ଆସନ୍ତା କାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତି

ଭୁବନେଶ୍ୱର,୭/୧୨(ଏସଏସନିୟୁଜ)ଆସନ୍ତାକାଲି ଭାରତବନ୍ଦ ଡାକରା ଦିଆଯାଇଛି । କରୋନା ମହାମାରୀ ପକୋପ ସମ୍ପୁର୍ଣଭାବେ ପ୍ରଶମିତ ହୋଇନଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ୱାଭିବକ ଅବସ୍ଥାକୁ ଆସିନଥିବାବେଳେ ଭାରତବନ୍ଦ ଡାକରା ଯୋଗୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ବାବନା ରହିଛି । ଏହା କରୋନା ସଂକ୍ରାମଣ ଉପରେ ପ୍ରତିକୁଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି ।ଏହାକୁ ଦଷ୍ଟିରେ ରଖି ଆସନ୍ତା କାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ ରଖିବାପାଇଁ ସରକାରଙ୍କ ଦ୍ୱାରା ନିଷ୍ପତି ନିଆଯାଇଛି ।କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ ବୋଲି ସୁଚନା ଓ ଲୋକସଂର୍ମ୍ପକବିଭଗ ପକ୍ଷରୁ ସୁଚନା ଦିଆଯାଇଛି ।

Comments (0)
Add Comment