Browsing author

SATYA SANDHANA DESK

ବୋମା ଧମକ

ଭୁବନେଶ୍ୱର,୧ା୬(ଏସଏସନିଉଜ) ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ବିମାନକୁ ଶନିବାର ସକାଳୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନଟିକୁ ବୋମା ଧମକ ମିଳିବା ପରେ ଜରୁରୀକାଳୀନ ଅବତରଣ କରିଛି । ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି।

ପାନବରଜର ପୋଲିଂ ବୁଥ୍

କାକଟପୁର,୧ା୬(ଏସଏସନିଉଜ) ପୁରୀ ସଂସଦୀୟ କ୍ଷେତ୍ରର କାକଟପୁରର ଏକ ଇକୋ ଫ୍ରେଣ୍ଡଲି ପୋଲିଂ ବୁଥ୍ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ପୋଲିଂ ବୁଥ୍‌ରେ ପାନ ବରଜ ପାଲଟିଛି। ପାନ ବରଜ ଷ୍ଟାଇଲରେ ତିଆରି ହେଇଛି ପୋଲିଂ ବୁଥ୍ । ପୋଲିଂ ବୁଥ୍ ଉପରେ ପାନ ବରଜ ଭଳି ତାଟି, ବେଣା ଛପର ସାଙ୍ଗକୁ ଚାରିପଟେ ପାନ ଗଛ ରୋପଣ କରାଯାଇଛି। ପାନ ଗଛ ଗୁଡିକୁ ସତେଜ ରଖିବାକୁ କ୍ରମାଗତ ଭାବେ ପାଣି ସିଞ୍ଚନ ମଧ୍ୟ […]

ରାଉରକେଲାରେ ସ୍ବତନ୍ତ୍ର ଟିମ୍

ରାଉରକେଲା,୧ା୬(ଏସଏସନିଉଜ)ରାଉରକେଲାରେ ପହଞ୍ଚିଲା ସ୍ବତନ୍ତ୍ର ମେଡିକାଲ ଟିମ୍ ।ସରକାରୀହସ୍ପିଟାଲରେ ପହଞ୍ଚିଲେ ୩ ଜଣିଆ ଡାକ୍ତରୀ ଟିମ୍ ।ଅସ୍ବାଭାବିକ ମୃତ୍ୟୁକୁନେଇ ତଦନ୍ତ କରିବ ୩ ଜଣିଆଟିମ୍ ।ରାଉରକେଲାରେ ଦିନକରେ ୧୦ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି । ଅସ୍ବାଭାବିକ ମୃତ୍ୟୁର ତଦନ୍ତ ଚାଲିଛି ।ଅସ୍ବାଭାବିକ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅସ୍ବାଭାବିକ ମୃତ୍ୟୁ ହିଟ୍‌ୱେଭ୍ ନାଁ ଅନ୍ୟ କାରଣରୁ ତଦନ୍ତ ଚାଲିଛି ।ସ୍ଥାନୀୟ ଅଧିକାରୀ ତଦନ୍ତ କରି ଏସଆରସିଙ୍କୁ ରିପୋର୍ଟ ଦେବେ ।ଅନ୍ୟପଟେ ପିକ୍ ଟାଇମରେ ବାହାରକୁ ନବାହାରିବାକୁ […]

ଛୁରାମାଡ଼ କରି ଲୁଟିଲେ

ବୌଦ୍ଧ,୧ା୬(ଏସଏସନିଉଜ) ଲୁଟ୍ ବେଳେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ଘର ମାଲିକ ମୃତ୍ୟୁବରଣ କରିଛି ।ସୁବର୍ଣ୍ଣପୁରରୁ ବୁର୍ଲା ସ୍ଥାନାନ୍ତର ବେଳେ ବାଟରେ ଚାଲିଯାଇଛି ଜୀବନା ବାଉଁଶୁଣୀଥାନା ବାଦିକଟାଗାଁରେ ଘରେ ପଶି ଛୁରାମାଡ଼ କରିଥିଲେ ଦୁର୍ବୁତ ।ଲୁଟ୍ ବେଳେ ଘର ମାଲିକ ଦେଖିଦେବାରୁ ଛୁରାମାଡ଼ କରିଥିଲେ । ୩ରୁ ୫ଦୁର୍ବୃତ୍ତ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।  

ନାକଚଣାଦ୍ୱାର ନିକଟରେଅଗ୍ନିକାଣ୍ଡ

ପୁରୀ,୧ା୬(ଏସଏସନିଉଜ) ଗୁଣ୍ଡିଚାମନ୍ଦିର ନାକଚଣାଦ୍ୱାର ନିକଟରେ ଅଗ୍ନିକାଣ୍ଡାନାକଚଣା ଦ୍ୱାର ନିକଟ ଅଳିଆ ଗଦାରେ ଅଗ୍ନିକାଣ୍ଡ ହୋଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।କେହି ଦୁର୍ବୃତ୍ତ ଏହି ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।ଭୋର୍ ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି ।

ପୁସ୍ତକପ୍ରେମୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର୩୧।୫(ଏସଏସନିଉଜ) ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ।ସିକ୍ରେଟ୍‌ସ ଅଫ୍‌ ଶିମିଳିପାଳ’ ଓ ‘ଆରିଏନ୍ସ’ ପୁସ୍ତକ କିଣିଲେ।ଦୁଇ ପୁସ୍ତକ କିଣି ୨ ହଜାର ୫୦୦ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ।ବହି କିଣିବା ପରେ ଛୋଟ ଝିଅ ସହ ସେଲ୍‌ଫି ନେଲେ।ପ୍ରଚାର ପରେ ରିଲାକ୍ସ ହେବାକୁ ବହି କିଣିଲି ବୋଲି କହିଲେ ନବୀନ।

ଆଜି ଶେଷ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର,୧।୬(ଏସଏସନିଉଜ)ଆଜି ଶେଷ ପର୍ଯ୍ୟାୟ ମତଦାନ।୬ସଂସଦୀୟକ୍ଷେତ୍ର ଓ ୪୨ ବିଧାନସଭାଆସନରେ ହେବ ମତଦାନ।ଭୋଟ ଦେବେ ୯୯ ଲକ୍ଷ ୬୧ହଜାର ଭୋଟର। ଏଥିପାଇଁ ୧୦ହଜାର ୮୮୨ ବୁଥ୍ କରାଯାଇଥିବା ବେଳେ ୭୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।ଏହି ପର୍ଯ୍ୟାୟରେ ୪୬୦ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୩୬ ହଜାର ପୋଲିସ।କେନ୍ଦ୍ରାପଡ଼ା,ଜଗତସିଂହପୁର, ଯାଜପୁର, ବାଲେଶ୍ବର,ଭଦ୍ରକ,ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହି ୬ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ମୋଟ ୪୨ବିଧାନସଭା ଆସନରେ ହେବ ମତଦାନ।

ଟୁଙ୍ଗୁର ଭୋଳଙ୍କ ସମେତ ୧୧ ଗିରଫ

ମେଣ୍ଢାଶାଳ,୩୧।୫(ଏସଏସନିଉଜ)କୋଟିଏ ଟଙ୍କାର ପାଇପ ଚୋରି ଅଭିଯୋଗରେ ଚନ୍ଦକା ପୁଲିସ ଟୁଙ୍ଗୁର ସମେତ ୧୧ ଅଭିଯୁକ୍ତ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।ଏମାନେ ହେଉଥିବା ପାଣି ପାଇପ ଲାଇନ କାମରେ ବ୍ୟବହୃତ ପାଇପ ନେଇ ରାଜ୍ୟ ବାହାରକୁ ଚାଲାଣ କରନ୍ତି।ଖୋର୍ଦ୍ଧା, କଟକ, ରାୟଗଡା,କନ୍ଧମାଳରେ ପାଇପ ଚୋରି କରିଥିବାର ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଇଛି।ଏମାନଙ୍କ ଗ୍ୟାଙ୍ଗର ସଦସ୍ୟମାନଙ୍କ ମଧ୍ୟରୁ କିଏ ଚୋରି କରିବସ୍ତାନ,କିଏ ପରିବହନ,କିଏ ନକଲି କାଗଜପତ୍ର କରିଥାନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି।ପୋଲିସ ସେମାନଙ୍କଠାରୁ […]

ଆଜିର ରାଶିଫଳ

ଜୁନ୍ ମାସ ୦୧ତାରିଖ୨୦୨୪ ମସିହା(ଶନିବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ନବମୀ ଦିବା ଘ୦୭/୪୫ଗତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୩୭, ଯୋଗିନୀ ପୂର୍ବେ ଦିବା ଘ୦୭/୪୫ଗତେ ଉତ୍ତରେ, ଦଶମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଅଦ୍ୟ ମୃତେ ଦ୍ଵିପାଦଦୋଷ ପ୍ରା ଘ୦୫/୪୩ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୬/୪୮ମଧ୍ୟେ ଓ ଘ୦୪/୪୦ଗତେ ଘ୦୬/୨୦ମଧ୍ୟେ,ବାରବେଳା – ଦିବା ଘ୦୧/୨୪ ଗତେ ଘ୦୩/୦୩ ମଧ୍ୟେ,ବିଶୁଦ୍ଧଅମୃତ ବେଳା- ଦିବା ଘ୦୩/୦୪ଗତେ ଘ୦୪/୩୯ ମଧ୍ୟେ ଓ ରାତ୍ରି ଘ୦୭/୦୮ଗତେ ଘ୦୭/୫୫ ମଧ୍ୟେ ଓ ଘ୧୧/୫୫ […]

କାଲି ନିଖୋଜ ,ଆଜି ଉଦ୍ଧାର

ବାରଙ୍ଗ, ୩୧।୫(ଏସଏସନିଉଜ) ନରାଜ ଗ୍ରାମ ନିକଟସ୍ଥ କାଠଯୋଡି ନଦୀରେ ଗତକାଲିଠାରୁ ନିଖୋଜ ଥିବା ଅନିଲଙ୍କ ମୃତଦେହକୁ ଶୁକ୍ରବାରଦିନ ଉଦ୍ଧାର ହୋଇଛି ।ଆଜି ସକାଳୁ ନଦୀରେ ଭାସୁଥିବାର ଖବରପାଇ ଅଗ୍ନିଶମ ବାହୀନି ପହଁଚି ପାଣିଭିତରୁ ମୃତଦେହକୁ ଉଦ୍ଧାର କରିଥିଲା ।ମୃତଯୁବକ ହେଉଛନ୍ତି । କଟକଲାଲବାଗ ଥାନା ଅଧିନ କାଳିଗଳି ବୁଢି ଠାକୁରାଣୀ ଅଂଚଳର ଅନିଲ କୁମାର ସେଠୀ(୧୮)ାଗତକାଲି ସାଙ୍ଗମାନଙ୍କ ସହ କାଠଯୋଡି ନଦୀକୁ ଗାଧେଇାବାକୁ ଆସିଥିଲେ । ଅନିଲ ପ୍ରଥମେ ନିଜର ପ୍ୟାଟ ସାର୍ଟ ଖୋଲି ଉପରେ ରଖି […]