Browsing author

SATYA SANDHANA DESK

ବାଣଫୁଟି ଜଣେମୃତ ,୩ଗୁରୁତର

ତାଳଚେର,୨୧/୧୦(ଏସଏସ ନିଉଜ)ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ଜଣେ ମୃତୁବରଣ କରିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି।ଖମାରଥାନା ଇଞ୍ଚୁଡ଼ି ପଞ୍ଚାୟତ ସାଆନ୍ତା ଗାଁରେ ଏହି ଅଘଟଣ ଘଟିଛି।ଗୁରୁତର ଆହତ ୩ ଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭୋଟିଂରେ ହେବ କଳାକାର ଚୟନ

ବରଗଡ଼,୨୧/୧୦(ଏସଏସ ନିଉଜ)ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଚଳିତ ବର୍ଷ ଡିସେମ୍ବର ୨୭ରୁ ଆସନ୍ତାବର୍ଷ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିପାଇଁ ପ୍ରସ୍ତୁତିପର୍ବ ରେ ଲାଗିପଡିଛି କମିଟି। ଧନୁଯାତ୍ରାରେ କଳାକାର ଚୟନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ମହାରାଜ କଂସଙ୍କ ସହ ମହାମନ୍ତ୍ରୀ, ସାତ୍ତ୍ୟକୀ, ଚାଣୁର, ମୁଷ୍ଟିକ, ଅକ୍ରୁର, ଉଗ୍ରସେନ, ବସୁଦେବ, ଦେବକୀ, ନାରଦ, ସେନାପତି ଭୂମିକା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୨ରୁ ୩୧ ଭିତରେ ଆବେଦନ ପତ୍ର ଗ୍ରହଣ କରାଯିବ । ଜଣେ […]

ପରୀକ୍ଷଣ ହେଲା କ୍ଷେପଣାସ୍ତ୍ର

ଧାମରା,୨୧/୧୦(ଏସଏସ ନିଉଜ) ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କାଲାମ ଦ୍ବୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୁପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦି କ୍ଷମତା ହେଉଛି ୧ ହଜାରରୁ ୨ ହଜାର କିମି। ପରୀକ୍ଷଣ ସମୟରେ ଡିଆରଡିଓର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

ଆନ୍ଦୋଳନ କଲେ ବହିଷ୍କାର!

କଟକ,୨୧/୧୦(ଏସଏସ ନିଉଜ)ରେଭେନ୍ସା ବିଶ୍ଵବିଦ୍ୟାଳୟରେ କଡା ନିୟମ । ଆନ୍ଦୋଳନ କଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ । ବିକ୍ଷୋଭ କିମ୍ବା ଗେଟ ସାମ୍ନା ରାସ୍ତାରେ ଧାରଣା ମନା । ନିୟମ ନମାନିଲେ ବିଶ୍ଵବିଦ୍ୟାଳୟରୁ ହେବେ ବାସନ୍ଦ ବୋଲି ଜଣାପଡିଛି।

ଅଚେତ ହେଲେ ହବିଷ୍ଯାଳି

ପୁରୀ,୨୧/୧୦(ଏସଏସ ନିଉଜ)ଶ୍ରୀମନ୍ଦିର ଭିତରେ ଅଚେତ ହେଲେ ହବିଷ୍ଯାଳି । ଆଜି ଏକଦଶୀରେ ଜଗା ଦର୍ଶନ ବେଳେ ହବିଷ୍ୟାଳି ଜଣକ ଭିତର ବେଢାରେ ଅଚେତ ହୋଇପଡିଥିଲେ ।ପରେ ପୋଲିସ ସାହାଯ୍ୟରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।ହବିଷ୍ୟଳି ଜଣକ ୭୫ବର୍ଷୀୟା ଖୋର୍ଦ୍ଧାର ମୁଷି ଘଡେଇ ବୋଲି ଜଣାପଡିଛି।

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଥିବାବେଳେ ୮ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର।ରାଜସ୍ୱ, ପାନୀୟ ଜଳ ଯୋଗାଣ, କୃଷି, ସାଧାରଣ ପ୍ରଶାସନ, ପରିବହନ, ପୂର୍ତ୍ତ ଓ କ୍ରୀଡ଼ା ବିଭାଗର ବିଭିନ୍ନ ବିଷୟ ଉପରେ ହୋଇପାରେ ଆଲୋଚନା । ବିଶେଷକରି ବୈଠକରେ କ୍ରୀଡ଼ା ଓ ଶିକ୍ଷା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର।

ଜଗବନ୍ଧୁଙ୍କୁ ଟେକି ନେଲା ପୋଲିସ

ଭୁବନେଶ୍ୱର,୨୧/୧୦(ଏସଏସ ନିଉଜ)ଜଗବନ୍ଧୁଙ୍କୁ ଟେକି ନେଲା ପୋଲିସ ଟିମ୍ ।ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ମୁଖ୍ୟ କାର୍ପଟଦାର।ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୋଲିସ ଉଠାଇନେଇଥିବା ସୂଚନା ମିଳିଛି ।

ଜାଣନ୍ତୁ ଘରେ କଣକଲେ ଚମକିବ ତ୍ୱଚା

ପୂଜାପର୍ବ ସମୟରେ ସଭିଏଁ ବିଶେଷ କରି ଯୁବତୀମାନେ ନିଜ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି। ମାତ୍ର ଏହି ସମୟରେ କର୍ମବ୍ୟସ୍ତତା ମଧ୍ୟରେ ପାର୍ଲର ଯିବାକୁ ଅଧିକାଂଶ ସମୟ ମିଳିପାରି ନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଘରେ ସହଜ ଉପାୟରେ ଏଭଳି କିଛି ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତ କରନ୍ତୁ। ଯାହା ତ୍ୱଚାର ଚମକ ବୃଦ୍ଧି କରିବା ସହ ସୌନ୍ଦର୍ଯ୍ୟ ବଢାଇଥାଏ। ଏଭଳି ଘରୋଇ ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତି କରିବା ପାଇଁ ପ୍ରାକୃତିକ ଜିନିଷର ଅଧିକ ବ୍ୟବହାର […]

ଆଜିର ରାଶିଫଳ

ରମା ଏକାଦଶୀ ,୨୦୨୨ ମସିହା ଅକ୍ଟୋବର ମାସ ୨୧ତାରିଖ(ଶୁକ୍ରବାର)କାର୍ତିକମାସ-କୃଷ୍ଣପକ୍ଷ ,ତିଥି-ଏକାଦଶୀ,ସୁର୍ୟୋଦୟ ପ୍ରାତଃଘ୦୫/୪୭/୧୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୧୬/୧୬ ,ବିଛା, ଧନୁ ଓ ମୀନରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବ ସନ୍ଧ୍ୟାଘ୫/୧୯ ଗତେ ପୋଇଶାଗ ଭକ୍ଷଣ ନିଷେଧ । ମେଷ-ଖର୍ଚ୍ଚ କମାଇବାପାଇଁ ଚେଷ୍ଟାକଲେ ଉପକୃତ ହେବେ । ଘାତଚନ୍ଦ୍ରଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂରଯାତ୍ରାରେ ଅସଫଳ, କର୍ମବିଶୃଙ୍ଖଳା, ବିବାଦରେପରାଜିତ ହେବେ । ପୁରାତନରୋଗ ପୁନଃ ଭୋଗ ହୋଇପାରେ । […]

ଘରପଛପଟୁ ମିଳିଲାଙ୍କ ମୃତଦେହ

କୁଚିଣ୍ଡା,୨୦/୧୦(ଏସଏସ ନିଉଜ) ଘର ପଛପଟ ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଜମନକିରା ଥାନା ବଡ଼ମାଳ ରାଉତପଡ଼ାରେ ମାଟି ତଳୁ ମିଳିଲା ମୃତଦେହ। ମହିଳା ଜଣଙ୍କ ଗତ ୨ମାସ ହେଲା ନିଖୋଜ ଥିଲେ। ୨ଦିନ ହେଲା ମହିଳାଙ୍କ ସ୍ୱାମୀକୁ ପୋଲିସ ପଚରାଉଚରା କରୁଥିଲା। ସ୍ତ୍ରୀକୁ ମାରି ପୋତି ଦେଇଥିବା ମାନିବା ପରେ ମୃତଦେହ ଉଦ୍ଧାର କରିଛି ପୋଲିସ।