Browsing author

SATYA SANDHANA DESK

ଟ୍ରକ ଓଲଟି ୨ ବାଇକ ଆରୋହୀ ମୃତ

ଭବାନୀପାଟଣା,୫।୨(ଏସଏସନିଉଜ)ଟ୍ରକ ଓଲଟି ୨ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି।ପୋଖରୀବନ୍ଧ ନିକଟ ଢେପଗୁଡ଼ାରେ ଅଘଟଣ ଘଟିଛି। ଟ୍ରକ୍ ଓଲଟିପଡି ୨ ବାଇକ୍ ଆରୋହୀଙ୍କ ଉପରେ ପଡ଼ିଯାଇଥିଲା।ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକ, ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

ଜାରିହେଲା ୨୦୨୬ ଫିଫା ବିଶ୍ୱକପ କ୍ରୀଡ଼ାସୂଚୀ

ଭୁବନେଶ୍ୱର,୫।୨(ଏସଏସନିଉଜ)୨୦୨୬ ଫିଫା ବିଶ୍ୱକପ ପାଇଁ କ୍ରୀଡ଼ାସୂଚୀ ଜାରି ହୋଇଛି।ମେକ୍ସିକୋ ସିଟିରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌।୨୦୨୬ ଜୁଲାଇ ୧୯ରେ ନ୍ୟୁଜର୍ସିରେ ହେବ ଫାଇନାଲ୍। ଆମେରିକା , କାନାଡା , ମେକ୍ସିକୋରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ।୩ଦେଶର ୧୬ ସହରରେ ଖେଳାଯିବ ୧୦୪ଟି ମ୍ୟାଚ୍‌।ଟୁର୍ଣ୍ଣାମେଣ୍ଟରେ ମୋଟ୍ ୪୮ଟି ଦଳ ଭାଗ ନେବେ।

ବିଷାକ୍ତଖାଦ୍ୟ ଖାଇ ୫୦ ଅସୁସ୍ଥ

କୋରାପୁଟ,୫।୨(ଏସଏସନିଉଜ)କୋରାପୁଟ ଲମତାପୁଟ ଛାତ୍ରୀବାସର ଘଟଣା।ଗତକାଲିର ରାତି ଖାଦ୍ୟ ଖାଇ ଅଚାନକ ଅସୁସ୍ଥ ହୋଇପଡି ଥିଲେ ଛାତ୍ରୀ।ଯାହାଫଳରେ ୫୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବାବେଳେ ଓ ୧୦ଜଣ ଗୁରୁତର ହୋଇଛନ୍ତି।ସମସ୍ତ ଅସୁସ୍ଥ ଛାତ୍ରୀ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ପାକିସ୍ତାନରେ ବଡ଼ ନାଟକ

ଭୁବନେଶ୍ୱର,୫।୨(ଏସଏସନିଉଜ)ପାକିସ୍ତାନରେ ଚାଲିଛି ବଡ଼ ନାଟକ ।ଆତଙ୍କବାଦୀ ହାଫିଜ ସୟିଦ ଜେଲ୍‌ରେ ରହି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସୟିଦର ସଂଗଠନ ବା ନୂଆ ପାର୍ଟି-MML।ଦଳର ନାଁ ପାକିସ୍ତାନ ମର୍‌କାଜି ମୁସଲିମ ଲିଗ୍‌।MML ସହ ଲସ୍କର ବା JuDର ସଂପର୍କ ରହିଛି।ଦଳର ଅଧିକାଂଶ ପ୍ରାର୍ଥୀ ସୟିଦର ସଂପର୍କୀୟ ବୋଲି ଜଣାପଡିଛି।ନିର୍ବାଚନ ଲଢୁଛନ୍ତି ସୟିଦର ପୁଅ ଓ ଜ୍ବାଇଁ।୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ସୟିଦ।ଦୁଇ ଦିନ ପରେ ପାକିସ୍ତାନର ସାଧାରଣ ନିର୍ବାଚନ ହେବାକୁ ଯାଉଛି।

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର,୫।୨(ଏସଏସନିଉଜ)ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀ ଗୃହରେ ଶୋକପ୍ରସ୍ତାବ ରଖିବେ । ଷୋଡଶ ବିଧାନସଭାର ୧୫ତମ ଅଧିବେଶନ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ […]

ଆଜିର ରାଶିଫଳ

ଫେବୃଆରୀମାସ ୦୫ତାରିଖ ୨୦୨୪ ମସିହା(ସୋମବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ଦଶମୀ ସନ୍ଧ୍ୟା ଘ୦୫/୨୪ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୪୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୪୯ ,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୫/୨୪ ଗତେ ଅଗ୍ନିକୋଣେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୭/୪୬ ଗତେ ଘ୦୯/୧୧ ମଧ୍ୟେ ,ବାରବେଳା – ଦିବା ଘ୦୨/୪୯ ଗତେ ଘ୦୪/୧୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୪୬ ମଧ୍ୟେ ଓ ଘ୧୧/୧୨ଗତେ ଘ୦୧/୩୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୩୫ […]

ଅର୍ପଣ ଚାଉଳରେ ପ୍ରସ୍ତୁତ ହେଲା ଖେଚୁଡ଼ି

ଗଞ୍ଜାମ,୪ା୨(ଏସଏସନିଉଜ)ଆଜି ପ୍ରଥମଦିନରେ ଗଞ୍ଜାମରୁ ଆସିଥିବା ଅର୍ପଣଚାଉଳରେ ପ୍ରସ୍ତୁତହୋଇଛି ଖେଚୁଡ଼ି।ମହାପ୍ରଭୁଙ୍କୁ ଲାଗି ହେବାପରେ ଶ୍ରୀମନ୍ଦିର ପଶ୍ଚିମ, ଉତ୍ତର ଓ ଦକ୍ଷିଣଦ୍ୱାରରେ ଦର୍ଶନସାରି ଫେରୁଥିବା ଭକ୍ତଙ୍କୁ ବଣ୍ଟାଯାଇଛି ଖେଚୁଡ଼ି। ଶହେଟି କୁଡୁଆରେ ପ୍ରସ୍ତୁତ କରାଯାଇଛି ମହାପ୍ରସାଦ ।ଏହି ପ୍ରସାଦକୁୁ ରାତି ୮ଟା ଯାଏଁ ଭକ୍ତଙ୍କୁ ବଣ୍ଟା ହୋଇଥିଲା ।ପ୍ରତିଦିନ ପ୍ରାୟ ୧୦ ହଜାର ଭକ୍ତଙ୍କୁ ମାଗଣା ପ୍ରସାଦ ବାଣ୍ଟିବାର ବ୍ୟବସ୍ଥା କରାଯାଇଥିବାର ଜଣାଯାଇଛି ।  

ଇନ୍ସପେକ୍ଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର,୪ା୨(ଏସଏସନିଉଜ) ଫିରିଙ୍ଗିଆଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ଜଣେ ମହିଳା ଏସଆଇ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୂର୍ବରୁ ମହିଳା ଏସଆଇଙ୍କ ଅଭିଯୋଗପରେ ପୋଲିସ ମାମଲା ରୁଜୁ କରିନଥିବା ବେଳେ ଏନେଇ ମହିଳା ଏସଆଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।କମିଶନଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ କରାଯିବା ସହ ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । କ୍ରାଇମ୍ […]

ଘନକୁହୁଡି ଯୋଗୁ ଦୁର୍ଘଟଣାଗ୍ର୍‌ସ୍ଥ ହେଲା ବସ

ଚୈାଦ୍ୱାର,୧ା୨(ଏସଏସନିଉଜ)ଘନକୁହୁଡି ଯୋଗୁ ଯାତ୍ରୀବାହୀବସଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଆଜି ବଢିଭୋଇ ସମୟରେ ଏହିଭଳି ଘଟଣା ଚୈାଦ୍ୱାରଥାନା ଅଧିନସ୍ଥ ନୁଆପାଟଣା ନିକଟରେ ଘଟିଛି ।ଓଡି୦୫ବିକେ୫୪୭୫ନଂ ଲକ୍ଷ୍ମୀନାମକ ଘରୋଇବସଟି ଦେବଗଡଅଂଚଳରୁ ଭୁବନେଶ୍ୱକୁ ୪୦ଜଣଯାତ୍ରୀନେଇ ଆସୁଥିବାବେଳେ ନୁଆପାଟଣା କଫିବାରଛକନିକଟରେ ଘନକୁହୁଡି ଯୋଗୁ ରାସ୍ତାର ଡିଭାଇଡରରେ ପିଟିହୋଇଯାଇଥିଲା ।ଏତେଯୋରେ ମାଡ ହୋଇଥିଲା ଯେ,ଗାଡିର ଚକ ବାହାରିପଡିଥିଲା ।ବସରେ ଥିବା ୪୦ଜଣ ଯାତ୍ରୀମାନଙ୍କ ମଧ୍ୟରୁ ୨୧ଜଣ ଆହତହୋଇଥିବାବେଳେ ସ୍ଥାନୀୟଲୋକଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ପଠାଇଥିଲା ।  

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧ ତାରିଖ ଗୁରୁବାର। ଶ୍ରୀମନ୍ଦିରରେ ଫୁଲମେଳଣ।ସୁର୍ଯ୍ୟୋଦୟ- ଘ୬/୨୬/ ୦,ସୂର୍ଯ୍ୟାସ୍ତ- ଘ୫/୩୪/ ୩୬, ମାଘମାସ, କୃଷ୍ଣପକ୍ଷ, ବୃହସ୍ପତି ବାସ,ତିଥି- ଷଷ୍ଠୀ ଦିବା ଘ୨/୧୦ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ନକ୍ଷତ୍ର- ଚିତ୍ରା ନକ୍ଷତ୍ର ରାତ୍ରି ଘ୪/୩୭ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୨/୧୦ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଦୋଷ ହେତୁ ରାତ୍ରି ଘ୩/୮ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ବାୟୁକୋଣ, ପଶ୍ଚିମ ଦିଗ […]