Browsing author

SATYA SANDHANA DESK

୧୨ଘଣ୍ଟାରେ ଗଭୀର ଅବପାତ

ଭୁବନେଶ୍ୱର,୨୩/୧୦(ଏସଏସ ନିଉଜ)୧୨ଘଣ୍ଟାରେ ଗଭୀର ଅବପାତ ହୋଇ ୫୦ରୁ ୭୦କିମି ବେଗରେ ବହିପାରେ ପବନ ।ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ୩ ଜିଲ୍ଲାରେ ୨୫ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।କଟକ ଓ ଜଗତସିଂହପୁରରେ, ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ।୪୫ରୁ ୬୫ କିମି ବେଗରେ ବହିପାରେ ପବନ।୨୪ରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆଜିର ରାଶିଫଳ

ଧନ୍ନନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ,୨୦୨୨ ମସିହା ଅକ୍ଟୋବର ମାସ ୨୩ ତାରିଖ (ରବିବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ ସଂ ଘ୬/୧୧ ପର୍ୟ୍ଯନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୭/୫୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୫/୦୧ ,ମେଷରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବାଇଗଣ ସନ୍ଧ୍ୟା ଘ୬/୧୧ ଗତେ ବିରି ଭକ୍ଷଣ ନିଷେଧ । ମେଷ-କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ […]

ସୂର୍ଯ୍ୟପରାଗରେ ସରକାରୀ ଛୁଟି

ଭୁବନେଶ୍ୱର,୨୨/୧୦(ଏସଏସ ନିଉଜ)ଆସନ୍ତା ୨୫ ତାରିଖ ମଙ୍ଗଳବାରଦିନ ସୂର୍ଯ୍ୟପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।ଉକ୍ତଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ,ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଙ୍ଗ୍ ଅନୁଷ୍ଠାନ ବନ୍ଦ ରହିବ।

ଆଜିର ରାଶିଫଳ

ଗୋବତ୍ସାଦ୍ୱାଦଶୀ ,୨୦୨୨ମସିହା ଅକ୍ଟୋବରମାସ ୨୨ତାରିଖ (ଶନିବାର)କାର୍ତିକମାସ –କୃଷ୍ଣପକ୍ଷ ,ତିଥି-ଦ୍ବାଦଶୀ ସଂଘ୬/୬ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃଘ୦୫/୪୭/୩୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୫/୩୭ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ଶାଗ ସନ୍ଧ୍ୟା ଘ୬/୬ ଗତେ ବାଇଗଣ ଭକ୍ଷଣ ନିଷେଧ । ମେଷ-ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ ।କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲରହିବା କାରଣରୁ କାମଗୁଡିକ ଅଟକିବନାହିଁ । ସାମାଜିକସ୍ତରରେ […]

ପିଅନ ହାତରେ ଡାକ୍ତରଖାନା

ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକା ପ୍ରାଣୀଚିକିତ୍ସାଳୟରେ ସମସ୍ତ ଭିତ୍ତିଭୂମି ଥିବାବେଳେ ଡାକ୍ତର ପଦବୀ ଖାଲି ପଡ଼ିଛି ।ଏହାଅଧିନରେ ମେଣ୍ଢାଶାଳ, ଦାରୁଠେଙ୍ଗ, ଅନ୍ଧାରୁଆ ଓ ମଳିପଡାଆଦି ୪ଟିଗାଁରେ ୪ଟି ଉପକେନ୍ଦ୍ର ମଧ୍ୟ ରହିଛି । କିନ୍ତୁ ହେଡକ୍ୱାଟର ଡାକ୍ତରଖାନା ହୋଇଥରଲେ ମଧ୍ୟ ଏଠାରେ ଦୀର୍ଘ ୧ବର୍ଷହେବ ଡାକ୍ତର ପଦବୀ ଖାଲି ପଡିଛି ।ଯାହାଫଳରେ ଅଂଚଳବାସୀ ପ୍ରାଣୀଚିକିସ୍‌।ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି । ଏଠାରେ ପ୍ରାଣୀଚିକିସ୍‌କ ନଥିବାରୁ ଚିକିସ୍‌।ଳୟଟି ଏକପ୍ରକାର ଅବ୍ୟବସ୍ଥା ସହ ଅପରିସ୍କାର ହୋଇ ପଡିରହିଛି । ଦୁଇଜଣ ଅସ୍ଥାୟୀ କର୍ମଚାରୀ ଜଗୁଆଳି […]

ରୋଗୀସେବା ଯୋଗାଇବାକୁ ଆସି ଚୋରୀକଲେ

ମେଣ୍ଢାଶାଳ,୨୧/୧୦(ଏସଏସନିଉଜ)ଚନ୍ଦକାଥାନା ଅଧୀନସ୍ତ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିବା ଜଣେ ପାରାଲିସିସ ରୋଗୀକୁ ନର୍ସିଂ ସେବା ଯୋଗାଇଦେବାକୁ ଆସି ଘରୁ ସୁନାକାନଫୁଲ ଏବଂ ୫ହଜାରେଟଙ୍କା ଚୋରୀକରି ଚମ୍ପଟ ମାରିଥିବାବେଳେ ଶୁକ୍ରବାରଦିନ ପୋଲିସ ହାତରେ ଧରାପଡିଛନ୍ତି ଅରୁଣ କୁମାର ମହାନ୍ତି ।ତାଙ୍କଠାରୁ ପୋଲିସ ୨ହଲ ସୁନାକାନର ଓ ନଗଦ ୨୫୫୦ଟଙ୍କା ଜବତ କରି କୋର୍ଟଚାଲଣ କରିଛି । ପ୍ରକାଶଯେ,ବ୍ରଜେଶ୍ୱରୀ ବାରିକ ଏବଂ ତାଙ୍କସ୍ୱାମୀ ଗୋଠପାଟଣାର ମହାନଦୀ ଆପାର୍ଟମେଣ୍ଟରେ ରହୁଥିଲେ ।ସ୍ୱାମୀ ଜଣେ ପାରାଲେସିସ ରୋଗୀ ହୋଇଥିବାରୁ ଦେଖାଶୁଣା ପାଇଁ ସେ […]

ରାତି ୮ଟାରୁ ୧୦ଟା ଯାଏଁ ଫୁଟିବ ବାଣ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଦୀପାବଳିରେ ଭୁବନେଶ୍ବରରେ ରାତି ୮ଟାରୁ ୧୦ଟା ଯାଏଁ ଫୁଟିବ ବାଣ ।୧୨୫ ଡେସିବଲ୍‌ରୁ କମ ଶବ୍ଦ କରୁଥିବା ବାଣକୁ ଅନୁମତି ।ବେଆଇନ ବାଣ କାରବାର ଉପରେ ନଜର ରଖିବ ପୁଲିସ ।ନିୟମ ନ ମାନିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନେବ ପୁଲିସ ।

ପ୍ରଣବ ପ୍ରକାଶ ହେଲେ ଓସିଏ ସଭାପତି

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଓସିଏ ସଭାପତି ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ନାମାଙ୍କନ ଦାଖଲ ପାଇଁ ଗୋଟିଏ ଦିନ ରହିଥିବା ବେଳେ ଅନ୍ୟ କେହି ପ୍ରାର୍ଥପତ୍ର ଦାଖଲ କରିନାହାନ୍ତି । ତେଣୁ ପ୍ରଣବ ପ୍ରକାଶ ଦାସ ଏକ ପ୍ରକାର ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୨୮ ତାରିଖରେ କେବଳ ବିଧିବଦ୍ଧ ଘୋଷଣା […]

ଅଟୋକୁ ମୁହାଁମୁହିଁ ପିଟିଲା ଟିପ୍ପର

କଟକ,୨୧/୧୦(ଏସ ଏସ ନିଉଜ)ଅଟୋକୁ ମୁହାଁମୁହିଁ ପିଟିଲା ଟିପ୍ପର। ଅଟୋ ଚାଳକ ମୃତବରଣ କରିଛି।ସିଡିଏ ସେକ୍ଟର-୧୧ରେ ଦୁର୍ଘଟଣା ଘଟିଛି। ମୃତ ଅଟୋ ଚାଳକ ଖାନନଗର ଅଞ୍ଚଳର ହୋଇଥିବାବେଳେ ଦୁର୍ଘଟଣା ଘଟାଇବା ପରେ ଚମ୍ପଟ ଟିପ୍ପରକୁ ଚୌଦ୍ୱାର ପୁଲିସ ଧରିବାସହ ଡ୍ରାଇଭରକୁ ଅଟକ ରଖିଛି ।

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିମି ଦୂରରେ ଦୁର୍ଘଟଣା ଘଟିଛି । ସିଙ୍ଗିଙ୍ଗ ଗାଁ ପାଖରେ ହେଲିକପ୍ଟର ଦୁର୍ଘଟଣା । ଘଟଣାସ୍ଥଳକୁ ଯାଇଛନ୍ତି ଉଦ୍ଧାରକାରୀ ଦଳ । ହେଲିକପ୍ଟର ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।