Browsing author

SATYA SANDHANA DESK

ବାତ୍ୟା ଅପଡେଟ୍

ଭୁବନେଶ୍ୱର,୨୦/୧୦(ଏସଏସ ନିଉଜ)ବାତ୍ୟାଅପଡେଟ୍ ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।ସେ କହିଛନ୍ତି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ନାହିଁ। ଓଡ଼ିଶା ଉପକୂଳ ପାଖାପାଖି ହୋଇ ବାତ୍ୟା ଯିବ । ଲଘୁଚାପଟି ୨୨ରେ ଅବପାତ , ୨୩ରେ ଗଭୀର ଅବପାତ ରୂପ ନେବ,୨୪ରେ ବାତ୍ୟାରେ ପରିଣତ ହୋଇ ଦିଗ ପରିବର୍ତ୍ତନ କରିବ। ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବାତ୍ୟା। ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପ.ବଙ୍ଗ-ବାଂଲାଦେଶକୁ ମୁହାଁଇବ। ୨୫ ସୁଦ୍ଧା […]

୩୦ହଜାର ବ୍ୟବଧାନରେ ବିଜେଡି ଜିତିବ

ଭୁବନେଶ୍ୱର,୨୦/୧୦(ଏସଏସ ନିଉଜ)ଧାମନଗର ନିର୍ବାଚନରେ ୨୫ରୁ୩୦ହଜାର ବ୍ୟବଧାନରେ ବିଜେଡି ଜିତିବ ।ଧାମନଗରରେ ବିଜେଡିର ପ୍ରଦର୍ଶନ ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମନ୍ତବ୍ୟ ଦେଇଛନ୍ତି। ଲୋକଙ୍କ ପାଇଁ ବିଜେଡି କାମ କରୁଛି , ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେବେନି। ରାଜେନ୍ଦ୍ର ବିଜେଡି ଭୋଟ୍ ମାଇନସ୍ କରିବେ ନାହିଁ , ଅନ୍ୟ ଦଳର କରିବେ ବୋଲି ମନ୍ତ୍ରୀ କହିଛନ୍ତି ।ଧାମନଗର ଉପନିର୍ବାଚନ ପ୍ରଚାରରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଯିବା ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟରୁ ମିଳିଲା ସୁରାକ। ମୁଖ୍ୟମନ୍ତ୍ରୀ ପ୍ରଚାରରେ […]

କନ୍ଦାଇଲା ମୋ ବସ୍

କଟକ,୨୦/୧୦(ଏସଏସ ନିଉଜ) ମଝି ରାସ୍ତାରେ ଯାତ୍ରୀଙ୍କୁ ନାକେଦମ କରିଛି ମୋବସ୍ । କଟକ କାଠଯୋଡି ରିଙ୍ଗରୋଡ ରାଜାବଗିଚା ନିକଟରେ ମଝି ରାସ୍ତାରେ ଅଟକିଯାଇଥିଲା ମୋ ବସ୍ । ବସ୍‌ ଆଗପଛ ଦୁଇଟି ଡୋର୍ ନ ଖୋଲିବାରୁ ଯାତ୍ରୀଙ୍କ ମଧ୍ୟରେ ଛନକାପଶିଯାଇଥିଲା।ଅଧଘଣ୍ଟାକାଳ ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩ ନମ୍ବର ରୁଟ୍‌ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା […]

ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର,୨୦/୧୦(ଏସଏସ ନିଉଜ)ଡୁବୁରି ନିକଟ ନିର୍ମାଣାଧୀନ ପାର୍କ ପାଖ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଝୁଲନ୍ତା ମୃତଦେହ ଡୁବୁରି ଗାଁର ଜଣେ ଯୁବକଙ୍କର ହୋଇଥିବା ସୂଚନା ମିଳିଛି।ପାରିବାରିକ କଳହରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୨୦ ତାରିଖ (ଗୁରୁବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ଦଶମୀ ଦିବା ଘ୩/୫୫ ପର୍ୟ୍ଯନ୍ତ ତଦନ୍ତେ ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୬/୪୬ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୬/୫୩ ,ତୁଳା ଓ କୁମ୍ଭ ରାଶିର ଘାତବାର ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,କଳମ ଶାଗ ଦିବା ଘ୩/୫୫ ଗତେ ଶିମ୍ବ ଭକ୍ଷଣ ନିଷେଧ । ମେଷ-ଚାକିରିଆଙ୍କ ଲାଗି ଦିନଟି ଭଲ। ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ପୁଞ୍ଜି […]

ଦେଶୀ ମଦ ବୋଝେଇ ହିରୋହଣ୍ଡା ସହ ଜଣେ ଗିରଫ

ମେଣ୍ଢାଶାଳ,୧୮/୧୦(ଏସଏସନିଉଜ)ଛତାଵର-ଅଙ୍ଗାରପଡା ରାସ୍ତାରେ ଚୋରାଦେଶୀ ମଦ ଚାଲାଣ ହେଉଥିବାର ଖବର ପାଇ ଫାଣ୍ଡିଅଧିକାରୀ ଓ ପିସିଆରଷ୍ଟାପ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ବିଞ୍ଝଗିରିଠାରୁ ୨୫ଲିଟର ଦେଶୀମଦ ଜବତ କରିବାସହ ମଦନପୁର ଗାଁର ଗୋପୀନାଥନାୟକ ନାମକ ଯୁବକକୁ ଗିରଫ କରି କୋର୍ଟଚାଲଣ କରିଛନ୍ତି।ଏହାସହ ମଦନେଇ ଆସୁଥିବା ହିରୋହଣ୍ଡାଗାଡିକୁ ମଧ୍ୟ ଜବତ କରିଛନ୍ତି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ମୁଣ୍ଡ ନେଲା କାଡୁଆପ୍ରାଚୀ

ପୁରୀ,୧୯/୧୦(ଏସଏସ ନିଉଜ) କାଡୁଆପ୍ରାଚୀ ନଦୀ ସଂଲଗ୍ନ କେଳୁଣୀ ମୁହାଣକୁ ମାଛ ଧରିବାକୁ ଯାଇ ଭାସିଯାଇଥିବା ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କଲା ଓଡ୍ରାଫ୍ ଟିମ୍ I ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଶବକୁ ଜବତ କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।*

ସମ୍ଭାବ୍ୟ ବାତ୍ୟାକୁ ନେଇ ସର୍ତକ

ପାରାଦୀପ,୧୯/୧୦(ଏସଏସ ନିଉଜ)ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗର ପଦକ୍ଷେପ ନିଆଯାଇଛି। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ଙ୍କୁ ଫେରି ଆସିବାକୁ ମାଇକରେ ପ୍ରଚାର କରାଯାଇଛି।୨୨ରୁ ସମୁଦ୍ରକୁ ନ ଯିବାକୁ ମଧ୍ୟ ମତ୍ସ୍ୟଜୀବୀଙ୍କୁ ସତର୍କ କଲା। ନେହେରୁ ବଙ୍ଗଳା , ଷଣ୍ଢକୁଦ , ଚଉମୁହାଣି , ଅଠରବାଙ୍କିରେ ପ୍ରଚାର ।

ନନ୍ଦନକାନନ ନିକଟରେ ୧୬ହାତୀ

ବାରଙ୍ଗ,୧୯/୧୦(ଏସ ଏସନିଉଜ)ନନ୍ଦନକାନନ ପାଚେରୀ ନିକଟରେ ୧୬ ଜଙ୍ଗଲୀ ହାତୀ।ରଘୁନାଥପୁର ଗାଁ ପାଖରେ ହାତୀପଲ।ନନ୍ଦନକାନନ ପଛପଟ ପାଚେରୀ କଡ଼ରେ ଅଛନ୍ତି ହାତୀ ପଲ।ଘଟଣାସ୍ଥଳରେ ପହଞ୍ଚିଲା ବନ ବିଭାଗ, ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛି।

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୧୯ ତାରିଖ (ବୁଧବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ନବମୀ ଦିବା ଘ୧/୫୮ ପର୍ୟ୍ଯନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୬/୨୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୧୭/୩୬ ,କର୍କଟ ରାଶି ର ଘାତବାର ,ନବମୀର ଏକୋଦିଷ୍ଟ ଶ୍ରାଦ୍ଧ,ଲାଉ ଦିବା ଘ୧/୫୮ ଗତେ କଳମ ଶାଗ ଭକ୍ଷଣ ନିଷେଧ । ମେଷ-ସାରାଦିନ କାର୍ଯ୍ୟରତରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ […]