Browsing author

SATYA SANDHANA DESK

ମଦଦୋକାନ ଆଗରେ ଓକିଲଙ୍କୁ ଆକ୍ରମଣ

ବାରଙ୍ଗ,୨୪ା୧୧(ଏସଏସନିଉଜ)ରବିବାର ରାତିରେ ଶଣ୍ଢପୁରଗାଁପାଖରେ ଥିବା ଏକ ମଦଦୋକାନ ଆଗରେ ଦୁଇଜଣ ଓକିଲଙ୍କୁ ଆକ୍ରମଣ ହୋଇଥିବାର ଗୋଡିସାହିଫାଣ୍ଡିରେ ଅଭିଯୋଗ ହୋଇଛି ।କଟକର ଅଜିତସାହୁ ଓ ତୃପ୍ତିରଞନ ମହାପତ୍ରନାମକ ଦୁଇଓକିଲ ବନ୍ଧୁ ରବିବାରରାତିରେ ଶଣ୍ଢପୁର ଦେଇ ଫେରୁଥିଲେ ।ଏହିସମୟରେ ଶଣ୍ଢପୁର ପାଖରେ ଥିବା ମଦଦୋକାନ ଠାରୁ ଅଳ୍ପଦୁରରେ ସ୍ଥାନୀୟ ଗ୍ରାମର ୪ଜଣ ମଦ୍ୟପ ଯୁବକ ସେମାନଙ୍କୁ ରୋକି ଟଙ୍କା ମାଗିଥିଲେ ।ନିଜକୁ ଓକିଲ ବୋଲି ପରିଚୟ ଦେବାସତ୍ୱେ ମଦ୍ୟପ ଯୁବକ ବିଅରବୋତଲରେ ଉଭୟଙ୍କୁ ଆକ୍ରମଣ କରିଥିଲେ ।ଖବରପାଇ ଗୋଡିସାହିଫାଣ୍ଡି ପୋଲିସ […]

ଖଳାବାରିରେ ହାତୀ ଖାଉଛି ଧାନ

ବାରଙ୍ଗ, ୨୪/୧୧(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟର କଡ଼ରେ ଅବସ୍ଥିତ ବାଆଁରା ଓ ରାମଚଣ୍ଡୀ ଗ୍ରାମର ଚାଷ ଜମିରେ ହାତୀମାନଙ୍କର ଉପଦ୍ରବ ବଢ଼ିଚାଲିଛି ।ଶନିବାର ବିଳମ୍ବିତ ରାତୀରେ ବାଆଁରା ରାମଚଣ୍ଡୀ ଗ୍ରାମର ଦୁଷ୍ମନ୍ତ ବଳ, ସବୁଜ ରାଉତଙ୍କ ସମେତ ଅନ୍ୟ ଚାଷୀମାନେ ବିଲରୁ ଧାନକାଟି ଖଳାଵାରୀରେ ରଖିଥିବା ବେଳେ ହାତୀପଶି ଧାନଖାଇ ନଷ୍ଟ କରିଦେଇଛନ୍ତି।ହାତୀପଲ୍ଲ ଧାନ ଗଦାରୁ ଧାନ ଖାଇବା ସହିତ ଅନେକ ଧାନ ଫୋଫାଡ଼ି ଦଳିଚକଟି ନଷ୍ଟ କରିଛନ୍ତି। ଏହିଭଳି ଭାବେ ଚନ୍ଦକା ଜଙ୍ଗଲରୁ ବାରମ୍ବାର ହାତୀପଲ୍ଲ […]

ରାତି ଅଧରେ ପୋଡ଼ିଦେଲ ବାଇକ୍

ବାରଙ୍ଗ, ୨୪/୧୧(ଏସଏସନିଉଜ )ରାତି ଅଧରେ ଦୁର୍ବୃତ୍ତମାନେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଗାଡ଼ି ପୋଡ଼ିଦେଇ ଛନ୍ତୀ।ଗୋଠପାଟଣାରେ ଜଣଙ୍କ ଘରେ ଥିବା୩ଟି ବାଇକ୍ ଗୋଟିଏ ସ୍କୁଟିକୁ କେହି ଦୁର୍ବୃତ୍ତ ପୋଡ଼ିଦେବାରୁ ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଚନ୍ଦକାଥାନା ଅନ୍ତର୍ଗତ ଗୋଠପାଟଣାର ପ୍ଲଟନମ୍ବର- ୧୯୬୨ର ଗ୍ୟାରେଜ ଘରେ ହଠାତ୍ନିଆଁ ଲାଗିଥିଲା।ଗ୍ୟାରେଜରେ ଥିବା୪ଟି ଗାଡିରେ ବିସ୍ଫୋରଣ ସହ ଘର ଧୂଆଁ ହୋଇଯାଇଥିବାରୁ ଘର ମାଲିକ ସନ୍ତୋଷ କୁମାର ମହାନ୍ତି ଓଭଡ଼ାରେ ରହୁଥିବା […]

ଆଜିର ରାଶିଫଳ

ନଭେମ୍ବରମାସ ୨୫ତାରିଖ ୨୦୨୪ମସିହା(ସୋମବାର)ମାର୍ଗଶୀରମାସ- କୃଷ୍ଣପକ୍ଷ ,ତିଥି- ଦଶମୀ ରାତ୍ରି ଘ୧୨/୪୩ଗତେ ଏକାଦଶୀ ,ନକ୍ଷତ୍ର- ଉତ୍ତର ଫା ରାତ୍ରି ଘ ୦୧/୫୩ଗତେ ହସ୍ତା ,ସୁର୍ୟୋଦୟ-ପ୍ରାତଃ ଘ୦୬/୫/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୩/୧୦ ,ଯୋଗିନୀ ଉତ୍ତରେ ରାତ୍ରି ଘ ୧୨/୪୩ ଗତେ ଅଗ୍ନିକୋଣେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୭/୨୭ ଗତେ ଘ୦୮/୫୦ ମଧ୍ୟେ ,ବାରବେଳା – ଦିବା ଘ୦୨/୧୮ଗତେ ଘ୦୩/୪୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୬ ମଧ୍ୟେ ଓ ଘ୦୯/୧୯ ଗତେ […]

ଘର ତାଲାଭାଙ୍ଗି ସ୍ୱାମୀକୁ ଉଦ୍ଧାର କଲା ପୋଲିସ

ଗଜପତି,୨୪ା୧୧(ଏସଏସନିଉଜ)ସ୍ୱାମୀକୁ ଘରଭିତରେ ୮ଦିନଧରି ତାଲା ପକାଇ ରଖିଥିବା ଭଳି ଅଭାବନୀୟ ଘଟଣା ଅଡବା ଥାନା ବିରିକୋଟ ସ୍ଥିତ ବିଜେପୁର ସାହିରେ ଦେଖିବାକୁ ମିଳିଛି ।ପାରିବାରିକ କାରଣ ରୁ ସ୍ତ୍ରୀଙ୍କର ଏପରି କାଣ୍ଡ ବଡଭାଇ ପର୍ଶୁରାମ ପରିଛା ଘରକୁ ଆସିଥିବାବେଳେ ଜଣାପଡିଥିଲା ।ସାନଭାଇକୁ ବନ୍ଦ ଘରୁ ମୁକାଳିବାରେ ବିଫଳ ହେବାପରେ ସ୍ଥାନୀୟ ପୋଲିସ ଓ ଲୋକପ୍ରତିନିଧିଙ୍କ ସହାୟତା ନେଇଥିଲେ ।ପରେ ପୋଲିସ ଆସି ବନ୍ଦ ଘର ତାଲାଭାଙ୍ଗି ସାନଭାଇଙ୍କୁ ବନ୍ଦିଜୀବନରୁ ମୁକ୍ତ କରିବାସହ ଗୁରୁତରଅବସ୍ଥାରେ ଉଦ୍ଧାର କରି ଚିିସ୍‌ାପାଇଁ […]

ଆଇପିଏଲର ଦାମୀ ଖେଳାଳୀ ଶ୍ରେୟସ

ଭୁବନେଶ୍ୱର,୨୪/୧୧(ଏସଏସନିଉଜ)ଇତିହାସ ରଚିଲେ ଶ୍ରେୟସ ଆୟର । ବନିଲେ ଆଇପିଏଲର ସବୁଠାରୁ ଦାମୀ ଖେଳାଳୀ । ଆୟରଙ୍କୁ ୨୬ କୋଟି ୭୫ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ, ୨୭କୋଟିରେ ପନ୍ତଙ୍କୁ ନେଲା ଲକ୍ଷ୍ନୌ।ସାଉଦି ଆରବରେ ହୋଇଥିବା ଆଇପିଏଲ୍‌ର ମେଗା ନିଲାମୀରେ ଏହା ଜଣାପଡିଛି।ରିଷଭ ପନ୍ତ IPL ଇତିହାସରେ ହୋଇଛନ୍ତି ସବୁଠୁ ମହଙ୍ଗା ଖେଳାଳି।ଶ୍ରେୟସ ଆୟରଙ୍କୁ ଟପି ମହଙ୍ଗା ଖେଳାଳି ହେଲେ ପନ୍ତ।୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍।୨୬.୭୫ କୋଟିରେ ନିଲାମ ହୋଇଥିବା ଶ୍ରେୟସ ୨ୟ ଦାମୀ […]

ମେଟ୍ରୋ ରେଳପ୍ରକଳ୍ପ ଡିପୋ

ବାରଙ୍ଗ,୨୩/୧୧(ଏସଏସନିଉଜ) ମେଟ୍ରୋ ରେଳପ୍ରକଳ୍ପର ରତାଗଡନୂଆସାହିରେ ହୋଇଥିବା ଡିପୋକୁ ନେଇ ବିରୋଧ ଦେଖାଦେଇଛି।ଶନିବାର ସକାଳେ ରତାଗଡ ନୂଆସାହି ଗ୍ରାମବାସୀ ମାନେ ଡିପୋ ମୁଖ୍ୟଫାଟକଆଗରେ ଧାରଣାରେ ବସିଥିଲେ । ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ରତାଗଡ ନୂଆସାହି ଗ୍ରାମମୁଣ୍ଡରେ ହୋଇଥିବା ମେଟ୍ରୋ ରେଳପ୍ରକଳ୍ପର ଡିପୋ ପାଇ ନିଆଯାଇଥିବା ଜାଗା ପରେ ବି ପୁନର୍ବାର ଅଧିକ ଜାଗା ନେବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଡିପୋ କାମ କରୁଥିବା ଠିକାଦାର ଶୁକ୍ରବାର ଯେସିବି ଲଗାଇ ଡିପୋପାର୍ଶ୍ଵ ଜାଗା ସଫା କରାଯିବା ପରେ ଗ୍ରାମରେ ଏହାକୁ […]

ଆଜିର ରାଶିଫଳ

  ନଭେମ୍ବରମାସ ୨୪ତାରିଖ ୨୦୨୪ ମସିହା (ରବିବାର)ମାର୍ଗଶୀରମାସ- କୃଷ୍ଣପକ୍ଷ,ତିଥି- ନବମୀ ରାତ୍ରି ଘ ୧୦/୧୦ଗତେ ଦଶମୀ,ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ ୧୦/୪୧ଗତେ ଉତ୍ତର ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୫/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩ /୨୦,ଯୋଗିନୀ ଉତ୍ତରେ ରାତ୍ରି ଘ ୧୦/୦୯ ଗତେ ପୂର୍ବେ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର, କାଳବେଳା ଓ ବାରବେଳା -ଦିବା ଘ୧୦/୧୧ଗତେ ଘ୧୨/୫୬ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୫୪ ଗତେ ଘ୦୯/୧୮ ମଧ୍ୟେ ଓ ଘ୧୨/୫୬ ଗତେ ଘ୦୩/୪୧ ମଧ୍ୟେ […]

ଆଜିର ରାଶିଫଳ

ନଭେମ୍ବରମାସ ୨୩ତାରିଖ ୨୦୨୪ ମସିହା(ଶନିବାର) ମାର୍ଗଶୀରମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ସନ୍ଧ୍ୟା ଘ ୦୭/୫୦ ଗତେ ନବମୀ,ନକ୍ଷତ୍ର- ମଘା ରାତ୍ରି ଘ ୦୮/୦୬ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୪/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୪୦, ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ ୦୭/୫୧ ଗତେ ଉତ୍ତରେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶି ର ଘାତବାର,କାଳବେଳା -ଦିବା ଘ୦୭/୨୮ ମଧ୍ୟେ ଓ ଦିବା ଘ୦୩ /୪୮ ଗତେ ଘ୦୫/୦୦ ମଧ୍ୟେ, ବାରବେଳା – ଦିବା ଘ୧୨/୫୫ ଗତେ […]

ଆସୁଛି ଲଘୁଚାପ!

ଭୁବନେଶ୍ବର,୨୨/୧୧(ଏସଏସନିଉଜ)ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି।୨୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।ଉତ୍ତର-ଉତ୍ତରପଶ୍ଚିମ ମୁହାଁହୋଇ ଅବପାତରେ ପରିଣତ ହେବ।ଏହାରପ୍ରଭାବରେ ତାମିଲନାଡ଼ୁ ଓ ଶୀଲଙ୍କା ପାଖାପାଖି ଅଞ୍ଚଳରେ ବର୍ଷା ହେବ,ବାତ୍ୟାରୂପ ନେବ କି ନାହିଁ ଲଘୁଚାପ ହେବା ପରେ ହିଁ ସ୍ପଷ୍ଟ ହେବ।ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ।୨୭, ୨୮ ବେଳକୁ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।