Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୪ତାରିଖ ଗୁରୁବାର। ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କର ସପ୍ତପୁରୀ ତାଡ଼ବିଜେ, ସପ୍ତପିତୃକା ଅମାବାସ୍ୟା, ଦର୍ଭସଂଗ୍ରହ, ଗୃହିଣାଂ ସପ୍ତପୁରୀ ଅମାବାସ୍ୟା, ଭାଦ୍ର ଅମାବାସ୍ୟା, କେତୁଗ୍ରହ ଜୟନ୍ତୀ, ଅଶ୍ବତ୍ଥ ଛାୟା ଜଳେ ସ୍ନାନ, ଅଦ୍ୟ ନଷ୍ଟ ଚନ୍ଦ୍ରୋପବାସ ଓ ନିଶାପାଳନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୧୪ ,ସୂର୍ଯ୍ୟାସ୍ତ- ଘ୫/୪୭/୩୮ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଅମାବାସ୍ୟା (ଅହୋରାତ୍ର)।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ।ପର୍ବତିଥି, ରବିଯୁକ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ […]

ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ୱର,୧୩ା୯(ଏସଏସନିଉଜ)ଭୁବନେଶ୍ୱରରେ ପହଁଚିଛନ୍ତି ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍ ।ଏହି ଟିମ୍ ଭୁବନେଶ୍ୱରରେ ପହଁଚିବାପରେ ଓଡ଼ିଶା ରାଜନୀତିକୁ ପୁଣି ଥରେ ଚଳଚଂଳ କରିଦେଇଛି ।ଆଜି ଏହି ଟିମ୍ ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ । ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ବୈଠକରେ ଭୋଟରତାଲିକା ପ୍ରସ୍ତୁତିନେଇ ହେବଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା ।ତେବେ ନିର୍ବାଚନ ପାଇଁ ବିଧିବନ୍ଧ ଭାବେ ତାରିଖ ଘୋଷଣା […]

ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର,୧୩ା୯(ଏସଏସନିଉଜ)ଏଥର ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବନାହିଁ । କ୍ୟାମ୍ପସରେ ନିର୍ବାଚନ ନକରିବାକୁ ଉଚ୍ଚଶିକ୍ଷାବିଭାଗପକ୍ଷରୁ ଆଜି ପ୍ରକାଶିତ ବାର୍ଷିକଶିକ୍ଷାକ୍ୟାଲେଣ୍ଡର ପ୍ରକାଶ କରାଯାଇଛି। କେତେଦିନ ପାଠପଢ଼ାହେବ, କେଉଁକେଉଁଦିନ ଛୁଟି ରହିବ, ଦଶହରାଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ କ୍ୟାଲେଣ୍ଡର ଉଲ୍ଲେଖ ‌ହୋଇଛି। କିନ୍ତୁ କ୍ୟାଲେଣ୍ଡରରେ ଛାତ୍ରସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଏଥିରୁ ସ୍ପଷ୍ଟଅନୁମାନ କରାଯାଉଛିକି ଏଥର ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ।

ଆସିଷ୍ଟାଣ୍ଟ୍ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର,୧୩ା୯(ଏସଏସନିଉଜ)ଆୟବହିର୍ଭୂତ ସଂପତ୍ତି ଠୁଳଅଭିଯୋଗରେ ବାରିପଦାସ୍ଥିତ ପିଏଚ୍ ଡିଭିଜନ୍‌-୧ର ଆସିଷ୍ଟାଣ୍ଟ୍ ଇଞ୍ଜିନିୟଙ୍କ ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମୟୂରଭଞ୍ଜଜିଲ୍ଲାର ବାରିପଦାଅଧୀନସ୍ଥ ରଘୁନାଥପୁରଗ୍ରାମରେ ନାୟକଙ୍କପତ୍ନୀଙ୍କ ନାମରେଥିବା ଏକ ୩ ମହଲା କୋଠା, ଜିଲ୍ଲାର ବଡ଼ସାହିଥାନା ଅଧୀନସ୍ଥ ତଲାନ୍ଦାରେ ଥିବା ୨ମହଲାକୋଠା ବିଶିଷ୍ଟ ଆବାସିକ ଘର, ମୟୂରଭଞ୍ଜର ତଲାନ୍ଦା ଗାଁରେଥିବା ତାଙ୍କଘର, ମଣିତ୍ରୀଗାଁରେଥିବା ତାଙ୍କସଂପର୍କୀୟଙ୍କ ଘର ଏବଂ ବାରିପଦାରେ ଥିବା ତାଙ୍କ ଅଫିସ୍ ରୁମରେ ଏହି ଚଢ଼ାଉ ହୋଇଛି।  

ବୃଦ୍ଧଙ୍କୁ ବିଭତ୍ସ ହତ୍ୟା

ବରଗଡ଼,୧୩ା୯(ଏସଏସନିଉଜ)ଗତକାଲି ବିଲମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି ।ମୃତକ ହେଉଛନ୍ତି ମେଲଛାମୁଣ୍ଡା କୁଣ୍ଡାଖାଇ ଗାଁର ୮୪ ବର୍ଷୀୟ ବୃଦ୍ଧାହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ଟଙ୍କା କାରବାର ନେଇ ହତ୍ୟାକରାଯାଇଥିବାର ସନ୍ଦେହ କରାଯାଉଛି ।ତେବେ ଖବରପାଇ ପୋଲିସ ଗଟଣାସ୍ଥଳରେ ପହଁଚି ରକ୍ତାତମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।  

ଡାକ୍ତରଙ୍କୁ ଅପହରଣକରି ମାଗିଥିଲେ ୨୫ଲକ୍ଷ

ଭୁବନେଶ୍ୱର,୧୨ା୯(ଏସଏସନିଉଜ)ଦେହଖରାପଆଳରେ ଜଣେ ଡାକ୍ତରଙ୍କୁ ଘରକୁଡାକି ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ତମାଣ୍ଡୋ ଥାନାପୋଲିସ ୪ଜଣଙ୍କୁ ଗିରଫକରି ମଙ୍ଗଳବାରଦିନ କୋର୍ଟଚାଳଣ କରିଛିା ସେମାନେହେଲେଲେଡି ଡ଼ନ ଇରାନୀ ପାତ୍ର, ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର, ମନୋରଞ୍ଜନ ପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନ ।ପୋଲିସ ସେମାନଙ୍କଠାରୁ ୯ଲକ୍ଷଟଙ୍କାର ଚେକ,୨ମୋବାଇଲଫୋନ,ଛୁରୀ ଓ ନଗଦ୩୦ହଜାରେଟଙ୍କା ଜବତକରିଛି । ଦେହ ଖରାପ ଥିବାର ବାହାନା କରି ଏହି୪ଜଣ ଗତ ୮ତାରିଖରେ ତମାଣ୍ଡୋର ସିଟି ହୋମସର ଡୁପ୍ଲେକ୍ସ ୬୧କୁ ଜଣେ ଡାକ୍ତରକୁ ଡାକିଥିଲେ […]

ବଢୁଛି ଡେଙ୍ଗୁରୋଗୀ ସଂଖ୍ୟା

ଭୁବନେଶ୍ୱର,୧୨।୯(ଏସଏସନିଉଜ)ରାଜ୍ୟରେ ଏବେ ପ୍ରତିଦିନ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁବଂଶ ବିସ୍ତାରପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ଅଛି। ବର୍ଷା ନଛାଡ଼ିବା ଯାଏଁ ରୋଗ କମିବନାହିଁ ବୋଲି ଜନସ୍ଵାସ୍ଥ୍ୟନିର୍ଦ୍ଦେଶକ ଡାକ୍ତର ନିରଞ୍ଜନମିଶ୍ର କହିଛନ୍ତି।ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ହଜାର ୯୭ ଜଣ ପଜିଟିଭ ବାହାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୧୩୩ଜଣ, ପୁରୀରୁ ୫୫୫, କଟକରୁ ୫୨୦ ଓ ବାଲେଶ୍ଵରରୁ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୩ତାରିଖବୁଧବାର। ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା ।ସୁର୍ଯ୍ୟୋଦୟ- ପ୍ରାତଃଘ୫/୩୭/୨ ,ସୂର୍ଯ୍ୟାସ୍ତ-ଘ୫/୪୮/୩୨ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରିଘ୪/୫୨ମିପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର-ମଘାନକ୍ଷତ୍ରରାତ୍ରି ଘ୨/୪୭ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରିଘ୪/୫୨ମି ପରେ ଐଶାନ୍ୟକୋଣରେ।ରିକ୍ତାତିଥି, ବିଷ୍ଟିକରଣ, ରବିଯୁକ୍ତ ଓ ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- ବିରି ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୪୦ମି ରୁ […]

ଉପସଭାପତି ପଦରୁ ହଟିଲେ ସୌମ୍ୟ

ଭୁବନେଶ୍ୱର,୧୨।୯(ଏସଏସନିଉଜ)ଗତ କିଛିଦିନ ଧରି ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି । ବିଜେଡି ଉପସଭାପତିପଦରୁ ସୌମ୍ୟ ପଟ୍ଟନାୟକଙ୍କୁ ହଟାଇଛନ୍ତି ସଭାପତି ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏଥିରେ କୌଣସି କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ନିଜର ଖବର କାଗଜରେ ସଂପାଦକୀୟ ଲେଖି ସିଧା ସଳଖ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ସୌମ୍ୟ ।

ମୋଷ୍ଟ୍ ୱାଣ୍ଟେଡ୍ ଧର୍ମା ଗିରଫ

ଭୁବନେଶ୍ୱର,୧୨ା(ଏସଏସନିଉଜ)କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି, ରାହାଜାନୀ ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରି ପୋଲିସପାଇଁ ମୋଷ୍ଟ୍ ୱାଣ୍ଟେଡ୍ ସାଜିଥିବା ଧର୍ମା ମଲ୍ଲିକ ଶେଷରେ ତୁମୁଡ଼ିବନ୍ଧ ପୁଲିସ ହାତରେ ଧରାପଡିଛି ।ଧର୍ମା ନାମରେ ୧୦ରୁ ଅଧିକ ମାମଲା ରହିଛି।ସେ୫ବର୍ଷହେଲା ଏହି ୩ଟିଜିଲ୍ଲାରେ ସକ୍ରିୟରହି ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍ ଗଢ଼ିଥିଲା।ଏହି ଗ୍ୟାଙ୍ଗରେ ୧୨ଜଣଙ୍କୁ ପୁର୍ବରୁ ପୋଲିସ ଧରସାରିଥିବାବେଳେ ଗତକାଲି ପାଲେସିହାତରେ ଧରାପଡିଛି ।