ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୯ ତାରିଖ, ବୁଧବାର ।  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ, ଅନ୍ନପ୍ରଥା, ଦ୍ବାପର ଯୁଗାଦିଶ୍ରାଦ୍ଧ, ସ୍ବାମୀ ଚିଦାନନ୍ଦଙ୍କର ପୁଣ୍ୟତିଥି, ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ାପରିକ୍ରମା ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୨୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୧/୨୪ଭାଦ୍ରବମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ତ୍ରୟୋଦଶୀ ଦିବା ଘ୧୨/୪୬ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ନକ୍ଷତ୍ର- ଅଶ୍ଳେଷା ନକ୍ଷତ୍ର ଦିବା ଘ୪/୫ମି ପର୍ଯ୍ୟନ୍ତ ତଦନ୍ତେ ମଘାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ଦିବା ଘ୧୨/୪୬ମି ପରେ ପଶ୍ଚିମ ଦିଗରେ । ରିକ୍ତାତିଥି, ବିଷ୍ଟିକରଣ, ପାପମଧ୍ୟଚନ୍ଦ୍ର ପରେ ପାପଯୁକ୍ତ ଦୋଷ ହେତୁ ଯାତ୍ରାନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ, ବୃଷ,କର୍କଟ,ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଦିବା ଘ୪/୫ମି ପରେ ବୃଷ,ମିଥୁନ,ସିଂହ,କନ୍ୟା,ତୁଳା, ବିଛା, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର– ଦିବା ଘ୪/୫ମି ପରେ କର୍କଟ ଓ ମକରରାଶିର ଘାତଚନ୍ଦ୍ର ।ଘାତ ବାର–କର୍କଟ ରାଶିର ଘାତବାର।ତାରାଶୁଦ୍ଧି-୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୪/୫ମି ପରେ ୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଏବଂ ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବାର୍ତ୍ତାକୀ (ବାଇଗଣ), ଦିବା ଘ୧୨/୪୬ମି ପରେ ବ୍ରିହୀ (ବିରି) ଭକ୍ଷଣ ନିଷେଧ ।ଅଶୁଭ ବେଳା—(କାଳବେଳା) ଦିବା ଘ୮/୪୦ମି ରୁ ଘ୧୦/୧୧ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୧୧/୪୨ମି ରୁ ଘ୧/୧୩ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୨/୪୦ମି ରୁ ଘ୪/୯ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୭/୧୧ମି ମଧ୍ୟେ, ଘ୧୨/୨ମି ରୁ ଘ୧/୩୬ମି ମଧ୍ୟେ, ସନ୍ଧ୍ୟା ଘ୬/୪୦ମି ରୁ ଘ୯/୪ମି ମଧ୍ୟେ, ଘ୧/୫୦ମି ରୁ ରାତ୍ରିଶେଷ ଘ୫/୩୬ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ଦିବା ଘ୪/୩ମି ରୁ ଘ୫/୫୧ମି ମଧ୍ୟେ, ରାତ୍ରି ଘ୯/୪ମି ରୁ ଘ୧୦/୪୦ମି ପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତବ୍ୟକ୍ତିଙ୍କ ପୁଷ୍କର ଦୋଷ ନାସ୍ତି ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ବନ୍ଧ୍ୟ,ଦିବା ଘ୪/୫ମି ପରେ ସୁଭଗା । କନ୍ୟାର ସମ୍ବତ୍ସର ଦିବା ଘ୪/୫ମି ପରେ ପାଞ୍ଚମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା । ଦିବା ଘ୪/୫ମି ପରେ ଶୋକାତୁରା । ଘୃତକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ଗୁଡ଼, ତିଳସୁବର୍ଣ୍ଣ, ଗୋଧୂମ ଦାନ କରଣୀୟ । ଦିବା ଘ୧୨/୪୬ମି ଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ଦିବା ଘ୧୨/୩୫ମି ମଧ୍ୟେ ଭାସ୍ବତୀ ମତେ ନିର୍ବନ୍ଧ, ଭୂମିପୂଜା,ଜଳାଶୟଆରମ୍ଭ, ଅନ୍ନପ୍ରାଶନ, ନବାନ୍ନ, ଚୂଡାକରଣ, ବିଦ୍ୟାରମ୍ଭ,ନାମକରଣ, ଦୀକ୍ଷାଗ୍ରହଣ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ରାଜଦର୍ଶନ, ବୃକ୍ଷରୋପଣ(ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)

🐐ମେଷ👉ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ଆକସ୍ମିକ ଭାବରେ ପଡୋଶୀ କିମ୍ବା ସହକର୍ମୀଙ୍କ ମନୋଭାବ ବଦଳିଯିବା କାରଣରୁ ପରିସ୍ଥିତି ମଧ୍ୟ ବଦଳି ଯିବ।

🐂ବୃଷ👉ମୃଗଶିରା ନକ୍ଷତ୍ର ସକାଶେ ଆର୍ଥିକ ସମସ୍ୟା ଦୂରେଇବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି। ଅତୀତର ପରିସ୍ଥିତିକୁ ଯେତିକି ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ସଭାସମିତି, ସଂଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ପଶ୍ଚାନ୍ତେ ଅନୁତପ୍ତ ହେବେ।

👩❤️👨 ମିଥୁନ👉ବନ୍ଧୁଙ୍କଠାରୁ ହାତଉଧାରି ଟଙ୍କା ଆଣି ଆବଶ୍ୟକତାକୁ ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି। ପଡୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ସପକ୍ଷରେ ମତ ପ୍ରଦାନ କରିବାର ଆଶା ରହିଛି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।

🦀କର୍କଟ👉କଠିନ ଶ୍ରମ ଏବଂ ଭ୍ରମଣ ସାଙ୍ଗକୁ ଅନିଦ୍ରାଜନିତ ଶାରୀରିକ କିମ୍ବା ମାନସିକ ଅସୁସ୍ଥତାକୁ ନିମନ୍ତ୍ରଣ କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର ଯାନବାହନ, ଧାତୁ ଅଳଙ୍କାର, ଯାନ୍ତ୍ରିକ ଜିନିଷ, ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କିଛିିନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

🦁 ସିଂହ👉ପୂର୍ବାଫାଲଗୁନୀ ନକ୍ଷତ୍ର ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ଭଲ ରହି ନ ପାରେ। କାମଗୁଡିକ ବହୁତ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିପାରନ୍ତି। କାର୍ଯ୍ୟବ୍ୟସ୍ତ ଯୋଗୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିସରରେ ମଜା ମଉଜ କରିବାକୁ ଅବସର ପାଇବେ ନାହିଁ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।

🧕କନ୍ୟା👉ହସ୍ତା ନକ୍ଷତ୍ର ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ନିଜକୁ କଷ୍ଟ ସ୍ବୀକାର କରିବାକୁ ପଡିପ। ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି। ସଙ୍ଗୀତ, ଚଳଚ୍ଚିତ୍ର ଓ କ୍ରୀଡା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

⚖️ତୁଳା👉ଦୁର୍ଭାବନା ବଢି ଚାଲିବା ହେତୁ ମନ ଓ କାମ ଶୃଙ୍ଖଳିତ ରହିବ ନାହିଁ। ସ୍ବାତୀ ନକ୍ଷତ୍ରର ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡିପାରନ୍ତି। ଫେରନ୍ତା ବାଟରୁ ଆପଣ କହିଥିବା ଜିନିଷଟି ଧରି ବନ୍ଧୁ ନିଶ୍ଚୟ ଆସିବେ। ବ୍ୟବସାୟରେ ଲାଭ ନ ହେଲେ ସୁଦ୍ଧା କ୍ଷତିର ସମ୍ଭାବନା ପ୍ରାୟତଃ ନାହିଁ କହିଲେ ଚଳେ।

🦂ବିଛା👉ପାରିବାରିକ ସମସ୍ୟା ରହିଥିଲେ ମଧ୍ୟ ଦୈନିକ ଜୀବନଚର୍ଯ୍ୟାରେ କାମ ଅଟକିବ ନାହିଁ। ବିବାଦୀୟ ପରିସ୍ଥିତିର ସମାଧାନ ପାଇଁ ଚେଷ୍ଟା କଲେ ସଫଳତା ପାଇବେ। ଜ୍ୟେଷ୍ଠା ନକ୍ଷତ୍ରର ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ସମ୍ପର୍କୀୟ ମାନେ ଉପରେ ଶ୍ରଦ୍ଧା ଦେଖାଇ ଭିତରେ ଚେର କାଟି ପାରନ୍ତି।

🏹ଧନୁ👉ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। ଉତ୍ତରାଷାଢା ନକ୍ଷତ୍ର ପ୍ରଶାସନିକ ସ୍ତରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବେ। ଦୀର୍ଘ ପଥ ଭ୍ରମଣ ସ୍ବାସ୍ଥ୍ୟ ସକାଶେ ବାଧକଜନିତ ଅସୁସ୍ଥତା ଦେଖାଦେବ। ବ୍ୟବସାୟିକ ସଫଳତା ସାଙ୍ଗକୁ ସାମାଜିକ ସ୍ତରରେ ଲୋକପ୍ରିୟତା ବୃଦ୍ଧି ପାଇବ।

🐊ମକର👉ବହୁତ ଦିନରୁ ଦେଖାହୋଇ ନ ଥିବା ବନ୍ଧୁଙ୍କ ସହ ସାକ୍ଷାତ୍‌କାରରୁ ବିଶେଷ ଖୁସି ଅନୁଭବ କରିବେ। ଅନ୍ୟମାନଙ୍କ ସହମତିରେ କାମକରିବା ଫଳରେ କର୍ମକ୍ଷେତ୍ର ରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ। ଶ୍ରବଣା ନକ୍ଷତ୍ରର ଭୁଲ୍‌ ବୁଝାମଣା ସାଙ୍ଗକୁ ବୃଥା ସନ୍ଦେହଜନିତ ପାରିବାରିକ କ୍ଷେତ୍ର ଅସନ୍ତୁଳିତ ରହିପାରେ।

🏺କୁମ୍ଭ👉ଅନ୍ୟମନସ୍କତା କିମ୍ବା ସତର୍କତାର ଅଭାବ ଯୋଗୁ ଅର୍ଥ କିମ୍ବା ଦରକାରୀ କାଗଜପତ୍ର ହଜାଇଦେଇପାରନ୍ତି। ଶତଭିଷା ନକ୍ଷତ୍ର ସକାଶେ ବନ୍ଧୁମାନଙ୍କ ସହମତି ସ୍ଥଗିତ ଯୋଜନାକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ସ୍ଥଗିତ କାର୍ଯ୍ୟ କିମ୍ବା ଆବଶ୍ୟକୀୟ ସାହାଯ୍ୟ, ସହଯୋଗ ପ୍ରତିବେଶୀଙ୍କ ନିକଟରୁ ପାଇବାର ସମ୍ଭାବନା ରହିଛି।

🐟ମୀନ👉ରେବତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଅବହେଳା ଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ପ୍ରିୟବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ବ୍ୟତିକ୍ରମକୁ ସୁଧାରି ନେବାର ପ୍ରଯନତ୍ କରିପାରନ୍ତି। ସାମାଜିକ କ୍ଷେତ୍ର, ବ୍ୟବସାୟିକସ୍ଥିତି, ଗବେଷଣା, ଆଲୋଚନା, ସେବାସଂସ୍ଥା, ରାଜନୀତି ଓ କଳା, ସାହିତ୍ୟରୁ ପ୍ରଶଂସିତ ହେବେ🕉️ ନୀତିବାଣୀ🕉️

କାହାକୁ ବାଧ୍ଯ କରନାହିଁ କି ସେ ତୁମକୁ ମନେ ପକାଉ।କିଛି ଦିନ Silent ହୋଇ ଯାଅ ତା ପରେ ଦେଖ ତାଙ୍କ Life ରେ ତୁମ ପାଇଁ କଣ Value ଅଛି।ଆଜିକାଲି ଦୁନିଆରେ ଖୋଲା ବହି ହୁଅନ୍ତୁ ନାହିଁ କାରଣ ଏଇଟା Time pass ଦୁନିଆ।ଏଠି ସବୁ ପଢ଼ି ସାରିବା ପରେ ଫୋପାଡି ଦେବାକୁ ପସନ୍ଦ କରନ୍ତି।ନା ଅସ୍ତ୍ର ଦ୍ବାରା ମିଳିଥାଏ ନା ଅଧିକାର ଦ୍ବାରା ମିଳିଥାଏ ହ୍ରୁଦୟରେ ସ୍ଥାନ କେବଳ ଆମ ବ୍ଯବହାର ଦ୍ବାରା ମିଳିଥାଏ।

Comments (0)
Add Comment