Browsing author

SATYA SANDHANA DESK

ଏସ.ଏସ.ଡି, ଗୁରୁଡିଝାଟିଆ ଚାମ୍ପିୟନ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନରେ ଦୁଇ ଦିନ ଧରି ଜଟଣୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନ୍ତମହାବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି ।ଆଜିର ଏହି ଫାଇନାଲ ମ୍ୟାଚରେ କଟକ ଗୁରୁଡ଼ିଝାଟିଆର ଏସ.ଏସ.ଡି ମହାବିଦ୍ୟାଳୟ ଖୋର୍ଦ୍ଧାର ପ୍ରାଣନାଥ ମହା ବିଦ୍ୟାଳୟକୁ ୪-୦ ଗୋଲରେ ପରାସ୍ତକରି ଚଳିତବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବିଭିନ୍ନ ଜୋନରୁ ଆସିଥିବା ୮ଟି ଦଳକୁ ନେଇ ଚାଲିଥିବା ଏହି ଫାଇନାଲ ଜୋନ ଅନୁଷ୍ଠିତ ହୋଇଥିଲା. ପ୍ରଥମ […]

ଘାଟିରେ ଦୁର୍ଘଟଣା,୨ମୃତ

ମୟୂରଭଞ୍ଜ,୨୧।୧୦(ଏସଏସନିଉଜ) ବାଙ୍ଗିରୀପୋଷିର ଦ୍ବାରଶୁଣୀ ଘାଟିରେ ଦୁର୍ଘଟଣା ଘଟିଛି।କାର୍‌-ଟ୍ରକ ଧକ୍କାରେ ୨ ମହିଳା ମୃତୁବରଣ କରିଥିବାର ଜଣାପଡିଛି।କାର୍‌ରେ ଥିବା ୬ ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।ଦୁର୍ଘଟଣା ପରେ ବାଙ୍ଗିରୀପୋଷି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଟଏଲେଟ୍‌ରୁ ତଣ୍ଟିକଟା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଟଏଲେଟ୍‌ରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଘଟଣାର ୬ମାସ ପରେ ଅଭିଯୁକ୍ତ ସ୍ୱାମୀ ସୁରତରୁ ଗିରଫ ହୋଇଛି।ଅଭିଯୁକ୍ତକୁ ସୁରତରୁ ଗିରଫ କରି ଓଡ଼ିଶା ଆଣୁଛି ଜିଆର୍‌ପି।ଏପ୍ରିଲ ୨୦ରେ ଭୁବନେଶ୍ୱର-ଧାନବାଦ ଏକ୍ସପ୍ରେସରୁ ମିଳିଥିଲା ମୃତଦେହ l

ASIଙ୍କ ଆସିଲା ପୋଷ୍ଟମର୍ଟମରିପୋର୍ଟ

ରାଉରକେଲା,୨୧।୧୦(ଏସଏସନିଉଜ)ଉଦିତନଗର ଥାନା ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସି ପହଂଚିଛି। ପ୍ରେସମିଟ୍‌ରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।ରିପୋର୍ଟରେ ମୃତ୍ୟୁ ମାଡ଼ରୁ ନୁହେଁ, ରୋଗ ଜନିତ ବୋଲି କହିଛନ୍ତି ।ଅଧିକ ଉତ୍ତେଜିତ ହେବାରୁ ଆଲିସାଙ୍କ ମୃତ୍ୟୁ ହୋଇଛି।ଆଲିସାଙ୍କ ମୃତ୍ୟୁ ହତ୍ୟା ନୁହେଁ ଅଧିକ ଉତ୍ତେଜନାରୁ ଅଧିକ ହରମୋନ କ୍ଷରଣ ହୋଇଛି ଯାହା ନିଃଶ୍ବାସ ନେବାରେ ସମସ୍ୟା ହେବାରୁ ମୃତ୍ୟୁ ହୋଇଛି ବୋଲି ରାଉରକେଲା ଏସ୍‌ପି କହିଛନ୍ତି।

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି।କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବାର ଅନୁମାନ କରିଛି ପାଣିପାଗ ବିଭାଗ। ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ ବୋଲି ଅନୁମାନ କରାଯାଉଛି।

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୧ତାରିଖ ଶନିବାର। ବଙ୍ଗୀୟମତେ ମୃଣ୍ମୟୀଦେବୀଙ୍କର ଓ ଗୃହଦେବୀଙ୍କର ସପ୍ତମୀପୂଜା, ପୀଠ ଓ ବିମଳାଦେବ୍ୟାଃ ମହାଷ୍ଟମୀପୂଜା,ଭାଇଜୀଉନ୍ତିଆ, ଫଳଥୁଆ, ଦ୍ବିଦିନାତ୍ମକ ପୂଜାରମ୍ଭ, ଶରଣ ଆରମ୍ଭ, ରାହୁ ଓ କେତୁସଞ୍ଚାର।ସୁର୍ଯ୍ୟୋଦୟ- ଘ୫/୪୬/୪୩ ,ସୂର୍ଯ୍ୟାସ୍ତ- ଘ୫/୧୬/୯ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ସପ୍ତମୀ ରାତ୍ରି ଘ୯/୪୯ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର- ପୂର୍ବାଷାଢା ରାତ୍ରି ଘ୮/୨୭ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୯/୪୯ମି ପରେ ଐଶାନ୍ୟକୋଣରେ। ଶନିବାର, ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି […]

ଘରୋଇବସ୍ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଡାକରାଦିଆଯାଇଥିବା ରାଜ୍ୟବ୍ୟାପି ବସ୍ ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ୧ଘଣ୍ଟା ଧରି ଆଲୋଚନାପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୬ ତାରିଖ ଆଲୋଚନାକୁ ଅପେକ୍ଷା କରିଛୁ । ଆସନ୍ତା ୨୬ରେ […]

ସାଲିଆ ସାହିରେ ଅବକାରୀବିଭାଗର ଚଢ଼ଉ

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ରହିଛି ଅବକାରୀ ବିଭାଗା ଅବକାରୀ ବିଭାଗ ପକ୍ଷରୁସାଲିଆସାହିରେ ଚଢ଼ଉ କରାଯାଇ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀମଦ ଜବତ ହୋଇଥିବାର ଜଣାପଡିଛି ।ପୂଜାପାଇଁ ଦେଶୀମଦ ପ୍ରସ୍ତୁତ ହେଉଥିବାବେଳେ କୈାଣସିସୁତ୍ରୁଖବରପାଇ ଅବକାରୀ ଥାନା ପୋଲିସ ଅଚାନକଭାବେ ଚଢାଉକରିଥିଲା ।ପୋଲିସ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରିଛି ।ଏହାସହ ଶହଶହ ଲିଟର ମଦ ନଷ୍ଟ କରିବା ସହିତ ୧୦ ହଜାର ଲିଟର ପୋଚ ଓ ୧ ହଜାର […]

ସାରା ରାଜ୍ୟରେ ଗଡ଼ୁନି ଘରୋଇ ବସ୍

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ପର‌୍ୟ୍ୟନ୍ତ ସାରାରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଏହାର ପ୍ରଭାବ ସାଧାରଣରେ ଦେଖାଦେଇଛି ।ଯାହାଫଳରେ ସାରାରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ଦେଖିବାକୁମିଳିଛି। ଘରୋଇବସକୁ ଚାଡିଦେଇ କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି । ଆଜିଠାରୁ ସ୍କୁଲ,କଲେଜ ଛୁଟି ହେଉଥିବାବେଳେ ସମସ୍ତେ ଏବେ ଘର ମୁହାଁ ହୋଇଛନ୍ତି।ଏହିପରିସ୍ଥିତିରେ ଘରୋଇବସ୍ ସେବା ବନ୍ଦ ହୋଇଥିବାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଯେତେଦିନପର‌୍ୟ୍ୟନ୍ତ ରାଜ୍ୟସରକାର ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ […]

ବନମାଳୀପୁର ଅଞ୍ଚଳରୁ ୫ ଡକାୟତ ଗିରଫ

ବାଲିପାଟଣା,୨୦ା୧୦(ଏସଏସନିଉଜ) ବାଲିପାଟଣା ପୁଲିସକୁ ବଡ଼ ସଫଳତା ମିଳିଛି । ଗତକାଲି ରାତିରେ ବନମାଳୀପୁର ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୫ ଜଣଙ୍କୁ ପୁଲିସ କାବୁ କରିବାସହ ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି। ଗତକାଲି ରାତିରେ ବନମାଳୀପୁରରେ ଥିବା ଦେଶୀମଦଦୋକାନରୁ ଡକାୟତିପାଇଁ ଯୋଜନା ହେଉଥିବାର ବିଶେଷ ସୂତ୍ରରୁ ସୂଚନାପାଇ ପୁଲିସରପୁରାଟିମ୍ ବନମାଳୀପୁର ବଟ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଲକ୍ଷ୍ମୀସାଗର ଥାନା ବମିଖାଲର ତତ୍ୱମସି ପ୍ରଧାନ ଓରଫ ରିଷି , ବରଗଡ଼ଥାନା […]