ଆରମ୍ଭ ହେଲା କଳସଯାତ୍ରା

ଚନ୍ଦକା,୮/୧(ଏସଏସନିଉଜ)ଆରମ୍ଭ ହେଲା କଳସ ଯାତ୍ରା ।ଏଥିରେ ସାମିଲ ହୋଇଛନ୍ତି ଚନ୍ଦକା ,ଶିମିଳିପାଟଣା ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ସମର୍ସ୍ତଙ୍କ ଦେହରେ ଗୋଟିଏ ରଙ୍ଗର ପୋଷାକ ।ଉପବାସ ରହି ତୁଣ୍ଡରେ ଅଜାଣେଶ୍ୱରଙ୍କ ଜୟଗାନ କରି ଆଗେଇ ଚାଲିଛନ୍ତି ।ଏହିଭଳି ଏକ ଆଧ୍ୟାମ୍ତିକ ପରିବେଶ ସୃଷ୍ଟିହେବା ଭଳି ଦୃଶ୍ୟ ବୁଧବାରଦିନ ଚନ୍ଦକା ଅଂଚଳରେ ଦେଖିବାକୁ ମିଳିଛି ।ବାବା ସୁରେନ୍ଦ୍ରବାୟାଙ୍କର ୮୨ତମ ଜନ୍ମବାର୍ଷିକରେ ଅଜାଣେଶ୍ୱର ଅଶ୍ରମରେ ଲାଗିଚି ଗହଳି ।ମହାପ୍ରଭୂ ଅଜାଣେଶ୍ୱରଙ୍କର ପୀଠରେ ଆରମ୍ଭ ହେବାକୁ ଯାଉଛି ୫୯ତମ ବିଶ୍ୱଶାନ୍ତି ମହାଯଜ୍ଞ ।ବୁଧବାରଥିଲା କଳସଯାତ୍ରା । ଗୁରୁବାରଦିନ ଷୋଡଶ ଉପଚାର ପୁଜା ଓ ଚଣ୍ଡୀପାଠ.ଶୁକ୍ରବାରଦିନ ଭଗବତଗୀତାପାଠ ସହ ରାତ୍ର୭.୧୫ମିନଟରେ ଶ୍ରୀଶ୍ରୀ ଅଭିରାମସରସ୍ୱତୀଙ୍କ ଦ୍ୱାରାପୁର୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବାକୁ ଯାଉଛି ।କଳିକଳୁଷିତ ଜୀବଜଗତର ସନ୍ତାପହରଣ ତଥା ସମଗ୍ର ବିଶ୍ୱରେ ଅଖଣ୍ଡ ଶାନ୍ତି ପ୍ରତିଷ୍ଠାର୍ଥେ ଶିମୁଳିପାଟଣା,ଚନ୍ଦକା ସବୃକ୍ଷରାଜ ମହାଦୃମ ଶ୍ରୀଶ୍ରୀ ଅଜାଣେଶ୍ୱର ମହାପ୍ରଭୂଙ୍କ ପୀଠରେ ଆରମ୍ଭ ହୋଇଯାଇଛି ସବୁବର୍ଷ ଭଳି ବୁଧବାରଠାରୁ ଜନଗହଳି ।ଗତବର୍ଷ ତୁଳନାରେ ଚଳିତବର୍ଷ ଭକ୍ତମାନଙ୍କର ସଂଖ୍ୟା ବୃଦ୍ଧିପାଇବ ବୋଲି ଆଶ୍ରମ ପକ୍ଷରୁ କୁହାଯାଇଛି ।

Comments (0)
Add Comment