Browsing author

SATYA SANDHANA DESK

ବ୍ଲକସ୍ତରୀୟ କ୍ରିଡାପ୍ରତିଯୋଗୀତା ଉଦ୍‌ଘାଟନ

ମେଣ୍ଢାଶାଳ,୨ା୧(ଏସଏସନିଉଜ) ମେଣ୍ଢାଶାଳସରକାରୀଉଚ୍ଚବିଦ୍ୟାଳୟଖେଳପଡିଆରେ ମଙ୍ଗଳବାରଦିନ ଭୁବନେଶ୍ୱରବ୍ଲକସ୍ତରୀୟ କ୍ରିଡାପ୍ରତିଯୋଗୀତା ଉଦଘାଟନ ହୋଇଯାଇଛି ।ଉଦଘାଟନଉସ୍‌ବରେ ମେଣ୍ଢାଶାଳସରମ୍ପଚ କୈାଶଲ୍ୟାବଳିଆରସିଂହ,ବ୍ଲକବିଡିଓ ସାଗରପାଲ, ପଂଚାୟତନିର୍ବାହୀଅଧିକାରୀ ଦୀପ୍ତିପ୍ରୟାନାୟକ ଅତିଥିଭାବେ ଯୋଗଦେଇ କ୍ରିଡା ପ୍ରତିଯୋଗୀତାର ଉଦ୍‌ଘାଟନ କରିଥିଲେ ।୫ଦିନଚାଲିବାକୁଥିବା ଏହି ପ୍ରତିଯୋଗୀତାରେ ବ୍ଲକଅଧିନରେ ଥିବା ସମସ୍ତ ୨୦ଟିପଂଚାୟତରୁ ବଛାବଛି ହୋଇ ୨୦ଟି ଦଳ ଯୋଗଦେଇଛନ୍ତି ।ଉଭୟ ମହିଳା ଓ ପୁରୁଷମାନଙ୍କୁ ନେଇ ଖୋଖୋ,କବାଡି,ଭଲିବଲ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)    

ମେଣ୍ଢାଶାଳ ଗାଁରେ ପଶିଲା ହାତୀ

ବାରଙ୍ଗ,୧ା୧(ଏସଏସନିଉଜ)ଶନିବାରବିଳମ୍ଭିତରାତିରେ ଏକ ବିରାଟକାୟ ଦନ୍ତାହାତୀ ମେଣ୍ଢଶାଳଗ୍ରାମରେ ପଶି ଦୈାରାତ୍ମ୍ୟ ସୃଷ୍ଟିକରି ଫେରିଯାଇଛି ।ଏହି ଦନ୍ତାଟି ଦେଉଳିଆପାହଡ ପଟୁଆସି ଗ୍ରାମନିକଟ ଗୁଣ୍ଡାବିଶ୍ୱାଳଙ୍କବିଲରେ ପ୍ରଥମେ ପଶି ହୁଡାରେ ଲାଗିଥିବା ୩୦ଟିକହଳୀଗଛ ଭାଙ୍ଗିଖାଇବାପରେ ଗ୍ରାମମୁଣ୍ଡରେ ଥିବା ଧୁମାମାନସିଂହଙ୍କ ଘରଅଗଣାକୁ ପସିଥିଲା ।ସେହିସମୟରେ ମାନସିଂହ ତାଙ୍କ ବାରଣ୍ଡାରେ ଶୋଇଥିଲା ।ତାଙ୍କପାଖରେ ରଖାଯାଇଥିବା ୫ବସ୍ତାଧାନରୁ ଗୋଟିଏବସ୍ତା ଖାଇସାରିବାପରେ ତାଙ୍କ ନୀଦଭାଙ୍ଗିଯିବାରୁ ସେଭୟରେ ଘରଭିତରକୁ ପଶିଆସିବାରୁ ସୈାଭଗ୍ୟକ୍ରମେ ବଂଚିଯାଇଥିଲେ ।ଘରେପଶି ପାଟିକରିବାରୁ ପରିବାରଲୋକ ଓ ପଡୋଶିଅସି ଟର୍ଚ୍ଚମାରି ହାତୀକୁ ଦେଖିବା ସହ ପାଟିକରିବାରୁ ସେଠାରେ ମଳତ୍ୟାଗ […]

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ୨ମୃତ

ସାଲେପୁର,୨।୧(ଏସଏସନିଉଜ) ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି।ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ଆହତଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଛି।ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ପ୍ରତି ମୃତକଙ୍କ ପରିବାର ପିଛା ୩ ଲକ୍ଷ ଟଙ୍କା ଲେଖାଏଁ […]

୬ହଜାର ପାଇଁ ତଣ୍ଟି କାଟିଦେଲେ

ଚନ୍ଦ୍ରଶେଖରପୁର,୨।୧(ଏସଏସନିଉଜ)୬ହଜାର ଟଙ୍କା ପାଇଁ ତଣ୍ଟି କାଟି ଲୁଟିନେଲେ ଲୁଟେରା। ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁ ଭିତରେ ଘଟିଛି ଏହିଭଳି ଅଭାବନୀୟଘଟଣା । ଲୁଟେରା ମାନେ ଶିବାନନ୍ଦ ବାରିକଙ୍କ ବେକକାଟି ଲୁଟି ନେଇଛନ୍ତି । ରାତି ପ୍ରାୟ୩ଟା ବେଳେ ସେ ତାଙ୍କ ଛକରେ ଥିବା ଦୋକାନକୁ ଯିବା ପାଇଁ ବାହାରିଥିବା ବେଳେ ଗେଟ୍ ଆଗରୁ ଲୁଟେରା ଲୁଟି ନେଇଥିଲେ। ଶିବାନନ୍ଦ ତାଙ୍କୁ ବିରୋଧ କରିବାରୁ ବେକ କାଟିଦେଇଥିଲେ ।ପରିବାର ଲୋକ ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ […]

ରାଜଧାନୀରେ ବିସ୍ଫୋରଣ!

ଭୁବନେଶ୍ୱର,୨।୧(ଏସଏସନିଉଜ)ରାଜଧାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି।ବିସ୍ଫୋରଣ ରେ ଝାରପଡା ଅଞ୍ଚଳରେ ଉଡିଛି ଛାତ ଓ ଭାଙ୍ଗିଛି କାନ୍ଥ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।ପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଏତଲା ହୋଇଛି।ସେପଟେ ବୋମାମାଡ଼ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି।ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ ଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରିଛି ପୋଲିସ।ପାରିପାର୍ଶ୍ବିକ ପରିସ୍ଥିତି ଓ ଘଟଣାସ୍ଥଳକୁ ଯାଇ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଛାନଭିନ ଆରମ୍ଭ କରାଯାଇଛି। ବିସ୍ଫୋରଣ ରେ ଝାରପଡା ଅଞ୍ଚଳର କବିରାଜ ସ୍ୱାଇଁ ଆହତ […]

ପୋଖରୀରୁ ମିଳିଲା ଶିଶୁପୁତ୍ରର ମୃତଦେହ

ସୋର,୨।୧(ଏସଏସନିଉଜ)ନିଖୋଜ ହୋଇଥିବା ୩ବର୍ଷର ଶିଶୁପୁତ୍ରର ମୃତଦେହ ଉଧାର ହୋଇଛି।ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।୪ନମ୍ବର ୱାର୍ଡ ରାୟପୁର ଗାଁରୁ ଗତକାଲି ଶିଶୁପୁତ୍ରଟି ନିଖୋଜ ଥିଲା।ଘର ନିକଟରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା ଶିଶୁପୁତ୍ର।

ହାତୀ ପାଇଁ ରାସ୍ତାରୋକ

କଣ୍ଟାମାଳ,୨।୧(ଏସଏସନିଉଜ)ଗତକିଛି ଦିନଧରି ଜଙ୍ଗଲୀ ହାତୀ ଉପଦ୍ରଵ ଯୋଗୁ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିଲେ।ହାତୀ ଭୟରେ ଘରୁ ବହାରିବାକୁ ନିରାପଦ ମଣୁନଥିଲେ।ଜଙ୍ଗଲ ବିଭାଗକୁ ଅନୁରୋଧ ପରେ ମଧ୍ୟ ସେମାନେ ନଶୁଣିଲାପରି ରହୁଥିଲେ।ଶେଷରେ ସୁରକ୍ଷା ପାଇଁ ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀମାନଙ୍କ ଦ୍ୱାରା ରାଜରାସ୍ତା ଅବରୋଧ କରାଯାଇଛି।ଯାହାଫଳରେ ମନମୁଣ୍ଡା-ଘଣ୍ଟାପଡା ରାସ୍ତାର ଉଦେପୁର ଛକରେ ଅଞ୍ଚଳବାସୀଙ୍କ ରାସ୍ତା ଅବରୋଧ ଯୋଗୁ ଯାତାୟାତ ଠପ ହୋଇଯାଇଛି।ବାରମ୍ବାର ଅଭିଯୋଗ ପରେ ବି ବନବିଭାଗ ଚୁପ୍ ରହିବାରୁ ତାତିଛନ୍ତି ଲୋକେ।

ଓ୍ବାଟକୋ ଶାଖାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨।୧(ଏସଏସନିଉଜ) ଜନସ୍ବାସ୍ଥ୍ୟ ବିଭାଗର ୱାଟକୋ ଶାଖାରେ ଅଗ୍ନିକାଣ୍ଡ ଘଟିଛି।ନିଆଁଲାଗି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବା ଜଣାପଡିଛି।କାର୍ଯ୍ୟଳୟ ସମେତ ଗୁରୁତ୍ବପୂର୍ଣ୍ଣ ବହୁ ପୁରୁଣା ଏବଂ ନୂଆ ଫାଇଲ ପୋଡିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସୂଚନା ମିଳିଛି।

ବଢୁଛି କରୋନା

  ଭୁବନେଶ୍ୱର,୨।୧(ଏସଏସନିଉଜ)ଆଉ ୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ଦିନକରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯୫ଜଣଙ୍କ କୋଭିଡ୍ ପରୀକ୍ଷା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଚିହ୍ନଟ ହୋଇଛନ୍ତି।ଯାହାଫଳରେ ରାଜ୍ୟରେ ସକ୍ରିୟ କରୋନା ରୋଗୀ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ବୋଲି ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ

ଭୁବନେଶ୍ୱର,୨।୧(ଏସଏସନିଉଜ)ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେସ୍ଥାୟୀ ବେଞ୍ଚର ଆବଶ୍ୟକତା ନଥିବା କହିଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ।ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ଇ-କୋର୍ଟ ଆରମ୍ଭ ହେଲାଣି , ଭର୍ଚୁଆଲ ରେ ସୁବିଧା ମିଳୁଛି।ଇ-କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି।ଜିଲ୍ଲାରେ ଭଲ ସୁବିଧା ମିଳୁଛି ବୋଲି କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି।ତେଣୁ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ଆଉ ନାହିଁ ବୋଲି କହିଛନ୍ତି।