ଖେଲୋ ଇଣ୍ଡିଆରେ ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୩।୨(ଏସଏସନିଉଜ) ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ରୀଡାପରିଷଦ ନିର୍ଦେଶକ ଡ଼. ବିଜୟ କୁମାରସୁନ୍ଦରାୟ ଶୁକ୍ରବାରଦିନ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଲୋଇଣ୍ଡିଆ ସନ୍ତରଣ ପ୍ରତିଯୋଗିତାରେ ପ୍ରଶଂସନୀୟ ସଫଳତା ପାଇଥିବା ପ୍ରତ୍ୟାଶା ରାୟଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ପ୍ରତ୍ୟାଶା 50,100,200mts Back strok, 400mts free styleରେ ୪ସ୍ବର୍ଣ୍ଣ, 200 mts free styleରେ ରୌପ୍ୟ ଓ 400 mts IM ରେ ବ୍ରୋଞ୍ଜ ପଦକଜିତି ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବୀନ୍ୱିତ କରି ପାରିଛନ୍ତି।ସେ ବିମାନ ବନ୍ଦରରେ ପହଂଚିବାପରେ ନିର୍ଦେଶକଙ୍କ ସହ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଡ଼. ବେଣୁଧରଦାସ, ଡ଼ ପ୍ରବୀର ମହାନ୍ତି,ପ୍ରଶାନ୍ତମହାନ୍ତି ଓ ଚତୁର୍ଭୁଜଜେନା ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Comments (0)
Add Comment