Browsing author

SATYA SANDHANA DESK

ହାଇସ୍କୁଲରେ ଗୁଳି!

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ଆମେରିକାର ଏକ ହାଇସ୍କୁଲରେ ଗୁଳିକାଣ୍ଡ ଯୋଗୁ ୨ଜଣ ମୃତ ଓ ୬ଜଣ ଆହତ ହୋଉଛନ୍ତି।ମସୌରିସ୍ଥିତ ସେଣ୍ଟ ଲୁଇସ ହାଇସ୍କୁଲରେ ବନ୍ଧୁକଧାରୀର ଆଖିବୁଜା ଫାୟାରିଂ , ସ୍କୁଲ ପରିସରରେ ବନ୍ଧୁକଧାରୀକୁ ଗୁଳି କରି ହତ୍ୟା , ଆକ୍ରମଣର କାରଣ ଅସ୍ପଷ୍ଟ!

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

ବାଲିଗୁଡା,୨୫/୧୦(ଏସଏସ ନିଉଜ)ପୋଲିସ ଓ ମାଓବାଦୀ ଗୁଳିବିନିମୟ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟଜଙ୍ଗଲରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଛନ୍ତି ।ଏହି ଘଟଣାର ଦଶ ଦିନ ପରେ ପୋଲିସ ଇନଫରମର ସନ୍ଦେହରେ ବାଲିଗୁଡାଥାନା ଅନ୍ତର୍ଗତ ଟିକରବାଜୁ ଗ୍ରାମର ନୀଳକଣ୍ଠ ନାମକ ଜଣଙ୍କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି ।ଏହାପରେ ଜାର୍ଗୀ ନିକଟରେ ଠିକା ସଂସ୍ଥାଦ୍ୱାରା ହେଉଥିବା ରାସ୍ତାକାମରେ ବ୍ୟବହାର ହୋଇଥିବା ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ପୋଡି ଦେଇଛନ୍ତି l […]

ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ଖୋର୍ଦ୍ଧା,୨୫/୧୦(ଏସଏସ ନିଉଜ) ଟାଙ୍ଗୀବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ରାସ୍ତାର ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମଙ୍ଗଳାଯୋଡି ଗାଁର ଗଙ୍ଗାଧର ଦାସଙ୍କ ପୁଅ ନିହାର ଦାସ। ନିହାରଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍ ଓ ମୋବାଇଲ ପଡ଼ିଛି ।ଗତକାଲି ସନ୍ଧ୍ୟାବେଳେ ନିହାର ଘର ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋଲେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇଥିଲେ। ଆଜି ସକାଳେ ମଙ୍ଗଳାଯୋଡି ରାସ୍ତାର ବିଲ […]

ଦୀପାବଳିରେ ଅଘଟଣ

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ଦୀପାବଳୀର ଦୁର୍ଘଟଣା ଘଟି ୩ଜଣମୃତ ବରଣ କରିଥିବାବେଳେ ଅନେକ ଆହତ ହୋଇଛନ୍ତି ।ଏହାସହ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ତ ପାଇଁ ଲକ୍ଷାଧିକ ଟଙ୍କାର ଆସବାସପତ୍ର ପୋଡି ପାଉଁଶ ହୋଇଯାଇଛି। କାମାକ୍ଷାନଗର ବାଣ ଦୋକାନରେ ବିସ୍ଫୋରଣ ଘଟି ଜଣେ ମୃତ ଓ ୩ଆହତ, ଭଦ୍ରକ ବାସୁଦେବପୁରରେ ବାଣ ଫୁଟି ୪ଶିଶୁ ସମେତ ୯ଗୁରୁତର, କୋରାପୁଟ ବନ୍ଧୁଗାଁବ୍ଲକ ନିଲାବାଡ଼ିଗାଁରେ ବାଣପଡ଼ି କାରଟି ଜଳିଯାଇଥିବାର ଜଣାପଡିଛି ।କଳାହାଣ୍ତି ଭବାନୀପାଟଣା ମାଳିପଡ଼ା ସ୍ଥିତ କବାଡ଼ିଖାନାରେ ଅଗ୍ନିକାଣ୍ତ। କଟକ ନୟାସଡ଼କ ସ୍ଥିତ OTM କପଡ଼ା […]

ଦୀପାବଳିରେ ଫୁଟିଲା ଗୁଳି

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ) ଆଲୋକର ପର୍ବ ଦୀପାବଳିରେ ସବୁଆଡେ ହସଖୁସିର ମାହୋଲ ଚାଲିଥିବାବେଳେ ଗୁଳିମାଡ଼ରେ ପୁରୀରେ ଶଙ୍କର ବେହେରା ନାମକ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି।ଗତକାଲି ଦୀପାବଳି ସେଲିବ୍ରେସନ ଚାଲିଥିବାବେଳେ ରାତି ପ୍ରାୟ୧୧ଟାରେ ଦୁର୍ବୃତ୍ତମାନେ ୨ଜଣ ବ୍ୟକ୍ତିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଚନ୍ଦନପୁରଥାନା ଅନ୍ତର୍ଗତ ଥେଣ୍ଟପୁରଗାଁ ଭାର୍ଗବୀସ୍କୁଲ ନିକଟରେ ଏହି ଗୁଳିମାଡ଼ ହୋଇଥିଲା।ଏଥିରେ ଶଙ୍କର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଆଜିର ରାଶିଫଳ

ଅମାବାସ୍ୟା ଓ ଦୀପାବଳି,୨୦୨୨ ମସିହା ଅକ୍ଟୋବର ମାସ ୨୫ ତାରିଖ (ମଙ୍ଗଳବାର)କାର୍ତିକ ମାସ -କୃଷ୍ଣପକ୍ଷତିଥି-ଅମାବାସ୍ୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୪୮/୫୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୩/୪୭ ,ସୂର୍ଯ୍ୟ ପରାଗ– ପରାଗ ସ୍ପର୍ଶ-ଅପରାହ୍ନ ୦୪ଘଣ୍ଟ୫୪ମିନିଟ୫୫ ସେକେଣ୍ଡ, ପରାଗସର୍ବମୋକ୍ଷ- ସଂଧ୍ୟା୦୬ ଘଣ୍ଟ୨୬ ମିନିଟ୩୦ସେକେଣ୍ଡ, ଦେବନୀତି, ପାକକର୍ମ ଇତ୍ୟାଦି ତ୍ୟାଗ, ୨୪/୧୦ /୨୦୨୨ତାରିଖ ସୋମବାର କାର୍ତ୍ତିକ କୃଷ୍ଣଚତୁର୍ଦ୍ଦଶୀ ରାତ୍ରି୦୪ଘଣ୍ଟ ୫୪ ମିନିଟ ୫୫ସେକେଣ୍ଡ ଠାରୁ ୨୬/୧୦/୨୦୨୨ତାରିଖ ବୁଧବାର କାର୍ତ୍ତିକଶୁକ୍ଳପ୍ରତିପଦ ପ୍ରାତଃ୦୫ଘଣ୍ଟ୪୯ ମିନିଟ ୨୪ ସେକେଣ୍ଡ ଯାଏଁ । ମେଷ-ପ୍ରିୟବ୍ୟକ୍ତିଟିର ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାରେ […]

ସୂର୍ଯ୍ୟପରାଗରେ କେତେବେଳୁ ପାକତ୍ୟାଗ କରିବେ ଜାଣନ୍ତୁ

ଭୁବନେଶ୍ୱର,୨୪/୧୦(ଏସଏସ ନିଉଜ)କାର୍ତ୍ତିକ ମାସ ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଛି । ଜନସାଧାରଣ ଏହି ପରାଗକୁ ନୀତି ନିୟମରେ ପାଳନ କରିବାକୁ କୁହାଯାଉଛି । ୨୪ତାରିଖ ରାତି ୪ଟା ୫୬ ମିନିଟରୁ ହାଣ୍ଡି ଛାଡ । ସନ୍ଧ୍ୟା ୬ଟା ୨୬ ମିନିଟରେ ସର୍ବମୋକ୍ଷ ହେବ ।

ପିପିଲି ବଜାରରେ ଫୁଟିଲା ଗୁଳି

  ପିପିଲି,୨୪/୧୦(ଏସଏସନିଉଜ)ପିପିଲି ବଜାରରେ ଗୁଳି ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।ତାଙ୍କ ଜଙ୍ଘରେ ଗୁଳି ବାଜିଥିବାର ଜଣାପଡିଛି।ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା !

ପୁରୀ,୨୪/୧୦(ଏସଏସ ନିଉଜ) କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଏସ୍ସିଏସ୍ ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।ଆତ୍ମହତ୍ୟା ସନ୍ଦେହ କରାଯାଉଥିବାବେଳେ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଖୋଲାମେଲାରେ ଟ୍ରାନ୍ସଫର୍ମର

କଟକ,୨୪/୧୦(ଏସଏସ ନିଉଦୀର୍ଘ ବର୍ଷ ଧରି କଟକ ସଦର ବ୍ଲକ ନିକଟରେ ଖୋଲା ମେଲା ଅବସ୍ଥାରେ ଟ୍ରାନ୍ସଫର୍ମର ପଡିରହିଛି । ବୁଲା ଗୋରୁ ଗାଇ ଭିତରକୁ ପଶୁଛନ୍ତି । ଅଘଟଣ ଘଟିଲେ ଦାଇକିଏ ରହିବ । ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ କେହି କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ କୁହନ୍ତି।