Browsing author

SATYA SANDHANA DESK

ମନ୍ତ୍ରୀଙ୍କଘର ଆଗରେ ପୋଲିସ ଛାଉଣୀ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ପୋଲିସ ଛାଉଣୀ ହୋଇଛି । ସମୀର ଦାଶଙ୍କ ଘର ଆଗରେ ସୁରକ୍ଷା ବଳୟକୁ ବଢ଼ାଇ ଦିଆଯାଇଛି । ଛାତ୍ର କଂଗ୍ରେସ ର ଘେରାଉ ସୂଚନା ପରେ ବଢିଛି ସୁରକ୍ଷାବ୍ୟବସ୍ଥା ।

୧କେଜି୫୦ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୮/୯(ଏସ ଏସନିଉଜ) ଭୁବନେଶ୍ୱରରୁ ୧ କେଜି ୫୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବାର ଜଣାପଡିଛି । ସୁନ୍ଦରପଦା-ଜଟଣୀ ରାସ୍ତାରେ ମିଳିତ ଚଢ଼ାଉ କରି କ୍ରାଇମ ବ୍ରାଞ୍ଚ ସ୍ୱତନ୍ତ୍ରଟାସ୍କଫୋର୍ସ ଓ ପୋଲିସଜବତ କରିବାସହ ଏହି ଘଟଣାରେ ଜଣେ ଗିରଫ ହୋଇଛି ।ଜବତ ବ୍ରାଉନ ସୁଗରର ଆନୁମାନିକ ମୁଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

୧ରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୨୮/୯(ଏସଏସ ନିଉଜ) ୧ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ପୂଜା ମଉଜଫିକା ପଡ଼ିବାର ସମ୍ଭାବନା ଦେଖାଦେଇଛି। ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଥିବାରୁ ୧ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ହୋଇ ୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।

ଟ୍ରକ ଚୋରିକରି ୫ ଗିରଫ

ପାରାଦୀପ,୨୭/୯(ଏସେସ ନିଉଜ) ଟ୍ରକ ଚୋରି ଅଭିଯୋଗ ରେ ୫ ଅଭିଯୁକ୍ତ ଗିରଫ ହୋଇଛି। ଟ୍ରକ୍ ଚୋରି କରି ଢାବା ମାଲିକଙ୍କୁ ୪. ୫୦ ଲକ୍ଷରେ ବିକିଥିଲେ ଦୁର୍ବୃତ୍ତ। ଗତମାସ ୨ ଡ୍ରାଇଭରଙ୍କୁ ମହାନଦୀକୁ ଠେଲି ଟ୍ରକ ଚୋରି କରିଥିଲେ ଦୁର୍ବୃତ୍ତ। ୨ଡ୍ରାଇଭର ଉତ୍ତର ପ୍ରଦେଶର ହୋଇଥିବା ବେଳେ ଏପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା ମିଳିଛି।

ଦୁଇଜଣଙ୍କୁ କଚାଡି ମାରିଲା ହାତୀ!

କଟକ,୨୮/୯(ଏସଏସନିଉଜ) ହାତୀପଲଙ୍କ ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇଛି। ନିମ ପୁରରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳି ମାରିଦେଇଛି ହାତୀପଲ। ମୃତକ ଦୁଇଜଣ ଜଗତପୁରର ନଜ ରପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ (ବୁଧବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା ରାତ୍ରି ଘ୯/୩୩ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୨୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୪/୪୫ ,କର୍କଟରାଶିର ଘାତବାର ,ତୃତୀୟାର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ .ପୋଟଳ ଭକ୍ଷଣ ନିଷେଧ । ମେଷ-ଦିନଟି ଆପଣଙ୍କଲାଗି ଉତ୍ତମ ରହିବ। ଆପଣଙ୍କଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶଯିବା ଲୋକ ଶୁଭଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। […]

ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ) ଭୁବନେଶ୍ୱର ବ୍ଲକ ଜେଇ ରମାକାନ୍ତ ବେହେରା ଆଜି ଜଣେ ଠିକାଦାରଠାରୁ ୫୦ହଜାରେ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ବାକି ରହିଥିବା ରାସ୍ତାକାମ ବିଲ କରାଇବାକୁ ୫୦ହଜାରେ ଟଙ୍କା ଠିକାଦାର ଓଆଖରୁ ଦାବି କରିଆସୁଥିଲେ।ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଠିକାଦାର ଜେଇଙ୍କୁ ୫୦ହଜାରେ ଟଙ୍କା ଦେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।ଏହି ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୩୦/୨୨କେଶ ନମ୍ବରରେ ଏକ ମକଦମା ରୁଜୁହୋଇଛି।

ଓଲଟିଲା ପିକ୍ଅପ୍ ଭ୍ୟାନ୍

ବଲାଙ୍ଗିର,୨୭/୯(ଏସଏସ ନିଉଜ) ସଦେଇପାଲି ଛକ ନିକଟରେ ଏକ ଘରକୁ ଧକ୍କା ଦେଇ ଓଲଟିଲା ବିଦ୍ୟୁତ୍‌ ଖୁଣ୍ଟ ବୋଝେଇ ପିକ୍ଅପ୍ ଭ୍ୟାନ୍ ।ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ମୃତୁବାରଣ କରିଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି।

ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ବୌଦ୍ଧ ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଅଗ୍ନିକାଣ୍ଡ ହୋଇଛି। ହସ୍ପିଟାଲ ପରିସର ଔଷଧ ବିତରଣ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି ରହିଛି।

ଟୋକିଓରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଜାପାନ ରାଜଧାନୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ସଂସ୍କାର କାର୍ଯ୍ୟକ୍ରମରେ ଭାଗ ନେବେ।ଦ୍ୱିତୀୟଥର ଜାପାନ ସରକାର ରାଷ୍ଟ୍ରୀୟ ସଂସ୍କାର କାର୍ଯ୍ୟ କରୁଛନ୍ତି।ବିଶ୍ୱଯୁଦ୍ଧ ପରେ କୌଣସି ରାଷ୍ଟ୍ରନେତାଙ୍କ ଜାପାନରେ ଏପରି କାର୍ଯ୍ୟକ୍ରମ ଦ୍ୱିତୀୟ ହୋଇଥିବାବେଳେ ବିଭିନ୍ନ ଦେଶର ରାଷ୍ଟ୍ରନେତା ଆସୁଥିବାରୁ ଟୋକିଓରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।