Browsing author

SATYA SANDHANA DESK

ରାସ୍ତାରେ ବୁଲୁଛି ୯ଫୁଟିଆ ଅଜଗରସାପ

ବାରଙ୍ଗ,୧୬|୧୨(ଏସଏସନିଉଜ)ଗୋଡିସାହି ଫାଣ୍ଡି ଅଧିନସ୍ତ ନରାଜ ଅରିଲୋ ଗ୍ରାମ ନିକଟସ୍ଥ ରାସ୍ତା କଡରୁ ସୋମବାର ସଂଧ୍ୟାରେ ପ୍ରାୟ ୯ଫୁଟ ଲମ୍ବର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପ୍ରାୟ ୮କେଜି ଓଜନର ଅଜଗର ସାପଟି ରାସ୍ତା ପାର ହେଉଥିବା ବେଳେ ସ୍ଥାନୀୟଯୁବକମାନେ ଦେଖିବାକୁ ପାଇଥିଲେ।ପରେ ସଂଘବଧହୋଇ ଗ୍ରାମର ଯୁବକମାନେ ସାପଟିକୁ ରୋକିବାକୁ ଚେଷ୍ଟା କରି ସ୍ନେକ୍ହେଲ୍ପଲାଇନ ସଦସ୍ୟ ସହ ବନବିଭାଗକୁ ଖବରଦେଇଥିଲେ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟମାନେ ଆସି ସାପଟିକୁ ଉଦ୍ଧାରକରି ବନବିଭାଗକୁ ହସ୍ତାନ୍ତର କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)

ମେଡ଼ିକାଲ ପଙ୍ଖାରେ ଝୁଲିଲେ ରୋଗୀ

ଭୁବନେଶ୍ବର,୧୭/୧୨(ଏସଏସନିଉଜ)ମେଡିକାଲ ବେଡ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ଆତ୍ମହତ୍ୟା କରିଛନ୍ତି ।ଭୁବନେଶ୍ବର ଏମ୍ସରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ମୃତ ରୋଗୀ ଜଣଙ୍କ ହେଉଛନ୍ତି ୭୦ ବର୍ଷୀୟ ଦିଲିପ ସାହୁ ଯିଏକି ଯାଜପୁରର ବାସିନ୍ଦା । ଏମ୍ସରେ ଅର୍ଥୋପେଡିକ୍ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ ।ହେଲେ ମେଡିକାଲ ବେଡରେ ଛିଡ଼ା ହୋଇ ପଙ୍ଖାରେ ଗାମୁଛା ସାହାଯ୍ୟରେ ଝୁଲି ପଡିଛନ୍ତି।ତାଙ୍କ ହାତରେ ସାଲାଇନ୍‌ ଛୁଞ୍ଚି ଲାଗିଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରେ କର୍ମଚାରୀ, ନର୍ସ, ସିକ୍ୟୁରିଟିଗାର୍ଡ […]

ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର,୧୭/୧୨(ଏସଏସନିଉଜ)ରାଜ୍ୟରେ କିଛିଦିନ ହେବ ଅସହ୍ୟ ଜାଡ ଅନୁଭୂତ ହେଉଛି। । ୪ ଡିଗ୍ରୀକୁ ପାରଦ ଖସି ଆସିବାରୁ ଥଣ୍ଡାରେ ଥରୁଛି ସାରାରାଜ୍ୟ। କିଛି ସ୍ଥାନରେ ମଧ୍ୟ ତୁଷାରପାତ ହେଉଛି। ରାଜ୍ୟରେ ପ୍ରାୟ ସପ୍ତାହେ ଧରି ଜାରି ରହିଛି ଶୀତ ଲହରୀ।ବିଶେଷକରି ପାହାଡିଆ ଅଂଚଳରେ ଶୀତର ପ୍ରକୋପ ସାଙ୍ଗକୁ ଘନ କୁହୁଡି ଲାଗି ରହିଥିବାରୁ ଯାତାୟତରେ ବାଧକ ସୃଷ୍ଟି ହୋଇଛି।ଅନ୍ୟପଟେଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗରରେ ଲଘୁଚାପ ସକ୍ରିୟ ରହିଛି । ଯଦିଓ ଓଡ଼ିଶା ଉପରେ ଏହାର […]

୬୯ତମ ପୋଲିସଡ୍ୟୁଟି ମିଟ୍‌ ୨୦୨୪

ଭୁବନେଶ୍ଵର,୧୬।୧୨(ଏସଏସନିଉଜ)ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍‌ ୨୦୨୪ର ଉଦଯାପନୀ ସମାରୋହରେ ପୋଲିସ ବାହିନୀକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୋଲିସ ବଳର ଆଧୁନିକୀକରଣ, ପୋଲିସ ବ୍ୟବସ୍ଥାରେ ସଂସ୍କାର, ପୋଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ […]

ରଥଯାତ୍ରା ୨୦୨୫ ପ୍ରସ୍ତୁତି

ପୁରୀ,୧୬ା୧୨(ଏସଏସନିଉଜ)ରଥଯାତ୍ରା ୨୦୨୫ପାଇଁ ପ୍ରସ୍ତୁତିପର୍ବ ଶୁଭାରମ୍ଭ ହୋଇଛି।ସୋମବାରଦିନ ୪ଜଣିଆ ପ୍ରତିନିଧିଦଳ ଶ୍ରୀକ୍ଷେତ୍ରରୁବାହାରି ନୟାଗଡ଼ ଯାତ୍ରା କରିଛନ୍ତି। ମଙ୍ଗଳବାରଦିନ , ନୟାଗଡ଼ର ବଡ଼ମୂଳସ୍ଥିତ ମା ବଡ଼ରାଉଳ ଠାକୁରାଣୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯିବ।ସେଥିପାଇଁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କମାଳ , ମାହାର୍ଦ୍ଧ ,ଶ୍ରୀଫଳ ଆଦି ପୂଜାସାମଗ୍ରୀ ସାଙ୍ଗରେ ନେଇଛନ୍ତି। ପାରମ୍ପରିକ ବିଧିମତେ ରଥକାଠ ଚିହ୍ନଟ ଅନୁକୂଳ ହେବ । ଶ୍ରୀପଞ୍ଚମୀ ପୂଜାପୂର୍ବରୁ ପ୍ରଥମପର୍ଯ୍ୟାୟର ରଥକାଠ ଶ୍ରୀକ୍ଷେତ୍ର ପହଞ୍ଚିବ ।

ଆଜିର ରାଶିଫଳ

ଡିସେମ୍ବରମାସ ୧୭ତାରିଖ ୨୦୨୪ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୭/୨୩ ,ଯୋଗିନୀ ଉତ୍ତରେ ଦିବା ଘ୦୭/୫୧ଗତେ ଅଗ୍ନିକୋଣ , ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୦୫ ଗତେ ଘ୦୨/୨୭ ମଧ୍ୟେ ,ବାରବେଳା – ଦିବା ଘ୦୭/୪୦ ଗତେ ଘ୦୯/୦୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୯/୦୨ ଗତେ ଘ୧୧/୫୬ ମଧ୍ୟେ ଓ ରାତ୍ରି ଘ୦୭/୩୩ଗତେ ଘ୦୮/୦୪ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୦୫/୨୩ ଗତେ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୬ତାରିଖ ୨୦୨୪ମସିହା(ସୋମବାର)ପୌଷ ମାସ- କୃଷ୍ଣପକ୍ଷ ,ତିଥି- ପ୍ରତିପଦ ଦିବା ଘ ୧୨/୨୦ ଗତେ ଦ୍ଵିତୀୟା ,ନକ୍ଷତ୍ର- ଆର୍ଦ୍ରା ରାତ୍ରି  ଘ୦୧/୪୫ ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୦୩ ,ଯୋଗିନୀ ପୂର୍ବେ  ଦିବା ଘ୧୨/୨୦ ଗତେ ଉତ୍ତରେ  ,ପ୍ରତିପଦ ର ଏକୋଦିଷ୍ଟ  ଓ  ପାର୍ବଣ ଶ୍ରାଦ୍ଧ ,କନ୍ୟା ରାଶି ର ଘାତଚନ୍ଦ୍ର ,ମିଥୁନ ରାଶି ର ଘାତବାର ,କାଳବେଳା -ଦିବା ଘ୦୭/୪୦ ଗତେ ଘ୦୯/୦୧ ମଧ୍ୟେ ,ବାରବେଳା – ଦିବା ଘ୦୨/୨୭ ଗତେ ଘ୦୩/୪୮ […]

ସାରିଲା ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ

ବାରଙ୍ଗ,୧୫/୧୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଗଣ୍ଡରପୁର ନଦୀପଠାରେ ଥିବା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ୍ ରେ ଚାଲିଥିବା ୨୧ତମ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି।୮ତାରିଖରୁ ୧୫ତାରିଖ ପର୍ୟ୍ୟ ନ୍ତ ୮ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣ।ମେଣ୍ଟରେ ଗ୍ରାମାଞ୍ଚଳର ୨୪ଟି ଓ ସହରଂଚଳର ୮ଟି ଦଳ ଭାଗ ନେଇଥିଲେ।ଫାଇନାଲର ପ୍ରଥମମ୍ୟାଚ ଗ୍ରାମାଞ୍ଚଳ ବି ଡିଭିଜନର ପଦ୍ମକେଶରୀପୁର ସହ ଗବବସ୍ତ ମଧ୍ୟରେ ହୋଇଥିଲା।ପ୍ରଥମମ୍ୟାଚ ରୁରାଲ ସ୍ପୋଟ୍ସକ୍ଲବ ଗବବସ୍ତ ୧-୦ ଗୋଲରେ ପଦ୍ମକେଶରୀପୁରକୁ ହରାଇ ଚମ୍ପିଆନ ହୋଇଛି । ଗ୍ରାମାଞ୍ଚଳ ଏ […]

ବସ୍ ଓଲଟି ଚାଲିଗଲା ଜଣଙ୍କ ଜୀବନ

ଭଦ୍ରକ,୧୫/୧୨(ଏସଏସନିଉଜ) ବନ୍ତ ଥାନା ଜାଗୁଳାଇପଦା ଛକ ନିକଟରେ ଏକ ଯାତ୍ରୀବାହୀ ବସ ଓଲଟିପଡି ଜଣଙ୍କର ମୃତୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।ବସ୍ ଓଲଟି ପଡିବାରୁ ରାସ୍ତାରେ ଯାଉଥିବା ପଥଚାରୀମାନେ ଆହତ ହୋଇଥିଲେ।ବସଟି ଭଦ୍ରକରୁ ବନ୍ତ ଯାଉଥିଲା ।

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟ ୭ମ ଦିବସ

ବାରଙ୍ଗ,୧୪।୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଶନିବାର ଥିଲା ୭ମଦିବସ। ରାଜ୍ୟସଭା ସାଂସଦ ସୁଭାସିସ ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ୭ମ ଦିବସ ଟର୍ଣ୍ଣ।ମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ନେତ୍ରୀ ଶ୍ରୀମୟି ମିଶ୍ର,ବିଜେଡି ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର,ବିଜେଡି ନେତା ପ୍ରତାପ ଚନ୍ଦ୍ର ରାଉତ, ସନ୍ତୋଷ ନାଥ,ଇପିସିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳ ଏ ଡିଭିଜନରପ୍ରଥମମ୍ୟାଚ […]