Browsing author

SATYA SANDHANA DESK

ଆଉ-ନାହାନ୍ତି-ଉତ୍ତମ

ଭୁବନେଶ୍ୱର,୨୮।୨(ଏସଏସନିୟୂଜ)ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ଦୁନିଆରେ ନାହାନ୍ତି। ଦିଲ୍ଲୀରେ ଗୁରୁଗ୍ରାମ ମେଦାନ୍ତ ହସ୍ପିାଟଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ଗ୍ରହଣ କରିଥିବା ଉତ୍ତମ ମହାନ୍ତି ଦଣ୍ଡା ବାଳୁଙ୍ଗା ରୂପେ ପରିଚିତ।ଅଭିମାନ’ ଫିଲ୍ମ ଜରିଆରେ ଓଡିଆ ସିନେମା ଜଗତରେ ଡେବ୍ୟୁ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡ୍ ରେ ଏକ ନୂଆ ଟ୍ରେଣ୍ଡ […]

ଆଜିର ରାଶିଫଳ

ଫେବୃଆରୀମାସ ୨୮ତାରିଖ ୨୦୨୫ମସିହା (ଶୁକ୍ରବାର)ଫାଲଗୁନମାସ- କୃଷ୍ଣପକ୍ଷତିଥି- ଅମାବାସ୍ୟା ଦିବାଘ୦୬/୩୬ ଗତେ ପ୍ରତିପଦନକ୍ଷତ୍ର-ଶତଭିଶା ଦିବାଘ୦୨/୩୧ଗତେ ପୂର୍ବଭାଦ୍ରସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୦୨ ,ଯୋଗିନୀ ଐଶାନ୍ୟେଦିବା ଘ୦୭/୩୬ଗତେ ପୂର୍ବେ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,ଅଦ୍ୟ ଦିବା ଘ୦୨/୩୧ ଗତେ ଏକ ପାଦ ଓ ରାତ୍ରି ଘ୦୩/୩୩ ଗତେ ଦ୍ଵୀ ପୁଷ୍କର ଦୋଷନାସ୍ତି ,କାଳବେଳା ଓ ବାରବେଳା – ଦିବା ଘ୦୯/୦୨ଗତେ ଘ୧୧/୫୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- […]

ଲିଙ୍ଗରାଜ ମନ୍ଦିରରେ ଅଘଟଣ

ଭୁବନେଶ୍ୱର,୨୬।୨(ଏସଏସନିୟୂଜ)ଲିଙ୍ଗରାଜ ମନ୍ଦିରରେ ଅଘଟଣ ଘଟିଛି।ମହାଦୀପ ଉଠିବା ବେଳେ ଖସିପଡ଼ିଛନ୍ତି ସେବାୟତ।ମହାଶିବରାତ୍ରି ପାଇଁ ଲିଙ୍ଗରାଜ ପୀଠ ଚଳଚଞ୍ଚଳ ଥିବା ବେଳେ ମହାଦୀପ ଉଠିବା ସମୟରେ ଏପରି ଅଘଟଣ ଘଟିଛି।ମନ୍ଦିର ଚୂଡ଼ାକୁ ଚଢୁଥିବା ବେଳେ ସେବାୟତ ଖସିପଡି ସେବାୟତ ଆହତ ହୋଇଥିବାର ଜଣାପଡିଛି।

ଆଜିର ରାଶିଫଳ

ଫେବୃଆରୀମାସ ୨୭ତାରିଖ ୨୦୨୫ମସିହା (ଗୁରୁବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୯/୧୯ ଗତେ ଅମାବାସ୍ୟା,ନକ୍ଷତ୍ର- ଧନିଷ୍ଟା ଦିବା ଘ୦୪/୩୮ ଗତେ ଶତଭିଶା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୫୨ ,ଯୋଗିନୀ ପଶ୍ଚିମେ ଦିବା ଘ୦୯/୧୯ ଗତେ ଐଶାନ୍ୟେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର, ଅମାବାସ୍ୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର,ଅଦ୍ୟ ପୁଷ୍କରଦୋଷ ନାସ୍ତି,କାଳବେଳା ଓ ବାରବେଳା – ଦିବା ଘ୦୨/୫୫ଗତେ ଘ୦୫/୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୧/୦୨ଗତେ ଘ୦୨/୫୪ ମଧ୍ୟେ ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୪୭ମଧ୍ୟେ ଓ ଘ୧୦/୫୮ […]

କଏଦୀଙ୍କ ମୃତ୍ୟୁ ,ରାସ୍ତାରେ ଲୋକ

ଆଠଗଡ଼,୨୬।୨(ଏସଏସ ନିୟୁଜ)ଆଦର୍ଶ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀର ମୃତ୍ୟୁ ଘଟିଛି।ମୃତକ ତିଗିରିଆଥାନା ପଙ୍କାଳ ଗାଁର ହୋଇଥିବା ବେଳେ ୨୦୨୪ରୁ ଜେଲରେ ଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଉଠାଇ ରାସ୍ତାରୋକ କରିଛନ୍ତି ପରିବାର ଲୋକେ।ପଙ୍କାଳ ଛକରେ ରାସ୍ତାରୋକ କରିବାରୁ ସାଧାରଣ ଲୋକଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି।

ଏକତରଫା ପ୍ରେମ, ମହିଳାଙ୍କୁ ଛୁରାମାଡ଼

କୋଣାର୍କ,୨୬।୧(ଏସଏସନିୟୂଜ) ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ କଲେ ଯୁବକ।ଗୋପ ଥାନା ଖଣ୍ଡାସାହିରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ହୋଇଛି।ଗୁରୁତର ମହିଳାକୁ ଚିକିତ୍ସା ପାଇ ମେଡିକାଲରେ ଭର୍ତ୍ତି କରାଯାଇଛି।ଘଟଣା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି।ଯୁବକ ଜଣଙ୍କ ପୂର୍ବରୁ ଥରେ ପ୍ରେମ ନିବେଦନ କରି ଜେଲ୍‌ ଯାଇଥିଲା।ଜେଲ୍‌ରୁ ଫେରିବା ପରେ ମହିଳାଙ୍କୁ ଛୁରାମାଡ଼ କରିଥିବା ସୂଚନା ମିଳିଛି।

ଜଙ୍ଗଲରେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର

ମାଲକାନଗିରି,୨୬।୨(ଏସଏସନିୟୂଜ)କମ୍ବିଂ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବ ହୋଇଛି। CRPF କୋବ୍ରା ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କରିଛନ୍ତି।ଆଖିପରୀକ୍ଷା ମେସିନ, ହଟ ୱାଟରବ୍ୟାଗ୍‌ ସହ ବିପୁଳ ମେଡିସିନ୍‌ ଜବତ କରାଯାଇଛି।ସୀମାନ୍ତ ଛତିଶଗଡ଼ର ଚିନ୍ତଲନାର ଜଙ୍ଗଲରେ ସ୍ବାସ୍ଥ୍ୟ ଶିବିର ଚାଲିଥିବା ବେଳେ ଚଢାଉ କରାଯାଇଥିଲା।

ଆସୁନାହାନ୍ତି ମ୍ୟାଡାମ

ବାରଙ୍ଗ, ୨୫।୨(ଏସଏସନିୟୁଜ) ୧୧ଟା ପୂର୍ବରୁ ଖୋଲିନି କାର୍ଯ୍ୟାଳୟ।ଠିକ୍ ସମୟରେ ଆସୁନାହାନ୍ତି ମ୍ୟାଡାମ।ସରକାରୀ ଚାକିରୀ ନା କିଏବା ତାଙ୍କୁ ପଚାରିବ,କାହାର ବା ସାହସ ଅଛି।ଏହିଭଳି ଘଟଣା ମଙ୍ଗଳବାରଦିନ ବାରଙ୍ଗ ବ୍ଲକରେ ଦେଖିବାକୁ ମିଳିଥିଲା। ରାସନ୍ କାର୍ଡ ପାଇଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ଯୋଗ୍ୟ ହିତାଧିକାରୀ ଏବେ ଚିହ୍ନଟ କରାଯାଉଛି।ଏଥିପାଇଁ ବ୍ଲକ ପକ୍ଷରୁ ପର୍ଯ୍ୟାୟକ୍ରମେ ହିତାଧିକାରୀମାନଙ୍କୁ ସେମାନଙ୍କ ଯୋଗ୍ୟ ପ୍ରମାଣପତ୍ର ଦର୍ଶାଇବାକୁ ଖାଦ୍ୟ ଯୋଗାଣ ଓ ଖାଦ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟସୁରକ୍ଷା ଆଇନ ୨୦୧୩ର ମାନଦଣ୍ଡ ୬ […]

ଯୁବକଙ୍କ ଉପରକୁ ମାଡ଼ିଗଲା ମୋ ବସ୍

ଭୁବନେଶ୍ୱର,୨୫ା୨(ଏସଏସନିୟୁଜ)ମୋବସକୁ ନେଇ ବିବାଦ ଥମୁନଥିବାବେଳେ ଆଜି ପୁଣି ଏକ ମୋ ବସ୍ ଦୁର୍ଘଟଣା ଘଟାଇଛି । ମୋ ବସ୍ ଦୁର୍ଘଟଣା ଏବେ ପୁଣି ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି।ଭୁବନେଶ୍ୱର ରେଳଷ୍ଟେସନ ନିକଟ ବସ୍ଷ୍ଟାଣ୍ଡରେ ପୁରୀର ରଞ୍ଜିତ ବେହେରା ନାମକଯୁବକଙ୍କ ଉପରେ ମୋ ବସ୍ ମାଡ଼ିଯିବାରୁ ସେ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ରଞ୍ଜିତ ପୁରୀରୁ ଟ୍ରେନରେ ଭୁବନେଶ୍ବର ଆସି ଷ୍ଟେସନରେ ପହଞ୍ଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ।ହଠାତ ମୋବସ୍ ଡ୍ରାଇଭର କିଛି ନଦେଖି […]

ପ୍ରସବ କଲେ ଦଶମ ଛାତ୍ରୀ

ମାଲକାନଗିରି,୨୫ା୨(ଏସଏସନିୟୁଜ) ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।ଛାତ୍ରୀ ଜଚ୍ଚଙ୍କ ଏକ ବିଦ୍ୟାଳୟରେ ହଷ୍ଟେଲରେରହି ପାଠପଢ଼ୁଥିବା ଛାତ୍ରୀଜଣକ ବର୍ତ୍ତମାନ ଦଶମପରୀକ୍ଷା ଦେଉଛନ୍ତି। ଗତକାଲି ସେ ଇଂରାଜୀପରୀକ୍ଷା ଦେଇଥିବା ଛାତ୍ରୀଙ୍କ ବାପା କହିଛନ୍ତି। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଫୋନ ପାଇ ଛାତ୍ରଙ୍କ ବାପା ସ୍କୁଲକୁ ଆସିବାପରେ ଅଘଟଣ ବିଷୟରେ ଜାଣିବାକୁ ପାଇଥିଲେ ।ଏକଥା ଜାଣିବାପରେ ବାପାଙ୍କ ମୁଣ୍ଡ ଘୁରାଇ ଯାଇଥିଲା। ମେଡ଼ିକାଲ ଆସି ପରିବାର ଲୋକେ ଦେଖିଥିଲେ। […]