Browsing author

SATYA SANDHANA DESK

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଭଦ୍ରକ,୨୯/୯(ଏସଏସନିଉଜ) ଶାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ୍‌ ହୋଇଛି।ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ସରକାରୀ ଘର ଓ ଅଫିସରେ ରେଡ୍ ଚାଲିଛି। ବାଲେଶ୍ୱରରେ ପୈତୃକଘର ଓ ଶ୍ୱଶୁରଘରେ ବି ଚାଲିଛି ରେଡ୍। ୫ଲକ୍ଷଟଙ୍କା ଶଳାକୁ ଦେଉଥିଲା ବେଳେ ଧରିଲା ଭିଜିଲାନ୍ସ।

ଭୁବନେଶ୍ୱରରେ ଜେପି ନଡ୍ଡା

ଭୁବନେଶ୍ୱର,୨୯/୯(ଏସଏସ ନିଉଜ)ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଲେ।ଦୁଇଦିନିଆ ଓଡ଼ିଶା ଗସ୍ତରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ।

କଟକଜିଲ୍ଲାରେ ଅହିଂସାରଥକୁ ଭବ୍ୟସମ୍ବର୍ଦ୍ଧନା

କଟକ,୨୮/୯(ଏସଏସନିଉଜ)ଜଗତସିଂହପୁରଜିଲ୍ଲାର ସୀମାବର୍ତୀ ଗ୍ରାମ କାଇଜଙ୍ଗା ବଜ଼ାରଠାରେ ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରାୟୋଜିତ ଅହିଂସା ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଅନ୍ତର୍ଗତ ରଥଦ୍ୱୟକୁ କଟକଜିଲ୍ଲା ପ୍ରଶାସନପକ୍ଷରୁ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପତ୍ର,କଟକ ସଦର ବିଡିଓ ରାଜୀବରଞ୍ଜନପରିଡା ଓଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ସ୍ଵାଗତ କରିଥିଲେ। ସେଠାରୁ ରଥ ଦ୍ୱୟକୁ କନ୍ଦରପୁର, ଫକୀରପଡା,ନିମେଇସାପୁର ଓ ଗତିରାଉତ ପାଟଣା ଗ୍ରାମପଞ୍ଚାୟତମାନଙ୍କରେ ସମ୍ବର୍ଦ୍ଧନା ଦିଆଯାଇ ତେଲେଙ୍ଗା ପେଣ୍ଠସ୍ଥିତ ଗାନ୍ଧିସ୍ମୃତିପୀଠଠାରେ ପହଂଚିଥିଲା।ଉପରୋକ୍ତ ରାସ୍ତା ଅତିକ୍ରମ କରିବା ସମୟରେ […]

ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୨୯ ତାରିଖ (ଗୁରୁବାର)ଆଶ୍ଵିନମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଥ ରାତ୍ରି ଘ୧୨/୯ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୩୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫ /୩୩/୪୭ ,ତୁଳା ଓ କୁମ୍ଭରାଶିର ଘାତବାର , ଚତୁର୍ଥର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ.ମୂଳାଭକ୍ଷଣ ନିଷେଧ । 🐏ମେଷ-ପାରିବାରିକସ୍ତରରେ ଖୁସି ବୃଦ୍ଧିହେବ। ସନ୍ତାନଙ୍କଶିକ୍ଷାରେ ଉନ୍ନତି ହେବାର ସମ୍ଭାବନାରହିଛି। ବ୍ୟବସାୟରେ ଆଶାଜନକ ଫଳପାଇବେ। 🐮ବୃଷ-ନୂଆବ୍ୟବସାୟ ଆରମ୍ଭ କରିବାଲାଗି ଦିନଟିଭଲ। ସାହିତ୍ୟ ଓ ପ୍ରଯୁକ୍ତିକ୍ଷେତ୍ରରେ ଥିବାବ୍ୟକ୍ତିଙ୍କ ଲାଗି ଦିନଟି ଅନୁକୂଳ। ଜୀବନସାଥୀ ଆପଣଙ୍କ […]

ଉପ-ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟିତ

ମେଣ୍ଢାଶାଳ,୨୮/୯(ଏସଏସ ନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମ ପଞ୍ଚାୟତରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ବୁଧବାରଦିନ ଏକ ଉପ- ସ୍ବାସ୍ଥ୍ୟକେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକ ଭାବେ ରାଜ୍ୟସଭା ସାଂସଦ  ମୁନା ଖାଁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ବିଜୁଜନତା ଦଳ ସଭାପତି ବିଭୂତି ଭୂଷଣ ବଳବନ୍ତ ରାୟ,ମେଣ୍ଢାଶାଳ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମୋହନ ହେମ୍ବ୍ରମ. ଭୁବନେଶ୍ୱର ବ୍ଲକ ଅଧକ୍ଷା ନିରୁପମାସାହୁ , ବିଜୁ ଛାତ୍ର ଜନତାଦଳର ରାଜ୍ୟ ଉପ-ସଭାପତି […]

ସଂମାନିତ ହେବେ ବାରଙ୍ଗର ୩ଛାତ୍ରୀ

ବାରଙ୍ଗ,୨୮/୯(ଏସଏସ ନିଉଜ)  ଆଞ୍ଚଳିକଶାନ୍ତିକମିଟି ଓ ବାଙ୍କୀ ମହୋସ୍ଵବକମିଟିର ମିଳିତ ଆନୁକୂଲ୍ୟରେ ବୁଧବାରଦିନ ବାରଙ୍ଗ ବ୍ଲକ କନଫେରନ୍ସ ହଲ୍ ରେ ବାରଙ୍ଗ ଅଂଚଳର ସମସ୍ୟା ଓ ଏହାର ସମାଧାନ ଶୀର୍ଷକକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମହୋସବ କମିଟିର ସ୍ଥାୟୀ ସଭାପତି ତଥା ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।ଏହିଅବସରରେ ବାରଙ୍ଗ ଅଞ୍ଚଳର ବିଭିର୍ଣ ସମସ୍ୟା ଉପରେ ଉପସ୍ଥିତ ମୁରବୀମାନେ ତ୍ରିପାଠୀଙ୍କ ଦୃଷ୍ଟିଆକର୍ଷଣ କରି ଏହାର ସ୍ଥାୟୀ ସମାଧାନ ପାଇଁ […]

ସମାଜସେବୀଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର,୨୮/୯(ଏସଏସ ନିଉଜ) ନବବିବାହିତା ସମାଜସେବୀ ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଘରେ ରଶିି ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକଙ୍କ କହିଥିବା ବେଳର ଶାଶୁଘର ଲୋକ ଙ୍କୁ ପଚରାଉଚରା କରୁଛି ଟାଉନ ଥାନା ପୁଲିସ।

ନମ୍ବରପ୍ଲେଟ ଜବାବ ମାଗିଲେ ହାଇକୋର୍ଟ

କଟକ,୨୮/୯(ଏସଏସ ନିଉଜ)ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଟେନସନ୍ ମାମଲାରେ ପରିବହନ ବିଭାଗଠାରୁ ଜବାବ ମାଗିଲେ ହାଇକୋର୍ଟ। ସମୟ ସୀମା ବୃଦ୍ଧି କରିହେବ କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ଭିତ୍ତିଭୂମି ନଥାଇ ଡେଡଲାଇନ କିଭଳି ବୋଲି ପଚାରିଛନ୍ତି ହାଇକୋର୍ଟ।ନମ୍ବରପ୍ଲେଟ ମାମଲା ନେଇ ହାଇକୋର୍ଟ ଯାଇଥିଲେ ୨ ବସ୍ ମାଲିକ।ସରକାର ଭିତ୍ତିଭୂମି ନକରି ଡେଡ ଲାଇନ୍ ଦେଇଥିବା ଜଣାଇଥିଲେ।ମାମଲାର ଶୁଣାଣି କରି ପରିବହନ ବିଭାଗକୁ ଜବାବ ମାଗିଲେ କୋର୍ଟ।

ବିଜେପି କର୍ପୋରେଟର ଦେଲେ ଧାରଣା

ଭୁବନେଶ୍ୱର,୨୮/୯(ଏସଏସ ନିଉଜ)ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ମିଟିଂରେ ହଟ୍ଟଗୋଳ ହୋଇଛି।ଗୁରୁତର ଅଭିଯୋଗ କରି ହଟ୍ଟଗୋଳ କଲେ ବିଜେପି କର୍ପୋରେଟର। ବିଧାୟକ, ଅଫିସର ମାନେ ସହଯୋଗ କରୁନଥିବା ଅଭିଯୋଗ ଉଠାଇଛନ୍ତି। ଏହାପରେ ବୈଠକରୁ ବାହାରି ବିଏମସି ଅଫିସ ଆଗରେ ଧାରଣାରେ ବସିଛନ୍ତି।

୬ବାଇକ,୨କାର ଜାଳିଦେଲେ

ଭବାନୀପାଟଣା,୨୮/୯(ଏସ ଏସନିଉଜ)୬ଟି ବାଇକ୍ ଓ ୨ଟି କାରକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ।ଟାଉନଥାନା ଇରିଗେସନ୍ କଲୋନୀରେ ବିଳମ୍ବିତ ରାତିରେ ଜାଳିଦେଲେ ।ଜଣଙ୍କ ଘରେ ପାର୍କିଂରେ ଥିବା ଗାଡ଼ିକୁ ଟାର୍ଗେଟ କରିଥିବାର ଅନୁମାନ କରାଯାଉଥିବାବେଳେ ପକୃତ କାରଣ ଅସ୍ପଷ୍ଟ ରହିଛି। ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ।