ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ଖୋର୍ଦ୍ଧା,୨୫/୧୦(ଏସଏସ ନିଉଜ) ଟାଙ୍ଗୀବ୍ଲକ ଅନ୍ତର୍ଗତ ମଙ୍ଗଳାଯୋଡି ରାସ୍ତାର ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମଙ୍ଗଳାଯୋଡି ଗାଁର ଗଙ୍ଗାଧର ଦାସଙ୍କ ପୁଅ ନିହାର ଦାସ। ନିହାରଙ୍କ ମୃତଦେହ ନିକଟରେ ତାଙ୍କ ବାଇକ୍ ଓ ମୋବାଇଲ ପଡ଼ିଛି ।ଗତକାଲି ସନ୍ଧ୍ୟାବେଳେ ନିହାର ଘର ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋଲେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇଥିଲେ। ଆଜି ସକାଳେ ମଙ୍ଗଳାଯୋଡି ରାସ୍ତାର ବିଲ ଭିତରୁ ନିହାରଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ।

Comments (0)
Add Comment