ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ତୃତୀୟକିସ୍ତି

ଅଗଷ୍ଟ ୨ରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍‌ କିଷାନ ଟଙ୍କା

ଭୁବନେଶ୍ୱର,୩୧।୭(ଏସଏସନିଉଜ)ଅଗଷ୍ଟ ୯ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟକିସ୍ତି ବୋଲି ସୂଚନା ଦେଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ସେ କହିଛନ୍ତିଏବେ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ପ୍ରତି ୬ ମାସରେ ୫ ହଜାର ମିଳୁଛି।ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଓଡ଼ିଶାରେ ସୁଭଦ୍ରା ଯୋଜନା ଲାଗୁ ହୋଇଛି।୨ଲକ୍ଷ ଆବେଦନର ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି।ଅନ୍ୟପଟେ ଅଗଷ୍ଟ ୨ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍‌ କିଷାନ ଟଙ୍କାବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ମୋଦି।ଡିବିଟି ଜରିଆରେ ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା।୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦ ହଜାର ୫ ଶହ କୋଟି।

Comments (0)
Add Comment