Browsing author

SATYA SANDHANA DESK

ସିନାପାଲିରେ ବାଘ ଆତଙ୍କ

ନୂଆପଡ଼ା, ୫ା୨(ଏସଏସନିଉଜ) ସିନାପାଲିବ୍ଲକ ଟିମନପୁର ଗ୍ରାମପଞ୍ଚାୟତ ଅଧୀନ ହୀରାପୁରଗ୍ରାମର ସେନାପତି ମାଝୀ ନାମକ ଯୁବକ ବାଘଆକ୍ରମଣର ଶିକାର ହୋଇ ସିନାପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।ଯୁବକଜଣକ ସନ୍ଧ୍ୟାରେ ଶୌଚପାଇଁ ଏକ ନାଳକୁ ଯାଇଥିବାବେଳେ ହଠାତ୍ ଏକ କଲରାପତରିଆବାଘ ଆକ୍ରମଣ କରିଥିଲା। ଯୁବକଜଣକ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଁଚିବାରୁ ବାଘଟି ପଳାଇଯାଇଥିଲା ।

ସ୍କର୍ପିଓରୁ ଟଙ୍କାଲୁଟି ବନ୍ଧାହେଲେ ୫

ବୌଦ୍ଧ,୫ା୨(ଏସଏସନିଉଜ) ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓଗାଡ଼ିରୁ ଟଙ୍କାଭର୍ତ୍ତିବ୍ୟାଗ ଲୁଟିନେବା ଅଭିଯୋଗରେ ବାଉଁଶୁଣିଥାନା ହରିଡ଼ାପାଲିଗାଁର କୁଳମଣି ମେହେର, ବହିରାଗାଁର ସୁରେଶରଣା ଓରଫ ଶରତ, ହେମାନନ୍ଦନାଏକ ,କିସାନନାଏକ ଓ ନୀଳାଦ୍ରିନାଏକ ଙ୍କ ସମେତ୫ଜଣଙ୍କୁପୋଲିସ ଗିରଫକରି କୋର୍ଟଚାଳଣ କରିଛି ।ସେମାନଙ୍କଠାରୁ ଲୁଟହୋଇଥିବା ୧୫ଲକ୍ଷ ୧୫ହଜାର ଟଙ୍କା ସହ ଦାମୀ ହାତଘଣ୍ଟା, ୬ଟି ଡେବିଟ କାର୍ଡ, ୨ଟି କ୍ରେଡିଟ କାର୍ଡ ଓ କିଛି ବ୍ୟକ୍ତିଗତ ପରିଚୟପତ୍ର ପୁଲିସ ଜବତ କରିଛି ।ଜାନୁଆରି ୨୬ତାରିଖରେ ବଲାଙ୍ଗୀରରୁ ଭୁବନେଶ୍ବରଯାଉଥିବା ଏକ ସ୍କର୍ପିଓଗାଡ଼ି ବହିରାଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏଥିରେ […]

ପରଲୋକରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି

ଭୁବନେଶ୍ୱର,୫ା୨(ଏସଏସନିଉଜ)ପରଲୋକରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫ । ଦୁବାଇରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନର ଅସୁସ୍ଥତାପରେ ଶେଷନିଶ୍ୱାସ ତ୍ୟାଗକରିଛନ୍ତି ମୁସାରଫ । ଏନେଇ ପାକିସ୍ତାନ ଗଣମାଧ୍ୟମପକ୍ଷରୁ ସୂଚନାମିଳିଛି । ପାକିସ୍ତାନଗଣମାଧ୍ୟମରେ ତାଙ୍କର ଦେହାନ୍ତନେଇ ଖବର ପ୍ରସାରଣହୋଇଛି । ଦୁବାଇର ଆମେରିକାନହସ୍ପିଟାଲରେ ମୁସାରଫ ଆଖିବୁଜିଛନ୍ତି । ତାଙ୍କସମୟରେ ୧୯୯୯ କାର୍ଗିଲଯୁଦ୍ଧ ହୋଇଥିଲା ।    

କକାର ଆକ୍ରମଣରେ ଚାଲିଗଲା ପୁତୁରାର ଜୀବନ

ବଲାଙ୍ଗିର,୫ା୨(ଏସଏସନିଉଜ) ଅଏଁଲାପାଲୀଗାଁରେ ପୂର୍ବଶତ୍ରୁତାକୁ ନେଇ ସମ୍ପର୍କୀୟକକାର ଆକ୍ରମଣରେ ଗୁରୁତରଥିବା ପୁତୁରାର ମୃତ୍ୟୁ ଘଟିଛି । ବୁର୍ଲାରେ ଚିକିତ୍ସାଧୀନଅବସ୍ଥାରେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ଘଟଣାପରେ ଅଭିଯୁକ୍ତ ଫେରାର୍ ରହିଥିବାବେଳେ ପୁଇଁତଳାପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର,୫ା୨(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସସଭାପତି ଶରତପଟ୍ଟନାୟକା ମନ୍ତ୍ରୀ ନବଦାସ ହତ୍ୟାଘଟଣାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶରତପଟ୍ଟନାୟକା କ୍ରାଇମବ୍ରାଞ୍ଚ ନୁହେଁ ସିଟିଂଜଜଙ୍କ ତତ୍ତ୍ବାବଧାନ କିମ୍ବା CBI ତଦନ୍ତପାଇଁ ସେ ଦାବିକରିଛନ୍ତିû ସେପଟେ DGPଙ୍କୁ ଟାର୍ଗେଟକରି କହିଛନ୍ତିଯେ, ପ୍ରଭୁଜଗନ୍ନାଥଙ୍କ ଉପରେ ସବୁଛାଡ଼ିଦେଲେ ଚଳିବନି, ହତ୍ୟାପଛରେ ବଡ଼ଷଡ଼ଯନ୍ତ୍ର ପରିଲାଗୁଛି, ଏଥିସହ ହତ୍ୟାକାଣ୍ଡନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦେଇଛନ୍ତି ଶରତା

ବସକୁ ପିଟିଲା କଣ୍ଟେନର

ବରଗଡ଼୫ା୧(ଏସଏସନିଉଜ) ଟୁରିଷ୍ଟବସକୁ ପିଟିଛି କଣ୍ଟେନରାଏହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଆହତ ହୋଇଥିବାର ଜଣାପଡିଛି ।ଜାତୀୟରାଜପଥର ସୋହେଲା କଲେଜନିକଟରେ ଏହି ଦୁର୍ଘଟଣା ଘଟିଛି ।୪୫ଜଣ ଯାତ୍ରୀଙ୍କୁ ଧରି ଚାରିଧାମ ବୁଲୁଥିବା ବସଟି ପୁରୀରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ।

ମାର୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର,୫।୧(ଏସଏସନିଉଜ)ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ମାର୍ଚ୍ଚ୧୦ ତାରିଖରୁ ମାଟ୍ରିକ୍, ମଧ୍ୟମାପରୀକ୍ଷା ଆରମ୍ଭହୋଇ ମାର୍ଚ୍ଚ୨୦ ତାରିଖରେ ଶେଷହେବାନେଇ ବୋର୍ଡପକ୍ଷରୁ ପରୀକ୍ଷାକାର୍ଯ୍ୟସୂଚୀ ପ୍ରକାଶପାଇଛି।ପରୀକ୍ଷା ସକାଳ ୮ଟାରୁ ଆରମ୍ଭହୋଇ ୧୦ଟାରେସରିବ। ‌ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ନମ୍ବର ପରୀକ୍ଷାକରାଯିବ। ୫୦ନମ୍ବର ସଂକ୍ଷିପ୍ତ ଉତ୍ତର ମୂଳକପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍‌ଆର୍ ସିଟ୍‌ରେ ପୂରଣ କରାଯିବ। ଅବଶି‌ଷ୍ଟ ୩୦ନମ୍ବର ସବ୍‌ଜେକ୍ଟିଭ୍ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ରବୁକ୍‌ଲେଟ୍‌ରେ ଲେଖିବାକୁପଡ଼ିବ। ଗଣିତ ପରୀକ୍ଷା ଦିନ ଅତିରିକ୍ତ ୧୫ମିନିଟ୍ ସମୟ ମିଳବା

ଆଜିର ରାଶିଫଳ

୫-୨-୨୦୨୩(ରବିବାର)ମାଘ ପୂର୍ଣ୍ଣିମା, ମାଘ ବ୍ରତ ସମାପନ}ମେଷ ରାଶିର ଘାତବାର ।ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ, ମାଂସ ଭକ୍ଷଣ ନିଷେଧ । ମାଘପୂର୍ଣ୍ଣିମା କୃତ୍ୟ ।ପୂର୍ଣ୍ଣିମାର ଚନ୍ଦ୍ରପୂଜା ଓ ଉପବାସ ଅର୍ଘ୍ୟଦାନ । ଅଗ୍ନ୍ଯୁତ୍ସବ ମେଷ:-ବହୁ ଦିନର ସ୍ବପ୍ନ ସାକାର ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରିୟତମ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ବୃଷ:-ପାରିବାରିକ ମାମଲାରେ ସମ୍ପର୍କୀୟଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଦୀର୍ଘ ଦିନର ପ୍ରୟାସ […]

ଦାରୁଠେଙ୍ଗ ବିଦ୍ୟାଳୟର ବରାଳସାର

ମେଣ୍ଢାଶାଳ,୪ା୨(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅର୍ନ୍ତଗତ ଦାରୁଠେଙ୍ଗ ସରକାରୀଉଚ୍ଚ ବିଦ୍ୟାଳୟର ସଂସ୍କୃତଶିକ୍ଷକ ବିଚିତ୍ର କୁମାରବରାଳଙ୍କର ଅବସରକାଳୀନ ବିଦାୟସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷୟିତ୍ରୀ କ୍ରାନ୍ତିଲତାଲେଙ୍କାଙ୍କ ସଭାପତିତ୍ଵ ଅନୁଷ୍ଠିତ ଉତ୍ସବରେ ସରପଞ୍ଚ ତପନକୁମାରଚକ୍ରବର୍ତ୍ତୀ,ସମାଜସେବୀ କବିରାଜବିଧାର. ପୁର୍ବତନସରପଂଚ ରବିନ୍ଦ୍ରନାଥହରିଚନ୍ଦନ. ଓକିଲ ମନ୍ମଥଛୋଟରାୟ. ପ୍ରଦିପବଳିଆରସିଂହ. ପୁର୍ବତନପ୍ରଧାନଶିକ୍ଷକ ପୁର୍ଣ୍ଣଚନ୍ଦ୍ରମିଶ୍ର. ସାମ୍ବାଦିକ ପ୍ରଦୀପ କୁମାରସ୍ୱାଇଁ. ବ୍ରହ୍ମଚାରି ଶ୍ରୀଚନ୍ଦନ ପ୍ରମୁଖ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ଉତମ ଶିକ୍ଷାଦାନ କ୍ଷେତ୍ରରେ ବରାଳସାରଙ୍କ ପ୍ରମୁଖ ଭୁମିକା ରହିଥିଲା ବୋଲି କହିଥିଲୋ ଦୀର୍ଘ୩୭ବର୍ଷଧରି ଶିକ୍ଷାନୁଷ୍ଠାନ ସହ ଜଡିତ ରହି ବରାଳସାର […]

କର୍ଣ୍ଣାଟକନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କୁ ଦାୟିତ୍ବ

ଭୁବନେଶ୍ୱର,୪।୧(ଏସଏସ ନିଉଜ)କର୍ଣ୍ଣାଟକ ନିର୍ବାଚନ ଦାୟିତ୍ବରେ ଧର୍ମେନ୍ଦ୍ରପ୍ରଧାନ।ଆସନ୍ତା କର୍ଣ୍ଣାଟକନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଗୁରୁଦାୟିତ୍ବ ମିଳିଛି।କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଧର୍ମେନ୍ଦ୍ର ହୋଇଛନ୍ତି ପ୍ରଭାରୀ।ଧର୍ମେନ୍ଦ୍ରଙ୍କୁ ପ୍ରଭାରୀ ନିଯୁକ୍ତ କରିଛନ୍ତି BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।