ବାୟୁସେନା କରିବ ସୂର୍ଯ୍ୟକିରଣ ସୋ
ଭୁବନେଶ୍ୱର,୩/୯(ଏସଏସନିଉଜ)ବାୟୁସେନା ପକ୍ଷରୁ ଓଡ଼ିଶାରେ ହେବ ସୂର୍ଯ୍ୟକିରଣ ସୋ ।୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ସୋ ।୧୮ ତାରିଖରେ ପୁରୀରେ ରାଜଭବନ ଉପରେ ସୋ ହେବାନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଦେଇଛନ୍ତି ।
Browsing author
ଭୁବନେଶ୍ୱର,୩/୯(ଏସଏସନିଉଜ)ବାୟୁସେନା ପକ୍ଷରୁ ଓଡ଼ିଶାରେ ହେବ ସୂର୍ଯ୍ୟକିରଣ ସୋ ।୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ସୋ ।୧୮ ତାରିଖରେ ପୁରୀରେ ରାଜଭବନ ଉପରେ ସୋ ହେବାନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର,୩/୯(ଏସଏସ ନିଉଜ) ଖଣିଖନନ ଓ ଶିଳ୍ପାଞ୍ଚଳ ନାଁରେ ହେଉଥିବା ପ୍ରଦୂଷଣକୁ ନେଇ ଲୋହିଆ ଏକାଡେମୀରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ବିଶିଷ୍ଟ ପରିବେଶ ବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ସଭାରେ ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରତି ନିଧିମାନେ ଯୋଗଦେଇ ଖଣିଖନନ ଓ ଶିଳ୍ପାଞ୍ଚଳ ନାଁରେ ଯେପରି ପ୍ରଦୂଷଣ ହେଉଛି, ଏହାଦ୍ୱାରା ସାଧାରଣ ଜନ ଜୀବନ ଯେପରି ଅସ୍ତବ୍ୟସ୍ତ ହେଉଛି ସେ ସମ୍ପର୍କରେ ନିଜ ନିଜ ମତବ୍ୟକ୍ତ କରିଥିଲେ।ଏହି ବୈଠକରେ ଆଠଗଡ଼ ଅଞ୍ଚଳରେ ଗଢ଼ିଉଠିଥିବା […]
ବ୍ରହ୍ମଗିରି,୩/୯(ଏସ ଏସ ନିଉଜ)ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ବ୍ରହ୍ମଗିରି ସବ୍ ରେଜିଷ୍ଟ୍ରାର ଅଫିସ୍ ଆଗରୁ ଲୁଟିଲେ ୨ ଦୁର୍ବୃତ୍ତ।ଲୁଟ୍ର ଶିକାର ଯୁବକ ଜଣକ ପୋଲିସ କର୍ମଚାରୀ ସୂଚନା ମିଳିଛି।ବ୍ରହ୍ମଗିରି ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି।
ନରସିଂହପୁର,୩/୯(ଏସଏସ ନିଉଜ) ବିଷାକ୍ତ ଖାଦ୍ୟ ଖାଇ ପରିବାରର ୨ଜଣ ମୃତୁବରଣ କରିଛନ୍ତି।ସ୍ୱାମୀ, ସ୍ତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ବଡ଼ମ୍ବା ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁରେ ଏହି ଅଘଟଣ ଘଟିଛି।ବାସି ଖାଦ୍ୟ ଖାଇବା ପରେ ଏଭଳି ଘଟିଥିବା ସୂଚନା ମିଳିଛି।
ଭୁବନେଶ୍ୱର,୩/୯(ଏସଏସନିଉଜ) କରୋନା ସଂକ୍ରାମଣ ହ୍ରାସପାଇବାପରେ ଧୀରେ ଧୀରେ ଭାରତୀୟ ଅର୍ଥନୀତିରେ ସୁଧାର ଆସୁଛି । ଏବେ ଆମେରିକା ବିଶ୍ୱର ସବୁଠୁ ବଡ଼ ଅର୍ଥନୀତି ।ଆମେରିକା ପଛକୁ ଚୀନ, ଜାପାନ, ଜର୍ମାନୀ ଅଛନ୍ତି । ଭାରତ ପଞ୍ଚମ ଓ ବ୍ରିଟେନ ଷଷ୍ଠ ସ୍ଥାନରେ ଅଛନ୍ତି ।.ବିଶ୍ୱ ଅର୍ଥନୀତିରେ ବ୍ରିଟେକୁ ପଛରେ ପକାଇଲା ଭାରତ । ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତ । ୧୦ ବର୍ଷ ପୂର୍ବରୁ ଏକାଦଶ ସ୍ଥାନରେ ଥିଲା ଭାରତ ।
ଢେଙ୍କାନାଳ, ୩/୯(ଏସଏସନିଉଜ)ଡାଉଁଶନାଳୀ ଗାଁରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜଳିଯାଇଛି ୨ ବଖରା ଘର । ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୪ ଜଣ ସଦସ୍ୟ ।ଏହି ଅଗ୍ନିକାଣ୍ଡରେ ୧୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ମଶା ପାଇଁ ଧୂଆଁ ଦିଆଯାଇଥିବା ଜାଳରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଭୁବନେଶ୍ୱର,୩/୯(ଏସଏସନିଉଜ)ଏସିଆ କପ୍ରେ ଆଜିଠୁ ସୁପର-୪ ମୁକାବିଲାହେବ । ସୁପର-୪ରେ ଅଛନ୍ତି ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ପାକିସ୍ତାନ ।ସୁପର-୪ରେ ହେବ ମୋଟ ୬ଟି ମ୍ୟାଚ୍ । ସମସ୍ତଙ୍କ ସହ ମ୍ୟାଚ୍ ଖେଳିବେ ୪ଟି ଯାକ ଟିମ୍ । ଟପ୍-୨ରେ ଥିବା ଟିମ୍ ଫାଇନାଲକୁ ଯିବେ ।
ଢେଙ୍କାନାଳ, ୩/୯(ଏସଏସନିଉଜ) ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଛି ।ହିନ୍ଦୋଳ ଫରେଷ୍ଟରେଞ୍ଜ ବାଘଘରିଆଗାଁ ନିକଟ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି ।ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ ।ପାଖରେ ଏକ ବାର୍ହା ବି ମରି ପଡ଼ିଥିବା ସୂଚନା ମିଳିଛି ।
ଢେଙ୍କାନାଳ, ୩/୯(ଏସଏସନିଉଜ) ଶ୍ୟାମାଚରଣପୁର ଷ୍ଟେସନ ନିକଟ ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଗଁଦିଆଥାନା ଠାକୁରପାଳଗାଁର ହୋଇଥିବାବେଳେହତ୍ୟା ଅଭିଯୋଗ ଆଣିବାସହ ମାରି ରେଳଧାରଣାରେ ଫିଙ୍ଗିଦେଇଥିବାର ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।ଖବରପାଇ ଘଟଣାସ୍ଥଳରେ ରେଲେଓ୍ୱ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ମାଲକାନଗିରି,୩/୯(ଏସଏସନିଉଜ) ମାରିବାଡ଼ା ସେବାଶ୍ରମ ସ୍କୁଲରୁ ଚାଉଳ ବାଟମାରଣ ଅଭିଯୋଗ ଆଣିଲେ ସଂପୃକ୍ତ ସ୍କୁଲର ୨୦ ଅନ୍ତେବାସୀ ।ସେବାଶ୍ରମ ସ୍କୁଲର ୨୦ ଅନ୍ତେବାସୀ ମାଲକାନଗିରି ଆସି ଅଭିଯୋଗ କରିଛନ୍ତି ।ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଥିବାର ଜଣାପଡିଛି ।