Browsing author

SATYA SANDHANA DESK

ବିମାନବନ୍ଦର ପାଖରେ ବୁଲୁଛି ବାଘ

ଭୁବନେଶ୍ୱର ୨୬/୧(ଏସଏସନିଉଜ)ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ବାଘ ବୁଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏୟାର ପୋର୍ଟ ଡମ୍ପିୟାର୍ଡ ନିକଟରେ ଏକ କଳରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା । ଯାହାଫଳରେ ଭୟରେ ସେଠାରେ କାମ କରୁଥିବା ଲୋକେ ଭିତରକୁ ପଶୁନାହାନ୍ତି।ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ୍ ଏବଂ ପୋଲିସ ଟିମ୍ ପହଞ୍ଚିବାଘଟିକୁ ଧରିବାକୁ ଅନୁଧ୍ୟାନ କରୁଥିବାର୍ ଜଣାପଡିଛି।

ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

ଭୁବନେଶ୍ୱର,୨୬/୧୦(ଏସଏସନିଉଜ)ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ଦେଖାଦେଇଛି । ଆମେରିକା ହୁଷ୍ଟନରେ ନଭେମ୍ବର ୩ତାରିଖରେ ସ୍ନାନଯାତ୍ରା ଏବଂ ନଭେମ୍ବର୯ ତାରିଖରେ ଇସ୍କନ ଏହି ରଥଯାତ୍ରା ଆୟୋଜନ କରିବାକୁ ଯାଉଛି । ଇସ୍କନ ତରଫରୁ ରଥଯାତ୍ରା ପ୍ରସ୍ତୁତିକୁ ନେଇ ତେଜିଛି ଅସନ୍ତୋଷ।ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ହୁଷ୍ଟନର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । କୋଟିକୋଟି ଜଗନ୍ନାଥପ୍ରେମୀ ମଧ୍ୟ ଏଭଳି ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ […]

ତାଡ଼ିନେଲେ ଶନିଠାକୁରଙ୍କ ଆଖି

ବାଲିପାଟଣା,୨୬/୧୦(ଏସଏସନିଉଜ) ବନମାଳୀପୁରଫାଣ୍ଡି ଆମଣାକୁଦ ପଞ୍ଚାୟତ କୁଦପାଟଣାରେ ଥିବା ଶନି ଠାକୁରଙ୍କ ସୁନାର ଆଖି ଓ ରୁପାମୁକୁଟ ଦୁର୍ବୃତ୍ତମାନେ ପବିତ୍ର କାର୍ତ୍ତିକମାସରେ ଶନିବାରରେ ତାଡ଼ି ନେଇଛନ୍ତି।ଆଜି ସକାଳୁ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଗାଁଲୋକଙ୍କୁ ଖବର କରିଥିଲେ। ବନମାଳୀପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଜଙ୍ଗଲ ଭିତରୁ ମିଳିଲା ଯୁବକଯୁବତୀଙ୍କ ମୃତଶରୀର

ବଲାଙ୍ଗୀର,୨୬/୧୦(ଏସଏସନିଉଜ) ପୁଇଁତଲାଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲାଜଙ୍ଗଲ ଭିତରେ ଯୁବକଯୁବତୀଙ୍କ ମୃତଶରୀର ପଡ଼ିଥିବା ଘଟଣା ଉପରୁ ଉଠିଛି ପରଦା। ଘଟଣା ପଛରେ ଦେହ ବ୍ୟବସାୟ କିମ୍ବା ଗଞ୍ଜେଇ ଚାଲାଣଥିବା କୁହାଯାଉଛି।ଏହି ଘଟଣାରେ ବଲାଙ୍ଗୀର ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆଜିର ରାଶିଫଳ

ଅକ୍ଟୋବର ମାସ ୨୬ ତାରିଖ ୨୦୨୪ମସିହା (ଶନିବାର),କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଶେଷରାତ୍ରି ଘ ୦୫୧୯ ଗତେ ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୫୦/ ୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/ ୩୬,ଯୋଗିନୀ ଉତ୍ତରେ ଶେଷରାତ୍ରି ଘ ୦୫/୧୯ ଗତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,କାଳବେଳା -ଦିବା ଘ୦୭/୧୮ମଧ୍ୟେ ଓ ଦିବା ଘ୦୩/୪୪ଗତେଘ୦୫/୧୧ମଧ୍ୟେ,ବାରବେଳା – ଦିବା ଘ୧୨/୫୦ ଗତେ ଘ୦୨/ ୧୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବାଘ ୦୭/୨୬ଗତେ ଘ୦୯/୫୦ ମଧ୍ୟେ ଓଘ୦୨/୧୯ଗତେ ଘ୦୩/ ୨୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]

ଦାନାର ଲ୍ୟାଣ୍ଡଫଲ୍ ପରେ ୩ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ।ବାତ୍ୟାର ପରବର୍ତିସମୟରେ ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀଆଦି ୧୬ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ ଆଶଙ୍କା ଦେଖାଦେଇଥିବାନେଇ ଆଇଏମଡି ପକ୍ଷରୁ ଏନେଇ […]

ୱାର୍ଡରଙ୍କୁ ଆକ୍ରମଣ କଲେ କଏଦୀ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ଝାରପଡ଼ା ଜେଲରେ ଅଶାନ୍ତି ଦେଖାଦେଇଛି । ଜେଲ ଭିତରେ ୱାର୍ଡରଙ୍କୁ କିଛି କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମାରପିଟ୍ ପରେ ଜେଲରେ ଏମର୍ଜେନ୍ସି ସାଇରନ୍ ବାଜି ଉଠିବାରୁ ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ୱାର୍ଡରଙ୍କୁ କିଛି କଏଦୀ ଆକ୍ରମଣ କରିବାର ପକୃତ କାରଣ ଜଣାପଡିନଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’ ?

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ଦାନା ? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।ଏହାକୁନେଇଚର୍ଚ୍ଚା ଯୋରଧରିଛି ।ବାତ୍ୟା ‘ଦାନା’ ଉପକୂଳ ମୁହାଁ ହେଉଥିବା ବେଳେ ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବାରୁ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ସାଧାରଣତଃ ୫ରୁ ୬ ଘଣ୍ଟା ଲାଗିଥାଏ । ହେଲେ ବାତ୍ୟା ଦାନାର ଲ୍ୟାଣ୍ଡଫଲ […]

ଧାମରାରେ ଫସିଲା ୨ଟ୍ରଲର

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଛି ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି । କିଛି ଦୂରରେ ଲଙ୍ଗର ପକାଇ ରହିଛନ୍ତି । ତେବେ ଟ୍ରଲରରେ କେତେ ମତ୍ସ୍ୟଜୀବୀ ଅଛନ୍ତି ଜଣାପଡ଼ିନି ।ଅନ୍ୟପଟେ ବାତ୍ୟା ଦାନା ରାତି ପ୍ରାୟ ୧୨ଟା ୫ ମିନିଟରୁ ସ୍ଥଳଭାଗ ଛୁଇଁବା ପରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍। ବାତ୍ୟା ଦାନା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା […]

କାନ୍ଧରେ ବୃଦ୍ଧାଙ୍କୁ ବୋହି ଆଣିଲେ ଆଶାକର୍ମୀ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ଏବେ ଚର୍ଚ୍ଚାକୁ ଆସିଛନ୍ତି । ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ ଶିବାନୀ ।ଶିବାନୀଙ୍କର ଏହିଡଭଳି କାର୍ଯ୍ୟକୁନେଇ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି । । ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଶିବାନୀ କରିଥିବା ପ୍ରୟାସକୁମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।