Browsing author

SATYA SANDHANA DESK

ଗଞ୍ଜେଇ ଟ୍ରକ ଜବତ,୨ଗିରଫ

ବୌଦ୍ଧ,୨୩।୨(ଏସଏସନିଉଜ)ବୌଦ୍ଧ ବ୍ରିଜ ଛକରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ ହେବାସହ ୨ଜଣ ଗିରଫ ହୋଇଛନ୍ତି।ମହାରାଷ୍ଟ୍ରକୁ ଚାଲାଣ ବେଳେ ଧରିଲା ଆଦର୍ଶ ଥାନା ପୋଲିସ।ମହାରାଷ୍ଟ୍ରର ଆଜାଦ ସର୍ଫରାଜ୍ ଖାନ ଓ ମିଲନ ଯାଦବଙ୍କୁ ଗିରଫ କରିଛି ପୋଲିସ।ଗତକାଲି ଚଢ଼ାଉ ବେଳେ ଖସିଯାଇଥିଲେ ଅଭିଯୁକ୍ତ।ଆମ୍ବଝରି-ଗୋଛାପଡ଼ା ଜଙ୍ଗଲରେ ଚଢ଼ାଉ କରିଥିଲା ପୋଲିସ।

ଖେଲୋ ଇଣ୍ଡିଆରେ ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୩।୨(ଏସଏସନିଉଜ) ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ରୀଡାପରିଷଦ ନିର୍ଦେଶକ ଡ଼. ବିଜୟ କୁମାରସୁନ୍ଦରାୟ ଶୁକ୍ରବାରଦିନ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଲୋଇଣ୍ଡିଆ ସନ୍ତରଣ ପ୍ରତିଯୋଗିତାରେ ପ୍ରଶଂସନୀୟ ସଫଳତା ପାଇଥିବା ପ୍ରତ୍ୟାଶା ରାୟଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ପ୍ରତ୍ୟାଶା 50,100,200mts Back strok, 400mts free styleରେ ୪ସ୍ବର୍ଣ୍ଣ, 200 mts free styleରେ ରୌପ୍ୟ ଓ 400 mts IM ରେ ବ୍ରୋଞ୍ଜ ପଦକଜିତି ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବୀନ୍ୱିତ […]

୪ରେ ଘୋଷଣାହେବ ନିର୍ବାଚନତାରିଖ !

ଭୁବନେଶ୍ୱର,୨୩।୨(ଏସଏସନିଉଜ) ସାରା ଦେଶରେ ଆରମ୍ଭ ହୋଇଯାଇଛି ନିର୍ବାଚନୀଚର୍ଚ୍ଚା।କେବେ ହେବ ନିର୍ବାଚନ ଓ କିଏ ପାଇବ ଟିକେଟ।ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୪ରେ ନିର୍ବାଚନ ତାରିଖ ଘୋଷଣା ହେବାନେଇ ଭାରତୀୟ ନିର୍ବାଚନ କମିସନର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି।ଏହାଭିତରେ ବିଭିନ୍ନ ରାଜ୍ୟ ଭ୍ରମଣ କରି ନିର୍ବାଚନ କମିସନର ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବାରେ ଲାଗିଛନ୍ତି। ଯେହେତୁ ଜୁନମାସରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି ତା ପୂର୍ବରୁ ନିର୍ବାଚନ କାର୍ଯ୍ୟ ଶେଷ କରିବାକୁ […]

ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ!

ଖଡ଼ିଆଳ,୨୩।୨(ଏସଏସନିଉଜ) ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତାମୃତଦେହ ଥିବାର ଦେଖିବାକୁ ମିଳିଛି।ଝରିଗାଁଥାନା ରଙ୍ଗମାଟିଗୁଡ଼ା ନଦୀକୂଳ ଗଛରେ ଝୁଲୁଛି ମୃତଦେହ।ମୃତକଦ୍ୱୟ ରଙ୍ଗମାଟି ଗୁଡ଼ାଗାଁର ହୋଇଥିବାବେଳେ ମୃତ୍ୟୁରକାରଣ ଅସ୍ପଷ୍ଟ ରହିଛି।ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚିଛି।

ସ୍ୱାବଲମ୍ବୀ କାରିଗରଙ୍କ ପ୍ରାପ୍ୟ ବଢ଼ିଲା

ଭୁବନେଶ୍ୱର,୨୩।୨(ଏସଏସନିଉଜ)ସ୍ୱାବଲମ୍ବୀ କାରିଗର ମାନଙ୍କ ପ୍ରାପ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।ପାରିଶ୍ରମିକ ୪ ହଜାର ଟଙ୍କାରୁ ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି ହୋଇଛି।ଏହାଦ୍ୱାରା ୧୩ ହଜାର ସ୍ୱାବଲମ୍ବୀ କାରିଗର ଉପକୃତ ହେବେ ବୋଲି ଜଣାପଡିଛି।

ଆନ୍ଦୋଳନରୁ ଓହରିଲେ ଅଗ୍ନିଶମକର୍ମଚାରୀ

ଭୁବନେଶ୍ୱର,୨୩।୨(ଏସଏସନିଉଜ)ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ।କାର୍ଯ୍ୟରେ ଯୋଗ ଦେବେ କହିଲେ ଆନ୍ଦୋଳନରତ କର୍ମଚାରୀ।ଏସ୍‌ମା ଓ ବାଧ୍ୟତା ମୂଳକ ଅବସର ଚେତାବନୀ ପାଇଁ ଓହରିଲେ ବୋଲି ଜଣାପଡିଛି।

କମିଲା ପାରଦ,ହେବ ବର୍ଷା!

ଭୁବନେଶ୍ୱର,୨୩।୨(ଏସଏସନିଉଜ)ରାଜ୍ୟରେ କମିଲା ପାରଦ ।ଯାହାଫଳରେ ୨୮ ଯାଏଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି।ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବାବେଳେ କାଲି ୧୮ଟିସହରରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ଥିଲା। , ସୋନପୁର ଥିଲା ରାଜ୍ୟର ଉତ୍ତପ୍ତ ସହର । ସୋନପୁରରେ ୩୬.୩ ଡିଗ୍ରୀ ପାରଦ ରେକର୍ଡ କରାଯାଇଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୁଣାଐତିହ୍ୟ ଭଙ୍ଗା ଯାଇପାରିବନି

କଟକ,୨୩।୨(ଏସଏସନିଉଜ)ବାରବାଟୀ ଷ୍ଟାଡିୟମ ନବୀକ ରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ପ୍ରେସ୍‌ମିଟରେ ବିରୋଧ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।ସେ କହିଲେ ଯେ,ଓସିଏ ଓ ରାଜ୍ୟ ସରକାର ଷ୍ଟାଡିୟମ୍ ଭଙ୍ଗାଯିବା ନିଷ୍ପତ୍ତି ବଦଳାନ୍ତୁ।ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡ଼ିତ ରହିଛି।ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି।ଅନ୍ୟତ୍ର ନିର୍ମାଣ କରାଯାଇ ପାରିବ ଓ କାହିଁକି ଭଙ୍ଗାଯିବ ବୋଲି ପ୍ରଶ୍ନ କରିଛନ୍ତି।

ଓଡ଼ିଶାରେ ତିଆରିହେବ ପ୍ରତିରକ୍ଷାଯନ୍ତ୍ରାଂଶ

ଭୁବନେଶ୍ୱର,୨୩।୨(ଏସଏସନିଉଜ)ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ। ରାଜ୍ୟସରକାରଙ୍କ ସହ କଲ୍ୟାଣୀଷ୍ଟିଲର ଏମଓୟୁ ସ୍ବାକ୍ଷର ହୋଇଛି।ଟିଟାନିୟମ୍ ଓ ଏରୋସ୍ପେସ୍ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍‌ ତିଆରି ହେବ।ଢେଙ୍କାନାଳ ଗଜମରାରେ ୧୧ଶହ ଏକର ଜମି ଚିହ୍ନଟ ହୋଇଛି।ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ ଓ ୨୪ ମାସରେ ଉତ୍ପାଦନ ହେବ।୨ପର୍ଯ୍ୟାୟରେ ପୁଞ୍ଜିନିବେଶ କରାଯିବାକୁ ଲକ୍ଷ ରଖାଯାଇ ଥିବାବେଳେ ପ୍ରଥମ ୧୧ ହଜାର ୭୫୦କୋଟି ନିବେଶ ହେବ।

ପରୀକ୍ଷା ଦେବା ପୂର୍ବରୁ ଆତ୍ମହତ୍ୟା!

ଧାମନଗର,୨୩।୨(ଏସଏସନିଉଜ)ଆଜି ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଅଭିଷେକ ପଣ୍ଡାପରୀକ୍ଷା ଦେବାକୁ ଯିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଛାତ୍ର ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲାର ଉଦଳାସ୍ଥିତ ରାଢ଼ ଗ୍ରାମର।ସେ ଭଦ୍ରକଜିଲ୍ଲା ଧାମନଗରଥାନା ଅଧୀନ ଜାହାଙ୍ଗୀର ଶାସନ ଗାଁରେ ନିଜ ମାଉସୀଙ୍କ ଘରେ ରହିପଢୁଥିଲେ।ଆଜି ମାଉସୀଙ୍କ ଶାଢ଼ୀରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ମୃତ ଅଭିଷେକ ପ୍ରଥମ ଦିନମାଟ୍ରିକପରୀକ୍ଷାର ସାହିତ୍ୟ ପରୀକ୍ଷା ଦେଇଥିଲେ। ଆଜି ସକାଳୁ କବାଟ ନ ଖୋଲିବାରୁ ଘର ଲୋକେ ପୁଲିସକୁ ସୂଚନା ଦେଇଥିଲେ। […]