ଆଜିର ରାଶିଫଳ

ତପ ଷଷ୍ଠୀ ଓ ପିଠେ ଶ୍ରୀ ଦୁର୍ଗାଦେବ୍ୟା ତ୍ରିଦିନାତ୍ମକ ସପ୍ତମୀ ପୂଜା,୨୦୨୨ ମସିହା ଅକ୍ଟୋବର ମାସ ୦୧ ତାରିଖ (ଶନିବାର) ଆଶ୍ଵିନ ମାସ -ଶୁକ୍ଳପକ୍ଷ, ତିଥି- ଷଷ୍ଠୀ ରାତ୍ରି ଘ୮/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ, ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୫୫,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୩୧/୫୦,ସିଂହ,ବୃଷ ଓ କନ୍ୟା ରାଶିର ଘାତବା ର,ତୁଳା ଓ କୁମ୍ଭରାଶିର ଘାତ ଚନ୍ଦ୍ର,ଷଷ୍ଠୀର ଏକଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ନିମ୍ବ ଭକ୍ଷଣ ନିଷେଧ।
🐏ମେଷ-ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ଆଖପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ବ୍ୟବ ସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।
🐮ବୃଷ- ପରିଶ୍ରମ ତୁଳନାରେ କମ୍ ଫଳ ମିଳିବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
👩‍❤️‍👨ମିଥୁନ- ଆପଣଙ୍କ ଉପରେ ଘରର ମୁରବିଙ୍କ ଆଶୀର୍ବାଦ ରହିବ। ପୂର୍ବ ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ସହ ଆନନ୍ଦମୟ ସମୟ କାଟିବେ।
🦀କର୍କଟ-ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ।
🦁ସିଂହ-ନିଜ ଭାଷରେ ନିୟନ୍ତ୍ରଣ ରଖନ୍ତୁ। ବିବାଦଠୁଁ ଦୂରରେ ରୁହନ୍ତୁ। ବ୍ୟବସାୟରେ ପରିଶ୍ରମ ଅନୁସାର ସନ୍ତୋଷ ଜନକଫଳ ପାଇବେ।
🙎‍♀️କନ୍ୟା-ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ତରବ ରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଅନ୍‍ଲାଇନ୍ ବ୍ୟବସାୟୀଙ୍କୁ ବଡ଼ ସୁଯୋଗ ମିଳିବ।
⚖️ତୁଳା- ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ। ବେପାର ବୃଦ୍ଧି ଲାଗି ମନପ୍ରାଣ ଢାଳି କାମ କରିବେ। ଘରେ ଅବିବାହିତ ଲୋକଙ୍କର ବିବାହ ପ୍ରସଙ୍ଗ ଉଠିବ।
🦂ବିଛା-ଚାକିରିଆଙ୍କର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନ ସାଥୀ ସହ ସମ୍ବନ୍ଧରେ ସୁଖ ବଢ଼ିବ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ କମ୍ ଲାଗିବ।
🏹ଧନୁ-ବିବେକ ପ୍ରୟୋଗ କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସଂପୂର୍ଣ୍ଣ କରିନେବେ। ବରିଷ୍ଠ ଆପଣଙ୍କ କାମକୁ ପ୍ରଶଂସା କରିବେ। ପ୍ରେମୀଯୁଗଳ ତର୍କ କରନ୍ତୁ ନାହିଁ।
🐊ମକର-ଧାର୍ମିକକାର୍ଯ୍ୟରେ ଆସ୍ଥା ବଢ଼ିବ।ଘରସଫା କରିବା ରେ ଗୃହଣୀଙ୍କର ସମୟ ବିତିବ। ବଡ଼ବ୍ୟବସାୟ ଦଳରେ ସାମିଲ ହେବାପାଇଁ ପ୍ରସ୍ତାବ ପାଇପାରନ୍ତି
🏺କୁମ୍ଭ-କୌଣସି କାମ କରିବା ପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ।ଆପଣଙ୍କର ସୃଜନଶୀଳ ତା ବଢ଼ିବ। ସରକାରୀ ଚାକିରିଆ ଙ୍କର କାମ ବୋଝ ଅଧିକ ରହିବ।
🐟ମୀନ-ଘରୋଇ ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ।ବ୍ୟବ ସାୟରେ ଯଥେଷ୍ଟ ଲାଭ ପାଇ ବେ।ମହିଳାମାନଙ୍କଲାଗି ଦିନଟି ଆରାମଦାୟକ ରହିବ।
ନୀତିବାଣୀ-ଯଦି ତୁମେ ପ୍ରକୃତ ରେ ନିଜକୁ ଭଲ ପାଇଥାଅ ତେବେ ତୁମେ କେବେ ଭି ଅନ୍ୟ କୁ ଆଘାତ ଦେବ ନାହିଁ।
ବାସ୍ତୁ ଟିପଣୀ-
ହାତୀ:-ଵାସ୍ତୁଶାସ୍ତ୍ରୀ ଅନୁଯାୟୀ, ଘରେ ହାତୀର ଏକ ରୂପା ଏବଂ ପିତ୍ତଳପ୍ରତିମା ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରା ଯାଏ।କାରଣ ହାତୀଟି ଅପାର ଗତାର ପ୍ରତୀକ।ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ,ଘରେ ହାତୀର ଚିତ୍ର ରଖିବା ମଧ୍ୟ ସକରାତ୍ମକ ଶକ୍ତି ବଢ଼ାଇଥାଏ। ଏହା ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ।
ହଂସ:-ଶାସ୍ତ୍ରୀଅନୁଯାୟୀ,ଏକ ଯୁଗଳହଂସ ରଖିବା ଦ୍ୱାରା ଆର୍ଥିକ ଲାଭମିଳିଥାଏ। ଯଦି ଆପଣ ଚାହିଁବେ,ଆପଣ ନିଜ ଘରେ ଏକ ହଂସ ମଧ୍ୟ ରଖି ପାରିବ।ଏହା ସର୍ବଦା ଦାମ୍ପତ୍ୟ ଜୀବନରେ ପ୍ରେମ ସୃଷ୍ଟି କରିଥାଏ।
କଇଁଛ:-କଇଁଛ ଭଗବାନ ବିଷ୍ଣୁ ଙ୍କର ଏକ ରୂପ ବୋଲି ବିଶ୍ୱାସ କରାଯାଏ। କଇଁଛ ରହୁଥିବା ଘରେ ମାତାଲକ୍ଷ୍ମୀ ବାସକରନ୍ତି। ଆସନ୍ତୁ ଆପଣଙ୍କୁ କହିବା,ଯେ ଘରର ପୂର୍ବ ଏବଂ ଉତ୍ତରଦିଗରେ କଇଁଛ ପ୍ରତିଷ୍ଠା ହେବା ଉଚିତ୍। ଯଦି ଆପଣ ଚାହାଁନ୍ତି,ଆପଣ ଡ୍ରଇଂ ରୁମରେ ଏକ ଧାତୁକଇଁଛ ମଧ୍ୟ ରଖିପାରିବେ।
ପାରା:-ଭସ୍ତୁଶାସ୍ତ୍ରୀଙ୍କ ଅନୁଯା ୟୀ,ଘରେ ଗୋଟିଏ ପାରାର ଚିତ୍ର ରଖିବା ଏକାଗ୍ରତାକୁ ବଢ଼ାଇଥାଏ।ଫେଙ୍ଗ୍ ଶୁଇଙ୍କ ଅନୁଯାୟୀ,ଘରର ଉତ୍ତର ଦିଗରେ ଏକ ପାରାଟିର ଚିତ୍ର ରଖିବାଦ୍ୱାରା ସୁଖ ଏବଂ ଶାନ୍ତି ଘରେ ସର୍ବଦା ରହିଥାଏ ଏବଂ ସୁଖୀ ବିବାହିତ ଜୀବନ ମଧ୍ୟ ରହିଥାଏ। ପାରାଟି ପୃଥିବୀ, ଅଗ୍ନି,ଜଳ,କାଠ ଏବଂ ଧାତୁର ପ୍ରତୀକ ଭାବରେ ବିବେଚନା କରାଯାଏ।
ମାଛ:-ଆପଣ ନିଜ ଘରର ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ପିତ୍ତଳ କିମ୍ବା ରୂପାମାଛ ରଖି ପାରିବେ। ଘରେ ମାଛ ରଖିବା ଅତ୍ୟନ୍ତ ଶୁଭବୋଲି ବିବେଚନା କରାଯାଏ। ଏହା ତୁମର ଧନ ବୃଦ୍ଧିକରେ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟମା ଯୋଗମାୟା!!

Comments (0)
Add Comment