ଡାକ୍ତରଙ୍କୁ ଅପହରଣକରି ମାଗିଥିଲେ ୨୫ଲକ୍ଷ

ଭୁବନେଶ୍ୱର,୧୨ା୯(ଏସଏସନିଉଜ)ଦେହଖରାପଆଳରେ ଜଣେ ଡାକ୍ତରଙ୍କୁ ଘରକୁଡାକି ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ତମାଣ୍ଡୋ ଥାନାପୋଲିସ ୪ଜଣଙ୍କୁ ଗିରଫକରି ମଙ୍ଗଳବାରଦିନ କୋର୍ଟଚାଳଣ କରିଛିା ସେମାନେହେଲେଲେଡି ଡ଼ନ ଇରାନୀ ପାତ୍ର, ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର, ମନୋରଞ୍ଜନ ପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନ ।ପୋଲିସ ସେମାନଙ୍କଠାରୁ ୯ଲକ୍ଷଟଙ୍କାର ଚେକ,୨ମୋବାଇଲଫୋନ,ଛୁରୀ ଓ ନଗଦ୩୦ହଜାରେଟଙ୍କା ଜବତକରିଛି । ଦେହ ଖରାପ ଥିବାର ବାହାନା କରି ଏହି୪ଜଣ ଗତ ୮ତାରିଖରେ ତମାଣ୍ଡୋର ସିଟି ହୋମସର ଡୁପ୍ଲେକ୍ସ ୬୧କୁ ଜଣେ ଡାକ୍ତରକୁ ଡାକିଥିଲେ । ଡାକ୍ତର ଜଣକ ଆସିବାପରେ ତାଙ୍କୁ ଛୁରୀଦେଖାଇ କାରଚାବି, ସୁନାବ୍ରେସଲେଟ ଓ ମୋବାଇଲଫୋନ ନେଇଯିବାସହ ବନ୍ଧକରଖି ୨୫ ଲକ୍ଷଟଙ୍କା ମାଗିଥିଲେ । ଟଙ୍କାନଦେଲେ ମିଛ ମାମଲାରେ ଫସାଇଦେବାକୁ ଧମକଦେଇଥିଲେ । ଡାକ୍ତର ଜଣକ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହେବାରୁ ଏମାନେ ଅନଲାଇନ ପେମେଂଟ ସିଷ୍ଟମର ପାସୱାର୍ଡ଼ ନେଇଥିଲେ । ତେବେ ଦିନକୁ ମାତ୍ର ୧ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବାବେଳେ ଇରାନୀ ଓ ନିଶିକାନ୍ତ ଡାକ୍ତରଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ ଓ ୯ ଲକ୍ଷ ଟଙ୍କାର ଚେକ ଦେବାକୁ କହିଥିଲେ । ଏବାବଦରେ କାହାକୁ କହିଲେ ମାରିଦେବେ ବୋଲି ଧମକ ଦେଇଥିଲେ ବୋଲି ପୋଲିସ ତଦନ୍ତବେଳେ ଜାଣିବାକୁପାଇଥିଲା ।ପୋଲିସ୨୩୩/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ୪ଜଣଙ୍କୁ କୋର୍ଟଚାଳଣ କରିଛି ।

:

Comments (0)
Add Comment