Browsing author

SATYA SANDHANA DESK

ଆଜିର ରାଶିଫଳ

ଡିସେମ୍ବରମାସ ୧୩ତାରିଖ୨୦୨୪ ମସିହା (ଶୁକ୍ରବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ, ତିଥି- ତ୍ରୟୋଦଶୀ ରାତ୍ରି ଘ ୦୭/୨୪ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ଦ୍ଵିଜା ଦିବା ଘ୦୮/୧୨ ଗତେ କୃତ୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୬/୧୮, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୪୩, ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୨୪ ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧମେଷରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୯/୦୦ଗତେ ଘ୧୧/୪୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୫୯ ମଧ୍ୟେ ଓ ଘ୦୭/୫୪ଗତେ ଘ୦୮/୪୦ ମଧ୍ୟେ ଓ ଘ୦୩/୫୨ଗତେ ଘ୦୪/୪୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ। ମେଷ […]

୫ହଜାର ଗୃହରକ୍ଷୀପଦବୀ ପୂରଣ ହେବ – ମୁଖ୍ୟମନ୍ତ୍ରୀଙ୍କ

  ଭୁବନେଶ୍ୱର,୧୨/୧୨(ଏସଏସନିଉ ଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି।ERSS ଯୋଜନା ହେଉଛି ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୨୦୧୯ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ। ପୋଲିସ କମିଶନରେଟ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ […]

ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୧୧/୧୨(ଏସଏସନିଉଜ)ଜୟପୁର ଡିଭିଜନ ନିକଟସ୍ଥ ଜଙ୍ଗଲରୁ ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଏକ ୨ବର୍ଷର ବଜ୍ରକାପ୍ତାକୁ ବୁଧବାର ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି। ନନ୍ଦନକାନନର ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ବଜ୍ରକାପ୍ତାଟିକୁ ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ତାକୁ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ଛଡାଯାଇଛି।ଉଦ୍ଧାର ବଜ୍ରକାପ୍ତାର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ଆଶାଶୀତ ଭାବେ ବୃଦ୍ଧିପାଇ ୨୬କୁ ପହଁଚିଛି ।ତେବେ ଆସିଥିବା ବଜ୍ରକାପ୍ତାଟି ସୁସ୍ଥଥିବାର ଜଣାପଡିଛି।(ଜିତ ରାଉତଙ୍କ ରିପୋର୍ଟ)

ଗଛରୁ ଧରାହେଲା ଅଜଗରସାପ

ବାରଙ୍ଗ,୧୧/୧୨(ଏସଏସନିଉଜ) ବୁଧବାର ଦିନ ଦ୍ୱିପହରରେ କଳାରାହଙ୍ଗ ଗାଁ ମୁଣ୍ଡ ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ଅଜଗର ସାପକୁ ସ୍ଥାନୀୟ ଜଣେ ସ୍ନେକଲାଇଭ ସଦସ୍ୟ ଉଦ୍ଧାରକରି ଜଙ୍ଗଲରେ ଛାଡ଼ିଥିବାର ଜଣାପଡିଛି। ପ୍ରାୟ ୧୦/୧୨ଫୁଟ ଲମ୍ବର ଏକ ମାଈ ଅଜଗର ସାପଟି ହନୁମାନ ମନ୍ଦିରପାଖରେ ଥିବା ଏକ ଗଛ ଉପରେ ରହିଥିଲା ।ସ୍ଥାନୀୟ ଗ୍ରାମର କେତେକ ଯୁବକ ଯାତାୟାତ ସମୟର ଦେଖିବାକୁ ପାଇଥିଲେ।ଏହାପରେ ସଂଗବଧ ଭାବେ ଯୁବକ ମାନେ ଏକାଠି ହୋଇ ସାପ ଟିକୁ ରୋକିବା ସହ ସ୍ଥାନୀୟ […]

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଚତୁର୍ଥ ଦିବସ

ବାରଙ୍ଗ,୧୧/୧୨(ଏସଏସନିଉ ଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ବୁଧବାରଥିଲା ଚତୁର୍ଥଦିବସ।ଚତୁର୍ଥ ଦିବସରେ ବିଜେଡିନେତା ତଥା ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ବିଜେଡିନେତାସନ୍ତୋଷ ନାଥ,୧ନମ୍ୱର କର୍ପୋରେଟର ମିହିର କୁମାର ରାଉତ,ଗ୍ରାମ୍ୟକମିଟି ସଭାପତି ଭାସ୍କରପଢ଼ିହାରି,ସନ୍ତୋଷ ମହାନ୍ତି,କୈଳାସ ରାଉତ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।ପ୍ରଥମମ୍ୟାଚ ଗ୍ରାମାଞ୍ଚଳ ବି ଡିଭିଜନର ଜୟଦୁର୍ଗା କ୍ଲବ ଆମଣ ଓ ୟୁନିଭର୍ଶାଲ କ୍ଲବ କୁରାଙ୍ଗ ମଧ୍ୟରେ ହୋଇଥିଲା।ଏଥିରେ ଜୟଦୁର୍ଗାକ୍ଲବ ୧-୦ ଗୋଲରେ ୟୁନିଭର୍ଶାଲ କ୍ଲବକୁ ପରାସ୍ତ କରି […]

ଆଜିର ରାଶିଫଳ

ଡିସେମ୍ବରମାସ ୧୨ତାରିଖ ୨୦୨୪ମସିହା(ଗୁରୁବାର) ମାର୍ଗଶୀରମାସ-ଶୁକ୍ଳପକ୍ଷ,ତିଥି-ଦ୍ଵାଦଶୀ ଦିବା ଘ ୧୦/୨୮ଗତେ ତ୍ରୟୋଦଶୀ,ନକ୍ଷତ୍ର-ଅଶ୍ଵିନୀ ଦିବା ଘ୦୯/୫୩ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୬/ ୧୪/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୩୩, ଯୋଗିନୀ ନୈରୁତେ ରାତ୍ରି ଘ୧୦/୨୮ଗତେ ଦକ୍ଷିଣେ, ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା-ଦିବା ଘ୦୨/୨୪ ଗତେ ଘ୦୫/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୫୫ ମଧ୍ୟେ ଓ ରାତ୍ରି ଘ୦୦୫/୫୫ଗତେ ଘ୦୯/୦୭ମଧ୍ୟେ ଓ ରାତ୍ରି ଘ୧୧/୨୫ ଗତେ ଘ୦୨/୪୩ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ପୋଇଭକ୍ଷଣ ନିଷେଧ। ମେଷ👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣାଦେଇ […]

ବାପା ଆଗରେ ପୁଅକୁ ହତ୍ୟା କଲେ ବସ୍ତିବାସିନ୍ଦା

କଟକ,୧୧/୧୨(ଏସଏସନିଉଜ) କଟକଜିଲ୍ଲା ବାରଙ୍ଗ ନରଣପୁର ଅଞ୍ଚଳରେ ପୁଅଆଗରେ ବାପାକୁ ଇଟାରେ ଛେଚି ଗତକାଲି ରାତିରେ ହତ୍ୟା କରିଛନ୍ତି ବସ୍ତିବାସିନ୍ଦା।ମୃତକ କଣ୍ଟ୍ରାକ୍ଟର ତୋଫାନ ସାମଲ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଧରିବାରେ ଉଦ୍ୟମ ଆରମ୍ଭ କରିଛି। ପ୍ରକାଶ ଯେ, ବସ୍ତିରେ ଟେକା ପକାକୁ ନେଇ ଆରମ୍ଭ ହୋଇଥିଲା ବିବାଦ।ତୋଫାନ ପ୍ରତିବାଦ କରିବାରୁ ବସ୍ତିର ଯୁବକମାନେ ତୋଫାନଙ୍କ ମୁଣ୍ଡକୁ ଇଟାରେ ଛେଚି ଫେରାର ହୋଇଯାଇଥିଲେ।ବାପାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଏକାଠି […]

ଗୋରୁଚାଲଣ ପୂର୍ବରୁ ଧରିଲା ପୋଲିସ

ଆଠଗଡ,୧୦/୧୨(ଏସଏସନିଉଜ)ଆଠଗଡ ଗୋରୁମାଫିଆମାନେ ବାରମାଣ ଜଙ୍ଗଲରେ ଚାଲାଣ ପାଇଁ ବାନ୍ଧି ରଖିଥିବା ବେଳେ ୫୭୦ ଗୋରୁଙ୍କୁ ଉଦ୍ଧାର କଲା ତିଗିରିଆ ପୋଲିସ। ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଆଜି ଅଚାନକ ଚଢ଼ାଉ କରଡାପାଲିର ବାରମାଣିଆ ଜଙ୍ଗଲରେ ଚଢାଉ କରିଥିଲା। ଏସପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢାଉ କରି ବନ୍ଦୀ ଅବସ୍ଥାରେ ଥିବା ଗୋରୁମାନଙ୍କୁ ଉଦ୍ଧାର କରିଛି।

ଆଜିର ରାଶିଫଳ

ଡିସେମ୍ବରମାସ ୧୧ତାରିଖ ୨୦୨୪ମସିହା(ବୁଧବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ ,ତିଥି- ଏକାଦଶୀ ଦିବା ଘ ୧୨/୫୪ ଗତେ ଦ୍ଵାଦଶୀ ,ନକ୍ଷତ୍ର- ରେବତୀ ଦିବା ଘ୧୨/୧୦ ଗତେ ଅଶ୍ଵିନୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୫୩ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୨/୫୪ ଗତେ ନୈରୁତେ , ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,କାଳବେଳା -ଦିବା ଘ୦୮/୫୮ ଗତେ ଘ୧୦/୨୦ ମଧ୍ୟେ ,ବାରବେଳା – ଦିବା ଘ୧୧/୪୦ ଗତେ ଘ୦୧/୦୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୫ ମଧ୍ୟେ […]

ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ହେବ

ଭୁବନେଶ୍ୱର,୧୦/୧୨(ଏସଏସନିଉଜ)ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ […]