Browsing author

SATYA SANDHANA DESK

୧୬ ରେ ଚନ୍ଦ୍ରଭାଗାବୁଡ଼

ଭୁବନେଶ୍ୱର,୬ା୨(ଏସଏସନିଉଜ)୧୬ ତାରିଖରେ ଚନ୍ଦ୍ରଭାଗା ବୁଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ୧୫ତାରିଖ ଷଷ୍ଠୀ ରାତି ୯ଟା ୫୫ରେ ତିନି ଠାକୁରଙ୍କ ବିମାନ ବିଜେ ହେବେ ।୧୬ ତାରିଖ ଭୋର ୪ଟା ୩୪ରେ ମହାସ୍ନାନ ପାଇଁ ସମୟ ଧାର୍ଯ୍ୟ ହୋଇଛି ।ମହାସ୍ନାନ ପରେ ବୁଡ଼ ପକାଇ ସୂର‌୍ୟ୍ୟୋଦୟ ଦେଖିବେ ଶ୍ରଦ୍ଧାଳୁ ।

ଓଡ଼ିଶାରେ ରାହୁଲ ଗାନ୍ଧି

ଭୁବନେଶ୍ୱର,୬ା୨(ଏସଏସନିଉଜ) ଓଡ଼ିଶାରେ ପହଁଚିଲା ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ ନ୍ୟାୟ ଯାତ୍ରା ।ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି ।ବୀରମିତ୍ରପୁରରେ ସ୍ୱାଗତ ଜଣାଇଲେ ରାଜ୍ୟ କଂଗ୍ରେସ ନେତା ।ଓଡ଼ିଶାକୁ ଆସି ଆଜି ବହୁତ ଭଲ ଲାଗୁଛି କହିଛନ୍ତି ରାହୁଲ ।ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ ।ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ।ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା ।ଆଗାମୀ ୩ ଦିନ ଯାଏଁ ମୁଁ […]

ଆତ୍ମସମର୍ପଣ କଲେ ୨ ହାର୍ଡକୋର ମହିଳାମାଓବାଦୀ

ଭୁବନେଶ୍ୱର,୬ା୨(ଏସଏସନିଉଜ)ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା । ଯୌନନିର୍ଯାତନା ଅଭିଯୋଗ ଆଣି ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ ।ଆତ୍ମସମର୍ପଣ କରିଥିବା ମାଓବାଦୀ କକଈଘ ମାଓ ଡିଭିଜନର ବୋଲି ଜଣାପଡିଛି ।୨ଜଣ ହେଉଛନ୍ତି ଛତିଶଗଡ଼ ବିଜାପୁରର ମନିଷା ଥାଟି ଓ ଚମ୍ପା କୋରାମ । ଉଭୟ ବିଗତ ୫ ବର୍ଷ ହେବ ସକ୍ରିୟ ଥିଲେ ।୬ମାସ ହେବ ବୌଦ୍ଧ-କନ୍ଧମାଳରେ କକଈଘ ଡିଭିଜନ ସକ୍ରିୟ ଥିଲେ ବୋଲି ସୂଚନା ଦେଲେ ଦକ୍ଷିଣାଞ୍ଚଳ […]

ଆଜିର ରାଶିଫଳ

ଫେବୃଆରୀମାସ ୦୬ତାରିଖ ୨୦୨୪ ମସିହା(ମଙ୍ଗଳବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ଏକାଦଶୀ ଦିବାଘ୦୪/୧୦ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୧8,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୩୮/୧୯ ,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୪/୧୦ଗତେ ନୈରୁତେ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର. ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୨୬ ଗତେ ଘ୦୨/୫୦ ମଧ୍ୟେ ,ବାରବେଳା – ଦିବା ଘ୦୭/ ୪୯ ଗତେ ଘ୦୯/୧୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୯/୧୪ ଗତେ ଘ୧୧/୩୫ ମଧ୍ୟେ ଓ ଘ୦୩/୫୮ ଗତେ ଘ୦୫/୩୯ […]

ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତହେବ ବରମୁଣ୍ଡା ବସଷ୍ଟାଣ୍ଡ

ଭୁବନେଶ୍ବର ,୫ା୨(ଏସଏସନିଉଜ)ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟରଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବାସାହେବ ଭୀମରାଓ ଆମ୍ବେଦକର ବସଟର୍ମିନାଲ ଭାବରେ ପରିଚିତ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀନେତା ସମର୍ପିତ ସମାଜ ସଂସ୍କାରକ ଥିଲେ ।ସମାଜର ଦଳିତ […]

ଟ୍ରକ ଓଲଟି ୨ ବାଇକ ଆରୋହୀ ମୃତ

ଭବାନୀପାଟଣା,୫।୨(ଏସଏସନିଉଜ)ଟ୍ରକ ଓଲଟି ୨ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି।ପୋଖରୀବନ୍ଧ ନିକଟ ଢେପଗୁଡ଼ାରେ ଅଘଟଣ ଘଟିଛି। ଟ୍ରକ୍ ଓଲଟିପଡି ୨ ବାଇକ୍ ଆରୋହୀଙ୍କ ଉପରେ ପଡ଼ିଯାଇଥିଲା।ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକ, ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

ଜାରିହେଲା ୨୦୨୬ ଫିଫା ବିଶ୍ୱକପ କ୍ରୀଡ଼ାସୂଚୀ

ଭୁବନେଶ୍ୱର,୫।୨(ଏସଏସନିଉଜ)୨୦୨୬ ଫିଫା ବିଶ୍ୱକପ ପାଇଁ କ୍ରୀଡ଼ାସୂଚୀ ଜାରି ହୋଇଛି।ମେକ୍ସିକୋ ସିଟିରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌।୨୦୨୬ ଜୁଲାଇ ୧୯ରେ ନ୍ୟୁଜର୍ସିରେ ହେବ ଫାଇନାଲ୍। ଆମେରିକା , କାନାଡା , ମେକ୍ସିକୋରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ।୩ଦେଶର ୧୬ ସହରରେ ଖେଳାଯିବ ୧୦୪ଟି ମ୍ୟାଚ୍‌।ଟୁର୍ଣ୍ଣାମେଣ୍ଟରେ ମୋଟ୍ ୪୮ଟି ଦଳ ଭାଗ ନେବେ।

ବିଷାକ୍ତଖାଦ୍ୟ ଖାଇ ୫୦ ଅସୁସ୍ଥ

କୋରାପୁଟ,୫।୨(ଏସଏସନିଉଜ)କୋରାପୁଟ ଲମତାପୁଟ ଛାତ୍ରୀବାସର ଘଟଣା।ଗତକାଲିର ରାତି ଖାଦ୍ୟ ଖାଇ ଅଚାନକ ଅସୁସ୍ଥ ହୋଇପଡି ଥିଲେ ଛାତ୍ରୀ।ଯାହାଫଳରେ ୫୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବାବେଳେ ଓ ୧୦ଜଣ ଗୁରୁତର ହୋଇଛନ୍ତି।ସମସ୍ତ ଅସୁସ୍ଥ ଛାତ୍ରୀ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ପାକିସ୍ତାନରେ ବଡ଼ ନାଟକ

ଭୁବନେଶ୍ୱର,୫।୨(ଏସଏସନିଉଜ)ପାକିସ୍ତାନରେ ଚାଲିଛି ବଡ଼ ନାଟକ ।ଆତଙ୍କବାଦୀ ହାଫିଜ ସୟିଦ ଜେଲ୍‌ରେ ରହି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସୟିଦର ସଂଗଠନ ବା ନୂଆ ପାର୍ଟି-MML।ଦଳର ନାଁ ପାକିସ୍ତାନ ମର୍‌କାଜି ମୁସଲିମ ଲିଗ୍‌।MML ସହ ଲସ୍କର ବା JuDର ସଂପର୍କ ରହିଛି।ଦଳର ଅଧିକାଂଶ ପ୍ରାର୍ଥୀ ସୟିଦର ସଂପର୍କୀୟ ବୋଲି ଜଣାପଡିଛି।ନିର୍ବାଚନ ଲଢୁଛନ୍ତି ସୟିଦର ପୁଅ ଓ ଜ୍ବାଇଁ।୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ସୟିଦ।ଦୁଇ ଦିନ ପରେ ପାକିସ୍ତାନର ସାଧାରଣ ନିର୍ବାଚନ ହେବାକୁ ଯାଉଛି।

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର,୫।୨(ଏସଏସନିଉଜ)ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ । ଷୋଡଶ ବିଧାନସଭାର ୧୫ତମ ଅଧିବେଶନ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ […]