Browsing author

SATYA SANDHANA DESK

କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ରାସ୍ତାରୋକ

ଭୁବନେଶ୍ୱର,୧।୬(ଏସଏସନିଉଜ) କଟକ-ଭୁବନେଶ୍ବର ରାସ୍ତାର ରଘୁନାଥପୁର ଗାଁମୁଣ୍ଡରେ ଶବରଖି ସୋମବାର ରାତିରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ।କାଲି ରାତିରେ ଏକ କାର ଧକ୍କାରେ ରଘୁନଥପୁରଗ୍ରାମ ଶବରସାହିର ପଞ୍ଚାନନ ନାୟକ(୪୫)ଙ୍କର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମେଡିକାଲରେ ମୃତ୍ୟୁ ଘଟିଥିଲା।ମୃତକପରିବାରକୁ କ୍ଷତିପୂରଣ ଦାବିରେ ଶବ ରଖି ପରିବାର ସହ ସ୍ଥାନୀୟ ଲୋକ ସୋମବାର ରାତିରେ ରଘୁନାଥପୁର ଗାଁମୁଣ୍ଡରେ ରାସ୍ତା ଅବରୋଧ କରିଥିଲେ।ରାସ୍ତାଟି କଟକ- ଭୁବନେଶ୍ବରକୁ ସଂଯୋଗ କରୁଥିବାରୁ ଶହଶହ ଗାଡ଼ି ଅଟକି ରହିଥିଲା।ନନ୍ଦନ କାନନ ଥାନା ପୋଲିସ ଆସି ବୁଝାସୁଝା କରିବା ସହ […]

ପୁଣି ପୋଲିସର ଥାର୍ଡ ଡିଗ୍ରି!

ଭୁବନେଶ୍ୱର,୧।୬(ଏସଏସନିଉଜ)ପୋଲିସ ମାଡ଼ରେ ପୁଣି ଜଣକଙ୍କ ମୃତ୍ୟୁ ଅଭିଯୋଗ ଆସିଛି।କବିସୂର୍ଯ୍ୟନଗର ଥାନା ପୋଲିସ ନାମରେ ଅଭିଯୋଗ ହୋଇଛି।ଅଟକ ଯୁବକକୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଆସିଛି।ମେଡିକାଲରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ଘର ସୁବୁଳିଆ ଗାଁରେ ହୋଇଥିବା ବେଳେ ଗତକାଲି ଯୁବକଙ୍କୁ ଥାନାକୁ ଆଣିଥିଲା ପୋଲିସ।ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।କବିସୂର୍ଯ୍ୟନଗର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର।ଆଇଜିଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଏସପିଙ୍କୁ ତଦନ୍ତ […]

ମାଛ ମାର୍କେଟରେ ଲାଗିଲା ନିଆଁ

କଟକ,୧।୫(ଏସଏସନିଉଜ)କଟକ ପ୍ରେସଛକଠାରେ ଥିବା ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଛ ମାର୍କେଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭି ନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଆସି ଘଟଣାସ୍ଥଳରେ ପହଂଚିଛନ୍ତି। ପାଖାପାଖି ୧୫ ରୁ ଊର୍ଦ୍ଧ୍ବ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି।ମାଛମାର୍କେଟ ସହ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅନ୍ୟ ଗୋଟିଏ ବଡ଼ ଗୋଦାମ ଗୃହ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର […]

ବଦଳିଲେ ବାରଙ୍ଗ ଆଇଆଇସି

କଟକ,୩୧।୫(ଏସଏସନିଉଜ) ବହୁ ବାଦ ବିବାଦ ପରେ ବଦଳିଛ୍ଚନ୍ତି ବାରଙ୍ଗ ଥାନା ଅଧିକାରୀ ନିରଞ୍ଜନ ବେହେରା।ତାଙ୍କୁ କଟକ ଡିସିପି ଅଫିସ୍‌କୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ପୁରୀଘାଟ ଥାନା ଅଧିକାରୀ ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାର ଜଣାପଡିଛି।ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରାଙ୍କୁ ପୁଲିସ ଗତ ୨୪ ତାରିଖରେ ଥାର୍ଡଡିଗ୍ରୀ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ।ଏହି ଘଟଣାକୁ ଚପାଇ ଦେବାକୁ ପୁଲିସ ପକ୍ଷରୁ ଉଦ୍ୟମ କରାଯାଇଥିବା ବେଳେ ନ୍ୟାୟ ପାଇବା ପାଇଁ ଗ୍ରାମବାସୀମାନେ ବାରଙ୍ଗ […]

ଅଧା ରହିଗଲା ରୋଷେଇ,ପଛପଟୁ ଧକ୍କା ଦେଲା କାର

ଭୁବନେଶ୍ୱର,୩୧।୫(ଏସଏସନିଉଜ)ଦୋକାନରୁ ଚାଉଳକିଣି ଘରକୁ ଫେରୁଥିବା ବେଳେ ସାଇକେଲଆରୋହୀଙ୍କୁ ପଛରୁପିଟିଲା ଦୃତଗାମୀକାର।ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମ ନିକଟ ଦୂଲ୍ଲାଦେଈ ଛକରେ ରବିବାର ରାତିରେ ହୋଇଛି ଦୁର୍ଘଟଣା। ଦୁର୍ଘଟଣାରେ ସାଇକେଲଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟଗୁରୁତର ହୋଇଛନ୍ତି।ଗୁରୁତର ବ୍ୟକ୍ତି ଜଣକ ହେଲେ ରଘୁନାଥପୁରଗ୍ରାମ ସବରସାହିର ପଞ୍ଚାନନନାୟକ ଓ ଆହତ ବ୍ୟକ୍ତି ହେଉଛନ୍ତି ବେହେରା।ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ନନ୍ଦନକାନନଥାନା ପୋଲିସ ପହଞ୍ଚି କାର ଓ ସାଇକେଲ ଜବତକରି କାର ଚାଳକଙ୍କୁ ଥାନାରେ ଅଟକ ରଖି […]

ଆଜିର ରାଶିଫଳ

ଜୁନ୍ମାସ ୦୧ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ, ତିଥି-ପ୍ରତିପଦ ଦିବାଘ୦୪/୪୮ଗତେ ଦ୍ୱିତୀୟା,ନକ୍ଷତ୍ର-ଜ୍ୟେଷ୍ଠା ରାତ୍ରି ଘ୦୮/୦୨ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୦୭,ଯୋଗିନୀ ପୂର୍ବେ ଦିବା ଘ୦୪/୪୮ଗତେ ଉତ୍ତରେ,ମିଥୁନରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୪/୪୮ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୪୫ଗତେ ଘ୦୮/୨୬ ମଧ୍ୟେ,ବାରବେଳା-ଦିବା ଘ୦୩/୦୧ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୮/୨୭ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୦୯/୩୦ଗତେ ଘ୧୨/୪୦ମଧ୍ୟେ ଓ ରାତ୍ରି ଘ୦୨/୧୯ଗତେ ଘ୦୩/୫୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୦୪/୪୨ଗତେ ଘ୦୫/୧୩ ମଧ୍ୟେ,ଅଦ୍ୟ ପାଣିକଖାରୁ ଦିବା ଘ୦୪/୪୮ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ। […]

ବଦଳିଲେ ବାରଙ୍ଗ IIC

କଟକ,୩୧।୫(ଏସଏସନିଉଜ)ବହୁ ବାଦ ବିବାଦ ପରେ ବଦଳିଛ୍ଚନ୍ତି ବାରଙ୍ଗ ଥାନା IIC ନିରଞ୍ଜନ ବେହେରା।ତାଙ୍କୁ କଟକ ଡିସିପି ଅଫିସ୍‌କୁ ବଦଳି କରାଯାଇଛି।ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା।ତାଙ୍କ ସ୍ଥାନରେ ପୁରୀଘାଟ ଥାନା IIC ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ IIC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାର ଜଣାପଡିଛି।ଗତ କାଲି ବାଙ୍କୀ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନହେଲେ ଆଇନକୁ ହାତକୁ ନେବାକୁ ପୋଲିସକୁ ଚେତାବନୀ ଦେଇଥିଲେ।

ଆଜିର ରାଶିଫଳ

ମଇମାସ ୩୧ତାରିଖ ୨୦୨୬ମସିହା(ରବିବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷତିଥି- ପୂର୍ଣ୍ଣିମା ଦିବା ଘ୦୨/୧୮ ଗତେ ପ୍ରତିପଦ,ନକ୍ଷତ୍ର-ଅନୁରାଧା ଦିବା ଘ୦୪/୫୭ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୪୭,ଯୋଗିନୀ ବାୟବ୍ୟେ ଦିବାଘ୦୨/୧୮ଗତେ ପୂର୍ବେ ,ମେଷରାଶିର ଘାତବାର ,ପୂର୍ଣ୍ଣିମାର ଏକୋଦିଷ୍ଟ ଶ୍ରାଦ୍ଧ ,ମୃତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା- ଦିବା ଘ୧୦/୦୫ଗତେ ଘ୦୧/୨୨ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୮ଗତେ ଘ୦୯/୧୩ ମଧ୍ୟେ ଓ ଘ୦୧/୨୩ ଗତେ ଘ୦୨/୦୦ମଧ୍ୟେ ଓ ରାତ୍ରି ଘ୦୭/୫୫ଗତେ ଘ୧୧/୦୭ମଧ୍ୟେ.ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୨/୩୮ ଗତେ ଘ୦୪/୨୬ମଧ୍ୟେ ,ଅଦ୍ୟ ଆମିଷ ଦିବା ଘ୦୨/୧୮ଗତେ ପାଣିକଖାରୁ […]

ଅଧିନାୟକ ପଦରୁ ଓହରିଲେ ପନ୍ତ

ଭୁବନେଶ୍ୱର,୨୯।୫(ଏସଏସନିଉଜ)ଆଇପିଏଲ୍‌ରେ ଅଧିନାୟକ ପଦରୁ ଓହରିଲେ ରିଷଭ ପନ୍ତ।ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡ଼ିଲେ ପନ୍ତ।ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ।୧୪ ମ୍ୟାଚର ୧୩ ଇନିଂସରେ ମାତ୍ର ୩୧୨ ରନ ସ୍କୋର କରିଥିଲେ ପନ୍ତ।୨୦୨୫ ଅକ୍ସନରେ ଆଇପିଏଲ ଇତିହାସର ମହଙ୍ଗା ଖେଳାଳି ଥିଲେ ପନ୍ତ।୨୭ କୋଟି ଟଙ୍କାରେ ପନ୍ତଙ୍କୁ କିଣିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ।

ଥାନାରେ ନିର୍ଯାତନା ଦିଆଯାଇନି- କଟକ ଡିସିପି

କଟକ,୨୯।୫(ଏସଏସନିଉଜ)ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣାରେ ରାକେଶ ଏକାଧିକ ରୋଗରେ ପୀଡ଼ିତ ଅଛନ୍ତି ବୋଲି କହିଲେ କଟକ ଡିସିପି।ଥାନାରେ କୌଣସି ନିର୍ଯାତନା ଦିଆଯାଇନି।ରାକେଶ ଏକାଧିକ ରୋଗରେ ପୀଡ଼ିତ ରହିଛି।କିଡ୍‌ନୀ ଓ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ ଅଛନ୍ତି ରାକେଶ।ଥାନା ପରିସରରେ ନିର୍ଯାତନାର କୌଣସି ପ୍ରମାଣ ମିଳିନାହିଁ।ଥାନା ପରିସରରେ ଥିବା ସିସିଟିଭି ଯାଞ୍ଚକରାଯିବ ବୋଲି କହିଛନ୍ତି କଟକ ଡିସିପି।ଥାନାକୁ ଡକାଯିବାର ୨୪ଘଣ୍ଟା ପରେ ଆମେ ଛାଡ଼ି ଦେଇଥିଲୁ। ଗଳିତ ମୃତଦେହ ଚିହ୍ନଟ ପାଇଁ ଥାନାକୁ ଡାକିଥିଲୁ, ସେହିଦିନ […]