Browsing author

SATYA SANDHANA DESK

ରାଜେନ୍ଦ୍ରନଗରରେ ବ୍ୟାପିଲା ଜଣ୍ଡିସ୍‌

କଟକ,୭ା୪(ଏସଏସନିଉଜ) କଟକ ପୌରନିଗମର ୫୨ନମ୍ବର ଓାର୍ଡରେ ଦୁଷିତପାଣି ପିଇ ୮୬ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି। ରାଜେନ୍ଦ୍ର ନଗର ମଙ୍ଗଳାମନ୍ଦିର ପୋଷ୍ଟଅଫିସ୍ ଠାରୁ ବିଜୟଲକ୍ଷ୍ମୀମଣ୍ଡପ ପର୍ଯ୍ୟନ୍ତ ଯାଇଥିବା ଟ୍ୟାପ୍ ପାଣି ଏହି ଅଞ୍ଚଳରଲୋକ ବ୍ୟବହାର କରୁଥିବାରୁ ଏହିପାଣି ପିଇ ସେମାନେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଆକ୍ରାନ୍ତଙ୍କସଂଖ୍ୟା ଦିନକୁଦିନ ବଢୁଥିବାର ଅଭିଯୋଗ ହେଉଛି। ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅମୃତପାଣି ଏବେ ଲୋକଙ୍କ ପାଇଁ ବିଷ ହୋଇଛି।

ଏଡିଏମଓଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ

ସୁନ୍ଦରଗଡ଼,୭ା୪(ଏସଏସନିଉଜ) ସୁନ୍ଦରଗଡ଼ ଏଡିଏମଓ ଡାକ୍ତର ପ୍ରକାଶ ବଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଡାକ୍ତର । ଏଡିଏମଓ ନିଜ ଚାମ୍ବର ଭିତରକୁ ନେଇ ଯୌନ ଉତ୍ପୀଡ଼ନ କରୁଥିଲେ ବୋଲି ମହିଳା ଡାକ୍ତର ଜଣଙ୍କ ଥାନାରେ କରିଥିବା ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗ ପରେ ସୁନ୍ଦରଗଡ ଟାଉନ୍ ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ମହାନଦୀରେ ବୁଡ଼ି ଯୁବକ ମୃତ

କଟକ,୭ା୪(ଏସଏସନିଉଜ)କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା । ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି । ଶୁଦ୍ଧି କର୍ମରେ ଗାଧୋଇବା ବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ ।ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲା । –

ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪

ଭୁବନେଶ୍ୱର,୭ା୪(ଏସଏସନିଉଜ) ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪ରେ ଯୋଗଦେଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନାସମ୍ବୋଧନ ଦେଇ କହିଲେ ଓଡ଼ିଶା ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀାସବୁ ଯୋଜନାର ମୁଖ୍ୟଧାର ହେଉଛନ୍ତି ଶ୍ରମିକା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡ଼ିଶାକୁ ସାକାର କରିବେ ଶ୍ରମିକ ବୋଲି କହିଥିଲେ ।

ବଜ୍ରାଘାତରେ ୩ଗୁରୁତର ,ଜଳିଗଲେ୧୫ଛେଳି

ଜଳେଶ୍ବର,୭ା୪(ଏସଏସନିଉଜ) ବଜ୍ରାଘାତରେ ୩ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ ଅଘଟଣ ଘଟିଛି ।୨ଜଣ ପଶ୍ଚିମବଂଗ ଓ ଜଣେ ଓଡ଼ିଶାର ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ଉଦ୍ଧାର କରି ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି ।ସେହିଭଳିଭାବେ ଭଞ୍ଜନଗରର ବଡ଼ଗଡ଼ଥାନା ବାଟଶାସନଗାଁରେ ବଜ୍ରାଘାତ ଘଟି ୧୫ଛେଳି ଜଳିଯାଇଥିବାର ଜଣାପଡିଛି ।ଅନ୍ୟପଟେ ଦିଗପହଣ୍ଡିର ଶୂନପୁର ମେରାଇନ୍ ଥାନାରେ ଅଗ୍ନିକାଣ୍ଡ ଘଟିଛି ।ସର୍ଟସର୍କିଟରୁ ଥାନାରେ ନିଆଁ ଲାଗିଥିବା ସୂଚନା ମିଳିଛି ।ଯାହାଫଳରେ ଥାନା ପରିସରରେ ଥିବା […]

ଶଙ୍ଖ ଧରିଲେ ଲେଖାଶ୍ରୀ ଓ ଗଣେଶ୍ୱର ବେହେରା

ଭୁବନେଶ୍ୱର,୭ା୪(ଏସଏସନିଉଜ) ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀାକିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀାସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ ।ବିଜେଡିରେ ମିଶିଲାପରେ ଲେଖାଶ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇ ନପାରିବାରୁ ଦଳ ଛାଡ଼ିଲି ।ଖୋଲା ହୃଦୟରେ ବିଜେଡିରେ ସ୍ବାଗତ କରିଥିବାରୁ ଧନ୍ୟବାଦ ଦେବା ସହ ଓଡ଼ିଶାର ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି କହିଲେ ।ଏହାସହ ବିକାଶର ଏହି ଯାତ୍ରାରେ […]

୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ

ଜଳେଶ୍ବର,୭ା୪(ଏସଏସନିଉଜ) ରାସ୍ତାରୁ ୩୦ ଫୁଟ୍ ତଳକୁ ଖସିଲା ଭ୍ୟାନ ।ଯାହାଫଳରେ ୫ଜଣ ଆହତ ହୋଇଛନ୍ତି ।ରାଜଘାଟ ଫରେଷ୍ଟ ଚେକ୍ ପୋଷ୍ଟକୁ ପିଟି ରାସ୍ତାରୁ ତଳକୁ ଖସିପଡିଥିଲା ଭ୍ୟାନ୍‌ା୫ଜଣଆହତଙ୍କ ମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଏମାନଙ୍କୁ ଚିକିସ୍‌ାପାଇଁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି ।  

ମାଡ଼ମାରି ଲୁଟିନେଲେ ସୁନା ଅଳଙ୍କାର

ପିପିଲି,୭ା୪(ଏସଏସନିଉଜ) ଶାବଳରେ ଆକ୍ରମଣ କରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ ।ବଳଙ୍ଗା ଥାନା ସରସ୍ବତୀପୁର ଖରିଜା ସାହିରେ ଲୁଟ୍‌ପାଟ୍ ହୋଇଛି ।ଘରେ ପଶି ଆତଙ୍କ ଖେଳାଇଲେ ୪ ଦୁର୍ବୃତ୍ତ ଓ ଘରର ସଦସ୍ୟଙ୍କୁ ମାଡ଼ମାରିଲେ ।ଲୁଟେରାଙ୍କ ଆକ୍ରମଣରେ ୨ଜଣ ହୋଇଥିବା ଗୁରୁତରଆହତଙ୍କୁ ଚିକିସ୍‌ାପାଇଁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।

ଜେଲ ଯିବେ ବୀତିହୋତ୍ର ମହାନ୍ତି

ଭୁବନେଶ୍ୱର,୭ା୪(ଏସଏସନିଉଜ) ପୂର୍ବତନ ହୋମଗାର୍ଡଡିଜି ବିଦ୍ୟାଭୂଷଣମହାନ୍ତିଙ୍କ ପୁଅ ବୀତିଙ୍କୁ ୨ମାସରେ ଆତ୍ମସମର୍ପଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶର ଶୁଣାଣି କରି ନିର୍ଦେଶ ଦିଆଯାଇଛି ।୨୦୦୬ରେ ଜର୍ମାନ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ ହୋଇଥିଲାା୧୩ ଦିନରେ ସଜା ଶୁଣାଇଥିଲେ ଅଲୱାର ଫାଷ୍ଟଟ୍ରାକ କୋର୍ଟ ।  

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍

ବାଲେଶ୍ବର,୭ା୪(ଏସଏସନିଉଜ)୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ଲୁଟ୍ ଅଭିଯୋଗ ହୋଇଛି ।ବାଲେଶ୍ବର ସିଂଲା ଥାନା ନାଇକୁଡ଼ି ଗାଁରେ ଲୁଟ୍ ଘଟଣା ଘଟିଛି ।ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଲୁଟ୍‌ର ଶିକାର ହୋଇଥିଲେ ଦୋକାନୀ ।