Browsing author

SATYA SANDHANA DESK

ଆଜିର ରାଶିଫଳ

ଅକ୍ଟୋବରମାସ ୨୮ତାରିଖ ୨୦୨୪ ମସିହା (ସୋମବାର) କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ଦିବା ଘ୦୭/୪୪ ଗତେ ଦ୍ୱାଦଶୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ୦୪/୦୩ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୬, ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୪୪ ଗତେ ନୈରୁତେ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବାଘ୦୨/୧୮ଗତେ ଘ୦୩/୦୫ମଧ୍ୟେ,ବାରବେଳା -ଦିବା ଘ୦୭/୧୮ଗତେ ଘ୦୮/୪୩ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୭ ମଧ୍ୟେ ଓ ଘ୦୯/୦୪ଗତେ ଘ ୧୧/୨୫ମଧ୍ୟେ ଓ ରାତ୍ରି ଘ୦୭/୪୩ଗତେ ଘ୦୧୦/୫୩ ମଧ୍ୟେ,ବିଶୁଦ୍ଧ […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୭ତାରିଖ ୨୦୨୪ମସିହା (ରବିବାର)କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୫୦ /୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୧୨/୫୬,ଯୋଗିନୀଅଗ୍ନିକୋଣେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୦୮ ଗତେ ଘ୦୧/ ୦୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/ ୪୦ଗତେ ଘ୦୯/୦୩ ମଧ୍ୟେ ଓ ଘ୦୧/୦୧ଗତେ ଘ୦୩/ ୨୫ମଧ୍ୟେ ଓ ରାତ୍ରି ଘ୦୭/୩୩ ଗତେ ଘ୦୯/୦୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୧୫ ଗତେ ଘ୦୫/୦୦ ମଧ୍ୟେ,ଅଦ୍ୟ ଶିମ୍ବଶାଗ ଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ନିଜର […]

ସାନଖେମୁଣ୍ଡିରେ ବାଘ ଆତଙ୍କ !

ଭୁବନେଶ୍ୱର,୨୬/୧୦(ଏସଏସନିଉଜ) ସାନଖେମୁଣ୍ଡିରେ ବାଘ ଆତଙ୍କ ଦେଖାଦେଇଛି।ଗଙ୍ଗାପୁର ପଂଚାୟତ ନରସିଂହଗଡ଼ ଅଞ୍ଚଳରେ ବାଘର ପାଦଚିନ୍ହ ଦେଖି ଅଞ୍ଚଳବାସୀ ଛାନିଆ ହୋଇପାରିଛନ୍ତି ।ଗ୍ରାମବାସୀଙ୍କଠାରୁ ଖବରପାଇ ପଦଚିହ୍ନ ବାଘର ନା ଆଉ କେଉଁ ଜନ୍ତୁର ଜାଣିବାପାଇଁ ବନବିଭାଗ ଘଟଣାସ୍ଥଳକୁ ଯାଇତଦନ୍ତ ଆରମ୍ଭ ହୋଇଛି। ବାଘ ନା ଆଉ କଣ ଜାଣିବା ପାଇଁ କ୍ୟାମେରା ଲାଗିବା ସହ STF ଟିମ୍ ଓ ବନ ବିଭାଗର ମିଳିତ ତଦନ୍ତ ଆରମ୍ଭ ହୋଇଛି।

ପଶୁମାଂସ ରାନ୍ଧିବା ମହଙ୍ଗା ପଡିଲା

ଆଠଗଡ଼,୨୬/୧୦(ଏସଏସନିଉଜ)କଟକ ଜିଲ୍ଲା କାନପୁରଥାନା ଅନ୍ତର୍ଗତ ଆତଣ୍ଡାଗ୍ରାମର ପ୍ରକାଶଚନ୍ଦ୍ର ଦାସଙ୍କ ଘରେ ଜଙ୍ଗଲୀ ପଶୁମାଂସ ରାନ୍ଧିବା ବେଳେ ବନବିଭାଗ ରେଡ୍ କରି ୨କେଜି ମାଂସ ସହ ଏକ ଚମଡ଼ା ଜବତ କରିଛି। ଏହି ଘଟଣା ରେ ପ୍ରକାଶ ଚନ୍ଦ୍ରଙ୍କୁ ଗିରଫ କରିଛି ବନବିଭାଗ।

ବିମାନବନ୍ଦର ପାଖରେ ବୁଲୁଛି ବାଘ

ଭୁବନେଶ୍ୱର ୨୬/୧(ଏସଏସନିଉଜ)ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ବାଘ ବୁଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏୟାର ପୋର୍ଟ ଡମ୍ପିୟାର୍ଡ ନିକଟରେ ଏକ କଳରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା । ଯାହାଫଳରେ ଭୟରେ ସେଠାରେ କାମ କରୁଥିବା ଲୋକେ ଭିତରକୁ ପଶୁନାହାନ୍ତି।ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ୍ ଏବଂ ପୋଲିସ ଟିମ୍ ପହଞ୍ଚିବାଘଟିକୁ ଧରିବାକୁ ଅନୁଧ୍ୟାନ କରୁଥିବାର୍ ଜଣାପଡିଛି।

ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

ଭୁବନେଶ୍ୱର,୨୬/୧୦(ଏସଏସନିଉଜ)ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ଦେଖାଦେଇଛି । ଆମେରିକା ହୁଷ୍ଟନରେ ନଭେମ୍ବର ୩ତାରିଖରେ ସ୍ନାନଯାତ୍ରା ଏବଂ ନଭେମ୍ବର୯ ତାରିଖରେ ଇସ୍କନ ଏହି ରଥଯାତ୍ରା ଆୟୋଜନ କରିବାକୁ ଯାଉଛି । ଇସ୍କନ ତରଫରୁ ରଥଯାତ୍ରା ପ୍ରସ୍ତୁତିକୁ ନେଇ ତେଜିଛି ଅସନ୍ତୋଷ।ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ହୁଷ୍ଟନର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । କୋଟିକୋଟି ଜଗନ୍ନାଥପ୍ରେମୀ ମଧ୍ୟ ଏଭଳି ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରତିବର୍ଷ […]

ତାଡ଼ିନେଲେ ଶନିଠାକୁରଙ୍କ ଆଖି

ବାଲିପାଟଣା,୨୬/୧୦(ଏସଏସନିଉଜ) ବନମାଳୀପୁରଫାଣ୍ଡି ଆମଣାକୁଦ ପଞ୍ଚାୟତ କୁଦପାଟଣାରେ ଥିବା ଶନି ଠାକୁରଙ୍କ ସୁନାର ଆଖି ଓ ରୁପାମୁକୁଟ ଦୁର୍ବୃତ୍ତମାନେ ପବିତ୍ର କାର୍ତ୍ତିକମାସରେ ଶନିବାରରେ ତାଡ଼ି ନେଇଛନ୍ତି।ଆଜି ସକାଳୁ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଗାଁଲୋକଙ୍କୁ ଖବର କରିଥିଲେ। ବନମାଳୀପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଜଙ୍ଗଲ ଭିତରୁ ମିଳିଲା ଯୁବକଯୁବତୀଙ୍କ ମୃତଶରୀର

ବଲାଙ୍ଗୀର,୨୬/୧୦(ଏସଏସନିଉଜ) ପୁଇଁତଲାଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲାଜଙ୍ଗଲ ଭିତରେ ଯୁବକଯୁବତୀଙ୍କ ମୃତଶରୀର ପଡ଼ିଥିବା ଘଟଣା ଉପରୁ ଉଠିଛି ପରଦା। ଘଟଣା ପଛରେ ଦେହ ବ୍ୟବସାୟ କିମ୍ବା ଗଞ୍ଜେଇ ଚାଲାଣଥିବା କୁହାଯାଉଛି।ଏହି ଘଟଣାରେ ବଲାଙ୍ଗୀର ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆଜିର ରାଶିଫଳ

ଅକ୍ଟୋବର ମାସ ୨୬ ତାରିଖ ୨୦୨୪ମସିହା (ଶନିବାର),କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଶେଷରାତ୍ରି ଘ ୦୫୧୯ ଗତେ ଏକାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୫୦/ ୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/ ୩୬,ଯୋଗିନୀ ଉତ୍ତରେ ଶେଷରାତ୍ରି ଘ ୦୫/୧୯ ଗତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,କାଳବେଳା -ଦିବା ଘ୦୭/୧୮ମଧ୍ୟେ ଓ ଦିବା ଘ୦୩/୪୪ଗତେଘ୦୫/୧୧ମଧ୍ୟେ,ବାରବେଳା – ଦିବା ଘ୧୨/୫୦ ଗତେ ଘ୦୨/ ୧୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବାଘ ୦୭/୨୬ଗତେ ଘ୦୯/୫୦ ମଧ୍ୟେ ଓଘ୦୨/୧୯ଗତେ ଘ୦୩/ ୨୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]

ଦାନାର ଲ୍ୟାଣ୍ଡଫଲ୍ ପରେ ୩ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର,୨୫ା୧୦(ଏସଏସନିଉଜ) ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ।ବାତ୍ୟାର ପରବର୍ତିସମୟରେ ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀଆଦି ୧୬ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ ଆଶଙ୍କା ଦେଖାଦେଇଥିବାନେଇ ଆଇଏମଡି ପକ୍ଷରୁ ଏନେଇ […]