଜାଣିଥିବେ। ସରକାରଙ୍କ କଡା ନିର୍ଦ୍ଦେଶ ସାମାଜିକ ଦୂରତା, ସଂଘରୋଧ ମାନିବା ଏବଂ ସମସ୍ତଙ୍କ ଦୁଆରେ ପ୍ରଶାସନ ପକ୍ଷରୁ ସୁବିଧା ଯୋଗାଇ ଦେବ। ସ୍ଥାନୀୟ ଅଞ୍ଚଳରେ ବହୁ ସାମାଜିକ ଅନୁଷ୍ଠାନ, ସାମାଜିକ କର୍ମୀ ଓ ରାଜନୈତିକ ଦଳ ଦଳ ଦଳ ହୋଇ ସୁଖିଲା ଖାଦ୍ୟ, ସାବୁନ, ମାସ୍କ ସହ ଅନ୍ୟାନ୍ୟ ଜିନିଷ ବଣ୍ଟନ କରି ଫଟୋ ପରେ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡି ବାହାବା ନେବାକୁ ବସିଥିବା ବେଳେ ସାମାଜିକ ଦୂରତା ରକ୍ଷା ଓ ସଂଘରୋଧକୁ ଉପେକ୍ଷା କରିଚାଲିଛନ୍ତି ସତ ହେଲେ ଭୁଲିଗଲେ ଏହି  ଦିବ୍ୟାଙ୍ଗ ଦମ୍ପତିଙ୍କୁ।ଭିକ୍ଷାବୃତ୍ତିରେ ଚଳୁଥିବା ଦମ୍ପତି ଓ ତାଙ୍କ ୧ବର୍ଷ ଶିଶୁ ସହ ଶାଶୁମା ୨୮ଦିନ ଲକ୍ ଡାଉନରେ ନାହିଁ ନଥିବା ଅଭାବ ଅସୁବିଧାରେ ଜୀବନ କାଟୁଛନ୍ତି।

ପୌର ଅଧିକାରୀଙ୍କ ବେପରୁଆ ମନୋଭାବ ପାଇଁ ମହଙ୍ଗା ପଡିଥିଲା ଏହି ଦିବ୍ୟାଙ୍ଗ ଦମ୍ପତିକୁ ।  ପରିବାରକୁ ବୋଝ ଉପରେ ନଳିତା ବିଡା ସଦୃଶ ଲକ୍ ଡାଉନ୍ ଅବଧିରେ ମାନବିକତାକୁ। ସାମ୍ବାଦିକ ତଥା ସାମାଜିକ କର୍ମୀ  ମହେନ୍ଦ୍ର ସାହୁଙ୍କ ନଜରରେ ପଡିଥିଲା ଏହି ଦମ୍ପତି । ଶ୍ରୀ ସାହୁ ସରକାରଙ୍କୁ ଟୁଇଟ୍ କରିଥିଲେ ।  ଟୁଇଟ୍ ହିଁ ପ୍ରଶାସନ ନଜରକୁ ଆସିବାରୁ ଖୋର୍ଦ୍ଧା ଜିଲ୍ଲା ପିଡି ମହାଶୟଙ୍କ ସହାୟତାରେ ୨୮ଦିନ ପରେ ସୋମବାର ସଂଧ୍ୟାରେ ୨ ଦିବ୍ୟାଙ୍ଗ ସ୍ବାମୀସ୍ତ୍ରୀ ପରିବାର ପାଖରେ ସୁଖିଲା ଖାଦ୍ୟ ପହଞ୍ଚାଇଲେ ଅତିରିକ୍ତ ତହସିଲଦାର ଦିଲ୍ଲୀପ ଷଡଙ୍ଗୀ।

ହେଲେ ପୌର ପରିଷଦର ନିର୍ବାହୀ ଅଧିକାରୀ ରାତ୍ରି ୯ଟାରେ ୨୮ଦିନ ମାନସିକ ଚାପଗ୍ରସ୍ତ ଥିବା ୨ ଦମ୍ପତିଙ୍କ ପରିବାର ପାଖରେ ପହଞ୍ଚି ୧ପ୍ୟାକେଟ ବିସ୍କୁଟ ଦେଇ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଭାଇରାଲ କରି ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଛନ୍ତି ବୋଲି ବୃଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମହେନ୍ଦ୍ର ସାହୁଙ୍କ ଏଭଳି ମାନବିକତା କୁ ପ୍ରଶଂଲା କରିଛନ୍ତି ସମସ୍ତେ ।

Comments (0)
Add Comment