Browsing author

SATYA SANDHANA DESK

ବାଘଛାଲ ସହ ୩ ଗିରଫ

ଭୁବନେଶ୍ୱର,୧୬/୧୦(ଏସ ଏସ ନିଉଜ)ବିକ୍ରି ପାଇଁ ଡିଲ୍ ବେଳେ ଝାରସୁଗୁଡ଼ା-କୁଚିଣ୍ଡା ରାସ୍ତାର କୋଲାବିରାରୁ ଜବତ ହୋଇଛି ୩ଟି କଲରାପତରିଆ ବାଘଛାଲ ।ବିଶ୍ବସ୍ତ ସୂତ୍ରରୁ ଖବରପାଇ ଚଢ଼ାଉ କଲା କ୍ରାଇମବ୍ରାଞ୍ଚ STF।ଝାରସୁଗୁଡ଼ା ଓ ସମ୍ବଲପୁର ପୋଲିସର ମିଳିତ ଚଢ଼ାଉ ହୋଇଛି।ଏଥିରେ ଗିରଫ ହୋଇଥିବା ୩ଜଣ ମାଫିଆ ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡିଛି।

ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ)ଦେଶର ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ବା ଡିବିୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ ହୋଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଉଦଘାଟନ ଅବସରରେ ଉପସ୍ଥିତ ଅଛନ୍ତି ।

ମାଙ୍କଡ଼କାମୁଡ଼ାରେ ୧୦ଆହତ

ଖୋର୍ଦ୍ଧା,୧୬/୧୦(ଏସଏସ ନିଉଜ)ଟାଙ୍ଗୀ ଅଞ୍ଚଳରେ ପାଗଳାମାଙ୍କଡ଼ କାମୁଡ଼ାରେ ୧୦ଜଣ ଆହତ ହୋଇଛନ୍ତି। ନନ୍ଦନକାନନର ଏକ ଟିମ୍ ଓ ବନବିଭାଗଦ୍ୱାରା ଟ୍ରାଙ୍କୁଲାଇଜ୍ ଉଦ୍ୟମ ଆରମ୍ଭ ହୋଇଛି।୨ଟି ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ।

କ୍ୟାବିନତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ,୧୬/୧୦(ଏସଏସ ନିଉଜ) ସାଲେପୁରରୁ କ୍ୟାବିନ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ନେମାଳଥାନା ବନ୍ଧକାଟିଆ-ସହଦେବପୁର ପୋଲ ପାଖ କ୍ୟାବିନ ତଳୁ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନି।

ବ୍ୟାଗରେ ନବଜାତ ଶିଶୁପୁତ୍ର

କେନ୍ଦୁଝର,୧୬/୧୦(ଏସଏସ ନିଉଜ)କେନାଲରେ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି।ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗାଁ ପାଖ କେନାଲରୁ ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଚାଇଲ୍ଡଲାଇନକୁ କଲ୍ କରିଥିଲେ।ଶିଶୁକୁ ଚାଇଲ୍ଡ ଲାଇନ୍ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ନଭେମ୍ବର୧ରୁ ଖୋଲିବ ଶିମିଳିପାଳ

ବାରିପଦା,୧୬/୧୦(ଏସଏସ ନିଉଜ)ବର୍ଷାଦିନ ପାଇଁ ଜୁନ ୧୬ରୁ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ଖୋଲିବ । ଏବେ ମୌସୁମୀ ଯିବା ପରେ ରାସ୍ତା ଓ ପୋଲ କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର,୧୬/୧୦(ଏସ ଏସନିଉଜ)୭୭ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ।ନବୀନଙ୍କୁ ୭୬ ପୂରି ୭୭ ଚାଲିଲା। ଏଥର ପାଳିବେ ନାହିଁ ଜନ୍ମଦିନ ।ନବୀନ ନିବାସ ନ ଯିବାକୁ ସୁଭେଚ୍ଛୁ ମାନଙ୍କୁ କଲେ ଅନୁରୋଧ lମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଯୋଗଦେବା ପାଇଁ ଯିବେ ହାଇଦ୍ରାବାଦ ।ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶିବାଦ ପାଇଁ ସେ ସର୍ବଦା ଋୁଣି ରହିବେ ବୋଲି କହିଲେ l

ଖସିଗଲା ଛେଳିଚୋର

ବାରଙ୍ଗ,୧୫/୧୦(ଏସଏସନିୟୁଜ) କାଠଯୋଡି ନଦୀପଠାରେ ଚରୁଥିବା ଛେଳିକୁ ଧରାପଡିବାଭୟରେ ଛେଳିକୁ ଛାଡି ଯୁବକ ଜଣଙ୍କ ଫେରାର ହୋଇଯାଇଛନ୍ତି ।ତେବେ ଏହି ଯୁବକଜଣଙ୍କୁ ଧରିବାକୁ ଯାଇ ଅଗ୍ନିଶମବାହିନୀର କର୍ମଚାରୀମାନେ ନୟାନ୍ତ ହୋଇଛନ୍ତି ।କିନ୍ତୁ ଛେଳିଚୋର କୈାଶଳକ୍ରମେ ଫେରାର ହୋଇଯାଇଥିବାବେଳେ ମୃତ ଛେଳିକୁ ନେଇ ଅଗ୍ନିଶମବାହିନୀ ଫେରିଛି ।ଏହି ଘଟଣା ବାରଙ୍ଗଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାସ ଯେ, ବାରଙ୍ଗଥାନା ଅଧିନସ୍ଥ ବେଂଟକାରପଡାଗ୍ରାମର ପ୍ରଭାତିସ୍ୱାଇଁ ନାମକ ମହିଳା ଶନିବାର ଅପରାହ୍ନରେ କାଠଯୋଡିନଦୀପଠାରେ ଛେଳି ଚରାଉଥିଲେ ।ଏହି ସମୟରେ ବ୍ରାହ୍ମଣୀଗାଁଭୋଇସାହିର ଜଣେ […]

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୧୬ ତାରିଖ (ରବିବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ଷଷ୍ଠୀ ଦିବା ଘ୬/୩୩ ପର୍ୟ୍ଯନ୍ତ ତଦନ୍ତେ ସପ୍ତମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୫/୧୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୯/୪୯ ,ମେଷରାଶିର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର ,ସପ୍ତମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନିମ୍ବ ଦିବା ଘ୬/୩୩ ଗତେ ତାଳ ଭକ୍ଷଣ ନିଷେଧ । ମେଷ-ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆଜି ନୂଆ ଲୋକଙ୍କ ସହିତ ପରିଚୟ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। […]

୭ଟିସ୍ଥାନରେ ବିକ୍ରିହେବ ବାଣ

ଭୁବନେଶ୍ୱର,୧୫/୧୦(ଏସଏସ ନିଉଜ)ଦୀପାବଳି ପାଇଁ ଭୁବନେଶ୍ୱରର ୭ଟି ସ୍ଥାନରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି ଦେଇଛି।ସେଗୁଡ଼ିକ ହେଲା ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀ ନଗର, ଲକ୍ଷ୍ମୀସାଗର।ଏହାସହ ବଡ଼ଗଡ଼ର ୨ଟି ସ୍ଥାନରେ ବାଣ ବିକ୍ରି ହେବ।