Browsing author

SATYA SANDHANA DESK

ବନ୍ଧୁକସହ ୧୫କୁଇଣ୍ଟାଲ ଗଞ୍ଜେଇ ଜବତ

ଭୁବନେଶ୍ୱର,୩୦।୩(ଏସଏସ ନିଉଜ)ବନ୍ଧୁକସହ ୧୫କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ମନମୁଣ୍ଡାଥାନା ସସକାପଦର ଜଙ୍ଗଲରେ ଚଢ଼ାଉବେଳେ ଧରିଛି ପୋଲିସ। ଗୋଟିଏ ଦେଶୀବନ୍ଧୁକ ଓ ୧୫ କୁଇଣ୍ଟାଲ ଗଂଜେଇ ଜବତ ସହ ୨ଜଣଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତ ମାନେହେଲେ ବାରକତୁଳି ଗ୍ରାମର ବବିକହଁର ଓ ରୁଗୁଡି କନପା ଗ୍ରାମର ଦୁଃଶାସନସାହୁ।

ଆଜିର ରାଶିଫଳ

୨୦୨୩ ମସିହା ମାର୍ଚ୍ଚ ମାସ ୩୦ ତାରିଖ ଗୁରୁବାର ,ଶ୍ରୀ ରାମନବମୀ ,ବାସନ୍ତୀକ ଦୁର୍ଗାପୂଜାର ମହାନବମୀ ,ଚୈତ୍ରମାସ-ଶୁକ୍ଳପକ୍ଷ ,ତିଥି -ନବମୀ ରା୧୧/୧୬ଗତେ ଦଶମୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୪୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୦୮ ,ତୁଳା , କୁମ୍ଭରାଶିର ଘାତବାର ,ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅମୃତବେଳା- ରାତ୍ରି ଘ୧/୮ ଗତେ ଘ୩/୩୨ ମଧ୍ୟେ ,ମାହେନ୍ଦ୍ରବେଳା- ଘ୭/୨୧ ମଧ୍ୟେ , ଦି ଘ୧୦/୩୩ ଗତେ ଘ୧୨/୫୭ ମଧ୍ୟେ ,ଲାଉ ଭକ୍ଷଣ ନିଷେଧ।  ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳାଦେଖାଦେବ। ସୁସମ୍ବାଦପାଇବେ। ଅଯଥାବିବାଦରୁ ଦୂରେଇରହନ୍ତୁ। ଜୀବନସାଥୀ ସହ […]

ଆକ୍ରମଣ କଲା ମହୁମାଛି

ବାରଙ୍ଗ,୨୯।୩(ଏସଏସନିଉଜ)ବୁଧବାରଦିନ ନନ୍ଦନକାନନରେ ୧୧ପର୍ଯ୍ୟଟକ ସମେତ ଜଣେ ଅସ୍ଥାୟୀ ସୁରକ୍ଷା କର୍ମଚାରୀ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି।ସେମାନଙ୍କୁ ନନ୍ଦନକାନନ ପକ୍ଷରୁ କୈାଣସି ସୁରକ୍ଷା ବା ପ୍ରାଥମିକଚିକିତ୍ସା ବ୍ୟବସ୍ଥା କରାନଯିବାରୁ ନନ୍ଦନକାନନ ବୁଲିବା ଅଧାରୁବନ୍ଦକରି ନିରାଶରେ ଫେରିଛନ୍ତି।ବୁଧବାର ସକାଳ ୧୦ଟାବେଳେ ପ୍ରାଣୀଉଦ୍ୟାନ ବାଘ ଏନକ୍ଲୋଜର ମୁଖ୍ୟରାସ୍ତା ୫ନମ୍ବର ବ୍ୟାଟେରିଚାଳିତ ଗାଡି ରହଣିସ୍ଥଳ ଓ ହାତୀ ସଫାରୀ ରାସ୍ତା ପାର୍ଶ୍ବ ଜଙ୍ଗଲରେ ଏକ ପୁରୁଣା ଗଛରେ ମହୁମାଛି ବସା ବାନ୍ଧିଥିଲେ।ଜଙ୍ଗଲୀ ମାଙ୍କଡ ବସା ଉପରକୁ ଡିଆଁ ମାରିବା ଫଳରେ ମହୁମାଛି ପଲ […]

ଇଞେକସନ ଦେବାପରେ ମରିଗଲା ମାଣ୍ଡାରିନବତକ

ବାରଙ୍ଗ,୨୯।୩(ଏସଏସନିଉଜ) ନନ୍ଦନକାନନର ସରୀସ୍ବପଉଦ୍ୟାନର ୪୬ନମ୍ବର (ଛ) ଏନ କ୍ଲୋଜରରେ ରହୁଥିବା ଏକ ମାଈ ପାଣିଗୋଧି ବୁଧବାରଦିନ ପାଞ୍ଚଟିଶାବକ ଜନ୍ମଦେଇଛି।ଜନ୍ମିତ ଶାବକ ମଧ୍ୟରୁ ଚାରିଛୁଆ ସୁସ୍ଥଥିବାବେଳେ ଗୋଟିଏଛୁଆ ଅସୁସ୍ଥ ଥିବାରୁ ତାକୁ ବେବିକେୟାର ସେଣ୍ଟରକୁ ଆଣାଯାଇ ଚିକିତ୍ସା ଜାରିରହିଛି।ପାଞ୍ଚଶାବକ ଜନ୍ମହେବାପରେ ନନ୍ଦନକାନନରେ ପାଣିଗୋଧିସଂଖ୍ୟା ୯କୁ ବୃଦ୍ଧିପାଇଛି।ସେହିପରି ପ୍ରାଣୀଉଦ୍ୟାନର ପାଦଚଲା ବିହଙ୍ଗସରଣୀରେ ଅସୁସ୍ଥଥିବା ଅଣ୍ଡିରାମାଣ୍ଡାରିନ୍ ବତକ ବୁଧବାରଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଈଛି।ବତକଟି ଗତକାଲି ଏନକ୍ଲୋଜରରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲା।ଚିକିତ୍ସାପରେ ବତକକୁ ଉଠାଇବାକୁ କର୍ମଚାରୀ ଜଣଙ୍କ ଚେଷ୍ଟାକରିଥିଲେ।ଫଳରେ […]

୮୦ଟଙ୍କାର ୪୫୦କିମି ଚାଲିବ

ଭୁବନେଶ୍ୱର,୨୯।୩(ଏସଏସ ନିଉଜ)ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ହାଇଡ୍ରୋଜେନ ବସ୍‌।ଯାହାକି ୮୦ଟଙ୍କାର ଇନ୍ଧନରେ ୪୫୦ କିମି ଚାଲିବ ବସ୍‌ ।ଏହାସହ ବିମାନରେ ବି ହାଇଡ୍ରୋଜେନ ଇନ୍ଧନ ବ୍ୟବହାର ଲକ୍ଷ ରଖାଯାଇଛି। ୨୦ଲକ୍ଷଟନ୍‌ ଆବର୍ଜନା ପ୍ଲାଷ୍ଟିକ ବ୍ୟବହାରକରି ରାସ୍ତା ହୋଇଛି। ଭାରତର ପ୍ରଗତିରେ ଟୋକ୍ନୋଲଜି ସହାୟକ ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା ଦେଇଛନ୍ତି।

ଏଥର କର୍ଣ୍ଣାଟକରେ ବିଜେପି ସରକାର

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ସେ କହିଛନ୍ତି କର୍ଣ୍ଣାଟକରେ ବିଜେପି ସ୍ପଷ୍ଟ ବହୁମତ ସହ ପୁଣି ସରକାର ଗଢ଼ିବ।

ସ୍କୁଲରେ ମହୁମାଛି ଆକ୍ରମଣ

ଫୁଲବାଣୀ,୨୯।୩(ଏସଏସ ନିଉଜ) ସ୍କୁଲଭିତରେ ମହୁମାଛି ଆକ୍ରମଣ ହୋଇଛି।ଏଥିରେ ୬ଜଣ ଆହତ ହୋଇଛନ୍ତି। ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମହୁମାଛି ଆକ୍ରମଣ ହୋଇଛି। ମହୁମାଛି ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ସହ ୬ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ମେ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ

ଭୁବନେଶ୍ୱର,୨୯ା୩(ଏସଏସନିଉଜ)ମେ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ନେଇ ସିଇସି ଘୋଷଣା କରିଛନ୍ତି । ଏପ୍ରିଲ୧୩ରେ ପ୍ରକାଶପାଇବ ନିର୍ବାଚନବିଜ୍ଞପ୍ତି । ଏପ୍ରିଲ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ , ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର I ମେ୧୩ରେ ଭୋଟ ଗଣତି ହେବ । ନବ ଦାସଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା ।    

ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

ସୋର,୨୯ା୩(ଏସଏସନିଉଜ) ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ । ସିମୁଳିଆଥାନା ଛତ୍ରପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।ହତ୍ୟାକାଣ୍ଡ ପରେ ଅଭିଯୁକ୍ତସ୍ୱାମୀ ଘଟଣସ୍ଥଳରୁଫେରାର ହୋଇଯାଇଛି ।ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲିମେଦଅଞ୍ଚଳରେ ସନ୍ଦିଗ୍ଧପାରା

ବାସୁଦେବପୁର, ୨୯ା୩(ଏସଏସନିଉଜ)ବାଲିମେଦଅଞ୍ଚଳରୁ ସନ୍ଦିଗ୍ଧପାରା ଉଦ୍ଧାର ହୋଇଛି । ପାରାରଗୋଡ଼ରେ ପିତ୍ତଳ ରିଙ୍ଗରେ କିଛିଲେଖା ରହିଛିା ସ୍ଥାନୀୟଲୋକ ଏହିପାରାକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।