ଆଜିର ରାଶିଫଳ

୨୩-୫-୨୦୨୩(ମଙ୍ଗଳବାର)କନ୍ୟାରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଦିବା ଘ୬।୫୦ ଗତେ ଘ୮।୨୭ ମଧ୍ୟେ ବାରବେଳା । ଘ୧।୨୪ ଗତେ ଘ୩।୧ ମଧ୍ୟେ କାଳବେଳା । ରାତ୍ରି ଘ୭।୩୮ ଗତେ ଘ୯।୧ ମଧ୍ୟେ କାଳରାତ୍ରି । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମୂଳକଭକ୍ଷଣ ନିଷେଧ ।ଅମୃତ – ଦିବା ଘ୭।୩୬ ମଧ୍ୟେ ଘ୯।୧୨ ଗତେ ଘ୧୧।୩୬ ମଧ୍ୟେ ଘ୨।୪୮ ଗତେ ଘ୩।୩୬ ମଧ୍ୟେ ରାତ୍ରି ଘ୭।୨ ମଧ୍ୟେ ଘ୧୨ ।୩୮ ଗତେ ଘ୩।୨ ମଧ୍ୟେ ।ମାହେନ୍ଦ୍ର – ଦିବା ଘ୨।୧ ଗତେ ଘ୨।୪୮ ମଧ୍ୟେ ଘ୩।୩୬ ଗତେ ଘ୪।୨୪ ମଧ୍ୟେ ରାତ୍ରି ଘ୩।୩୮ ଗତେ ଘ୧୦।୪ ମଧ୍ୟେ ।
ମେଷ:-ଆଜି କରିଆସୁଥିବା ପ୍ରୟାସର ଫଳ ପାଇବେ। ଆପଣଙ୍କୁ ନେତୃତ୍ବ ନେବାକୁ ପଡ଼ିପାରେ। ଜୀବନ ସାଥୀଙ୍କ ସହିତ ମନାନ୍ତର ହୋଇପାରେ।
ବୃଷ:-ଆପଣଙ୍କର ଆକର୍ଷଣୀୟ ସ୍ବଭାବ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ନୂଆ ଜମି କିଣିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବରିଷ୍ଠ ଓକିଲଙ୍କ ପରାମର୍ଶ ଭଲ ପ୍ରମାଣିତ ହେବ।
ମିଥୁନ:- ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଲକ୍ଷ୍ୟର ଯଥେଷ୍ଟ ନିକଟରେ ପହଞ୍ଚି ପାରିବେ। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ।
କକର୍ଟ:-ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ନିଜ ଚାରିପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ସିଂହ:- ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। ଏକାନ୍ତ ରେ ଅଧ୍ୟୟନ କରନ୍ତୁ, ପଢ଼ାରେ ମନ ଲାଗିବ।
କନ୍ୟା:- ପୂର୍ବ ନିବେଶରୁ ଲାଭ ହେବ। ରାଜନେତାଙ୍କ ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ପଇସା ଦେବାନେବା ବେଳେ ସାବଧାନ ରୁହନ୍ତୁ।
ତୁଳା:-ଆଜି ଦୂର ଯାତ୍ରାର ସମ୍ଭାବନା ରହିଛି। ଆପଣଙ୍କ ଉପରେ ଲୋକମାନଙ୍କର ଭରସା ବଢ଼ିବ। ଅଧୁରା କାମ ପୂରା କରିବା ଲାଗି ଭଲ ଦିନଟିଏ। ସ୍ବାସ୍ଥ୍ୟ ଠିକ୍ ରହିବ।
ବିଛା:- ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ। ଜୀବନସାଥୀ ସହିତ ମନୋମାଳିନ୍ୟ ଦୂର ହୋଇଯିବ। ସ୍ଥଗିତ କାମ ନେଇ ନୂଆ ମନ୍ତବ୍ୟ ମିଳିବ।
ଧନୁ:-ଦୀର୍ଘ ଦିନର ବାଧା ଦୂର ହେବ। ଘର ଲୋକଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ। ମହିଳାମାନେ ରୋଷେଇ ସମୟରେ ସାବଧାନ ରୁହନ୍ତୁ।
ମକର:- ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ନିଜ କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।
କୁମ୍ଭ:- ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ଯେଉଁ କାମ ହାତକୁ ନେବେ ସଫଳତା ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ।
ମୀନ:- ସମ୍ମାନିତ ଲୋକଙ୍କ ସହିତ ମିଶିବା ପାଇଁ ମଉକା ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ। କଠିନ ବିଷୟ ନେଇ ଶିକ୍ଷକଙ୍କ ସହ ଆଲୋଚନା କରନ୍ତୁ।!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

 

Comments (0)
Add Comment