Browsing author

SATYA SANDHANA DESK

ଏସ୍‌ଟିଏଫ୍ ଚଢ଼ଉ

ବୌଦ୍ଧ,୨୧ା୧(ଏସଏସନିଉଜ) ଶନିବାର ସକାଳୁ ରାଣୀପଥର ଗ୍ରାମରୁ ଏସ୍‌ଟିଏଫ୍ ଟିମ୍ ଚଢ଼ଉ କରି ଗୋଟିଏ ବାଘଛାଲ ଜବତ କରିଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥରରେ ୨୫ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିବାବେଳେ ଏସ୍‌ଟିଏଫ୍ ଟିମ୍ ହାତରେ ଧରାପଡିଛନ୍ତି ସୁଡ଼୍ରୁକୁମ୍ପାର ଗୌତମ ବେହେରା ।ଏସ୍‌ଟିଏଫ୍ ଟିମ୍ ଗୌତମ ପାଖରୁ ଗୋଟିଏ କଳରାପତରିଆ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।  

ଭାଲୁ ନେଲା ବୃଦ୍ଧଙ୍କ ଜୀବନ

ନବରଙ୍ଗପୁର ,୨୧ା୧(ଏସଏସନିଉଜ) ପାପଡାହାଣ୍ଡି ବ୍ଲକ ସିରିସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ନଦୀ ନିକଟରେ ଭାଲୁ ଆକ୍ରମଣରେ ପାଳପୁର ଗ୍ରାମର ସମଧୁ ଅମନତ୍ୟା (୬୦)ନାମକ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।ବୃଦ୍ଧ ଜଣଙ୍କ ଗତକାଲିରାତିରେ ଗାଁପାଖ ଚାଷଜମିକୁ ଶୋଇବାକୁଯାଉଥିବା ସମୟରେ ପାଳପୁର ନଦୀ ନିକଟରେ ଭାଲୁଟି ଅତର୍କିତ ଭାବେ ଆକ୍ରମଣ କରିଥିଲା।ନିଜ ଜୀବନ ବଂଚାଇବାକୁଯାଇ ଚିତ୍କାର କରିଥିଲେ। କିଛି ଗ୍ରାମବାସୀ ତାଙ୍କ ଚିତ୍କାର ଶୁଣି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ […]

ଅର୍ଦ୍ଧନିର୍ମିତ ଘରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କନ୍ଧମାଳ,୨୧ା୧(ଏସଏସନିଉଜ) ପଣସପୋଡ଼ି ଗ୍ରାମରୁ ବୁଡ଼ୁ ଓରଫ ପ୍ରଶାନ୍ତ ପୂଜାରୀ ନାମକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ମିସ୍ତ୍ରୀ କାମକରୁଥିବା ପୂଜାରୀ ଗତକାଲି ସନ୍ଧ୍ୟାରେ ବୁଲୁଥିବାର କିଛିଲୋକ ଦେଖିବାକୁ ପାଇଥିଲେ। କିନ୍ତୁ ସନ୍ଧ୍ୟା ସାଢ଼େ ୭ଟା ପରେ ଆଉ ତାଙ୍କର ଦେଖା ମିଳି ନଥିଲା। ଆଜି ସକାଳୁ ଏକ ଅର୍ଦ୍ଧନିର୍ମିତ ଘରୁ ତାର ଶବ ମିଳିଛି। ତାର ବେକ ମୁହଁରେ ଶକ୍ତ ଆଘାତ ରହିଛି।ଧାରୁଆ ଅସ୍ତ୍ରରେ ତାଙ୍କୁ କେହି ହତ୍ୟା କରିଥିବାର ସନ୍ଦେହ କରାଯାଉଛି ।ଖବରପାଇ ପୋଲିସ […]

ବାଇକକୁ ପଛପଟରୁ ଦେଲା ଧକ୍କା

ଭଦ୍ରକ,୨୧ା୧(ଏସଏସନିଉଜ) ଭଦ୍ରକର ରାଣୀତାଲ ହାଇଟେକ କଲେଜ ନିକଟରେ ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଛି ।ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ବାଇକ ଆରୋହୀମାନେ ମାର୍କୋଣା ଆଡ଼କୁ ଯାଉଥିବା ବେଳେ ପଛରୁ ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା ।ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବାଇକଚାଳକ ବାବୁଲା ପ୍ରଧାନ(୩୫) ବୋଲି ଜଣାଯାଇଛି। ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ […]

ଆଜିର ରାଶିଫଳ

୨୦୨୪ମସିହା ଜାନୁଆରୀମାସ ୨୧ତାରିଖ ରବିବାର। ଶ୍ରୀମନ୍ଦିରରେ ଓ ସର୍ବସମ୍ମତ ପୁତ୍ରଦାଏକାଦଶୀ, ରବିନାରାୟଣ ବ୍ରତ।ସୁର୍ଯ୍ୟୋଦୟ- ଘ୬/୨୮/୬ ,ସୂର୍ଯ୍ୟାସ୍ତ- ଘ୫/୨୭/୪୪ ,ପୌଷମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଏକାଦଶୀ ରାତ୍ରି ଘ୭/୨୬ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ରୋହିଣୀ ନକ୍ଷତ୍ର ରାତ୍ରି ଘ୪/୨୭ମି ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ନକ୍ଷତ୍ର।ଯୋଗ- ଶୁକ୍ଳଯୋଗ ଦିବା ଘ୧୦/୫୯ମି ପର୍ଯ୍ୟନ୍ତ ତଦନ୍ତେ ବ୍ରହ୍ମଯୋଗ।କରଣ- ବାଣିଜ୍ୟକରଣ ଦିବା ଘ୭/୩୦ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୭/୨୬ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୭/୨୬ମି ପରେ ନୈର୍ଋତକୋଣରେ।ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ […]

ଆଜିର ରାଶିଫଳ

୨୦୨୪ ମସିହା ଜାନୁଆରୀ ମାସ ୨୦ ତାରିଖ ଶନିବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ଶାମ୍ବଦଶମୀ (ସୂର୍ଯ୍ୟପୂଜା)ସୁର୍ଯ୍ୟୋଦୟ- ଘ୬/୨୮/୯,ସୂର୍ଯ୍ୟାସ୍ତ- ଘ୫/୨୭/୭,ପୌଷମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୭/୩୩ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୭/୩୩ମି ପରେ ଆଗ୍ନେୟ କୋଣରେ। ଶନିବାର ଦୋଷ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମେଷରାଶିର ଏବଂ ଦିବା ଘ୯/୪୦ମି ପରେ ବିଛା ରାଶିର ଘାତଚନ୍ଦ୍ର ।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ– ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ରାତ୍ରି ଘ୭/୩୩ମି ଶିମ୍ବ […]

କ୍ୟାପିଟାଲରେ ନୂଆଷ୍ଟାଇଲ ନିଶାବେପାର

ଭୁବନେଶ୍ୱର,୧୮।୧(ଏସଏସନିଉଜ)ରାଜଧାନୀର ଛାତି ଉପରେ ବେଧଡକ୍ ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ବେପାର।ଏହାର ମେକର୍ ସାଜିଛନ୍ତି ମହିଳା।ପୁରୁଣାଭୁବନେଶ୍ୱର କପିଳେଶ୍ୱରଅଞ୍ଚଳର ଏମିତି ଜଣେମହିଳାଙ୍କୁ ବାନ୍ଧିଛି ପୋଲିସ। ଯାହାଙ୍କ ନାମ କମଳା ସାହୁ ।ତାଠୁ ୧୨କେଜିରୁ ଅଧିକ ଗଞ୍ଜେଇ ଏବଂ ପୁଳାପୁଳା ଗଞ୍ଜେଇ ସିଗାରେଟ୍ ଜବତ କରାଯାଇଛି । ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ କହିବାକଥା ଅନୁଯାଇ, କନ୍ଧମାଳରୁ ଗଂଜେଇ ଆଣି, ଘରେ ସ୍ୱାମୀ ସହ ମିଶି ତିଆରି କରୁଥିଲେ ଗଂଜେଇ ସିଗାରେଟ୍‌ । ଆଉ ସେସବୁକୁ ମାର୍କେଟକୁ ଛାଡୁଥିଲେ । ଏହା […]

ଧାନବସ୍ତା ରଖି ରାସ୍ତାରେ ବସିଲେ ଚାଷୀ

ମେଣ୍ଢାଶାଳ,୧୮ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଣ୍ଟାବାଡର ଧାନ ମଣ୍ଡିରେ ମିଲର ମନମାନି ସାଙ୍ଗକୁ  ଚାଷିଙ୍କଠାରୁ ଧାନ ଗ୍ରହଣ କରୁଥିବା ମିଲର ମନଇଚ୍ଛା କ୍ଵିଣ୍ଟାଲ ପିଛ ୫ ରୁ ୭ କିଲୋ ଧାନ କଟି ନେବାପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ଗୁରୁବାରଦିନ ରାସ୍ତାରୋକ କରାଯାଇଥିଲା । କଣ୍ଟାବାଡଛକରେ ରାସ୍ତା ଉପରେ ଧାନ ବସ୍ତା ରଖି ହାତରେ ବ୍ୟାନର ଧରି ରାଜ୍ୟ ଯୁବ ଛାତ୍ର ସଭାପତି ମନୱର ଅଲ୍ଲୀଙ୍କ ନେତୃତ୍ଵରେ କୃଷକମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାସ୍ତାରୋକ […]

ଜନ୍ମଦିନରେ ମିଳିଥିବା ଉପହାର ଚୋରି

ବାରଙ୍ଗ,୧୮।୧ (ଏସଏସନିଉଜ) ପୁଅର ଜନ୍ମଦିନ ଉତ୍ସବରେ ଅତିଥିମାନଙ୍କଠାରୁ ମିଳିଥିବା ସୁନାଗହଣା,ଟଙ୍କାକୁ କେହି ଚୋରି କରିନେଇଥିବାର ବାରଙ୍ଗଥାନାରେ ଅଭିଯୋଗ ହୋଇଛି।ପୋଲିସ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପ୍ରକାଶଯେ, ନରଣପୁର ଗ୍ରାମର ସୌମ୍ୟରଞ୍ଜନ ସ୍ବାଇଁଙ୍କ ପୁଅ ଶୁଭଙ୍କରଙ୍କ ୫ମ ବାର୍ଷିକ ଜନ୍ମଦିନ ଉତ୍ସବ ବୁଧବାର ରାତିରେ ବେଲଗଛିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆୟୋଜନ କରିଥିଲେ।ଏଠାକୁ ନିମନ୍ତ୍ରଣ ପାଇଁ ଆସିଥିବା ବନ୍ଧୁବାନ୍ଧବ ମାନଙ୍କଠାରୁ ଆରମ୍ଭ କରି ସାଙ୍ଗସାଥିମାନଙ୍କ ଠାରୁ ଉପହାରରେ ମିଳିଥିବା ସୁନା ଅଳଙ୍କାର ଓ ଟଙ୍କାକୁ […]

ଆଜିର ରାଶିଫଳ

ଜାନୁଆରୀମାସ ୧୯ତାରିଖ ୨୦୨୪ମସିହା (ଶୁକ୍ରବାର)ପୌଷମାସ- ଶୁକ୍ଲପକ୍ଷ,ତିଥି- ନବମୀ ରାତ୍ରି ଘ ୦୮/୦୮ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୨୭/୨୯,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୦୯/୧୨ ଗତେ ଘ୧୧/୫୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୮/୦୫ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୩/୧୭ ମଧ୍ୟେ ଓ ଘ୦୪/୫୨ ଗତେ ଘ୦୫/୨୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୧୬ ଗତେ ଘ୧୧/୦୫ ମଧ୍ୟେ,ଲାଉ […]