Browsing author

SATYA SANDHANA DESK

୫ଫୁଟଲମ୍ବ ନାଗସାପ ଉଦ୍ଧାର

ମେଣ୍ଢାଶାଳ,୧୬/୧୦(ଏସଏସନିଉଜ) ମେଣ୍ଢାଶାଳ ପଂଚାୟତର ଗିରିଙ୍ଗାପୁଟ ଗାଁ ଅନ୍ତରାଦେଉରୀ ନାମକ ବ୍ୟକ୍ତିଙ୍କଘରୁ ରବିବାରରାତିରେ ଏକ ୫ଫୁଟ ଲମ୍ବର ନାଗସାପଟି ଉଦ୍ଧାର ହୋଇଛି ।ସାପଟି ରୋଷେଇଘରେ ଥିବାର ପରିବାର ସଦସ୍ୟ ଜାଣିବାପରେ ଭୟରେ ଘରେ କେହି ପଶିନଥିଲେ ।ଶେଷରେ ମେଣ୍ଢାଶାଳଗ୍ରାମର ସାପଧରାଳି ସଂଯୁକ୍ତପାତ୍ରଙ୍କୁ ଖବର ଦିଆଯାଇଥିଲା ।ସେ ଆସି ସାପଟିକୁ ଧରିବା ସହ ଚନ୍ଦକା ଜଙ୍ଗଲରେ ଛାଡିଥିବାର କହିଛନ୍ତି ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

ବାବାଙ୍କ ହାତରେ ମଦବୋତଲ !

ବାରଙ୍ଗ,୧୬/୧୦(ଏସଏସନିଉଜ)ବାବାଙ୍କ ହାତରେ ମଦବୋତଲ ।ସିଏ ପୁଣି ବିଦେଶୀବ୍ରାଣ୍ଡ୍ ।ଏମିତି ଏକ ଫଟୋ ଓ ଭିଡିଓ ରବିବାରରାତିରେ ଭାଇରାଲ ହେବାରେ ଲାଗିଛି ।ଏହି ଘଟଣାଟି ବାରଙ୍ଗ ତ୍ରିଶୁଳିଆଛକରେ ଥିବା ଏକ ବିଦେଶୀ ମଦଦୋକାନର ଦୃଶ୍ୟ ।ବାବା ମଦ ପିଇବାପାଇଁ ସାଇକେଲ ନେଇ ମଦ ଦୋକାନରେ ପହଁଚିବା ସହ ଲାଇନରେ ରହି ମଦ କିଣିବା ଓ ସାଙ୍ଗରେ ନେଇ ଆସୁଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।ଆଧ୍ୟାତ୍ମିକତା ଦୀଗରେ ରହି କାମକରୁଥିବା ଓ ସମାଜକୁ ଦିଗଦର୍ଶନ ଦେଉଥିବା ବ୍ୟକ୍ତିବିଶେଷଙ୍କୁ ସାଧାରଣରେ […]

ଆତ୍ମହତ୍ୟା କଲେ ଅଭିନେତ୍ରୀ !

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ) ଆତ୍ମହତ୍ୟା କଲେ ହିନ୍ଦୀଧାରାବାହିକ ଅଭିନେତ୍ରୀ ବୈଶାଳୀ ଠକ୍କର ।ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଇନ୍ଦୋର ସ୍ଥିତ ତାଙ୍କଘରୁ ବୈଶାଳୀଙ୍କ ଝୁଲନ୍ତା ମୃତହେଦ ଉଦ୍ଧାର ହେବା ସହ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ପୋଲିସ। ‘ୟେ ରିସ୍ତା କ୍ୟା କେହଲାତା ହୈ’, ‘ସସୁରାଲ ସିମର କା’ ସମେତ ଅନେକ ଲୋକପ୍ରିୟ ଧାରାବାହିକରେ ସେ ଅଭିନୟ କରି ଦର୍ଶକଙ୍କ ପାଖରେ ବେଶ ପରିଚିତ ଥିଲେ।

ଆପ୍ ଉପରେ ଆଖି !

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ)ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କୁଆଡେ ୧୦ ହଜାର କୋଟି ଟଙ୍କା ଦୁର୍ନୀତିରେ ବୁଡ଼ିଛନ୍ତି। ଆସନ୍ତାକାଲି ତାଙ୍କୁ ଗିରଫ କରାଯାଇ ପାରେ। ଏ ଖବର ପାଇବା ପରେ ଚିଇଁକି ଉଠିଛି ଆମ୍ ଆଦମୀ ପାର୍ଟି। ଆପ୍ ମୁଖପାତ୍ର କହିଛନ୍ତି, ଯଦି ନେତା ଗିରଫ ହେବେ ଦଳ ସେତେ ମଜବୁତ ହେବ।

ନିଦରେ ଶୋଇଛନ୍ତି ବାବୁ !

ବାରଙ୍ଗ,୧୬/୧୦(ଏସଏସନିଉଜ)ପୁରୀମେନକେନାଲ ରାସ୍ତାରେ ବିରାଟଗାତ, ତାହା ପୁଣି ୫ଫୁଟର । ବାରଙ୍ଗବ୍ଲକ୍ ଗଡାଛକରୁ ଗୋଡିସାହିକୁ ସଂଯୋଗ କରୁଥିବା କେନାଲବନ୍ଧ ରାସ୍ତାର ଷଣ୍ଢପୁର ଗାଁମୁଣ୍ଡରେ ରହିଛି ଏହି ଗାତ।ଏହିଗାତ ଏବେ ପଥଚାରୀଙ୍କପାଇଁ ମରଣଜନ୍ତା ପାଲଟିଛି।ସ୍ଥାନୀୟ ଲୋକମାନେ ଏବିଷୟରେ କଟକ ରାସ୍ତା ଓ କୋଠା ବିଭାଜନର ମୁଖିଆମାନଙ୍କୁ ପର୍ଯ୍ୟାୟକ୍ରମେ ଖବର ଦେଉଥିଲେ ମଧ୍ୟ ବାବୁମାନଙ୍କର ନିଦ ଭାଙ୍ଗିନାହିଁ।କହିକି ବା ଭାଙ୍ଗିବ, ଦଶହରା ପୂର୍ବରୁ ବାରଙ୍ଗ ମୁଖ୍ୟ ରାସ୍ତାରେ ବାଲିଉଠାଇ ଓ ଘାସ ସଫା କରି ବେଶ ଦିପଇସା ଠିକାଦାର ରୋଜଗାର କରିଥିବାବେଳେ […]

କଙ୍କଣାଗାଁରେ ଗୁଳିକାଣ୍ଡ

କାମାକ୍ଷାନଗର,୧୬/୧୦(ଏସ ଏସ ନିଉଜ) ରେଙ୍ଗାଳି ବାମପାର୍ଶ୍ୱ କେନାଲ ନିକଟ କଙ୍କଣା ଗାଁରେ ଗୁଳିକାଣ୍ଡ ଘଟିଛି।ଗୁଳିମାଡ଼ରେ କାନପୁର ଗାଁର ମୀନକେତନ ଦଳେଇ ନାମକ ଯୁବକ ମୃତୁ ହୋଇଥିବାର ଜଣାପଡିଛି।ଯୁବକ ଜଣଙ୍କ ଟାଟା ମାଇନ୍ସରୁ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

ଆସନ୍ତାବର୍ଷ ଓଡ଼ିଶାରେ5G

ଭୁବନେଶ୍ୱର,୧୬/୧୦(ଏସ ଏସ ନିଉଜ)କେନ୍ଦ୍ର ଆଇଟିମନ୍ତ୍ରୀ ଅଶ୍ବିନୀବୈଷ୍ଣବଙ୍କ ଘୋଷଣା । ମାର୍ଚ୍ଚ ୨୦୨୩ ସୁଦ୍ଧା ଓଡ଼ିଶାକୁ ଆସିବ 5G । ମାର୍ଚ୍ଚରେ ୮ଟି ସହରକୁ ଆସିବ 5G । ବର୍ଷ ଶେଷ ସୁଦ୍ଧା ୮୦ ପ୍ରତିଶତ ଅଞ୍ଚଳରେ 5G ସେବା ।

ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ଯାଜପୁର,୧୬/୧୦(ଏସଏସ ନିଉଜ)ଯାଜପୁର ଜିଲ୍ଲା ବୈରୀ ଥାନା ଭଟିଆ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ବିରଜା ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ପୁଲିସ ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

ଅନୁମତିବିନା କଟକରେ ବାଣଦୋକାନ ମନା

କଟକ,୧୬/୧୦(ଏସଏସ ନିଉଜ)ବାଣଦୋକାନ ଖୋଲିବା ନେଇ କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି। ବିନା ଲାଇସେନ୍ସରେ ବାଣ ଦୋକାନ ଖୋଲି ହେବନି କହିଲେ ଡିସିପି।କଟକରେ ବାଣ ଦୋକାନ ଖୋଲିବାକୁ ଆବେଦନ କରିବାକୁ ପଡ଼ିବ।

ଭୁବନେଶ୍ୱର ରେଳଷ୍ଟେସନର ହେବ ନବକଳେବର

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ)ଭୁବନେଶ୍ୱର ରେଳ ଷ୍ଟେସନର ହେବ ନବକଳେବର । ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳଷ୍ଟେସନ । ପ୍ଲାନିଂ,ଡିଜାଇନ ସହ ଟେଣ୍ଡର ପ୍ରକ୍ରିୟା ଶେଷ । ଖୁବଶୀଘ୍ର ଭୂମି ପୂଜନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁରୋଧ କରିଥିବା ସୂଚନା ମିଳିଛି।