୨୦୨୬ ମସିହା,ଜୁଲାଇମାସ,୧୩ତାରିଖ,ସୋମବାର, ଅଣବସର ଚତୁର୍ଦ୍ଦଶୀ, ଘଣାଲାଗି,ଚନ୍ଦ୍ରମହାଗ୍ରହଜୟନ୍ତୀ,ଅଶୁଦ୍ଧକାଳ, (ବୃହସ୍ପତି ବୃଦ୍ଧ), ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ, ବେଢାପରିକ୍ରମା,ଅମାବାସ୍ୟର ନଷ୍ଟ ଚନ୍ଦ୍ରୋପବାସ, ନିଶାପାଳନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୮/୫୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/୫୪,ଆଷାଢ଼ମାସ,କୃଷ୍ଣପକ୍ଷ,ଚ଼ନ୍ଦ୍ରବାସ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୭/୧୮ମିପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ।ଧ୍ରୁବଯୋଗ ସନ୍ଧ୍ୟା ଘ୫/୩୧ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟାଘାତଯୋଗ,କରଣ-ବିଷ୍ଟିକରଣ ଦିବା ଘ୯/୮ମି ପର୍ଯ୍ୟନ୍ତ ତଦନ୍ତେ ଶକୁନୀକରଣ ରାତ୍ରି ଘ୭/୧୮ମିପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ,ରାତ୍ରି ଘ୭/୧୮ମିପରେ ଐଶାନ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ରବିଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।
ଚନ୍ଦ୍ରଶୁଦ୍ଧି- ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର ।ଘାତବାର–ମିଥୁନ ରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ପ୍ରାତଃ ଘ୬/୪୫ମି ପରେ ୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୩/୫୧ମି ପରେ ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ବ୍ରୀହି(ବିରି)ରାତ୍ରି ଘ୭/୧୮ମିପରେ ଆମିଷ ଭକ୍ଷଣ ନିଷେଧ।ଅଶୁଭବେଳା—(କାଳବେଳା)ଦିବା ଘ୭/୦ମିରୁ ଘ୮/୩୮ମିପର୍ଯ୍ୟନ୍ତ ।
(ବାରବେଳା)ଦିବା ଘ୩/୮ମିରୁ ଘ୪/୪୬ମିପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧୦/୩୧ମି ରୁ ଘ୧୧/୫୩ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ଦିବା ଘ୮/୩୨ମି ରୁ ଘ୧୦/୮ମିମଧ୍ୟେ,ରାତ୍ରି ଘ୯/୩୭ମିରୁ ଘ୧୨/୪୯ମି ମଧ୍ୟେ, ଘ୨/୨୫ମି ରୁ ଘ୪/୧ମିପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା)ରାତ୍ରି ଘ୪/୪୮ମି ରୁ ରାତ୍ରିଶେଷ ଘ୫/୧୯ମିପର୍ଯ୍ୟନ୍ତ ।ପୁଷ୍କରଦୋଷ-ମୃତବ୍ୟକ୍ତିଙ୍କ ରାତ୍ରି ଘ୩/୫୧ମି ପରେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ,ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତିବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ଶ୍ରୀମତୀ(ଶୁଭ)କନ୍ୟାର ପ୍ରାତଃଘ୬/୪୫ମି ପରେ ରାତ୍ରି ଘ୩/୫୧ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ,ଫଳଂ ସ୍ତ୍ରୀ ବିଧବା,ଘୃତତାମ୍ରପାତ୍ର, ରକ୍ତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ,ରାତ୍ରି ଘ୩/୫୧ମି ପରେ ବନ୍ଧ୍ୟା । କନ୍ୟାର ରାତ୍ରି ଘ୭/୧୮ମି ପର୍ଯ୍ୟନ୍ତ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ) ।ଶୁଭକର୍ମ-ନାସ୍ତି ।
🐐ମେଷ👉ଆଜି କେନ୍ଦ୍ରରେ ବୁଧ ଓ ବୃହସ୍ପତିଙ୍କ ଯୋଗୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ।ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।ଗୃହ ମରାମତି,ଭୂମିକ୍ରୟ, ଯାନ୍ତ୍ରିକ ଜିନିଷ ପ୍ରଭୃତିକୁ କେନ୍ଦ୍ରକରି କଳହ ଦେଖାଦେଇପାରେ।ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।
🐂ବୃଷ👉ପାପଗ୍ରହଯୁକ୍ତ ଚନ୍ଦ୍ରଙ୍କ କାରଣରୁ ସମ୍ପର୍କୀୟଙ୍କ ସହିତ ସୁସମ୍ପର୍କ ରହି ନ ପାରେ। ମୂଲ୍ୟବାନଦ୍ରବ୍ୟ ନଷ୍ଟହେବାରୁ ପରିବାରସଦସ୍ୟଙ୍କ ଉପରେ କ୍ରୋଧାନ୍ବିତ ହୋଇପାରନ୍ତି।ଦୂରାଗତ ବନ୍ଧୁଙ୍କ ସହ ଦେଖାହୋଇପାରେ।ଶାସ୍ତ୍ରାନୁଶୀଳନ, ସାହିତ୍ୟଚର୍ଚ୍ଚା,ସଙ୍ଗୀତ,ସାମ୍ବାଦିକତା,ସଭାସମିତି ଓ ଅନୁଷ୍ଠାନରୁ ସଫଳତା ହାସଲ କରିବେ।
👩❤️👨 ମିଥୁନ👉ରାଶିରେ ରବିଙ୍କଅବସ୍ଥିତି କାରଣରୁ ବନ୍ଧୁଙ୍କ ସହାୟତାରେ ଅଟକିଥିବା କାମ ପୂର୍ଣ୍ଣାଙ୍ଗ କରିିବେ। ଛୋଟକଥାରୁ ପରିବାରରେ ବିତର୍କ ଲାଗିପାରେ।କର୍ମକ୍ଷେତ୍ରରେ ବନ୍ଧୁସମ୍ପର୍କ ଯୋଡିବାର ଚେଷ୍ଟା କଲେ ଉପକୃତ ହେବେ। ଶିଳ୍ପ,ବାଣିଜ୍ୟକ୍ଷେତ୍ରରେ ଅସୁବିଧା ନହେଲେ ମଧ୍ୟ ଅଯଥା ଆଶଙ୍କା କରି ମନ ଅସ୍ଥିର ରହିପାରେ।
🦀କର୍କଟ👉ଅଷ୍ଟମଭାବରେ ରାହୁଯୁକ୍ତ ଚନ୍ଦ୍ର ହେତୁ ଧନହାନି ଓ କଳହଜନିତ ମନ ଭଲ ରହିବନାହିଁ।ଜମିଜମା କିମ୍ବା ଯାନ୍ତ୍ରିକ ଉପକରଣ କ୍ରୟ ସକାଶେ ମନ ବଳାଇପାରନ୍ତି। ବହୁତଦିନର ଚେଷ୍ଟା ସଫଳହେବାରେ ଜଣେ ଅଜଣାବ୍ୟକ୍ତି ସାହାଯ୍ୟ କରିବେ।ଶିଳ୍ପ,ବ୍ୟବସାୟ,ପରିବହନ, ସଭାସମିତି,ଆଇନଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ।
🦁 ସିଂହ👉ଆଜି କର୍ମାଧିପ ପାପଗ୍ରହଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱାମତ୍କ ଖବର ମନକୁ ଅସ୍ଥିର କରିପାରେ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆମତ୍ୀୟମାନେ କଡାସମାଲୋଚନା କରିପାରନ୍ତି। ଅଭାବ ଲାଗି ରହିଥିଲେ ମଧ୍ୟ କୈାଣସି କାମ ସ୍ଥିରୀକୃତ ନହେବା କାରଣରୁ ମନରେ ଉଦ୍ବେଗ ଭରି ରହିବ।
🧕କନ୍ୟା👉ନୀଚ୍ଚାରୋହୀ ଶୁକ୍ର ପାପଗ୍ରହକେତୁ ଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ଅନ୍ୟର କଥାକୁ ସହଜରେ ଗ୍ରହଣ କରିପାରିବେନାହିଁ। ପରିବାର ସଦସ୍ୟଙ୍କ ଭାବର ଆଦାନପ୍ରଦାନ ମଧ୍ୟରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମ ମନକୁ ଜମା ନ ପାଇବା ଫଳରେ ମାନସିକ ଅସ୍ଥିରତା ବୃଦ୍ଧିପାଇବ।
⚖️ତୁଳା👉ଆଜି ଯାହା ପାଇବାକୁ ଇଚ୍ଛାକରୁଛନ୍ତି ସାମାନ୍ୟ ଚେଷ୍ଟାରେ ତାହା ପାଇଯିବେ। ପାରିବାରିକ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟକରିବାକୁ ପଛେଇ ଯାଇପାରନ୍ତି।କଚେରି ମାମଲା, ଅସମ୍ପୂର୍ଣ୍ଣ କାମ,ବନ୍ଧୁଙ୍କ ସହ ଭୁଲ୍ ବୁଝାମଣାଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ।
🦂ବିଛା👉ଚନ୍ଦ୍ରଙ୍କସହ ରାହୁଯୁକ୍ତ ହୋଇଥିବାରୁ ଆଜି ପ୍ରତ୍ୟେକକ୍ଷେତ୍ରରେ ଅସ୍ଥିରତା ମଧ୍ୟରେ ସଫଳତା ପାଇବେ।ପ୍ରଶାସନ,ପ୍ରକାଶନ,ପରିବହନ, ବ୍ୟବସାୟ,ବାଣିଜ୍ୟ ଓ ନିର୍ମାଣକ୍ଷେତ୍ରରେ କୈାଣସି ଅସୁବିଧା ରହିବନାହିଁ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହେବାରୁ ଦୁଃଖପ୍ରକାଶ କରିବେ।
🏹ଧନୁ👉ତୃତୀୟସ୍ଥାନର ଅଶୁଭତ୍ୱ କାରଣରୁ ଭୁଲ୍ ବୁଝାମଣାଜନିତ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହିନପାରେ।ଆଜିର ଯାତ୍ରା, ବାଣିଜ୍ୟ, କଚେରି ମାମଲା ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।ଆର୍ଥିକ ଦୁରବସ୍ଥା କାରଣରୁ ଧାରକରଜ ବଢିବା ସହ କେତେକକାମ ସ୍ଥଗିତ ରହିଯିବ। ଲେଖାପଢା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ।
🐊ମକର👉ସପ୍ତମକେନ୍ଦ୍ରରେ ବୃହସ୍ପତିଙ୍କସହିତ ବୁଧଙ୍କ ସ୍ଥିତି ବନ୍ଧୁଙ୍କ ସାହାଯ୍ୟରେ କାର୍ଯ୍ୟ ହାସଲ କରାଇବ। କର୍ମକ୍ଷେତ୍ରରେ ଆର୍ଥିକଅଭାବ ଦେଖାଦେବ। ନିର୍ମାଣାଧୀନକାମ,ବନ୍ଧୁଙ୍କ ନିମନ୍ତ୍ରଣ,ଦୂରଯାତ୍ରା,ଜମିଜମା ଆଲୋଚନା ଅମୀମାଂସିତ ରହିଯାଇପାରେ।ବ୍ୟବସାୟିକସ୍ଥିତି ଭଲ ରହିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶଂସିତ ହେବେ।
🏺କୁମ୍ଭ👉ରାହୁ ଓ କେତୁଙ୍କ କୁପ୍ରଭାବରେ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟହାନି ମାନସିକ ଅସ୍ଥିରତାର କାରଣ ହେବ। ସାମୟିକ ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଚେଷ୍ଟା କଲେ ଉପକାର ମିଳିବ। ଆଜିର ପ୍ରତ୍ୟୁଷ ଯାତ୍ରା,ନିର୍ମାଣ,ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ମନ୍ଦ ହେବନି।
🐟ମୀନ👉ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ରାଶିରେ ଶନିଙ୍କ ସ୍ଥିତି ହେତୁ ଯେତେ ଭଲକାମକଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିପାରନ୍ତି। ଆନୁଷ୍ଠାନିକ କାମ,ସଭାସମିତି,କଳା,ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିଟା ସମସ୍ୟା ସୃଷ୍ଟିହେବ। ପୂର୍ବବିବାଦକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ଦ୍ୱାରା ଉପେକ୍ଷିତ ହୋଇପାରନ୍ତି।
🕉️ନୀତିବାଣୀ🕉️
ବ୍ରାହ୍ମଣ”ନିନ୍ଦିଲେ, ପୁତ୍ର ହାନୀ ହୁଏ
ଗୁରୁ” ନିନ୍ଦାରେ ଅଜ୍ଞାନୀ,
ମାତାକୁ ନିନ୍ଦିଲେ ,ହୁଏ ମହାକ୍ଲେଶୀ
କହିଛନ୍ତି ମହାମୁନି।
ସମୟସହିତ ତାଳଦେଇ ଚାଲିବା ସୂର୍ଯ୍ୟଙ୍କଠାରୁ ଶିଖିବା।
ଅନେକଲୋକଙ୍କ ସହ ମିଶି ଭୁଲ୍ ରାସ୍ତାରେ ଯିବାଅପେକ୍ଷା ଏକା ହେଲେ ବି ସଠିକ୍ ରାସ୍ତାରେ ଯିବା ଉଚିତ୍।Worldର ସବୁଠାରୁ ବଡ଼ Dustbin ହେଉଛି ମଣିଷରମନ,ଯଦି ମନ ପରିଷ୍କାର ରୁହନ୍ତା ତାହେଲେ ପୁରା Life ଟା ସୁନ୍ଦର ରୁହନ୍ତା।