Browsing author

SATYA SANDHANA DESK

ଭୁବନେଶ୍ୱରରେ ପରିବହନବିଭାଗର ସ୍ୱତନ୍ତ୍ରଡ୍ରାଇଭ

  ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଭୁବନେଶ୍ୱରରେ ଜାରି ରହିଛି ଧରପଗଡ଼।ପରିବହନ ବିଭାଗ ପକ୍ଷରୁ ଚାଲିଛି ସ୍ୱତନ୍ତ୍ରଡ୍ରାଇଭ। ଅତିରିକ୍ତ କମିଶନର ଲାଲ ମୋହନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ହେଉଛି ଯାଞ୍ଚ। ମଦ୍ୟପ ଚାଳକଙ୍କ ପରେ ଏବେ କମବୟସ୍କଙ୍କ ଉପରେ ରହିଛି ସ୍ୱତନ୍ତ୍ର ନଜର। ଆଜିଠାରୁ ୩ ଦିନଧରି ରାଜ୍ୟବ୍ୟାପୀ ଚାଲିବ ଏହି ଡ୍ରାଇଭ।

ମୋବସରୁ ଚୋରି ହେଲା ୫୦ହଜାରେ

ଭୁବନେଶ୍ୱର,୧୮।୩(ଏସଏସ ନିଉଜ) ମୋବସ୍‌ରେ ଯାତ୍ରୀଙ୍କ ଠାରୁ ୫୦ ହଜାର ଚୋରି ହୋଇଥିବାର ଅଭିଯୋଗ ଆସିଛି। ୧୮ନଂରୁଟ୍‌ର ଜଗତପୁର-ବରମୁଣ୍ଡା ଯାଉଥିବା ବସ୍‌ରେ ଚୋରି ହୋଇଛି। ନବ ବିବାହିତଝିଅ ପାଇଁ ଶାଢ଼ୀ କିଣିବାକୁ ଆସିଥିବା ବେଳେ ହୋଇଛି ଚୋରି। ଚନ୍ଦ୍ରଶେଖ ରପୁରଥାନାରେ ଏନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ।

୧୦ବର୍ଷରେ ୬ମହାବଳବାଘ ମୃତ୍ୟୁ

ଭୁବନେଶ୍ବର,୨୮।୩(ଏସଏସ ନିଉଜ)ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୬ ମହାବଳବାଘଙ୍କ ମୃତ୍ୟୁ ଘଟିଛି।ମୃତ ୬ଟି ମଧ୍ୟରୁ ୩ଟି ମହାବଳବାଘ ଶିକାରୀଙ୍କ ଦ୍ୱାରା ମରିଛନ୍ତି।ତାରା ବାହିନୀ ପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି।

ଲିଭଇନରେ ରହି ସବୁ ଲୁଟିଲେ କନଷ୍ଟେବଲ

  ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଷଷ୍ଠବାଟାଲିୟନର କନଷ୍ଟେବଲ ପ୍ରୀତିରଂଜନ ବେହେରାଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣି ଡିସିପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଯୁବତୀ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗରେ ଦର୍ଶାଇଛନ୍ତି।ଦୀର୍ଘଦିନ ଲିଭ୍ ଇନରେ ରହିବା ପରେ ୨୦ଲକ୍ଷ ଟଙ୍କା ଓ ସୁନାଗହଣା ନେଇ ପଳାଇଥିବା ଅଭିଯୋଗ ରେ କୁହାଯାଇଛି।

UPଗ୍ୟାଙ୍ଗଷ୍ଟରକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆତିକ୍‌ ଅହମ୍ମଦଙ୍କ ସମେତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି।୨୦୦୬ ଉମେଶପାଳ ଅପହରଣ ମାମଲାର ଶୁଣାଣି ହୋଇଛି।ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରୟାଗରାଜ MP-MLA କୋର୍ଟ।ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଫାଇନ କରାଯାଇଛି।

ଟେନିସସେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେଣ୍ଟରରେ ଜୁନିୟର ITF ଏସିଆନ ଟେନିସ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭହେବ ଖେଳ । ଏନେଇ କ୍ରୀଡା ସଚିବ ଭିନୀଲ କ୍ରୀଷ୍ଣାଙ୍କ ସୂଚନା ଦେଇଛନ୍ତି।

୨ନାବାଳକଙ୍କୁ ୫୦ହଜାର ଫାଇନ!

ରାୟଗଡ଼ା,୨୮।୩(ଏସଏସ ନିଉଜ)ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ବୋଇଛି।ବାଇକ ଚଳାଇବାବେଳେ ଧରାପଡ଼ିଲେ ଦୁଇ ନାବାଳକ। କଲେଜ ରୋଡ଼ରେ ଗାଡ଼ି ଚଳାଇବା ବେଳେ ଧରିଲା RTO। ଉଭୟଙ୍କଠାରୁ ୨୫ ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି। ଆଜିଠାରୁ ସ୍କୁଲ ପିଲାଙ୍କୁ ଚେକିଂ, ଧରାପଡିଲେ କଟିବ ଫାଇନ।

ଆମେରିକାସ୍କୁଲରେ ଗୁଳିମାଡ଼

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଆମେରିକା ନାସଭିଲେର ଏକ ଘରୋଇ ସ୍କୁଲରେ ଗୁଳିମାଡ଼ ହୋଇଛି। ମୃତକଙ୍କ ମଧ୍ୟରେ ୩ଜଣ ୯ ବର୍ଷିୟ ଛାତ୍ର ଅଛନ୍ତି।ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି।ଆମେରିକା ରାଷ୍ଟ୍ରପତି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି।

ନନ୍ଦନକାନନକୁ ଆସିବ ହିଲକ୍ ଗିବନ୍

ବାରଙ୍ଗ,୨୭।୩(ଏସଏସ ନିଉଜ) ଦୀର୍ଘଦିନର ବ୍ୟବଧାନ ପରେ ନନ୍ଦନକାନନରେ ଆରମ୍ଭ ହୋଇଛି ପଶୁପକ୍ଷୀ ଅଦଳବଦଳ ପ୍ରକିୟା।ଏହି ପ୍ରକିୟାରେ ନନ୍ଦନକାନନରୁ ସୋମବାର ଅପରାହ୍ନରେ ଦୁଇ ସାଧାରଣ (ନାଲି) ବାଘ ମିଜୋରାମର ଆଇଜଲ ଚିଡିଆଖାନାକୁ ପଠାଯାଇଛି।କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୁପକ୍ଷଙ୍କ ଅନୁ ମୋଦନ କ୍ରମେ ନନ୍ଦନକାନନ କର୍ତ୍ତୁପକ୍ଷ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣ(ନାଲି) ବାଘ “କୁନ୍ଦନ’ ଓ ଅନ୍ୟଟି ୫ବର୍ଷର ମାଈ ସାଧାରଣ(ନାଲି) ବାଘୁଣୀ “ଆଦାଶ୍ୟା’ଙ୍କୁ ପଠାଇଛନ୍ତି।ଏହି ବାଘ ନେବାପାଇଁ ଆଇଜଲ ଚିଡିଆଖାନାର ୮ଜଣିଆ ଦଳ ଗତ ଶୁକ୍ରବାରରାତିରେ […]

ସବ୍ୟସାଚୀପଣ୍ଡା ନିର୍ଦ୍ଦୋଷ !

ଭୁବନେଶ୍ୱର,୨୭ା୩(ଏସଏସନିଉଜ)ମାଓନେତା ସବ୍ୟସାଚୀପଣ୍ଡା ନିର୍ଦ୍ଦୋଷରେ ଖଲାସ। ନୟାଗଡ଼ରିଜର୍ଭ ଆକ୍ରମଣଘଟଣାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ନୟାଗଡ଼ ମାଓଆକ୍ରମଣ ଘଟଣାରେ ୯ଟିମାମଲା ହୋଇଥିଲା। ଏଯାଏ୫ଟି ମାମଲାରେ ସବ୍ୟସାଚୀ ଖଲାସ ହୋଇଛନ୍ତିା