Browsing author

SATYA SANDHANA DESK

ଟନେଲରେ ବିତିଲାଣି ୧୦ଦିନ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ତେଲେଙ୍ଗାନାର ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ କେନାଲରେ ୧୦ ଦିନ ବିତିଲାଣି ଫସିଛନ୍ତି ୮ଜଣ ଶ୍ରମିକ।ଏବେ ଯାଏଁ ବି ୮ ଶ୍ରମିକଙ୍କ ପତ୍ତା ସଠିକ ଭାବେ ମଳିପାରୁନାହିଁ। ଟନେଲ ଭିତରେ କେଉଁଠାରେ ଫସି ରହିଛନ୍ତି ଜଣାପଡ଼ିନାହିଁ।ଉଦ୍ଧାର କାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି।ଫେବ୍ରୁଆରୀ ୨୨ରେ ସୁଡ଼ଙ୍ଗ ଭୁସୁଡ଼ିବାରୁ ଫସି ରହିଛନ୍ତି ଶ୍ରମିକ।

ଖୁବ୍‌ଶୀଘ୍ର ପୌଷ୍ୟସନ୍ତାନ ଯୋଜନା: -ମନ୍ତ୍ରୀ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ବ ନେଲେ ରାଜ୍ୟ ସରକାର। ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ପୌଷ୍ୟସନ୍ତାନ ଯୋଜନା।ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷାଦାନ କରାଯିବ। ସିଏସ୍‌ଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ।ଏନେଇ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି।କମିଟିରେ MCL କର୍ତ୍ତୃପକ୍ଷ, ମହିଳା ଓ ଶିଶୁବିକାଶ ଅଧିକାରୀ ରହିବେ।ଜିଲ୍ଲା ଶିକ୍ଷାଧିକାରୀ କମିଟିରେ ରହିବେ, ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଆଜିର ରାଶିଫଳ

ମାର୍ଚ୍ଚମାସ ୦୩ ତାରିଖ ୨୦୨୫ମସିହା (ସୋମବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ୦୬/୦୮ଗତେ ପଞ୍ଚମୀ,ନକ୍ଷତ୍ର- ରେବତୀ ଦିବା ଘ୦୭/୨୧ଗତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୯/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯ /୫୦,ଯୋଗିନୀ ନୈରୁତେ ରାତ୍ରି ଘ୦୦୭/୦୮ ଗତେ ଦକ୍ଷିଣେ,ମେଷରାଶିର ଘାତଚନ୍ଦ୍ର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନରାଶିର ଘାତବାର,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,କାଳବେଳା -ଦିବା ଘ୦୭/୩୨ ଗତେ ଘ୦୯/୦୦ ମଧ୍ୟେ,ବାରବେଳା -ଦିବା ଘ୦୨/୫୬ଗତେ ଘ୦୪/୨୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୩୧ ମଧ୍ୟେ ଓ ଘ୧୦/୫୪ ଗତେ ଘ୦୧/୧୯ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୨୫ ଗତେ ଘ୦୫/୧୯ ମଧ୍ୟେ,ଅଦ୍ୟ ମୂଳା […]

ଯୁବପୀଢ଼ି ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହୁଅନ୍ତୁ -ରାଜ୍ୟପାଳ

ଭୁବନେଶ୍ୱର, ୨।୩(ଏସଏସନିୟୂଜ)ବହୁ କ୍ଷେତ୍ରରେ ଯୁବପୀଢ଼ି ନିଯୁକ୍ତିରେ ସ୍ଥିରତା ଦୃଷ୍ଟିରୁ ଚାକିରି କରିବା ଦିଗରେ ମନ ବଳାଇଥାନ୍ତି। କିନ୍ତୁ ଯେଉଁମାନେ ଚାକିରି ଉର୍ଦ୍ଧରେ ସ୍ବପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କଠାରେ ବର୍ଦ୍ଧିତ ଅର୍ଥନୀତିର ପ୍ରକୃତ ଶକ୍ତି ରହିଥାଏ। ଏଣୁ ଯୁବପୀଢ଼ି ଚାକିରି ପଛରେ ନଗୋଡାଇ ଉଦ୍ୟୋଗୀ ହେବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହେବାକୁ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି। ଆଜି କଟକ ରାମଦସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟଠାରେ ନବନିର୍ମିତ ଫ୍ଲେକ୍ସିବଲ […]

ଅଚ୍ୟୁତଙ୍କ ସପକ୍ଷରେ ପଥରଗଡ଼ିଆ ଗ୍ରାମବାସୀ

ବାରଙ୍ଗ,୨।୩(ଏସଏସନିୟୂଜ) କିଟ୍ ଓ କିସ୍ ର ପ୍ରତିଷ୍ଟାତା ଡ଼. ଅଚୁତ ସାମନ୍ତଙ୍କ ବିରୋଧରେ ହେଉଥିବା ଅପପ୍ରଚାରକୁ ଆମେ ପଥରଗାଡ଼ିଆ ଗ୍ରାମବାସୀ ଦୃଢ଼ ବିରୋଧ କରୁଛୁ। ଡ଼. ଅଚୁତ ସାମନ୍ତଙ୍କ ପାଇଁ ପଥରଗଡ଼ିଆର ଭାଗ୍ୟ ଉଦୟ ହୋଇଛି।ତାଙ୍କ ଯୋଗୁ ପଥରଗାଡିଆର ଉର୍ନ୍ନତି ଚରମ ସୀମାରେ ପହଂଚି ପାରିଛି ବୋଲି ରବିବାର ମଧ୍ୟାହ୍ନ ୧୨ଟାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପଥରଗାଡ଼ିଆ ଗ୍ରାମବାସୀମାନେ କହିଛନ୍ତି l ଏହି ସାମ୍ବାଦିକ ସମିଳନୀରେ ଅଭିଯୋଗ କରିଛନ୍ତିଯେ, କିଛିଦିନ ତଳେ ଘଟି ଯାଇଥିବା ଅଘଟଣ […]

୪୮ ସରକାରୀ ବାବୁଙ୍କ ଦରମା ବନ୍ଦ

ଭୁବନେଶ୍ୱର,୨।୩(ଏସଏସନିୟୂଜ)CMଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କରୁଥିବା ଅଭିଯୋଗରେ କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।ଏହି ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ।ଫେବୃଆରୀମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।ଏହି ତାଲିକାରେ ୧୦ ବିଡିଓ ଏବଂ ସିଡିଏମଓଙ୍କ ନାଁ ରହିଛି।ବାଙ୍କୀ ଉପଜିଲ୍ଲାପାଳ ଓ ୬ ତହସିଲଦାରଙ୍କ ଦରମା ବନ୍ଦ ପାଇ କୁହାଯାଇଥିବାବେଳେ କମ୍ପ୍ଲାଏ ରିପୋର୍ଟ ଦାଖଲ ନ ପର୍ଯ୍ୟନ୍ତ ମିଳିବନି ଦରମା […]

ଅଯୋଗ୍ୟ କାର୍ଡ ଫେରାନ୍ତୁ:- କୃଷ୍ଣ ପାତ୍ର

ଭୁବନେଶ୍ଵର,୨।୩(ଏସଏସନିୟୂଜ)ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଯୋଗାଣ ମନ୍ତ୍ରୀ ଅପିଲ୍‌ କରିଛନ୍ତି।ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କାର୍ଡ ଫେରାନ୍ତୁ।ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ ଫେରାଇ ଦିଅନ୍ତୁ।ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବେନି, ଫେରାଇ ଦିଅନ୍ତୁ।କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି।ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି।୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାର କାର୍ଡ।ସାଢ଼େ ୪ ହଜାର ସରକାରୀ କର୍ମଚାରୀ କାର୍ଡ […]

ରାଉରକେଲାରେ ଲଜ୍ଜା

ରାଉରକେଲା,୨।୩(ଏସଏସନିୟୂଜ)ଏକ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରି ଫେରାର ହୋଇଯାଇଥିବାର ଚାନ୍ଦିପୋଷ ଥାନାରେ ପରିବାର ସଦସ୍ୟଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସେଲଟର ହୋମରେ ରଖିଛି। ଗତକାଲି ବିଶ୍ରା କପାଟମୁଣ୍ଡାର ଏକ ପରିବାର ଓ ପଡୋଶୀ ଚାନ୍ଦିପୋଷର ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗଦେବାକୁ ଏକ ବସରେ ଯାଇଥିଲେl ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାତବର୍ଷ ନାବାଳିକା ତାର ସାଙ୍ଗମାନଙ୍କ ସହ ଖେଳୁଥିଲେ lବସ […]

ଅଟୋ ଦେଲା ଧକ୍କା, ୧ ମୃତୁ,୧ଗୁରୁତର

ବାରଙ୍ଗ, ୧।୩(ଏସଏସନିୟୁଜ୍) ବାରଙ୍ଗ ସିତାରାମ ବଜାର ଝୁନୁଝୁନୱାଲା ସ୍କୁଲ ନିକଟରେ ଅଟୋ ବାଇକ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ ଶନିବାର ଅପରାହ୍ନ ସାଢ଼େ ୪ଟା ସମୟରେ ଚନ୍ଦକା ଅଂଚଳରୁ ଓଡି ୩୩ଭି ୫୫୩୭ ନମ୍ୱର ବାଇକ୍ ଟିବାରଙ୍ଗ ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଅଟୋ ମୁହାଁମୁହିଁଧକ୍କା ଦେଇ ଫେରାର ହୋଇଯାଇଥିଲା।ଦୃଘଟଣା ଫଳରେ ବାଇକ୍ ବାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ଏହାସହିତ ଅଟୋରେ […]

ପୋଲିସଗାଡି ଦେଲା ଧକା,୨ଗୁରୁତର

ବାରଙ୍ଗ,୧।୩(ଏସଏସନିୟୁଜ୍)ଶନିବାର ରାତି ସାଢ଼େ ୯ଟା ସୁଦ୍ଧା ତ୍ରିଶୂଲିଆ ନିକଟସ୍ଥ ସୁବାସ ସେତୁ ଉପରେ ପୋଲିସ ଗାଡି ଏକ ବାଇକ୍ କୁ ମୁହାଁ ମୁହିଁ ଧକ୍କା ଦେଇଛି।ଫଳରେ ବାଇକ୍ ଚାଲକ ଓ ବାଇକ ରେ ବସିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି। ପ୍ରକାଶ ଯେ,ଓଡି ୦୫- ବିଏ -୫୫୦୮ ନମ୍ୱର ପୋଲିସ ଗାଡିଟି ଦୃତଗତିରେ କଟକ ପଟରୁ ଶନିବାର ରାତିରେ ଭୁବନେଶ୍ୱର ପଟକୁ ଆସୁଥିଲା।ଏହି ସମୟରେଓଡି ୧୫ଆର – ୦୧୭୭ନମ୍ୱର ବାଇକ୍ ରେ ଦୁଇଜଣ କଟକ […]