Browsing author

SATYA SANDHANA DESK

ଆଜିର ରାଶିଫଳ

କୁମାରପୂର୍ଣ୍ଣିମା ଓ ଗଜଲଷ୍ମୀ ପୂଜା,୨୦୨୨ମସିହା ଅକ୍ଟୋବର ମାସ ୦୯ ତାରିଖ (ରବିବାର)ଆଶ୍ଵିନମାସ-ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ରାତ୍ରି ଘ୨/୩୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା, ସୁର୍ୟୋଦୟ ପ୍ରାତଃ ଘ୦୫/୪୨/୨୩,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୨୪/୪୧,ମେଷରାଶିର ଘାତବାର,ଧନୁରାଶିର ଘାତଚନ୍ଦ୍ର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ,ମାଛ,ମାଂସ ଭକ୍ଷଣ ନିଷେଧ। ମେଷ- ପରିବହନ କ୍ଷେତ୍ରରେ ସମସ୍ୟା ଗୁଡ଼ିକର ଅନ୍ତ ହେବ।ଖାଲି ସମୟରେ ଆନନ୍ଦ ନେଇ ପାରିବେ।ଏହା ବ୍ୟତୀତ ବିଦେଶ ଯାଇ ଶିକ୍ଷା ଅର୍ଜନ କରିବା ପାଇଁ ଚାହୁଁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ ରହିବ। ବୃଷ-ଆପଣ ନିଜର ଖାଲି ସମୟ ଆଜି […]

ନିଲମ୍ବନ ହେଲେ ହଷ୍ଟେଲ ମାଟ୍ରନ

ଫୁଲବାଣୀ,୮/୧୦(ଏସଏସ ନିଉଜ) ବେଲଘରଥାନା ଅଞ୍ଚଳରେ ୭ମଛାତ୍ରୀ ପ୍ରସବ ପରେ ମୃତ୍ୟୁ ଘଟଣାରେ ହଷ୍ଟେଲ ମାଟ୍ରନ ରଂଜିତା ବେହେରା କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।ଏହାସହ ପ୍ରଧାନ ଶିକ୍ଷକ, ସହକାରୀ ଅଧୀକ୍ଷକ, ଏଏନ୍ଏମଙ୍କୁ କାରଣ ଦର୍ଶାଅ ନୋଟିସ୍।ବାଲିଗୁଡ଼ା ଉପ- ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଏସିଡ ମାଡ଼

କଟକ,୮ ୧୦(ଏସଏସନିଉଜ)ପୂର୍ବ ଶତ୍ରୁତାରୁ ବାଲୁବଜାର ଅଞ୍ଚଳରେ ଯୁବକଙ୍କୁ ଏସିଡ୍ ମାଡ଼ ହୋଇଛି।୨୨ ବର୍ଷୀୟ ଯୁବକଙ୍କୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଏସିଡ୍ ଫିଙ୍ଗି ଚମ୍ପଟ୍ ହୋଇଛି।ଆହତ ଯୁବକ ଜଣଙ୍କ କଟକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏସିଡ୍ ଫିଙ୍ଗିଥିବା ବ୍ୟକ୍ତି ଜଣଙ୍କ ଚାନ୍ଦିନିଚୌକ ଅଞ୍ଚଳର ସୂଚନା ମିଳିଛି।

ଘରଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର,୮/୧୦(ଏସଏସ ନିଉଜ) ନିଜଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଗାଁଲୋକଙ୍କ ଠାରୁ ଖବରପାଇ ଉଦ୍ଧାର କରିଛି ପୋଲିସ୍। ହତ୍ୟାସନ୍ଦେହରେ ମୃତମହିଳାଙ୍କ ପୁଅ ଥାନାରେ ଅଟକ ରହିଛନ୍ତି। ତାରାସିଂଥାନା ଅନ୍ତର୍ଗତ ଗଜାପଦର ଗାଁରେ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି।

ବଳ ଦେଖାଇବ ବାୟୁସେନା

ଭୁବନେଶ୍ୱର,୮/୧୦(ଏସଏସ ନିଉଜ)ଆଜି ୯୦ତମ ବାୟୁସେନା ଦିବସ ।ଏହି ଅବସରରେ ୮୦ରୁ ଅଧିକ ବାୟୁସେନା ଲଢ଼ୁଆ ବିମାନ ଓ ହେଲିକପ୍ଟର ଫ୍ଲାଏପାଷ୍ଟ୍‌ କରିବାକୁ ଥିବା ବେଳେ , ଅନେକ କିଛି ପ୍ରଥମଥର ହେବାକୁ ଯାଉଛି।୯୦ ବର୍ଷରେ ଭାରତୀୟ ବାୟୁସେନା ପଦାର୍ପଣ କରିଥିବାରୁ . ବିସ୍ମିତ କରିବେ ବାୟୁବୀର ।ବଳ ଦେଖାଇବ ବାୟୁସେନା ,ଚକିତ କରିବ ଲଢ଼ୁଆବିମାନ।

ଜଳିଗଲା ବସ

ଭୁବନେଶ୍ୱର,୮/୧୦(ଏସଏସ ନିଉଜ)ସକାଳୁସକାଳୁ ଅଘଟଣ ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ବସ୍‌। ଯାହାଫଳରେ ଚାଲିଗଲା ୧୧ଜଣଙ୍କର ଜୀବନ ।ପ୍ରଥମେ ଟ୍ରକ୍‌କୁ ଧକ୍କା ଦେଲା ତା’ପରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଫଳରେ ନିଆଁରେ ପୋଡ଼ି ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ଆଜି ଭୋର ୫ଟା ୧୫ରେ ମହାରାଷ୍ଟ୍ରର ନାସିକରେ ଏକ ଯାତ୍ରୀବାହୀ ବସ୍‌ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁକୁଡ଼ା ଦେକାନରେ ବାର୍‌ହା ମାଂସ

ଢେଙ୍କାନାଳ ,୭/୧୦(ଏସଏସନିଉଜ)କୁକୁଡ଼ା ଦେକାନରେ ବାର୍‌ହା ମାଂସ ବିକ୍ରି କରୁଥିବା ଅଭିଯୋଗରେ ଦଧିସିଙ୍ଗା ଗ୍ରାମର ଚିନ୍ମୟ ନାୟକ ନାମକ ଯୁବକକୁ ଷଡଙ୍ଗୀ ରେଞ୍ଜ ଫରେଷ୍ଟ ଗିରଫ କରିଛି ।ଜୋରନ୍ଦା ଫରେଷ୍ଟ ସେକ୍ସନ ଅଧିନ ଦଧିସିଙ୍ଗା ଗ୍ରାମରେ ଥିବା ଚିକେନ ଦୋକାନରେ ଜଙ୍ଗଲୀ ବାର୍‌ହା କଟା ହୋଇ ବିକ୍ରି କରାଯାଉଥିବାର କୈାଣସିସୁତ୍ରରୁ ଖବରପାଇ ବନବିଭଗ କର୍ମଚାରୀମାନେ ଚଢଉ କରିଥିଲେ ।ଘଟଣାସ୍ଥଳରୁ ଦେଢ଼ କେଜିର କଟା ମାଂସ ଜବତ କରିବାସହ ଦୋକାନ ମାଲିକ ଚିନ୍ମୟ ନାୟକକୁ ଗିରଫ କରି କୋର୍ଟ ଚାଲାଣ […]

ବ୍ୟବସାୟୀଙ୍କ ଘରୁ ସୁନାଅଳଙ୍କାର,୭ଲକ୍ଷଟଙ୍କା ଲୁଟ

ଢେଙ୍କାନାଳ ,୭/୧୦(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ପରଜଙ୍ଗଥାନା ସାଦନପଡ଼ାର ବିନୟକୁମାରସାହୁ ନାମକ ବ୍ୟବସାୟୀଙ୍କ ଘରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୭ ଲକ୍ଷ ଟଙ୍କା ଓ ୧୫ ଲକ୍ଷର ସୁନା ଅଳଙ୍କାର ଲୁଟି ନେଇଥିବାର ଜଣାପଡିଛି ।ମାରଣାସ୍ତ୍ର ଦେଖଇ ପରିବାରଲୋକଙ୍କୁ ଗୋଟିଏ ଘରେ ରଖି ଲୁଟିଛନ୍ତି ଦୁର୍ବୃତ୍ତ । ପରଜଙ୍ଗ ଥାନାରେ ଅଭିଯୋଗ ହେବା ପରେ ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାଡ ପକ୍ଷରୁ ତଦନ୍ତ ଜାରି ରଖିଚି ପୋଲିସ ।  

ଯବାନ ଆହତ

ମାଲକାନଗିରି, ୭/୧୦(ଏସଏସନିଉଜ) ବିଏସଏଫ ଯବାନମାନେ କୋୟଲାବାଡି ଥାନା ଅନ୍ତର୍ଗତ ମରକନାର ଜଂଗଲ ନିକଟରେ ସର୍ଚ୍ଚ ଅପରେସନ କରୁଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରତର ଆହତ ହୋଇଛନ୍ତି । ଜଣେ ଯବାନ ରୋଗାଗ୍ରସ୍ତ ହୋଇଥିବାରୁ ତାକୁ ତୁରନ୍ତ ମେଡିକାଲ ନେବା ନିମନ୍ତେ ଯବାନଙ୍କଦ୍ୱାରା ସର୍ଚ୍ଚ ଅପରେସନ କରାଯାଉଥିବାବେଳେ ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲାାଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାରୁ ତୁରନ୍ତ ତାଙ୍କୁ ଚିକିସାପାଇଁ ମେଡିକାଲରେ ଭର୍ତିକରାଯାଇଛି ।

ଚାଉଳବୋଝେଇ ଟ୍ରକ ପାଇଁ ରାସ୍ତା ଜାମ

ଜଟଣୀ,୧୦/୭(ଏସଏସନିଉଜ)ସୀତାରାମଛକନିକଟରେ ଥିବା ରେଳବାଇଭୁତଳ ରସ୍ତାରେ ଓଆର୦୨-କେ-୪୧୮୮ନଂ ଚାଉଳବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହେବାରୁ ସାଧରଣଲୋକ ନାହିଁନଥିବା ହଇରାଣ ହେଇଛନ୍ତି ।ଟ୍ରକଟି ଭାରସମ୍ୟ ହରାଇ ନାଳ ମଧ୍ୟକୁ ଖସି ଯିବାରୁ ରାସ୍ତା ଜାମ ହୋଇଯାଇଥିଲା ।ଏଫସିଆ ରୁ ଟ୍ରକଟି ଚାଉଳ ନେଇ ଆସୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା ।ତେବେ ଚାଉଳ ବୋଝେଇ ଟ୍ରକର କାଗଜପତ୍ର ବୈଧ ନଥିବାର ଜଣାପଡିନଥିବାବେଳେ କିଭଳି ପରିବହନ ପାଇଁ ଅନୁମତି ଦିଆଯାଉଛି ତାହାକୁ ନେଇ ସାଧାରଣରେ ଆଲୋଚନା ଯୋରଧରିଛି ।