ବର୍ଷାଜଳ ଅବରୋଧକୁ ସଫାକଲେ ଗ୍ରାମବାସୀ
ବାରଙ୍ଗ,୨୮।୬(ଏସଏସନିଉଜ) ସାମାନ୍ୟ ବର୍ଷା ହେଲେ ତ୍ରିଶୁଳିଆ ଗାଁମୁଣ୍ଡ ବର୍ଷାଜଳରେ ଭରି ରହି ଯାତାୟତରେ ବାଧକ ସାଜିଛି।କେବଳ ଗାଁମୁଣ୍ଡ ନୁହେଁ ଗାଁର ଚତୁର୍ପାସ୍ଵ ବର୍ଷଜଳ ଭରିରହି ଗ୍ରାମବାସୀମାନେ ଏକପ୍ରକାର ଜଳବନ୍ଦୀ ଭାବେ ବର୍ଷାଦିନେ ରହିଥାନ୍ତି ।ବର୍ଷାଜଳ ନିଷ୍କାସନ ସ୍ଥାନ ଗୁଡ଼ିକୁ ଜବରଦାଖଲ ହେବା ଓ ଡ୍ରେନରେ ଠିକ୍ ଭାବେ ପାଣି ନଯିବାରୁ ଏହିଭଳି ପରିସ୍ଥିତି ଉପୂଜିଥାଏ।ବର୍ଷାଜଳ ନିଷ୍କାସନର ସ୍ଥାୟୀ ପ୍ରତିକାରପାଇଁ ଗ୍ରାମବାସିମାନେ ବହୁବାର ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସ୍ଥାୟୀପ୍ରତିକାର ହୋଇପାରିନଥିଲା। ଗତ ଦୁଇଦିନହେବ […]