Browsing author

SATYA SANDHANA DESK

ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଚଢ଼ାଉ

ଢେଙ୍କାନାଳ .୭ା୪(ଏସଏସନିଉଜ)ଢେଙ୍କାନାଳ ଆଇସିଆଇସିଆଇ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଚଢ଼ାଉ। ଗତକାଲି ଅପରାହ୍ନରେ କ୍ରାଇମବ୍ରାଞ୍ଚ ଏହି ଚଢ଼ାଉ କରିଥିବା ବେଳେ ବ୍ୟାଙ୍କ ମ୍ୟାନେଜର ଓ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିବାର ଖବର ମିଳିଛିାଗତ ସପ୍ତାହରେ ଉପଭୋକ୍ତାଙ୍କୁ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ବ୍ୟାଙ୍କର ୩ କର୍ମଚାରୀଙ୍କୁ ଗିରଫ କରିଥିଲା। ଏକ କୋଟିରୁ ଅଧିକ ଟଙ୍କାର ଠକେଇରେ ସମ୍ପୃକ୍ତି ଥିବା ଅଭିଯୋଗରେ ଡେପୁଟି ମ୍ୟାନେଜର ପ୍ରଶାନ୍ତ କୁମାର ସାହୁ , ଗ୍ରାହକ ସେବା ସମ୍ପର୍କ ଅଧିକାରୀ ସ୍ୱାଗତିକା ସ୍ୱାଇଁ ଓ ତାଙ୍କ ସ୍ୱାମୀ […]

କାରାଗାରରୁ ୨ କଏଦୀ ଫେରାର

କଳାହାଣ୍ଡି,୭ା୪(ଏସଏସନିଉଜ)କଳାହାଣ୍ଡିଜିଲ୍ଲା ମୁଖ୍ୟକାରାଗାର ପାଚେରୀଡେଇଁ ଦୁଇକଏଦୀ ଫେରାର ହୋଇଥିବାର ଖବର ମିଳିଛି। ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର। ଉଭୟେ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଦେଇ ଚମ୍ପଟ ମାରିଥିଲେ ଦୁଇ କଏଦୀ।

ଆଜିର ରାଶିଫଳ

୨୦୨୪ ମସିହା ଅପ୍ରେଲ ମାସ ୭ ତାରିଖ ରବିବାର।ସ୍ମୃହୀଚତୁର୍ଦ୍ଦଶୀ, ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା,ଦିବା ଘ୮/୧୩ମି ମଧ୍ୟେ ଶରଣଂ (ଶେଷ)।ସୁର୍ଯ୍ୟୋଦୟ- ଘ୫/୩୮/୫୪ ,ସୂର୍ଯ୍ୟାସ୍ତ- ଘ୫/୫୯/୧୦ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି- ତ୍ରୟୋଦଶୀ ଦିବା ଘ୭/୫ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀକ୍ଷୟ ରାତ୍ରି ଘ୩/୨୭ମିପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ଦିବା ଘ୭/୫ମି ପରେ ପଶ୍ଚିମଦିଗରେ,ରାତ୍ରି ଘ୩/୨୭ମି ପରେ ଐଶାନ୍ୟକୋଣରେ।ତ୍ର୍ୟହସ୍ପର୍ଶତିଥି, ବିଷ୍ଟିକରଣ,ଶନିମଙ୍ଗଳଯୁକ୍ତ ପରେ ରବିଯୁକ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ମିଥୁନ ଓ ମୀନ ରାଶିର ଏବଂ ଦିବା ଘ୮/୧୩ମିପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର […]

ଓଲଟିଲାଭ୍ୟାନ୍‌

ଗଞ୍ଜାମ,୬।୪(ଏସଏସନିଉଜ)ପିକଅପ୍‌ ଭ୍ୟାନ ଓଲଟି ୨ଦଣ୍ଡୁଆଙ୍କ ମୃତୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।ହିଞ୍ଜିଳିଥାନା ସୋମପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।୧୫ ଆହତଙ୍କ ମଧ୍ୟରୁ ୧୧ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।ପିକଅପ୍‌ ଭ୍ୟାନରେ ଡ୍ରାଇଭରଙ୍କ ସହ ଥିଲେ ୨୨ଜଣ ଦଣ୍ଡୁଆ।ବ୍ରହ୍ମପୁରରୁ କ୍ଷେତ୍ରୀୟ ବ୍ରହ୍ମପୁରକୁ ପିକଅପ୍‌ ଭ୍ୟାନରେ ଯିବାବେଳେ ଦୁର୍ଘଟଣା ଘଟିଥିଲା। ସେହିଁଭଳିଭାବେ ଯାଜପୁରରେ ଟିପ୍ପର ଧକ୍କାରେ ବାଇକ୍‌ ଆରୋହୀ ବାପାପୁଅ ମୃତୁ ହୋଇଛି।ସଦରଥାନା ବରୁହାଁଛକ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା ଟିପ୍ପର।ଦୁର୍ଘଟଣାରେ ଘଟଣାସ୍ଥଳରେ ବାପା […]

କାଲିଠାରୁ ସକାଳ ୬.୩୦ରୁ ସ୍କୁଲ

ଭୁବନେଶ୍ୱର,୬।୪(ଏସଏସନିଉଜ)ଆସନ୍ତାକାଲିଠାରୁ ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ମହଜୁଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ମହାବାରୁଣୀ ଭିଡ଼

ଭୁବନେଶ୍ୱର,୬।୪(ଏସଏସନିଉଜ)ଆଜି ମହାବାରୁଣୀ ପାଇଁ ବିଭିନ୍ନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆଜି ଭୋରୁ ଶ୍ରଦ୍ଧାଳୁମାନେ ପୁଣ୍ୟତୋୟା ବୈତରଣୀ ନଦୀ ଓ ଚିତ୍ରୋତ୍ପଳା ନଦୀ ସମେତ ଅନ୍ୟାନ୍ୟ ନଦୀରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଛନ୍ତି।ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଵ୍ୟଵସ୍ଥାମାନ ଗ୍ରହଣ କରାଯାଇଛି ।

ଘରେପଶି ଯୁବକଙ୍କୁ ହତ୍ୟା!

ପୋଲସରା,୬।୪(ଏସଏସନିଉଜ)ଘରେପଶି ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ତନ୍ଦରାସାହିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ହତ୍ୟା ହୋଇଥିବାବେଳେ କିଏ ଓ କାହିଁକି ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି ।ଖବର ପାଇ ପୋଲିସ ପହଁଚି ତଦନ୍ତ ଆରଂଭ କରିଛି।

ଆଉ ୨୪ଘଣ୍ଟା ହିଟ୍‌ୱେଭ୍‌!

ଭୁବନେଶ୍ୱର,୬।୪(ଏସଏସନିଉଜ)ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍‌ୱେଭ ଜାରି ରହିବା ନେଇ ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା।କଟକ, ଭଦ୍ରକ,ନୟାଗଡ଼, ମୟୂରଭଞ୍ଜ,କଳାହାଣ୍ଡି,ବୌଦ୍ଧ,ମାଲକାନଗିରି,ନୂଆପଡ଼ା,ନବରଙ୍ଗପୁର,କନ୍ଧମାଳ,ବଲାଙ୍ଗିରକୁ ସତର୍କ ସୂଚନା ଦିଆଯାଇଛି।୮ ଜିଲ୍ଲାରେ ରାତି ଉଷ୍ମତା ଜାରି ରହିବା ନେଇ ମଧ୍ୟ ସତର୍କ ସୂଚନା ଜାରି ହୋଇଛି। ସେଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ,ସମ୍ବଲପୁର, ସୋନପୁର,ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼ ରେ ରାତିଉଷ୍ମ ରହିବ।ଏହାସହ ଗଜପତି ,ବାଲେଶ୍ବର, ଖୋର୍ଦ୍ଧା, ପୁରୀରେ ଗୁଳୁଗୁଳି ଜାରିରହିବ ବୋଲି କୁହାଯାଇଛି।

ଆଜିର ରାଶିଫଳ

ଅପ୍ରେଲମାସ ୦୬ତାରିଖ ୨୦୨୪ ମସିହା(ଶନିବାର) ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୨୦/୩୬ ଗତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୦୫, ଯୋଗିନୀ ନୈରୁତେ ଦିବା ଘ୧୦/୩୬ ଗତେ ଦକ୍ଷିଣେ, ତ୍ରୟୋଦଶୀ ଏକଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୧୦ ମଧ୍ୟେ ଓ ଘ୦୪/୨୫ ଗତେ ଘ୦୬/୦୦ ମଧ୍ୟେ,ବାରବେଳା – ଦିବା ଘ୦୧/୨୦ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୯/୩୮ ଗତେ ଘ୧୨/୫୦ ଓ ରାତ୍ରି ଘ୦୮/୨୪ […]

ଛୁଆକୁ ଧରି ନଦୀକୁ ଡେଇଁଲା ମା

ଆଳି,୫।୪(ଏସଏସନିଉଜ)ସ୍ବାମୀ ଆଗରେ ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁପଡ଼ିଲେ ସ୍ତ୍ରୀ। ଗଡ଼ଗଡି ବ୍ରିଜ୍‌ ଉପରୁ ଖରସ୍ରୋତା ନଦୀକୁ ଡେଇଁ ପଡିଥିଲେ।ନଦୀରୁ ମା’ଛୁଆଙ୍କୁ ସୁରକ୍ଷିତ ଭାବେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ମା’ଛୁଆଙ୍କୁ କେନ୍ଦ୍ରାପଡା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।ମହିଳା ଖନ୍ଦୋଳ ଗାଁର ହୋଇଥିବା ବେଳେ , ପାରିବାରିକ କଳହରୁ ଡେଇଁପଡ଼ିଥିବା ସୂଚନା ମିଳିଛି।