ମେଣ୍ଢାଶାଳ,୪ା୨(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅର୍ନ୍ତଗତ ଦାରୁଠେଙ୍ଗ ସରକାରୀଉଚ୍ଚ ବିଦ୍ୟାଳୟର ସଂସ୍କୃତଶିକ୍ଷକ ବିଚିତ୍ର କୁମାରବରାଳଙ୍କର ଅବସରକାଳୀନ ବିଦାୟସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷୟିତ୍ରୀ କ୍ରାନ୍ତିଲତାଲେଙ୍କାଙ୍କ ସଭାପତିତ୍ଵ ଅନୁଷ୍ଠିତ ଉତ୍ସବରେ ସରପଞ୍ଚ ତପନକୁମାରଚକ୍ରବର୍ତ୍ତୀ,ସମାଜସେବୀ କବିରାଜବିଧାର. ପୁର୍ବତନସରପଂଚ ରବିନ୍ଦ୍ରନାଥହରିଚନ୍ଦନ. ଓକିଲ ମନ୍ମଥଛୋଟରାୟ. ପ୍ରଦିପବଳିଆରସିଂହ. ପୁର୍ବତନପ୍ରଧାନଶିକ୍ଷକ ପୁର୍ଣ୍ଣଚନ୍ଦ୍ରମିଶ୍ର. ସାମ୍ବାଦିକ ପ୍ରଦୀପ କୁମାରସ୍ୱାଇଁ. ବ୍ରହ୍ମଚାରି ଶ୍ରୀଚନ୍ଦନ ପ୍ରମୁଖ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ଉତମ ଶିକ୍ଷାଦାନ କ୍ଷେତ୍ରରେ ବରାଳସାରଙ୍କ ପ୍ରମୁଖ ଭୁମିକା ରହିଥିଲା ବୋଲି କହିଥିଲୋ ଦୀର୍ଘ୩୭ବର୍ଷଧରି ଶିକ୍ଷାନୁଷ୍ଠାନ ସହ ଜଡିତ ରହି ବରାଳସାର କେବଳ ଯେ ପିଲାଙ୍କୁ ଉତମ ନାଗରିକଭାବେ ଗଢିତୋଳିବା କାର୍ଯ୍ୟ ସହ ଜଣେ ଆଦର୍ଶଶିକ୍ଷକ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ।ବିଦ୍ୟାଳୟ ପରିସରରେ ପିଲାମାନଙ୍କୁ ସାଙ୍ଗରେ ନେଇ ଫଳବଗିଚା ସହ ଔଷଧିୟ ଉଦ୍ୟାନ କରି ବିଦ୍ୟାଳୟର ମାନବୃଦ୍ଧିରେ ସହାୟକ ସାଜିଛନ୍ତି ।ସେଇଥିପାଇଁ ୨୦୧୧ ମସିହାରେ ସ୍କୁଲ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ କରିପାରିଥିଲା ବୋଲି ଶିକ୍ଷକ କୁଳମଣି ଜେନା . ବସନ୍ତ କୁମାର ଜେନା.ସସ୍ମିତା କୁମାରୀ ରାୟ. ଅମ୍ବିକା ହରିଚନ୍ଦନ ପ୍ରମୁଖ ମତବ୍ୟକ୍ତ କରିଥିଲେ ।ସୁସ୍ଥ ଥିବା ପର୍ଯ୍ୟନ୍ତ ବିଦ୍ୟାଳୟର ବିଭିର୍ଣ କ୍ଷେତ୍ରରେ ପୁର୍ଣ ସହଯୋଗ ରହିବ ବୋଲି ଭାବବିହ୍ୱଳଭାବେ ବରାଳସାର ଦେଇଥିବା ବକ୍ତବ୍ୟ ସମସ୍ତଙ୍କ ମନକୁ ବେଶ ଆପଣେଇନେଇଥିଲା ପିଲାମାନେ ବିଦାୟୀ ଶିକ୍ଷକଙ୍କୁ ଉପହାର ଦେବା ସହ ଆର୍ଶିବାଦ ନେଇଥିଲେ ।