Browsing author

SATYA SANDHANA DESK

ଘର ତାଲାଭାଙ୍ଗି ସ୍ୱାମୀକୁ ଉଦ୍ଧାର କଲା ପୋଲିସ

ଗଜପତି,୨୪ା୧୧(ଏସଏସନିଉଜ)ସ୍ୱାମୀକୁ ଘରଭିତରେ ୮ଦିନଧରି ତାଲା ପକାଇ ରଖିଥିବା ଭଳି ଅଭାବନୀୟ ଘଟଣା ଅଡବା ଥାନା ବିରିକୋଟ ସ୍ଥିତ ବିଜେପୁର ସାହିରେ ଦେଖିବାକୁ ମିଳିଛି ।ପାରିବାରିକ କାରଣ ରୁ ସ୍ତ୍ରୀଙ୍କର ଏପରି କାଣ୍ଡ ବଡଭାଇ ପର୍ଶୁରାମ ପରିଛା ଘରକୁ ଆସିଥିବାବେଳେ ଜଣାପଡିଥିଲା ।ସାନଭାଇକୁ ବନ୍ଦ ଘରୁ ମୁକାଳିବାରେ ବିଫଳ ହେବାପରେ ସ୍ଥାନୀୟ ପୋଲିସ ଓ ଲୋକପ୍ରତିନିଧିଙ୍କ ସହାୟତା ନେଇଥିଲେ ।ପରେ ପୋଲିସ ଆସି ବନ୍ଦ ଘର ତାଲାଭାଙ୍ଗି ସାନଭାଇଙ୍କୁ ବନ୍ଦିଜୀବନରୁ ମୁକ୍ତ କରିବାସହ ଗୁରୁତରଅବସ୍ଥାରେ ଉଦ୍ଧାର କରି ଚିିସ୍‌ାପାଇଁ […]

ଆଇପିଏଲର ଦାମୀ ଖେଳାଳୀ ଶ୍ରେୟସ

ଭୁବନେଶ୍ୱର,୨୪/୧୧(ଏସଏସନିଉଜ)ଇତିହାସ ରଚିଲେ ଶ୍ରେୟସ ଆୟର । ବନିଲେ ଆଇପିଏଲର ସବୁଠାରୁ ଦାମୀ ଖେଳାଳୀ । ଆୟରଙ୍କୁ ୨୬ କୋଟି ୭୫ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ, ୨୭କୋଟିରେ ପନ୍ତଙ୍କୁ ନେଲା ଲକ୍ଷ୍ନୌ।ସାଉଦି ଆରବରେ ହୋଇଥିବା ଆଇପିଏଲ୍‌ର ମେଗା ନିଲାମୀରେ ଏହା ଜଣାପଡିଛି।ରିଷଭ ପନ୍ତ IPL ଇତିହାସରେ ହୋଇଛନ୍ତି ସବୁଠୁ ମହଙ୍ଗା ଖେଳାଳି।ଶ୍ରେୟସ ଆୟରଙ୍କୁ ଟପି ମହଙ୍ଗା ଖେଳାଳି ହେଲେ ପନ୍ତ।୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍।୨୬.୭୫ କୋଟିରେ ନିଲାମ ହୋଇଥିବା ଶ୍ରେୟସ ୨ୟ ଦାମୀ […]

ମେଟ୍ରୋ ରେଳପ୍ରକଳ୍ପ ଡିପୋ

ବାରଙ୍ଗ,୨୩/୧୧(ଏସଏସନିଉଜ) ମେଟ୍ରୋ ରେଳପ୍ରକଳ୍ପର ରତାଗଡନୂଆସାହିରେ ହୋଇଥିବା ଡିପୋକୁ ନେଇ ବିରୋଧ ଦେଖାଦେଇଛି।ଶନିବାର ସକାଳେ ରତାଗଡ ନୂଆସାହି ଗ୍ରାମବାସୀ ମାନେ ଡିପୋ ମୁଖ୍ୟଫାଟକଆଗରେ ଧାରଣାରେ ବସିଥିଲେ । ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ରତାଗଡ ନୂଆସାହି ଗ୍ରାମମୁଣ୍ଡରେ ହୋଇଥିବା ମେଟ୍ରୋ ରେଳପ୍ରକଳ୍ପର ଡିପୋ ପାଇ ନିଆଯାଇଥିବା ଜାଗା ପରେ ବି ପୁନର୍ବାର ଅଧିକ ଜାଗା ନେବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଡିପୋ କାମ କରୁଥିବା ଠିକାଦାର ଶୁକ୍ରବାର ଯେସିବି ଲଗାଇ ଡିପୋପାର୍ଶ୍ଵ ଜାଗା ସଫା କରାଯିବା ପରେ ଗ୍ରାମରେ ଏହାକୁ […]

ଆଜିର ରାଶିଫଳ

  ନଭେମ୍ବରମାସ ୨୪ତାରିଖ ୨୦୨୪ ମସିହା (ରବିବାର)ମାର୍ଗଶୀରମାସ- କୃଷ୍ଣପକ୍ଷ,ତିଥି- ନବମୀ ରାତ୍ରି ଘ ୧୦/୧୦ଗତେ ଦଶମୀ,ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ ୧୦/୪୧ଗତେ ଉତ୍ତର ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୫/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩ /୨୦,ଯୋଗିନୀ ଉତ୍ତରେ ରାତ୍ରି ଘ ୧୦/୦୯ ଗତେ ପୂର୍ବେ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର, କାଳବେଳା ଓ ବାରବେଳା -ଦିବା ଘ୧୦/୧୧ଗତେ ଘ୧୨/୫୬ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୫୪ ଗତେ ଘ୦୯/୧୮ ମଧ୍ୟେ ଓ ଘ୧୨/୫୬ ଗତେ ଘ୦୩/୪୧ ମଧ୍ୟେ […]

ଆଜିର ରାଶିଫଳ

ନଭେମ୍ବରମାସ ୨୩ତାରିଖ ୨୦୨୪ ମସିହା(ଶନିବାର) ମାର୍ଗଶୀରମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ସନ୍ଧ୍ୟା ଘ ୦୭/୫୦ ଗତେ ନବମୀ,ନକ୍ଷତ୍ର- ମଘା ରାତ୍ରି ଘ ୦୮/୦୬ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୪/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୪୦, ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ ୦୭/୫୧ ଗତେ ଉତ୍ତରେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶି ର ଘାତବାର,କାଳବେଳା -ଦିବା ଘ୦୭/୨୮ ମଧ୍ୟେ ଓ ଦିବା ଘ୦୩ /୪୮ ଗତେ ଘ୦୫/୦୦ ମଧ୍ୟେ, ବାରବେଳା – ଦିବା ଘ୧୨/୫୫ ଗତେ […]

ଆସୁଛି ଲଘୁଚାପ!

ଭୁବନେଶ୍ବର,୨୨/୧୧(ଏସଏସନିଉଜ)ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି।୨୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।ଉତ୍ତର-ଉତ୍ତରପଶ୍ଚିମ ମୁହାଁହୋଇ ଅବପାତରେ ପରିଣତ ହେବ।ଏହାରପ୍ରଭାବରେ ତାମିଲନାଡ଼ୁ ଓ ଶୀଲଙ୍କା ପାଖାପାଖି ଅଞ୍ଚଳରେ ବର୍ଷା ହେବ,ବାତ୍ୟାରୂପ ନେବ କି ନାହିଁ ଲଘୁଚାପ ହେବା ପରେ ହିଁ ସ୍ପଷ୍ଟ ହେବ।ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ।୨୭, ୨୮ ବେଳକୁ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଜେଲ ଗଲେ ପିଶାଚ ମାମୁଁ

ବାରଙ୍ଗ,୨୨/୧୧(ଏସଏସନିଉଜ) ୬ବର୍ଷର ଭାଣେଜିକୁ ଚକଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପିଶାଚ ମାମୁଁଙ୍କୁ ବାରଙ୍ଗ ଥାନା ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲଣ କରିଛି। ପ୍ରକାଶଯେ,ମୟୂରଭ୍ଞ୍ଜର ୬ବର୍ଷର ନାବାଳିକା ପିତାମାତା ସହ ବାରଙ୍ଗ ତହସିଲ ସମ୍ମୁଖରେ ଥିବା ଇଟାଭାଟିରେ ରହୁଥିଲେ।ଏହା ନିକଟରେ ଥିବା ଅନ୍ୟ ଏକ ଇଟା ଭାଟିରେ ଟ୍ରାକ୍ଟର ଚଳାଉଥିବା ଝାଡ଼ଖଣ୍ଡର କୈଳାସ ସୋନାର ସମ୍ପର୍କୀୟ ମାମୁଁ ହୋଇଥିବାରୁ ନାବାଳିକା ରହୁଥିବା ଘରକୁ ଯିବାଆସିବା କରିଥାନ୍ତି ମଙ୍ଗଳବାର ଅପରାହ୍ନରେ କୈଳାସ ନାବାଳିକା ପରିବାର ରହୁଥିବା ଇଟାଭାଟିକୁ […]

ଅଫିସରେ ପଶିଲା ନାଗସାପ

ବାରଙ୍ଗ, ୨୧/୧୧(ଏସଏସନିଉଜ)ରତାଗଡ ନୂଆସାହିରେ ନୂତନ ଭାବରେ ଆରମ୍ଭ ହୋଇଥିବା ମେଟ୍ରୋ ରେଳପ୍ରକଳ୍ପର କାର୍ଯ୍ୟାଳୟ ଭିତରୁ ଏକ ନାଗସାପ ଉଦ୍ଧାର ହୋଇଛି। ଗୁରୁବାର ଅପରାହ୍ନରେ ରତାଗଡ଼ ନୂଆସାହିରେ ନୂତନ ଭାବରେ ନିର୍ମିତ ହେଉଥିବା ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟାଳୟ ଭିତରୁ ଗୋଟିଏ ନାଗସାପ ପଶି ଯାଇଥିଲା। କାର୍ଯ୍ୟାଳୟ ଭିତରେ ନାଗସାପର ଗର୍ଜନ ଶୁଣି କର୍ମଚାରୀମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ପରେ ସ୍ନେକ ଉଦ୍ଧାର କାରି ସଦସ୍ୟ ରାଜକିଶୋର ନାୟକ ଖବର ପାଇ ଘଟଣାସ୍ଥଳରୁ ୫ଫୁଟର ଏକ ନାଗସାପକୁ […]

ମେଲାଣି ନେବେ କାର୍ତ୍ତିକେୟ

ବାରଙ୍ଗ,୨୧/୧୧(ଏସଏସନିଉଜ) ମେଲାଣି ନେବେ କାର୍ତ୍ତିକେୟ ।ଏଥିପାଇଁ ସବୁ ପୂଜା କମିଟି ପକ୍ଷରୁ ୨୫ରେ ହେବାକୁ ଥିବା ଭସାଣି ଉତ୍ସବକୁ ମନଲୋଭା କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି।ଏହାସହ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହ ଭସାଣିକୁ ଶାରିବା ପାଇ ଗୁରୁବାର ଆୟୋଜିତ ପ୍ରସ୍ତୁତ ବୈଠକରେ ଆଲୋଚନା ହୋଇଛି।ବାରଙ୍ଗଥାନା ପରିସରରେ ଆୟୋଜିତ ବୈଠକରେ ଭସାଣିରେ ସାମିଲ ହେବାକୁ ଥିବା ସମୁଦାୟ ୨୬ଟି ମେଢ଼ କ୍ରମାନ୍ୱୟରେ କେଉଁ ସମୟରେ କେଉଁଠାରୁ ଛାଡ଼ିବେ ସମୟ ପ୍ରସ୍ତୁତ ହୋଇଯାଇଛି।ତ୍ରିଶୁଳିଆ ଜଙ୍କସନରୁପ୍ରଥମ ଗୋଠପୁର ମେଢ଼ ଅପରାହ୍ନ ୪ […]

ବିଲ୍ଡରକୁ ବ୍ଲାକମେଲିଂ

ଚନ୍ଦକା,୨୧ା୧୧(ଏସଏସନିଉଜ)ଜଣେ ବିଲ୍ଡରକୁ ଜମିଦେଇ ପରବର୍ତିସମୟରେ ଜମିର ଉପଯୁକ୍ତ ଟଙ୍କା ନେଇସାରିବାପରେ ଅଧିକ ଟଙ୍କା ଦାବୀକରିବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଚନ୍ଦକାଗ୍ରାମର ତାପସ ନରେନ୍ଦ୍ରନାମକ ବ୍ୟକ୍ତିକୁ ଗୁରୁବାରଦିନ ଗିରଫକରି କୋର୍ଟଚାଳଣ କରିଛି । ପ୍ରକାସଯେ,ଚନ୍ଦକା ଅଂଚଳରେ ଇଭସ ବିଲ୍ଡର ତାର ପ୍ରକଳ୍ପ ଆରମ୍ଭ କରିଛି ।ଏହି ପ୍ରକଳ୍ପ ନିମନ୍ତେ ବିଲ୍ଡରର ଚନ୍ଦକାଗ୍ରାମର ମିନାକ୍ଷୀନରେନ୍ଦ୍ରନାମକ ମହିଳାଙ୍କ ଜମିକିଣିବାପାଇଁ ଉଭୟଙ୍କ ସହମତିରେ ଜମିମୁଲ୍ୟାୟନ କରାଯାଇଥିଲା ।ବିଲ୍ଡର ଜମିମାଲିକ ମିନାକ୍ଷୀନରେନ୍ଦ୍ର ଓ ତାଙ୍କର ୮ଜଣ ଲିଗାଲହିଅରଙ୍କୁ ୧କୋଟି୧୮ଲକ୍ଷଟଙ୍କା ପ୍ରଦାନ କରିଥିଲେ ।ମିନାକ୍ଷୀଙ୍କ ପୁଅ ତାପସ […]