ଆଜିର ରାଶିଫଳ

ମାର୍ଚ୍ଚମାସ ୦୧ତାରିଖ ୨୦୨୪ ମସିହା(ଶୁକ୍ରବାର)
ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ପ୍ରା ଘ୦୬ /୨୭ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୦,
ଯୋଗିନୀ ଦକ୍ଷିଣେ ପ୍ରାଘ୦୬/୨୭ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛା ,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୯/୦୨ ଗତେ ଘ୧୧/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୪୫ ମଧ୍ୟେ ଓ ଘ ୦୮/୩୨ ଗତେ ଘ୦୯/୦୧ ମଧ୍ୟେ ଓ ଘ୦୧ /୨୧ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୩୭ ଗତେ ଘ୧୧/୨୬ ମଧ୍ୟେ,ନିମ୍ବଭକ୍ଷଣ ନିଷେଧ।
ମେଷ👉ଏହି ରାଶିର ଲୋକମାନଙ୍କପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତାଦେହ ଓ ମନକୁ ଅବଶ କରିଦେବ ।ଚିନ୍ତା ବୃଦ୍ଧିପାଇବ ।ବ୍ୟବସାୟରେ ଲାଭ କମହେବ ।ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
ବୃଷ👉ଆଜିଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରି ଙ୍କର ସପୂର୍ଣ ସହଯୋଗମିଳିବ । ସାସଂରିକଜିବନ ଆନନ୍ଦଭରାରହିବ ।ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁରହେବ ।ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକସ୍ତରରେ ଖୁସିରେ କାଟିବେ ।
ମିଥୁନ👉ଏହିରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ ।ପାରିବାରିକ ଶାନ୍ତି ମିଳିବ ।କର୍ମକ୍ଷେତ୍ରରେ ନୂତନସୁଯୋଗ ସୃଷ୍ଟି ହୋଇପାରେ ।ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
କର୍କଟ👉ଆଜିିରଦିନଟି ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବକରିବେ,ନୂତନବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ ।ନୂତନଯୋଜନାରେ ସଫଳ ହେବେ ।ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧିପାଇବ ।ମହିଳା ଓ ଛାତ୍ରୀମାନେ କୌଣସିଦିଗରୁ ପୁରଷ୍କୃତ ହେବେ ।
ସିଂହ👉ଆଜିିରଦିନଟି ସମାଜିକସ୍ତରରେ ମାନସମ୍ମାନ ବୃଦ୍ଧି ହେବ ।ଧନ ସଂଚୟପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
କନ୍ୟା👉ଆଜି ମାନସିକଅବସାଦ ମନକୁ ଭାରାକ୍ରାନ୍ତ କରିବ,ଋଣକରିବାର ର୍ଦୁଯୋଗରହିବ, ସାଂସାରିକ ଜୀବନକୁନେଇ ଚିନ୍ତିତ ରହିବେ,ରାଜନୈତିକ କ୍ଷେତ୍ରରେ ବହୁସମସ୍ୟା ଦେଖାଦେବ,ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
ତୁଳା👉ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
ବିଛା👉ଆଜି ଆଜିରଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତମାନେ ଶୁଭଫଳ ଅଧିକ ପାଇବେ ।ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
ଧନୁ👉 ଏହି ରାଶିରଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ ।କର୍ମ କ୍ଷେତ୍ରରେ ସାହାଯ୍ୟସହଯୋଗ ମିଳିବ ।ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
ମକର👉 ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।
କୁମ୍ଭ👉ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ ।ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ ।ସନ୍ତାନମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ ।ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।
ମୀନ👉ଆଜି ଦେହମନ ଭଲରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ ।କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତବଢିବ ।ମହିଳାମାନେ ନିଜକୁ ଗୃହକାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

ଅଗ୍ରପୂଜ୍ୟ ଶ୍ରୀଗଣେଶ
ହିନ୍ଦୁଧର୍ମରେ ଯେକୌଣସି ଶୁଭକାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୁଜାକରିବାର ବିଧିରହିଛି।କାରଣ ଗଣେଶଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ।ଅର୍ଥାତ୍‌ କୌଣସିକାମ ଆରମ୍ଭ କରିବାପୂର୍ବରୁ ଯଦି ଗଣେଶଙ୍କର ପୂଜାକରାଯାଏ ତେବେ ସମସ୍ତବିଘ୍ନ ବିନାଶ ହୋଇଥାଏ ବୋଲି ବିଶ୍ୱାସରହିଛି।ଶିବପୁରାଣରେ ବି ଏହାକୁନେଇ ବର୍ଣ୍ଣନାରହିଛି।ଏହି ପୁରାଣଅନୁଯାୟୀ ଥରେ ସମସ୍ତଦେବତା ଭଗବାନଶିବଙ୍କ ପାଖକୁଆସି ଗୁହାରିକରିଥିଲେ କି ଦେବତାଙ୍କ ମଧ୍ୟରେ ଜଣଙ୍କୁ ମୁଖିଆଭାବେ ଚୟନ କରାଯାଉ।ଶିବ ମଧ୍ୟ ଦେବତାଗଣଙ୍କ ପ୍ରସ୍ତାବରେ ରାଜିହୋଇ ଯାଇଥିଲେ।ଶିବ କହିଥିଲେ ଯିଏ ସର୍ବପ୍ରଥମେ ପୃଥିବୀକୁ ୩ଥର ପରିକ୍ରମା କରିବେ ସେହି ଦେବତାଙ୍କୁ ସର୍ବପ୍ରଥମେ ପୂଜାକରାଯିବା ସହ ତାଙ୍କୁ ଦେବତାଙ୍କର ସ୍ବାମୀଭାବେ ପରିଗଣିତ କରାଯିବ।ତେବେ ଗଣେଶଙ୍କବାହନ ମୂଷିକ ହୋଇଥିବାବେଳେ ସେ ବହୁ ଧୀରବେଗରେ ଗତି କରିଥାଏ।ତେଣୁ ଗଣେଶ କେବେବି ଶୀଘ୍ର ପୃଥିବୀପରିକ୍ରମା କରିବାରିବେନାହିଁ ବୋଲି ଭାବିଥିଲେ।ଏତିକି ବେଳେ ସେ ତାଙ୍କର ବୁଦ୍ଧିଖଟାଇ ମାତାପାର୍ବତୀ ଓ ପିତାମହାଦେବଙ୍କ ଚାରିପଟେ ୩ଥର ବୁଲିଆସି ହାତଯୋଡି ଦେବତାମାନଙ୍କ ଆଗରେ ଠିଆହୋଇ ଯାଇଥିଲେ।ଆଉ ଏହା ଦେଖିବାପରେ ଶିବକହିଥିଲେ ତୁମଠାରୁ ଚତୁର ବା ବୁଦ୍ଧିମାନ ଏହି ସଂସାରରେ ଆଉ କେହିନାହିଁ। ମାତାପିତାଙ୍କୁ ପରିକ୍ରମା କରିବାର ଅର୍ଥ ହେଉଛି ତିନିଲୋକଙ୍କୁ ପରିକ୍ରମା କରିବା।ତେଣୁ ଆଜିଠାରୁ ମନୁଷ୍ୟତାର ସମସ୍ତ ଶୁଭକାର୍ଯ୍ୟର ଆରମ୍ଭରେ ତୁମର ହିଁ ପୂଜାକରିବ।ଆଉ ସେବେଠାରୁ ଗଣେଶଙ୍କୁ ଆଦ୍ୟ ପୂଜ୍ୟଦେବତା କୁହାଯିବା ସହ ସବୁ ଶୁଭକାମରେ ପ୍ରଥମେ ପୂଜା କରାଯାଇଥାଏ।🙏ଜୟ ଶ୍ରୀଗଜାନନ 🙏
ଶ୍ରୀଗଣେଶଙ୍କ ଅବତାର
ଗଣେଶ ଆଦିଦେବ ଭାବରେ ପରିଚିତ।ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ।ସତ୍ୟଯୁଗରେ ଋଷିକଶ୍ୟପ ଓ ଅଦିତିଙ୍କଘରେ ମହଙ୍କତ ବିନାୟକରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ।ତ୍ରେତୟାଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ୱୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ।ଦ୍ୱାପରଯୁଗରେ ଗଣେଶରୂପରେ ପାର୍ବତୀଙ୍କପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ।କଳିଯୁଗରେ ଭବିଷ୍ୟପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି।🙏ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା 🙏

Comments (0)
Add Comment