Browsing author

SATYA SANDHANA DESK

ଢାବା ଭିତରକୁ ପଶିଲା କାର

ବାରଙ୍ଗ, ୪।୭(ଏସଏସନିଉଜ) ଗୋଡିସାହିଫାଣ୍ଡି ଅଧିନସ୍ତ ଷଣ୍ଢପୁରଛକରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀକାର ଢାବାର କାନ୍ଥ ଭାଙ୍ଗି ଭିତରକୁ ପଶିଯାଇଛି ।ଯାହାଫଳରେ ଢାବର ଜଣେ କର୍ମଚାରୀ ଆହତହୋଇଥିବାବେଳେ କାରଟିଭାଙ୍ଗିରୁଜି ଯାଇଛି ଓ କାରଚାଳକ ସୁରକ୍ଷିତ ଥିବାର ଜଣାପଡିଛି । ପ୍ରକାଶଯେ, ଗୁରୁବାର ସଂନ୍ଧ୍ୟା ରେ ଏକ ଘରୋଇ ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀ କାର୍ଯ୍ୟସାରି ଓଡି ୦୨ଏକେ ୯୨୦୮ କାର ଯୋଗେ ଘରକୁ ଫେରୁଥିଲେ।ଦ୍ରୁତଗତି ରେ କାରଟି ଆସୁଥିବା ବେଳେ ଭାରସାମ୍ୟ ହରାଇ ଷଣ୍ଢପୁର ଛକରେ ଥିବା ଏକ ଢ଼ାବାର […]

ଆଜିର ରାଶିଫଳ

ଜୁଲାଇମାସ ୦୫ତାରିଖ ୨୦୨୪ ମସିହା (ଶୁକ୍ର ବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ ୦୪/୨୮ ଗତେ ପ୍ରତିପଦ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ ୦୪/୪୬ ଗତେ ପୁନର୍ବସୁ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୭/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୫,ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୪/୨୭ ଗତେ ପୂର୍ବେ, ଅମାବାସ୍ୟାର ସବାତ୍ସାରିକଶ୍ରାଦ୍ଧ ମହାଳୟା ବିଧିରେହେବ,କନ୍ୟାରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/ ୩୫ଗତେ ଘ୧୧/୫୪ ମଧ୍ୟେ, ଅଦ୍ୟ ରାତ୍ରି ଘ ୦୪/୪୭ଗତେ ଏକପାଦ ପୁଷ୍କରଦୋଷ, ବିଶୁଦ୍ଧ ଅମୃତ ବେଳା- […]

ହାଇକୋର୍ଟରେ ରିଟ୍ ପିଟିସନ ଦାଏର କଲେ ଏଲିନା

ଭୁବନେଶ୍ୱର,୪।୭(ଏସଏସନିଉଜ)ଯାଜପୁରର ବଲେ ବଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟରେ ରିଟ୍ ପିଟିସନ ଦାଏର କଲେ ଏଲିନାାପିଟିସନ ଦାଏର ପରେ ଏଲିନାଙ୍କ ଓକିଲଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଢାବା ସହ ଏଲିନା କିମ୍ବା ପରିବାର ଲୋକଙ୍କ ସମ୍ପର୍କ ନାହିଁ’ା ମିଥ୍ୟା ଖବର ଦ୍ବାରା ଏଲିନାଙ୍କ ସମ୍ମାନ ହାନି ହୋଇଛି ।ମିଥ୍ୟା ଖବର ଉପରେ ରୋକ ଲଗାଇବାକୁ ଓ ଘଟଣାର ତଦନ୍ତ ପାଇଁ ପିଟିସନ୍ ଦାଖଲ ହୋଇଛି ବୋଲି ଓକିଲ କହିଛନ୍ତି ।  

ଭୁବନେଶ୍ବରରେ ଜଷ୍ଟିସ ଅରଜିତ ପଶାୟତ

ଭୁବନେଶ୍ୱର,୪।୭(ଏସଏସ ନିଉଜ)ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ହେଉଛନ୍ତି ଜଷ୍ଟିସ ପଶାୟତାରତ୍ନଭଣ୍ଡାର ଖୋଲିବା ତାରିଖ ସରକାର ସ୍ଥିର କରିବେ ।ସରକାର ତାରିଖ ସ୍ଥିର କରିବା ପରେ ଖୋଲିବ ରତ୍ନଭଣ୍ଡାର ବୋଲି କହିଛନ୍ତି ।ଏହାପରେ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ଭାବନା କମ୍ ଥିବାର ଅନୁମାନ କରାଯାଉଛି ।  

ଉଦଳାରେ ହତ୍ୟା

ଭୁବନେଶ୍ୱର,୪।୭(ଏସଏସ ନିଉଜ)ଗାଁ ରାସ୍ତାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କୁରାଢ଼ୀରେ ବୃଦ୍ଧାଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା ପଡୋଶୀ। ବଡ଼ସାହି ଥାନା ନିଶ୍ଚିନ୍ତପୁର ଗ୍ରାମରେ ଏହି ଘଟଣା ଘଟିଥିବାବେଳେ ଅଭିଯୁକ୍ତ ପଡୋଶୀକୁ ଗିରଫ କରୁଛି ପୋଲିସ।ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ତାହା ଏବେବି ଅସ୍ପଷ୍ଟ ରହିଛି।  

ସ୍କୁଲ ବସରେ ଲାଗିଲା ନିଆଁ

ଭୁବନେଶ୍ୱର,୪।୭(ଏସଏସ ନିଉଜ) ଅନୁଗୁଳ ରାଧାରମଣପଡ଼ା ନିକଟରେ ଅଘଟଣ ଘଟିଛି ।ଘରୋଇ ରେସିଡେନସିଆଲ ସ୍କୁଲର ବସରେ ନିଆଁ ଲାଗିଯାଇଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ର ଓ ଡ୍ରାଇଭରା ଖବରପାଇ ଘଟଣାସ୍ଥଳରେ ପହଁଚି ନିଆଁକୁ ଲିଭାଇବାରେ ସଫଳ ହୋଇଛି ଅଗ୍ନିଶମ ବିଭାଗା ସର୍ଟ ସର୍କିଟରୁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି ।  

ଲୋକସେବା ଭବନରେ ବିଦ୍ଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୭(ଏସଏସ ନିଉଜ) ଲୋକସେବା ଭବନରେ ବିଦ୍ଧିବଦ୍ଧ କାର୍ଯ୍ୟଭାର ସମ୍ଭାଳିଲେ ମୁଖ୍ୟମନ୍ତ୍ରୀାଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ ଓ ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ ।ଏହାସହସରକାରୀ କାର‌୍ୟ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବାବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ବରାନ୍ବିତ ହେବାବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ବ ଦେବାକୁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ କରିଡରରେ ଓଡ଼ିଆ ଅସ୍ମିତାର ଝଲକ

ଭୁବନେଶ୍ୱର,୪।୭(ଏସଏସ ନିଉଜ) ଲୋକସେବା ଭବନରେ ଲାଗିଲା ନୂଆ ନାମଫଳକ। ସରକାର ବଦଳିବା ପରେ ନୂଆକରି ଯେଉଁମାନେ ମନ୍ତ୍ରୀ ହେଲେ ତାଙ୍କ କାର୍ଯ୍ୟାଳୟରେ ଓଡିଆରେ ନାମଫଳକ ଲାଗିଛି। ଯେଉଁଥିରେ ସମ୍ବଲପୁରୀ ଶାଢିର ଧଡ଼ି ଆକୃତିରେ ସଜା ଯାଇଛି। ମନ୍ତ୍ରୀଙ୍କ କରିଡରରେ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିଛି ।

ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା, ଦୁଇ ମୃତ

ନୁଆପଡା,୪ା୭(ଏସଏସନିଉଜ)ନୂଆପଡା ଜିଲ୍ଲା ବେଲଟୁକୁରି ଥାନା ଶରଧାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ଦୁଇ ମୃତକ ବିଳାସପୁର ଗାଁର ଦୀଲିପ୍ ଭୋଈ ଏବଂ ତୁଳାରାମ ବୋଲି ଜଣାପଡିଛି । ଆଜି ସକାଳେ ବିଳାସପୁର ଗାଁ’ର ଦୀଲିପ୍ ଏକ ସ୍କୁଟି ଯୋଗେ ଖରିଆର ରୋଡ୍ ରୁ ସ୍କୁଟି କିଣି ଫେରୁଥିଲେ । ଏତିକିବେଳେ ସରଧାପୁର ଗାଁ’ର ତୁଳାରାମ ତାଙ୍କ ସ୍ତ୍ରୀ ଏବଂ ୩ ବର୍ଷର ଶିଶୁକୁ ଧରି […]

ଟ୍ରକ୍‌କୁ ପିଟିଲା କାର୍‌, ଆଖି ବୁଜିଲେ ଦମ୍ପତି

ଯାଜପୁର,୪ା୭(ଏସଏସନିଉଜ)ଗତକାଲି ବିଳମ୍ବିତ ରାତିରେ ପାଣିକୋଇଲିଛକ ଶର୍ମା ପେଟ୍ରୋଲପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଦ୍ରୁତ ଗତିରେ ଆସୁଥିବା କାର୍ ପିଟିବାଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକଦ୍ୱୟ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବିନୋଦ ଜେନା ଓ ତାଙ୍କ ପତ୍ନୀ ସୁମାତ୍ରା ଜେନା ବୋଲି ଜଣାଯାଇଛି। ଗତକାଲି ଦମ୍ପତିଙ୍କ ସମେତ ୫ ଜଣ ଏକ କାର୍ ଯୋଗୁ କଟକରୁ ବାଲେଶ୍ୱର ଫେରୁଥିଲେ […]