Browsing author

SATYA SANDHANA DESK

ବାଲିମେଦଅଞ୍ଚଳରେ ସନ୍ଦିଗ୍ଧପାରା

ବାସୁଦେବପୁର, ୨୯ା୩(ଏସଏସନିଉଜ)ବାଲିମେଦଅଞ୍ଚଳରୁ ସନ୍ଦିଗ୍ଧପାରା ଉଦ୍ଧାର ହୋଇଛି । ପାରାରଗୋଡ଼ରେ ପିତ୍ତଳ ରିଙ୍ଗରେ କିଛିଲେଖା ରହିଛିା ସ୍ଥାନୀୟଲୋକ ଏହିପାରାକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

ପୁଣି ବଳଦକୁ ଖାଇଲା ବାଘ

ନୂଆପଡ଼ା, ୨୯ା୩(ଏସଏସନିଉଜ) ପୁଣି ଏକ ବଳଦମାରି ଖାଇଲାବାଘା ସୁନାବେଡ଼ା ଅଭୟାରଣ୍ୟ ଜଲମଡ଼େଇଗାଁରେ ବାଘକୁ ନେଇ ପୁଣି ଆତଙ୍କ ଖେଳିଯାଇଛି ।ଖବରପାଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବନବିଭାଗ କର୍ମଚାରୀା

ଆଜି ବାଜିବ କର୍ଣ୍ଣାଟକ ନିର୍ବାଚନ ବିଗୁଲ୍

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ଆଜି ବାଜିବ କର୍ଣ୍ଣାଟକ ନିର୍ବାଚନ ବିଗୁଲ୍। ଘୋଷଣା ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ। ସକାଳ ୧୧.୩୦ରେ ଘୋଷଣା କରିବେ ନିର୍ବାଚନ କମିଶନା

ଆଇସିୟୁରୁ ଫେରାରହେଲେ ଆଲୋକ

କଟକ, ୨୯ା୩(ଏସଏସନିଉଜ) ଏସସିବି ମେଡିକାଲ ସେଣ୍ଟ୍ରାଲ୍ ଆଇସିୟୁରୁ ଫେରାର ହୋଇଯାଇଛନ୍ତି ଜଣେ ଅଭିଯୁକ୍ତ । ଫେରାର ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଆଲୋକ ସାହୁ। ଜଗତସିଂହପୁର ରଘୁନାଥପୁରଥାନା ପୋଲିସ ତାଙ୍କୁ ICUରେ ଭର୍ତ୍ତି କରିଥିଲା ।  

ଏପ୍ରିଲ ୧ ଯାଏଁ ରାଜ୍ୟରେ ଝଡ଼ବର୍ଷା !

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବାବେଳେ ଆଜିମଧ୍ୟ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର ଏବଂ ଢେଙ୍କାନାଳଜିଲ୍ଲାରେ ବର୍ଷାସମ୍ଭାବନା ରହିଛି । ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ବେଳେ କାଲିଠୁ ଏପ୍ରିଲ୍ ପହିଲାଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼-ପବନ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ଆସିଲା ରଥଦଉଡି ,ଟଣାହେବ ରୁକୁଣାରଥ

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାା ଅଢ଼େଇଘଣ୍ଟା ନୀତିବିଳମ୍ବରେ ଚାଲିଥିବା ବ୍ରାହ୍ମଣନିଯୋଗସମ୍ପାଦକ ବିରଞ୍ଚିପତି ଦେଇଛନ୍ତି ସୂଚନାା ରଥ ନିର୍ମାଣ ଓ ପ୍ରତିଷ୍ଠା ବିଳମ୍ବ ହେବାରୁ ଅନ୍ୟ ନୀତିରେ ବିଳମ୍ବ ହୋଇଛି ।ଧାର୍ଯ୍ୟସମୟ ସାଢ଼େ୩ଟାରେ ରଥଟଣା ଆରମ୍ଭ ସମ୍ଭବନୁହେଁ ବୋଲି ପତି କହିଛନ୍ତି ।ଅନୟପଟେ ଆସି ପହଁଚିଛି ରଥଦଉଡି । ଏଇଥିରେ ବନ୍ଧାହେଇ ଟଣାହେବ ରୁକୁଣାରଥ ।ରାମେଶ୍ୱରମନ୍ଦିର ଯିବେ ପ୍ରଭୁଲିଙ୍ଗରାଜ ।ଅପରାହ୍ଣ ୩ଟାରେ ଟଣାଯିବ ବାବାଲିଙ୍ଗରାଜଙ୍କ ରୁକୁଣାରଥ। ସାଢେ୧୨ଟାରୁ ହେବ ପହଣ୍ଡି ବୋଲି ପୁର୍ବ ନିଷ୍ପତି ହୋଇଥିଲା […]

ଆଜିର ରାଶିଫଳ

୨୦୨୩ମସିହା ମାର୍ଚ୍ଚମାସ୨୯ତାରିଖ ବୁଧବାର।ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଯେଉଡ଼ ଭୋଗ, ଅଶୋକାଷ୍ଟମୀ, ଶ୍ରୀଲିଙ୍ଗରାଜ ଦେବଙ୍କ ରୁକୁଣା ରଥଯାତ୍ରା, ବାସନ୍ତିକ ମୃଣ୍ମୟୀ ଓ ପୀଠଦେବବୀଙ୍କ ମହାଷ୍ଟମୀପୂଜା ଏବଂ ସନ୍ଧିପୂଜା।ସୂର୍ଯ୍ୟ- ଉତ୍ତରାୟଣ ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୭/୬ ,ସୂର୍ଯ୍ୟାସ୍ତ- ଘ୫/୫୬/୧୮ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି-ଅଷ୍ଟମୀ ରାତ୍ରି ଘ୮/୫୧ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୮/୫୧ମି ପରେ ପୂର୍ବ ଦିଗରେ। ଅଗନ୍ତବ୍ୟପରେ ରିକ୍ତାତିଥି, ମଙ୍ଗଳଯୁକ୍ତ ଓ ବିଷ୍ଟିକରଣ ଦୋଷହେତୁ ଯାତ୍ରାନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, ମିଥୁନ, ସିଂହ, […]

୨୨ଲକ୍ଷଟଙ୍କାର ଗଞ୍ଜେଇ ଜବତ

  ଭୁବନେଶ୍ୱର,୨୮।୨(ଏସଏସ ନିଉଜ)ମାଛକୁଣ୍ଡ ପୋଲିସ ଦ୍ଵାରା ୭୬୨ କେଜି ଗଞ୍ଜେଇ ଜବତ ହୋଇଛି।ଖିଲପୁଟ ଗାଁର ଜଣଙ୍କ ଘରୁ ୩୩ଟି ବସ୍ତାରୁ ଗଞ୍ଜେଇ ଜବତ ହୋଇଛି।ଜବତଗଞ୍ଜେଇ ଆନ୍ଧ୍ରକୁ ଚୋରାଚାଲାଣ ହୋଇଥାଆନ୍ତା।ଚୋରାଚାଲାଣ ପୂର୍ବରୁ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ମାଟିଅତଡ଼ା ନେଲା ୨ମହିଳାଙ୍କ ଜୀବନ

କୋରାପୁଟ,୨୮।୨(ଏସଏସ ନିଉଜ)ମାଟିଅତଡ଼ା ଧସି ୨ ମହିଳା ମୃତୁବରଣ କରିଛନ୍ତି ଓ ୨ଜଣ ଗୁରୁତର ଆହତ ହୋଇଛନ୍ତି।ନନ୍ଦପୁରଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ ଅଘଟଣ ଘଟିଛି।ମୃତ ୨ମହିଳାଙ୍କ ଘର ଘାଗଡ଼ାପଣ୍ଡି ଗାଁର ବୋଲି ସୂଚନା ମିଳିଛି।

୫ ଦିନ ଯାଏଁ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଘଡ଼ଘଡ଼ି ବର୍ଷା ନେଇ ଆକଳନ କରାଯାଇଛି।ଆସନ୍ତାକାଲି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ।କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ,କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।