Browsing author

SATYA SANDHANA DESK

ପଦ୍ମ ଧରିବେ ରାଜୁଦାସ

ଭୁବନେଶ୍ୱର,୨।୩(ଏସଏସନିଉଜ)ବିଜେପିରେ ଯୋଗ ଦେବେ ପୂର୍ବତନ ବିଧାୟକ ରାଜେନ୍ଦ୍ରଦାସ।ଧାମନଗରର ପୂର୍ବତନବିଧାୟକ ରାଜେନ୍ଦ୍ର ଦାସ ପଦ୍ମଧରିବେ।ଆସନ୍ତା ୪ତାରିଖରେ ବିଜେପିରେ ଯୋଗଦେବେ କହିଲେ ରାଜୁ।ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ରଦାସ।ଅବନ୍ତୀଦାସଙ୍କୁ ବିଜେଡ଼ିପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ।ପରେ ସ୍ୱାଧିନଭାବେ ନାମାଙ୍କନ କରିଥିଲେ,ବିଜେଡ଼ି ନିଲମ୍ବିତ କରିଥିଲା।

ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସଫୋର୍ସ

ଭୁବନେଶ୍ୱର,୨।୩(ଏସଏସନିଉଜ)ନିର୍ବାଚନପୂର୍ବରୁ କଡ଼ା ସୁରକ୍ଷା ପାଇଁ ଓଡିଶା ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ।ନିର୍ବାଚନପୂର୍ବରୁ ମୁତୟନ ହେବେ ୭୫ପ୍ଲାଟୁନ ଫୋର୍ସ।ଆଜି ଓଡ଼ିଶାରେ ପହଞ୍ଚିବେ ୧୫ ପ୍ଲାଟୁନଫୋର୍ସ।ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିବେ ୬୦ ପ୍ଲାଟୁନଫୋର୍ସ ବୋଲି ସୂଚନାଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟକୁମାର।ଗଞ୍ଜାମ , ସମ୍ବଲପୁର ,ଅନୁଗୁଳ ପ୍ରଥମେ ଗସ୍ତ କରିବାର ସମ୍ଭାବନା ରହିଛି।ପରିସ୍ଥିତି ଅନୁଯାୟୀ ଫୋର୍ସ ଆହୁରି ବଢ଼ିପାରେ।ନିର୍ବାଚନ କମିଶନଙ୍କ ଆବଶ୍ୟକତା ମୁତାବକ ନିୟୋଜିତ ହେବେ ବୋଲି ସୂଚନାଦେଲେ ଆଇନଶୃଙ୍ଖଳା ଏଡିଜି।

ମହାନଦୀକୂଳରେ ବୁଲୁଛି ବିଶାଳକୁମ୍ଭୀର

ନୟାଗଡ,୨।୩(ଏସଏସନିଉଜ)ନୟାଗଡଜିଲ୍ଲା ଗଣିଆବ୍ଲକ କେନ୍ଦୁପଲ୍ଲୀଗାଁ ନିକଟ ମହାନଦୀ କୂଳରେ ଏକ ବିଶାଳକୁମ୍ଭୀର ବାଲି ଉପରେ ବୁଲୁଥିବାର ଦେଖିବାକୁ ମିକିଥିଲା।ଏହା ଜଣାପଡିବା ପରେ ଦେଖଣାହାରିମାନଙ୍କ ଭିଡ଼ ଲାଗିଥିଲା।ଏହାସହ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା।ଗ୍ରାମବାସୀମାନଙ୍କଠାରୁ ଖବରପାଇ ବନବିଭାଗ କୁମ୍ଭୀରଟିକୁ ଉଦ୍ଧାର କରି ସାତକୋଶିଆ ଗଣ୍ଡରେ ନେଇ ଛାଡିଥିବାର ଜଣାପଡିଛି।

ବିଜେଡି ଛାଡ଼ିଲେ ଅରବିନ୍ଦ ଢାଲି

  ଭୁବନେଶ୍ୱର,୨।୩(ଏସଏସନିଉଜ)ବିଜେଡି ଛାଡ଼ିଲେ ଦଳର ବରିଷ୍ଠନେତା ତଥା ୬ଥରର ବିଧାୟକ ତଥା ଜୟଦେବବିଧାୟକ ଅରବିନ୍ଦଢାଲି ।ବିଜେଡିର ପ୍ରାଥମିକସଦସ୍ୟ ପଦରୁ ଇସ୍ତଫାଦେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍‌ ଯୋଗେ ସେ ନିଜ ଇସ୍ତଫାପତ୍ର ଗତକାଲି ପଠାଇଛନ୍ତି।ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।ମନହେଲା ଦଳ ଛାଡ଼ିଦେଲି।ସନ୍ତୁଷ୍ଟନାହିଁ ବୋଲି ଦଳ ଛାଡ଼ିଛି ବୋଲି କହିଛନ୍ତି।ଆସନ୍ତାକାଲି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେବି ।ସେଠାରେ ହିଁ ଛାଡ଼ିବାର କାରଣ କହିବି ବୋଲି କହିଛନ୍ତି।

ଆଜିର ରାଶିଫଳ

ମାର୍ଚ୍ଚମାସ ୦୨ତାରିଖ୨୦୨୪ ମସିହା (ଶନିବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ପ୍ରା ଘ୦୭/୫୫ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/ ୧୦/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୧୦, ଯୋଗିନୀ ପଶ୍ଚିମେ ପ୍ରା ଘ୦୭/ ୫୬ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, କାଳବେଳା -ଦିବା ଘ୦୭/୩୪ ମଧ୍ୟେ ଓ ଦିବା ଘ୦୪/୧୭ ଗତେ ଘ୦୫/୫୦ ମଧ୍ୟେ,ବାରବେଳା – ଦିବା ଘ୦୧/୩୦ଗତେ ଘ୦୨/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବାଘ୧୦/୦୭ ଗତେ ଘ୦୧/ ୦୧ ମଧ୍ୟେ ଓ ଘ୦୮/୧୪ ଗତେ […]

ଭିଜିଲାନ୍ସ ଜାଲରେ ପଡିଲେ ଯନ୍ତ୍ରୀ-କିରାଣି

ଆସିକା,୧।୩(ଏସଏସନିଉଜ)ଜଣେ ଗାଡ଼ି ମାଲିକଙ୍କ ବକେୟାବିଲ୍‌ ପାସ୍‌ କରିବାପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରପଡିଛନ୍ତିଜଳସମ୍ପଦ ବିଭାଗ ଆସିକା ସିଏଡି ଭିଜିଜନ୍‌-୮ (ସେଚାଞ୍ଚଳ ଉନ୍ନୟନ ଖଣ୍ଡ) ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା।ସେମାନଙ୍କ ନିକଟରୁ ୨୦ହଜାରଟଙ୍କା ଲାଞ୍ଚବାବଦ ଜବତ ‌କରାଯାଇଛି।ଏହାପରେ ଉଭୟଙ୍କ ଅଫିସ ଓ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍‌ ଚଢ଼ାଉ ଚଳାଇଛନ୍ତି।ଏହାସହ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୩/୨୪ରେ ଏକ ମାମଲା ରୁଜୁ […]

ବେଦିରୁ ଥାନାକୁ ଗଲା ବର

ଭୁବନେଶ୍ବର,୧ା୩(ଏସଏସନିଉଜ) ବେଦିରୁ ବରକୁ ଉଠାଇ ନେଲା ମହିଳାଥାନା ପୋଲିସ । ଦ୍ବିତୀୟ ବିବାହ କରୁଥିବା ବେଳେ ଯୁବକଙ୍କୁ ଉଠାଇ ନେଇଥିଲା ପୋଲିସ ।ରାଜଭବନପଛ ରାଧାକୃଷ୍ଣମନ୍ଦିରରେ ବାହାଘରବେଳେ ଉଠାଇ ନେଇଥିଲା ପୋଲିସ । ପ୍ରଥମ ପତ୍ନୀଙ୍କ ଅଭିଯୋଗ ପରେ ଯୁବକଙ୍କୁ ଉଠାଇ ନେଇଥିଲା ପୋଲିସାପ୍ରଥମ ପତ୍ନୀ କୋଲକାତାର ହୋଇଥିବାବେଳେ ବିବାହ ପ୍ରମାଣପତ୍ର ଧରି ଥାନାରେ ଆସି ପହଁଚିଥିଲେ ।

ଧରାପଡିଲା ଏଟିଏମ୍ ଲୁଟେରା

ଭଦ୍ରକ,୧ା୩(ଏସଏସନିଉଜ) ସୁନା କିଣିଲାବେଳେ ସିସିଟିଭି ଆଧାରରେ ପୋଲିସ ଲୁଟେରାକୁଧରିବାରେ ସକ୍ଷମ ହୋଇଛି ।ସାଵରଙ୍ଗ ଥାନା ଅଧିନ ଭଵାନୀବିନ୍ଧା ଗାଁର ପ୍ରତାପ ଚନ୍ଦ୍ର ମହାନ୍ତି ଗତ ଫେଵୃଆରୀ ମାସର ୯ ତାରିଖରେ ବାରିକଛକ ଷ୍ଟେଟବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ବେଳେ ତାଙ୍କ ଏଟିଏମଟିକୁ ଚଞ୍ଚକତା କରି ତାଙ୍କୁ ପୁରୁଣା ଏଟିଏମ ଦେଇ ତାଙ୍କ ଏଟିଏମକୁ ନେଇଯାଇଥିଲା ଲୁଟେରା। ଏହାପରେ ତାଙ୍କମୋବାଇଲକୁ ମେସେଜ ଆସିବାରୁ ସେ ବ୍ୟାଙ୍କରେ କୁଯାଇ ଦେଖାଇବାପରେ ତାଙ୍କ ଆକାଉଣ୍ଟରୁ ୪,୩୯,୦୪୩ ଟଙ୍କା ଉଠାଣ ହୋଇଯାଇଥିବାର ଜାଣିବାକୁପାଇଥିଲେ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୦୧ତାରିଖ ୨୦୨୪ ମସିହା(ଶୁକ୍ରବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ପ୍ରା ଘ୦୬ /୨୭ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୦, ଯୋଗିନୀ ଦକ୍ଷିଣେ ପ୍ରାଘ୦୬/୨୭ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛା ,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୯/୦୨ ଗତେ ଘ୧୧/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୪୫ ମଧ୍ୟେ ଓ ଘ ୦୮/୩୨ ଗତେ ଘ୦୯/୦୧ ମଧ୍ୟେ ଓ ଘ୦୧ /୨୧ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୩୭ ଗତେ […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୯ ତାରିଖ ଗୁରୁବାର।ପ୍ରାଚୀନଦୀକୂଳ ଅନ୍ଧ କପିଳେଶ୍ୱରଙ୍କଠାରୁ ୭ଦିନ ପ୍ରାଚୀପରିକ୍ରମା ଆରମ୍ଭ ।ସୁର୍ଯ୍ୟୋଦୟ- ଘ୬/୧୦/୩୮,ସୂର୍ଯ୍ୟାସ୍ତ- ଘ୫/୪୭/୫୪, ଫାଲ୍ଗୁନ ମାସ,କୃଷ୍ଣପକ୍ଷ,ବୃହସ୍ପତିବାସ,ତିଥି- ପଞ୍ଚମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ।ସୂର୍ଯ୍ୟୋଦୟରୁ ଯାତ୍ରାଶୁଭ।ଦକ୍ଷିଣ ଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ଘାତଚନ୍ଦ୍ରନାହିଁ।ଘାତବାର–ତୁଳା ଓ କୁମ୍ଭରାଶିରଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାର ଵେଳା ଦିବା ଘ୨/୩୪ମି ରୁ ସୂର୍ଯ୍ୟାସ୍ତ ଘ୫/୪୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୫୭ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରି ଘ୧/୧ମି […]